Union Minister Dharmendra Pradhan hails Sambalpur University's teachings based on NEP

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସଂପନ୍ନ ଜାତୀୟ ଶିକ୍ଷାନୀତିରେ ଅନେକ ବିଷୟରେ ଅଧିକ ଗୁରୁତ୍ୱ ଦିଆଯାଇଛି। ୩ ବର୍ଷରୁ ୮ବର୍ଷର ଶିଶୁଙ୍କ ଶିକ୍ଷା ପ୍ରବେଶ ସହ ମାତୃଭାଷାରେ ପଢ଼ାଇବାର ବ୍ୟବସ୍ଥା ହୋଇଛି। ଆଜିର ପ୍ରାଦ୍ୟୋଗିକ ଦୁନିଆରେ ଜାତୀୟ ଶିକ୍ଷା ନୀତି ଆଧାରରେ ଯୁବପିଢ଼ିଙ୍କୁ ନିଯୁକ୍ତିଦାତା ବନାଇବା ସହ ଜ୍ଞାନ ଓ ଦକ୍ଷତା ବୃଦ୍ଧି କରିବା ଏବଂ ବିଶ୍ୱ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱ ଦିଆଯାଉଛି ।ଅମୃତକାଳରେ ଭାରତର ଅମୃତ ବିନ୍ଦୁ ଭାବରେ ଛାତ୍ରଛାତ୍ରୀମାନେ ବିକଶିତ ଭାରତ ପାଇଁ ବଡ଼ ଦାୟିତ୍ୱ ନିଅନ୍ତୁ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ‘ଜାତୀୟ ଶିକ୍ଷାନୀତି-୨୦୨୦’ ଉପରେ ଅନୁଷ୍ଠିତ ଏକ ଆଲୋଚନା ସଭାରେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ରଙ୍ଗବତୀ କେବଳ ଏକ ଗୀତ ନୁହେଁ, ଏହା ଏକ ବିଚାର ଓ ସଂସ୍କୃତିର ଅଭିବ୍ୟକ୍ତି। ଏହି ଗୀତର ଲୋକପ୍ରିୟତା ଜାଣିବା ପାଇଁ ମଧ୍ୟ ଗବେଷଣା ହେବା ଆବଶ୍ୟକ। ଏହି ଅବସରରେ ଶ୍ରୀ ପ୍ରଧାନ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ କରିଥିଲେ। ଏହା ପୂର୍ବରୁ ସେ ଆଇଆଇଏମ୍‌ ସମ୍ବଲପୁର କ୍ୟାମ୍ପସ୍‌ ପରିଦର୍ଶନ କରିଥିଲେ। ୪୦୦ କୋଟି ବ୍ୟୟ ଅଟକଳରେ ନିର୍ମିତ ଏହି ଶିକ୍ଷାନୁଷ୍ଠାନର କୋଠାକୁ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବାକୁ ଆସିବେ। ସ୍ଥାନୀୟ ଯୁବକ ଯୁବତୀଙ୍କୁ ଉଦ୍ୟମିତା କରିବା ପାଇଁ ଆଇଆଇଏମ୍‌ ପରିସରରେ ଶୀଘ୍ର ଇନକ୍ୟୁବେସନ ସେଣ୍ଟର ପ୍ରତିଷ୍ଠା ହେବ। ବୁଣାକାରମାନଙ୍କର ଦକ୍ଷତା ବୃଦ୍ଧି ସହ ଗ୍ରାମୀଣ ଅର୍ଥନୀତିକୁ ବଢ଼ାଇବା ପାଇଁ କୃଷକମାନଙ୍କ ଦକ୍ଷତା ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଯୋଜନା କରିଛି। ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ସହିତ ସ୍ଥାନୀୟ ପ୍ରଶାସନର ଦକ୍ଷତା ବିକାଶ ପାଇଁ ପରାମର୍ଶ ଦିଆଯାଇଛି ବୋଲି ଶ୍ରୀ ପ୍ରଧାନ କହିଥିଲେ।

Spread the love