Olive Ridley turtle mass nesting at Rushikulya coast breaks all records

୍ରକୃତିର ବିରଳ ଅଲିଭ୍‌ ରିଡ୍‌ଲେ ଗଞ୍ଜାମ ଉପକୂଳକୁ ଆଗମନ କ୍ଷେତ୍ରରେ ଏକ ନୂଆ ରେକର୍ଡ଼ କରିଛନ୍ତି। ମାତ୍ର ୪ଦିନରେ ଗଞ୍ଜାମ ବ୍ଲକ୍‌ ଋଷିକୁଲ୍ୟା ମୁହାଣ ବାଲୁକା ଶଯ୍ୟାରେ ୫ଲକ୍ଷ ୫୭ହଜାର ୮୮୦ କଇଁଛ ଗଣଅଣ୍ଡାଦାନ କରି ସାରିଲେଣି। ତେବେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ଅଣ୍ଡାଦାନ ପାଇଁ ୪ ଦିନରେ ଆସିଥିବା କଇଁଛଙ୍କ ସଂଖ୍ୟା ସର୍ବକାଳୀନ ରେକର୍ଡ଼ ବୋଲି କୁହାଯାଉଛି। ଗଞ୍ଜାମ ବ୍ଲକ୍‌ର ପୋଡ଼ମପେଟାରୁ ବଟେଶ୍ବର ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ବାଲୁକା ଶଯ୍ୟାରେ କଇଁଛ ଅଣ୍ଡାଦାନ କରୁଛନ୍ତି। ଗତବର୍ଷ ଏହି ବାଲୁକା ଶଯ୍ୟା ଧୋଇହୋଇ ଅବକ୍ଷୟ ହୋଇ ଯାଇଥିଲା। କିନ୍ତୁ ଚଳିତ ବର୍ଷ ପୁଣିଥରେ ସେଠାରେ ସମୁଦ୍ର ବାଲି ଜମା ହୋଇ ନୂତନ ବେଳାଭୂମି ସୃଷ୍ଟି ହୋଇଛି। ଏହାକୁ ଡାଇନାମିକ୍‌ ବିଚ୍‌ କୁହାଯାଏ। ଏଠାରେ ଚଳିତ ବର୍ଷ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପର୍ବ ଚାଲିଛି। ଗତ ୨୩ତାରିଖରୁ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ୨୪ଘଣ୍ଟା ମଧ୍ୟରେ ପ୍ରାୟ ଦେଢ଼ଲକ୍ଷ କଇଁଛ ଋଷିକୁଲ୍ୟା ମୁହାଣରେ ଅଣ୍ଡାଦାନ କରିଥିଲେ। ପ୍ରଥମ ଦିନରେ ଏତେ ସଂଖ୍ୟକ କଇଁଛ ଅଣ୍ଡାଦାନ କରିଥିବାରୁ ଚଳିତ ବର୍ଷ ସବୁ ରେକର୍ଡ଼ ଟପିବ ବୋଲି ଅନୁମାନ କରା ଯାଉଥିଲା। ଅନୁମାନ ସତ ହେଲା। ଚଳିତ ବର୍ଷ ମାତ୍ର ୪ଦିନରେ ୫ଲକ୍ଷ ୫୭ହଜାର କଇଁଛ ଅଣ୍ଡାଦାନ କରି ସାରିଲେଣି। ଗତକାଲି ସଂଧ୍ୟାରୁ ଆଜି ସକାଳ ସୁଦ୍ଧା ୯୨ହଜାର ୫୨୩ କଇଁଛ ଅଣ୍ଡାଦାନ କରିଛନ୍ତି। ଚଳିତ ବର୍ଷ କଇଁଛମାନେ ଦିନରେ ମଧ୍ୟ ଅଣ୍ଡାଦାନ କରିଥିବା ଲକ୍ଷ୍ୟ କରାଯାଇଛି। ଯାହାକି ଏକ ଶୁଭଙ୍କର ଖବର ବୋଲି ପରିବେଶବିତମାନେ ମତ ଦେଇଛନ୍ତି। ଋଷିକୁଲ୍ୟା ମୁହାଣ ଅଲିଭ୍‌ ରିଡ୍‌ଲେଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ପାଲଟିଥିବାରୁ ସେମାନେ ଦିନ ସମୟରେ ମଧ୍ୟ ଅଣ୍ଡାଦାନ କରୁଛନ୍ତି।

Spread the love