ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆର୍ଥ ଆୱର ଇଣ୍ଡିଆ-୨୦୨୩ ପାଇଁ ‘ଗୁଡ୍ୱିଲ୍ ଆମ୍ବାସଡର୍’ ମନୋନୀତ ହୋଇଛନ୍ତି। ଡବ୍ଲୁଡବ୍ଲୁଏଫ୍ ଇଣ୍ଡିଆ ପକ୍ଷରୁ ଶନିବାର ଦିନ ଏହି ଘୋଷଣା କରାଯାଇଛି। ସୂଚନା ଅନୁସାରେ, ଶ୍ରୀ ପଟ୍ଟନାୟକଙ୍କ ସହ ଜଣାଶୁଣା ସେଫ୍ ରଣବୀର ବ୍ରାର ଓ ମ୍ୟୁଜିସିଆନ୍ ନକାଶ ଅଜିଜ୍ ବ୍ରାଣ୍ଡ୍ ଆମ୍ବାସଡର୍ ଭାବେ ମନୋନୀତ ହୋଇଛନ୍ତି। ନିଜର ପ୍ରତିକ୍ରିୟାରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହି ଐତିହାସିକ କ୍ୟାମ୍ପେନ୍ର ଟ୍ୟାଗ୍ଲାଇନ୍ ‘ସ୍ବିଚ୍ଅଫ୍’ ରଖାଯାଇଛି। ଗୁଡ୍ୱିଲ୍ ବ୍ରାଣ୍ଡ୍ ଆମ୍ବାସଡର୍ ଭାବେ ସେ ଓ ଅନ୍ୟ ଦୁଇ ଜଣାଶୁଣା ବ୍ୟକ୍ତିତ୍ବ ଗ୍ରହମାନକୁ କ୍ଷତି ପହଞ୍ଚାଉଥିବା ଅଦରକାରୀ ଆଲୋକ ବନ୍ଦ କରିବା ଉପରେ ଦେଶବ୍ୟାପୀ ପ୍ରଚାର କରିବା ସହ ଜନସଚେତନତା ସୃଷ୍ଟି କରିବେ। ଗ୍ରହର ସୁରକ୍ଷା ଦିଗରେ ଲୋକଙ୍କୁ ସଚେତନ ଓ ଉତ୍ସାହିତ କରିବେ।