ଓଡ଼ିଆ ଜାତିର ପରିଚୟ ‘ଓଡ଼ିଆ ଭାଗବତ’

ନମଇଁ ନୃସିଂହ ଚରଣ

ଅନାଦି ପରମ କାରଣ

ଯା ବିନୁ ଆଦି ମଧ୍ୟ ଅନ୍ତ

ବିଚାରେ ନ ଘଟେ ଜଗତ ।

ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ତଥା ପବିତ୍ର ଗ୍ରନ୍ଥ ହେଉଛି ଭାଗବତ । ଭାଦ୍ରବ ମାସର ପୂର୍ଣ୍ଣିମା ତିଥିକୁ ଭାଗବତ ଜନ୍ମ ରୂପେ ଓଡ଼ିଶାର ସାରା ପୁରପଲ୍ଲୀରେ ପାଳନ କରାଯାଏ । କଥାରେ ଅଛି ଏହି ଭାଦ୍ରବ ପୂର୍ଣ୍ଣିମା ତଥା ଇନ୍ଦୁ ପୂର୍ଣ୍ଣିମା ଦିନ ଅତିବଡ଼ି ଜଗନ୍ନାଥ ଦାସ ଭାଗବତ ରଚନା ଆରମ୍ଭ କରିଥିଲେ । ତାଙ୍କ ରଚିତ ଓଡ଼ିଆ ଭାଗବତ ପ୍ରତିଟି ଓଡ଼ିଆଙ୍କ ଘରେ ପଠିତ ଏବଂ ଭାଗବତ ଜନ୍ମ ଏକ ପର୍ବ ଭାବରେ ପ୍ରଚଳିତ । ଆଜିର ଆଲେଖ୍ୟରେ ଓଡ଼ିଆ ଭାଗବତର ମହତ୍ତ୍ବ ସମ୍ପର୍କରେ ଜାଣିବା ।

ଭାଗବତର ସୃଷ୍ଚି

ଓଡ଼ିଆ ଜାତିର ପରିଚୟ ପୁସ୍ତକ ହେଉଛି ଭାଗବତ । ଅତିବଡ଼ି ଜଗନ୍ନାଥ ଦାସଙ୍କ ଦ୍ବାରା ରଚିତ ଏହା ଏକ ପୁରାତନ କୃତି । ୧୪ଶ ଶତାବ୍ଦୀରେ ତାଳପତ୍ର ପୋଥିରେ ଏହା ଲେଖାଯାଇଥିଲା । ମୂଳ ଭାଗବତକୁ ଅତି ସରଳ ଭାଷାରେ ନବାକ୍ଷରୀ ଛନ୍ଦରେ କାବ୍ୟ ରୂପ ପ୍ରଦାନ କରିଥିଲେ ଜଗନ୍ନାଥ ଦାସ । ମୂଳ ସଂସ୍କୃତ ଭାଗବତ ୧୨ ସ୍କନ୍ଦ ବିଶିଷ୍ଟ ହୋଇଥିବାବେଳେ ଓଡ଼ିଆ ଭାଗବତର ୧୩ଟି ସ୍କନ୍ଦ ରହିଛି। ପ୍ରତି ଅଧ୍ୟାୟରେ ରହିଛି ୫୦ରୁ ୩୦୦ ଛନ୍ଦ । ଏଥିରେ ରହିଛି ଧର୍ମ ଜ୍ଞାନ, କର୍ମ ଜ୍ଞାନ, ସମାଜ ଜ୍ଞାନ, ସତ୍ୟ ଜ୍ଞାନ, କର୍ତ୍ତବ୍ୟ, ପାପ-ପୂଣ୍ୟର ବିଚାର। ଏହାକୁ ପଠନ ଓ ଶ୍ରବଣ କଲେ ମନରେ ଭକ୍ତି ଓ ଜ୍ଞାନ ଭାବ ଜାଗ୍ରତ ହୋଇଥାଏ । ସେଥିପାଇଁ କୁହାଯାଏ ‘ପରମ ଶାସ୍ତ୍ର ଭାଗବତ, ଅଭ୍ୟାସ କରୁଥିବେ ନିତ୍ୟ’ ।

ସଂସ୍କୃତ ମୂଳ ଭାଗବତର ରଚନା କରଥିଲେ ବ୍ୟାସଦେବ । ଏହାର ମୁଖ୍ୟ ବିଷୟ ହେଉଛି ଭକ୍ତି ଯୋଗ । ଅଷ୍ଟାଦଶ ପୁରାଣ ସମେତ ବେଦର ଲିପିବଦ୍ଧ କରିବା ପରେ ମଧ୍ୟ ବ୍ୟାସଦେବଙ୍କୁ ଆତ୍ମିକ ଶାନ୍ତି ମିଳିଲା ନାହିଁ । ନାରଦ/ ବ୍ରହ୍ମାଙ୍କ ପରାମର୍ଶ କ୍ରମେ ବ୍ୟାସଦେବ ଭାଗବତ ଚରିତ ରଚନା କରିଥିଲେ । ଏଥିରେ ଶୁକମୁନିଙ୍କ ତୁଣ୍ଡରେ ଅଭିମନ୍ୟୁ ପୁତ୍ର ପରିକ୍ଷିତ ରାଜାଙ୍କୁ ଭଗବାନଙ୍କ ଦିବ୍ୟ ଲୀଳା ଶୁଣାଇବା ଛଳରେ ମାନବ ସମାଜକୁ ଆଧ୍ୟାତ୍ମିକ ଉନ୍ନତିର ମାଗ ଦର୍ଶନ କରାଇଥିଲେ ।

ଓଡ଼ିଆଙ୍କ ଜୀବନରେ ଭାଗବତର ମହତ୍ତ୍ବ

‘ଭା’ ରୁ ଭାବ, ‘ଗ’ ରୁ ଜ୍ଞାନ, ‘ବ’ ରୁ ବ୍ରହ୍ମ ଓ ‘ତ’ ରୁ ତତ୍ତ୍ବ । ଅର୍ଥାତ ଭାବ, ଜ୍ଞାନ, ବ୍ରହ୍ମ ଓ ତତ୍ତ୍ବ ହିଁ ଭାଗବତ । ଜଗନ୍ନାଥ ଦାସ ଅତି ଦକ୍ଷତାର ସହ ମୂଳ ସଂସ୍କୃତ ଭାଗବତ ମର୍ମ, ଭକ୍ତିତତ୍ତ୍ବ ଓ ଦର୍ଶନକୁ ଅତି ସରଳ ଭାବେ ଉପସ୍ଥାପିତ କରି ଲୋକଙ୍କୁ ଧର୍ମ ସମ୍ବନ୍ଧୀୟ ବାର୍ତ୍ତା ଦେଇଛନ୍ତି ।

ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଲୋକପ୍ରିୟ ହେବାର କାରଣ ହେଉଛି ଏହାର ସରଳ ଭାଷା । ଏହାର ରଚନାରେ ଶୁଦ୍ଧ ସରଳ ଓଡ଼ିଆ ଭାଷା ଓ ଶବ୍ଦର ବ୍ୟବହାର କରାଯାଇଛି, ଯାହା ସାଧାରଣ ଲୋକଙ୍କ ପାଇଁ ବୁଝିବା କଷ୍ଟକର ନୁହେଁ । ଏହାସହ ଚୈତନ୍ୟ ମହାପ୍ରଭୁଙ୍କ ଆଗମନ ପରେ ସାରା ଓଡ଼ିଶାରେ ବୈଷ୍ଣବ ଧର୍ମ ପ୍ରସାରିତ ହେଲା ଏବଂ ରାଜା ପୁରୁଷୋତ୍ତମ ଦେବ ଜଗନ୍ନାଥ ଦାସଙ୍କୁ ରାଜ ଦରବାରରେ ସମ୍ମାନିତ କଲେ । ଯାହା ଫଳରେ ଭାଗବତର ଆହୁରି ପ୍ରଚାର ହୋଇପାରିଲା ।

ସେସମୟରେ ଓଡ଼ିଶାରେ ଅଧିକାଂଶ ଲୋକ ଅଶିକ୍ଷିତ ଥିଲେ । କିନ୍ତୁ ଏହି ଓଡ଼ିଆ ଭାଗବତ ପଠନ ପାଇଁ ଓଡ଼ିଆ ଜାତି ସାକ୍ଷର ହେବାକୁ ଚେଷ୍ଟା କରିଥିଲେ  ଏବଂ ବଢ଼ିଥିଲା ସାକ୍ଷର ସଂଖ୍ୟା । ଏହି କ୍ରମରେ ଓଡ଼ିଆ ଭାଗବତ ହେଉଛି ଏପରି ଏକ ଗ୍ରନ୍ଥ, ଯାହା ଓଡ଼ିଆଙ୍କୁ ଶିକ୍ଷିତ, ସଂସ୍କୃତିସମ୍ପନ୍ନ ଓ ଆଧ୍ୟାତ୍ମିକ ଚେତନା ପ୍ରଦାନ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ଏପରିକି ସେସମୟରେ ଚାହାଳୀରେ ଯେଉଁ ପିଲା ଭାଗବତର ଗୋଟିଏ ବି ଅଧ୍ୟାୟ ବୋଲି ପାରୁଥିଲା, ତାର ବିଦ୍ୟା ଶେଷ ହେଉଥିଲା ବୋଲି କୁହାଯାଉଥିଲା ।

ଭାଗବତ ଟୁଙ୍ଗୀର ଭୂମିକା

ଭାଗବତର ପ୍ରଚାରପ୍ରସାର ପରେ ପ୍ରତି ଗାଁରେ ଗୋଟିଏ ଲେଖାଏଁ ଭାଗବତ ଟୁଙ୍ଗୀ ନିର୍ମାଣ କରାଗଲା, ଯେଉଁଠି ସନ୍ଧ୍ୟା ସମୟରେ ଗାଁଲୋକେ ଏକାଠି ହୋଇ ଭାଗବତ ଶୁଣୁଥିଲେ, ଯାହା ଧୀରେ ଧୀରେ ଏକ ପବିତ୍ର ଗୃହ ଭାବେ ବିବେଚନା ହେବାକୁ ଲାଗିଲା । ଏମିତିକି କୁହାଯାଏ ଯେ ଏହି ଭାଗବତ ଟୁଙ୍ଗୀ ଗ୍ରାମୀଣ ସଂସ୍କୃତି, ପରମ୍ପରା ଓ ଭାଇଚାରା ଭାବକୁ ବାନ୍ଧି ରଖୁଥିଲା । ଗ୍ରାମାଞ୍ଚଳର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ରର ମହତ୍ତ୍ୱ ବହନ କରି ଏହି ଭାଗବତ ଟୁଙ୍ଗୀରେ ଗ୍ରାମବାସୀମାନେ ଝାଞ୍ଜ, ଖୋଳ, ଗିନି ବଜାଇ ସଂକୀର୍ତ୍ତନ କରୁଥିଲେ । ଧନୀ, ଗରିବ, ଶିକ୍ଷିତ, ଅଶିକ୍ଷିତ, ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ଯାଏ ଭାଗବତ ଟୁଙ୍ଗୀରେ ଏକାଠି ହେଉଥିଲେ । ସଂକୀର୍ତ୍ତନ ଓ ପୁରାଣ ପଠନ ପରେ ଯେଉଁ ଭୋଗ ଲାଗୁଥିଲା, ସମସ୍ତେ ଆନନ୍ଦରେ ଗ୍ରହଣ କରୁଥିଲେ । ଆଜି ବି ଓଡ଼ିଶାରେ ଥିବା ସାତ ହଜାରରୁ ଅଧିକ ଭାଗବତ ଟୁଙ୍ଗୀରେ ପ୍ରତିଦିନ ଭାଗବତ ପଠନ କରାଯାଏ ଏବଂ ଇନ୍ଦୋତ୍ସବ ପୂର୍ଣ୍ଣିମା ଦିନ ପ୍ରତି ଟୁଙ୍ଗୀରେ ଭାଗବତ ପୂଜାର୍ଚ୍ଚନା ହୋଇଥାଏ । ଏହାସହ ଶ୍ରୀମନ୍ଦିରରେ ଏହିଦିନ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ଥିବା କଳ୍ପବଟ ମୂଳରେ ଭଜନ କୀର୍ତ୍ତନ, ଭାଗବତ ପାରାୟଣ ଓ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।

ଷୋଡ଼ଶ ଶତାବ୍ଦୀର ଓଡ଼ିଆ ଭାଗବତ ଓଡ଼ିଆ ସାହିତ୍ୟର ଇତିହାସ ପାଇଁ ଏକ କ୍ରାନ୍ତିକାରୀ ସୃଷ୍ଟି ଥିଲା । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସାଧାରଣ ଜନଚଳଣିରେ ଓଡ଼ିଆ ଭାଗବତ ପ୍ରତିଟି ଓଡ଼ିଆଙ୍କ ଜୀବନର ଏକ ଅଙ୍ଗ ପାଲଟିଛି । ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ତଥା ପରିଚୟ ପାଲଟିଛି ଅତିବଡ଼ି ଜଗନ୍ନାଥ ଦାସଙ୍କ କାଳଜୟୀ ରଚନା ଓଡ଼ିଆ ଭାଗବତ ।

Spread the love