8th State Ordained Tele Award: Sargaram and Kalia karuchi Leela got best tele award

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ସହଯୋଗରେ ଉତ୍କଳ ମଣ୍ଡପରେ ୨୦୧୯ ମସିହା ପାଇଁ ‘ଅଷ୍ଟମ ରାଜ୍ୟ ଓଡ଼ିଆ ଟେଲି ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ‘ସରଗମ୍‌’କୁ ଶ୍ରେଷ୍ଠ ଟେଲି ଧାରାବାହିକ ସମ୍ମାନ ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ଏହାର ପ‌୍ରଯୋଜକ ଅକ୍ଷୟ ପରିଜାଙ୍କୁ ୫୦ ହଜାର ଟଙ୍କା ସହ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଛି। ସେହିପରି ‘କାଳିଆ କରୁଛି ଲୀଳା’କୁ ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଏହାର ପ୍ରଯୋଜକ ଦେବାଶିଷ ପାତ୍ରଙ୍କୁ ସମ୍ମାନ ବାବଦକୁ ୧୫ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଉପଢ଼ୌକନ ଦିଆଯାଇଛି। ସରଗମ୍‌ ଓ କାଳିଆ କରୁଛି ଲୀଳା ଉଭୟ ୫ଟି ବର୍ଗରେ ପୁରସ୍କୃତ ହୋଇଛନ୍ତି। ‘ସର୍‌ଗମ୍‌’ର ନିର୍ଦ୍ଦେଶକ ଚଣ୍ଡୀ ପରିଜାଙ୍କୁ ‘ଶ୍ରେଷ୍ଠ ଟେଲି ଧାରାବାହିକ ନିର୍ଦ୍ଦେଶକ’ ସମ୍ମାନ ବାବଦକୁ ୨୦ହଜାର ଟଙ୍କାର ମାନଦେୟ ରାଶି ପ୍ରଦାନ କରାଯାଇଛି। ଏହି ଧାରାବାହିକର କାହାଣୀ ଜଣେ ଗରିବ ଦକ୍ଷ କଣ୍ଠଶିଳ୍ପୀର ସଂଘର୍ଷ ଓ ସଫଳତା ଉପରେ ପର୍ଯ୍ୟବସିତ। ‌ସେହିପରି ଏକ ମଧ୍ୟବିତ୍ତ ପରିବାରର ସଂଘର୍ଷ, ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ସେମାନଙ୍କ ଅଖଣ୍ଡ ଆସ୍ଥାକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର ‘କାଳିଆ କରୁଛି ଲୀଳା’ର ନିର୍ଦ୍ଦେଶକ ଡି. ଅଶ୍ବିନୀ ଗଡ଼ନାୟକଙ୍କୁ ‘ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ନିର୍ଦ୍ଦେଶକ’ ଓ ବଳିଷ୍ଠ ଅଭିନୟ ପାଇଁ ଦେବାଶିଷ ପାତ୍ରଙ୍କୁ ‘ଶ୍ରେଷ୍ଠ ଅଭିନେତା’ ଭାବେ ପୁରସ୍କୃତ କରାଯାଇଛି। ଅପରପକ୍ଷେ, ୫ଟି ବର୍ଗରେ ପୁରସ୍କାର ହା‌ତେଇଥିବା ଧାରାବାହିକ ‘ରଙ୍ଗିଲା ବୋହୂ’ରେ ହୃଦୟସ୍ପର୍ଶୀ ଅଭିନୟ ପାଇଁ ଲିପ୍ସା ମିଶ୍ରଙ୍କୁ ‘ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ’ ପ୍ରଦାନ କରାଯାଇଛି। ଏହି ଧାରାବାହିକରେ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବେ ମଧୁସ୍ମିତା ପ୍ରଧାନ, ଶ୍ରେଷ୍ଠ ସହ-ଅଭିନେତ୍ରୀ(ନକାରାତ୍ମକ ଚରିତ୍ର) ପାଇଁ ଉଷଶୀ ମିଶ୍ର, ଶ୍ରେଷ୍ଠ ହାସ୍ୟାଭିନେତା ଭାବେ ଶଙ୍କର୍ଷଣ ପ୍ରଧାନ ଓ ଶ୍ରେଷ୍ଠ ଶିଶୁ କଳାକାର ଭାବେ ପ୍ରସିଦ୍ଧି ନାୟକ ପୁରସ୍କୃତ ହୋଇଛନ୍ତି। ତେବେ ଏଥର ଆଦିବାସୀ ଭାଷାରେ ‘ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର’ ପାଇଁ କୌଣସି ନାମ ଘୋଷଣା ହୋଇନାହିଁ। ଶ୍ରେଷ୍ଠ ଶୈକ୍ଷିକ/ଶିଶୁଭିତ୍ତିକ ଚଳଚ୍ଚିତ୍ର ଭାବେ ଶିବଶଙ୍କର ଦାସଙ୍କ ‘କଲମ’କୁ ସମ୍ମାନିତ କରାଯାଇଛି।

Spread the love