Atal Bihari Vajpayee

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଚତୁର୍ଥ ପୁଣ୍ୟତିଥି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ନେତା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ୨୦୧୮ ମସିହାରେ ଏହି ଦିନ ଅଟଳ ବିହାରୀ ବାଜପେୟୀଙ୍କର ଦେହାନ୍ତ ହୋଇଥିଲା। ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଲୋକସଭା ବାଚସ୍ପତି ଓମ ବିର୍ଲା ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡା ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟରେ ଲେଖିଛନ୍ତି ସେ ଭାରତୀୟ ରାଜନୀତିରେ ଉତ୍ତମ ଶାସନର ଏକ ନୂତନ ଯୁଗ ଆରମ୍ଭ କରିଥିଲେ। ଆଜି ତାଙ୍କ ମୃତ୍ୟୁ ବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଲେଖିଛନ୍ତି ଯେ ଅଟଳ ବିହାରୀ ବାଜପେୟୀ ଜୀ ଙ୍କ ଶ୍ରାଦ୍ଧ ବାର୍ଷିକୀରେ ମୁଁ ତାଙ୍କୁ ମନେ ପକାଇ ପ୍ରଣାମ କରୁଛି। ଦେଶକୁ ବିକାଶ ଓ ଉତ୍ତମ ଶାସନର ମନ୍ତ୍ର ଦେଇଥିବା ଅଟଳ ଜୀଙ୍କର ପୁରା ଜୀବନ ହେଉଛି ତାଙ୍କ ବ୍ୟକ୍ତିତ୍ୱର ଗଭୀରତା ଏବଂ ସୃଜନଶୀଳତାର ଉଚ୍ଚତାର ପ୍ରତିଫଳନ, ଭାରତର ବିକାଶ ଯାତ୍ରାରେ ତାଙ୍କର ଅବଦାନ ଅବିସ୍ମରଣୀୟ।

Spread the love