Alka Ashram Postal Ticket

ଐତିହାସିକ ‘ଅଳକା ଆଶ୍ରମ’ ଉପରେ ଆଧାରିତ ‘ମୋ ଡାକ ଟିକେଟ୍‌’ ସୋମବାର ରାଜ୍ୟପାଳ ପ୍ରଫେସର ଗ‌ଣେଶୀ ଲାଲ୍‌ଙ୍କ ଦ୍ବାରା ଉନ୍ମୋଚିତ ହୋଇଛି। ରାଜଭବନ ପରିସରରେ ଅଳକା ଆଶ୍ରମ ଶତବାର୍ଷିକୀ କମିଟିର ଅଧ୍ୟକ୍ଷ ସଂଗ୍ରାମ କେଶରୀ ମହାପାତ୍ର, ଆବାହକ ସମ୍ପାଦକ ଦେବେନ୍ଦ୍ର ନାଥ ରାଉତ, ସଂଯୋଜକ ନଗେନ୍ଦ୍ର ନାଥ ସ୍ବାଇଁ, ସୋମନାଥ ପରିଡ଼ା, ଡାକ ଟିକେଟ୍‌ର ଶିଳ୍ପୀ ଲାଲା ସଂଗ୍ରାମ କେଶରୀ ରାୟ ଉପସ୍ଥିତ ଥିଲେ। ଅସହଯୋଗ ଆନ୍ଦୋଳନର ପୃଷ୍ଠଭୂମିରେ ନିର୍ମିତ ଓ ଆଇନ୍‌ ଅମାନ୍ୟ ଆନ୍ଦୋଳନରେ ସାରା ଓଡ଼ିଶାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଅଳକା ଆଶ୍ରମ। ଭାରତ ଛାଡ଼ ଆନ୍ଦୋଳନ ସମୟରେ ଇଂରେଜ ସରକାର ଏହାକୁ ବେଆଇନ୍‌ ଘୋଷଣା କରିଥିଲେ। ତେବେ ସ୍ବାଧୀନତା ସଂଗ୍ରାମରେ ଅଳକା ଆଶ୍ରମ ଅବଦାନକୁ ସ୍ମରଣ କରି ଚଳିତବର୍ଷ ବର୍ଷବ୍ୟାପୀ ଅଳକା ଆଶ୍ରମ ଶତାବ୍ଦୀ ସମାରୋହ ପାଳନ କରାଯାଉଛି।

Spread the love