Dharmendra Pradhan

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତ ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇଛନ୍ତି ଏବଂ ଓ୍ୱେଷ୍ଟର୍ଣ୍ଣ ସିଡନୀ ବିଶ୍ୱବିଦ୍ୟାଳୟ(ଡବ୍ଲୁଏସୟୁ)ରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟରଙ୍କ ସହ ଅଷ୍ଟ୍ରେଲିଆ ଭାରତ ଶିକ୍ଷା ପରିଷଦ(ଏଆଇଇସି)ର ଷଷ୍ଠ ବୈଠକର ସହ-ଅଧ୍ୟକ୍ଷତା କରିଛନ୍ତି । ଦ୍ୱିପାକ୍ଷିକ ବୈଠକ ବେଳେ ଦୁଇ ମନ୍ତ୍ରୀ ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା, ନବସୃଜନ ଏବଂ ଉଦ୍ୟମିତା କ୍ଷେତ୍ରରେ ଉଭୟ ଦେଶର ସହଭାଗିତାକୁ ମଜବୁତ୍ କରିବା ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା କରିଛନ୍ତି । ଭାରତରେ ନିଜ କ୍ୟାମ୍ପସ ସ୍ଥାପନ କରିବା ଏବଂ ଭାରତର ଶିକ୍ଷାନୁଷ୍ଠାନ ସହ ସହଯୋଗୀ କ୍ଷେତ୍ର ଗୁଡିକର ଅନ୍ୱେଷଣ କରିବା ପାଇଁ ସେ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ଏବଂ ଦକ୍ଷତା ଅନୁଷ୍ଠାନକୁ ନିମନ୍ତ୍ରଣ କରିଛନ୍ତି । ସେହିପରି ଚଳିତବର୍ଷ ଶେଷ ସୁଦ୍ଧା ଭାରତ ଆସିବା ପାଇଁ ଅଷ୍ଟ୍ରେଲିଆ ଶିକ୍ଷାମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଉଭୟ ମନ୍ତ୍ରୀ ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୀତି ଭାଗିଦାରୀ ଅଧୀନରେ ଶିକ୍ଷାକୁ ଏକ ପ୍ରମୁଖ ସ୍ତମ୍ଭ କରିବା ଦୃଷ୍ଟିକୋଣରେ ଶିକ୍ଷା, କୌଶଳ ଏବଂ ଗବେଷଣା ସହଯୋଗକୁ ସମ୍ପ୍ରସାରଣ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ପରିଷଦର ଷଷ୍ଠ ବୈଠକରେ ସେ କହିଛନ୍ତି ଯେ ଶିକ୍ଷା, ଦକ୍ଷତା ବିକାଶ ଏବଂ ଗବେଷଣା କ୍ଷେତ୍ରରେ ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଆଗକୁ ନେବାରେ ଏଆଇଇସି ଏକ ପ୍ରଭାବଶାଳୀ ମଞ୍ଚ । ୨୦୨୩ରେ ଭାରତରେ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ପରିଷଦର ସପ୍ତମ ବୈଠକ କରିବା ପାଇଁ ସେ ଅଷ୍ଟ୍ରେଲିଆ ଟିମକୁ ପ୍ରସ୍ତାବ ଦେଇଛନ୍ତି । ବୈଠକରେ କେନ୍ଦ୍ରମନ୍ତ୍ରୀ ଆୟୁର୍ବେଦ, ଯୋଗ ଏବଂ କୃଷି ଇତ୍ୟାଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଗବେଷଣା ସହଯୋଗ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ ।

Spread the love