President message on International Women's Day

ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେଶ ଓ ଦୁନିଆର ମହିଳାମାନଙ୍କୁ କେମିତି ଦେଖନ୍ତି ନିଜ ଜୀବନାନୁଭୂତିରୁ ଏକ ଆଲେଖ୍ୟ ମାଧ୍ୟମରେ ପ୍ରକାଶ କରିଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସରେ ରାଷ୍ଟ୍ରପତି ଜୋର ଦେଇ କହିଛନ୍ତି-ମାନବ ସମାଜର ପ୍ରଗତି ପାଇଁ ମହିଳାମାନଙ୍କର ସମାନ ଭାଗିଦାରୀ ରହିଲେ ବିଶ୍ୱ ଅଧିକ ସରସ, ସୁନ୍ଦର ହୋଇପାରିବ । ତୃଣମୂଳସ୍ତରରେ ନୀତିଗତ ନିର୍ଣ୍ଣୟ କରୁଥିବା ସଂସ୍ଥାରେ ମହିଳାଙ୍କ ଭଲ ପ୍ରତିନିଧିତ୍ୱ ରହିଛି । କିନ୍ତୁ ଉପରସ୍ତରରେ ଏହି ଅନୁପାତ ଧିରେଧିରେ କମିଯାଉଛି । ପ୍ରଶାସନ, ନ୍ୟାୟ ବ୍ୟବସ୍ଥା ଓ ଶିଳ୍ପ ଜଗତ ପରି ଏହି ଧାରା ରାଜନୈତିକ କ୍ଷେତ୍ରରେ ମଧ୍ୟ ଦେଖାଯାଉଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଲ୍ଲେଖ କରିଛନ୍ତି -ସେ ପିଲାଦିନୁ ସମାଜରେ ମହିଳାଙ୍କ ସ୍ଥିତିକୁ ନେଇ ବ୍ୟାକୁଳ । ଗୋଟିଏ ପରିବାରରେ ଝିଅଟିଏକୁ ସବୁ ପ୍ରକାର ସ୍ନେହ, ପ୍ରେମ ମିଳେ । ଅନେକ ସମୟରେ ତାର ପୂଜା ବି କରାଯାଏ । ଅନ୍ୟପକ୍ଷରେ ଖୁବଶୀଘ୍ର ସେ ବୁଝିନିଏ ଯେ, ତା’ ବୟସର ପୁଅଙ୍କ ତୁଳନାରେ ତା’ ପାଇଁ ସୁଯୋଗ ଓ ସମ୍ଭାବନା କମ୍ ରହିଛି । ତଥାପି ମହିଳାଙ୍କ ଉତଥାନ ନେଇ ସେ ବେଶ ଆଶାବାଦୀ ଥିବା କହିଛନ୍ତି । କାରଣ ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ରର ରାଷ୍ଟ୍ରପତି ଭାବେ ତାଙ୍କର ନିର୍ବାଚନ ମହିଳା ସଶକ୍ତିକରଣର ଏକ ବିରାଟ ଉଦାହରଣ । ତେଣୁ ‘ମାତୃତ୍ୱରେ ସହଜ ନେତୃତ୍ୱ’ର ଭାବନାକୁ ପ୍ରୋତ୍ସାହିତ କଲେ ସମାଜରେ ମହିଳା ଓ ପୁରୁଷଙ୍କୁ ସମାନ ମାନ୍ୟତା ମିଳିପାରିବ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Spread the love