Ganjam district of Odisha received 'National Panchayat Award-2023'

ଓଡ଼ିଶା ପାଇଁ ଗୌରବ ଆଣିଛି ଗଞ୍ଜାମ ଜିଲ୍ଲା। ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଗଞ୍ଜାମ ଜିଲ୍ଲାକୁ ‌ଦେଶର ଶ୍ରେଷ୍ଠ ଜିଲ୍ଲା ଭାବେ ‘ନ୍ୟାସନାଲ୍ ପଞ୍ଚାୟତ ଆୱାର୍ଡ଼-୨୦୨୩’ ଏବଂ ୫ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସେହିପରି, ହିଞ୍ଜିଳିକାଟୁକୁ ‘ବେଷ୍ଟ୍ ବ୍ଲକ୍ ପଞ୍ଚାୟତ ଆୱାର୍ଡ଼ ଇନ୍ ଇଣ୍ଡିଆ’ ପୁରସ୍କାର ସହ ୨ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏହାସହ ଆଉ ୪ଟି ପଞ୍ଚାୟତ ମଧ୍ୟ ଜାତୀୟସ୍ତରରେ ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଭବ୍ୟ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ସେହିପରି ଦ୍ବିତୀୟ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ଭାବେ ହିଞ୍ଜିଳିକାଟୁ ବ୍ଲକ୍‌ର କଞ୍ଚୁରୁ ପଞ୍ଚାୟତକୁ ‘ସେକେଣ୍ଡ ହେଲ୍‌ଦି ପଞ୍ଚାୟତ ଆୱାର୍ଡ଼ ଇନ୍‌ ଇଣ୍ତିଆ’, ଦ୍ବିତୀୟ ଶ୍ରେଷ୍ଠ ସବୁଜ ଓ ସ୍ବଚ୍ଛ ପଞ୍ଚାୟତ ଭାବେ ଉକ୍ତ ବ୍ଲକ୍‌ର ଶାସନ ଆମ୍ବଗାଁ ପଞ୍ଚାୟତକୁ ‘ସେକେଣ୍ଡ ବେଷ୍ଟ୍‌ କ୍ଲିନ୍‌ ଆଣ୍ତ ଗ୍ରିନ୍‌ ପଞ୍ଚାୟତ ଇନ୍‌ ଇଣ୍ତିଆ’, ଭଞ୍ଜନଗର ବ୍ଲକ୍ କୁଲାଡ଼ ପଞ୍ଚାୟତ (ସାମାଜିକ ସୁରକ୍ଷା)କୁ ‘ସେକେଣ୍ଡ ବେଷ୍ଟ ସୋସିଆଲ ସିକ୍ୟୁର୍‌ଡ ପଞ୍ଚାୟତ ଇନ୍ ଇଣ୍ଡିଆ’ ଓ ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତକୁ ‘ସେକେଣ୍ଡ ବେଷ୍ଟ ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ’ ପୁରସ୍କାର ପ୍ରଦାନ କରାଯାଇଛି। ଉପରୋକ୍ତ ସମସ୍ତ ପୁରସ୍କାରର ନଗଦ ରାଶି ୭୫ ଲକ୍ଷ ଟଙ୍କା ରହିଥିଲା।ସେହିଭଳି, ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ ବ୍ଲକ୍‌ର ବଣାଇଗଡ ପଞ୍ଚାୟତକୁ ‘କାର୍ବନ ନାଚୁରାଲ ବିଶେଷ ପଞ୍ଚାୟତ ଓ ଶକ୍ତି ସ୍ବରାଜ ବିଶେଷ ପଂଚାୟତ’ ଭାବେ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି ଏବଂ ଏଥିପାଇଁ ପଞ୍ଚାୟତକୁ ୫୦ଲକ୍ଷ ଅର୍ଥରାଶି ପ୍ରଦାନ କରାଯାଇଛି। ଏ ସମସ୍ତ ପୁରସ୍କାର ପାଇଁ ୯ଟି ବିଷୟ ଅଧୀନ ୧୧୩ଟି ମାପଦଣ୍ଡକୁ ବିଚାରରେ ନିଆଯାଇଥିଲା। ଯେଉଁଥିରେ ଗଞ୍ଜାମ ଜିଲ୍ଲା ଦେଶରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି।

Spread the love