9560606790

  odiasamajdelhi@gmail.com

 

 

Slider-5
Slider-17
Slider-13
Slider-15
Slider-3
Slider-4
Slider-11
Slider-10
Slider-12
banner5
Slider-9
Slider-2

Previous
Next

Welcome To Odia Samaj

 

ABOUT ODIA SAMAJ

Odia Samaj is a leading not-for-profit, socio-cultural organisation, emerging as an effective and neutral think tank, primarily concerned about Odisha’s developmental priorities. It is also a platform for the Odia diaspora of the world, to interact and exchange ideas and ethos pertaining to the welfare of Odia people worldwide.


Learn More

Latest News

ବାଜିଲା ବିଗୁଲ୍: ଆରମ୍ଭ ହେଲା ଜୁନିୟର ବିଶ୍ୱକପ୍ ହକି

By Editorial Team / November 24 2021

ବୁଧବାର ୨୪ ନଭେମ୍ବରରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମରେ ଆରମ୍ଭ ହୋଇଛି ଜୁନିୟର ବିଶ୍ୱକପ୍ ହକି ମହାକୁମ୍ଭ । ଜୁନିଅର ପୁରୁଷ ହକି ବିଶ୍ୱକପର ପ୍ରଥମ ଦିନରେ ମୋଟ ପାଞ୍ଚଟି ମ୍ୟାଚ୍ ଥିବାବେଳେ ସକାଳ ୯ଟା ୩୦ରେ ଉଦଘାଟନ ମ୍ୟାଚରେ ମୁହାଁ ମୁହିଁ ହୋଇଥିଲେ ବେଲଜିୟମ୍ ଏବଂ ସାଉଥ୍ ଆଫ୍ରିକା। ମଧ୍ୟାହ୍ନ ୧୨ଟାରେ ଜର୍ମାନୀ ଓ ପାକିସ୍ତାନ, ଅପରାହ୍ଣ ୨ଟା ୩୦ରେ କାନ୍ନାଡା ଓ ପୋଲାଣ୍ଡ, ସଂଧ୍ୟା ୫ଟାରେ ମ୍ୟାଲେସିଆ ଓ ଚିଲ୍ଲି, ସଂଧ୍ୟା ୫ଟାରେ ମ୍ୟାଲେସିଆ ଓ ଚିଲ୍ଲି ଏବଂ ରାତି ୮ଟାରେ ରହିଛି ଭାରତ-ଫ୍ରାନ୍ସ ମଧ୍ୟରେ କଡା ଟକ୍କର ରହିଛି। ଜୁନିଅର ପୁରୁଷ ହକି ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଟିମ୍ ଅଂଶଗ୍ରହଣ କରୁଥିବାବେଳେ ପୁଲ୍ Bରେ ସ୍ଥାନ ପାଇଛି ଟିମ୍ ଇଣ୍ଡିଆ । କୋଭିଡ ଗାଇଡଲାଇନ ଅଧୀନରେ ବିନା ଦର୍ଶକରେ ମ୍ୟାଚର ଆୟୋଜନ କରାଯାଇଛି।
ପୁଲ୍ ଏ’ ରେ ବେଲଜିୟମ୍, ଚିଲି, ମାଲେସିଆ ଏବଂ ଦକ୍ଷିଣ ଆଫ୍ରିକା ରହିଥିଵାବେଳେ ପୁଲ୍ ବି’ରେ କାନ୍ନାଡା, ଫ୍ରାନ୍ସ, ଭାରତ, ପୋଲାଣ୍ଡ ରହିଛି । ସେହିପରି ପୁଲ୍ ସି’ ରେ ସାଉଥ କୋରିଆ, ନେଦର ଲ୍ୟାଣ୍ଡସ, ସ୍ପେନ୍ ଓ ଆମେରିକା ରହିଥିବାବେଳେ ପୁଲ୍ ଡି’ ରେ ଆର୍ଜେଣ୍ଟିନା, ଇଜିପ୍ଟ, ଜର୍ମାନ ଏବଂ ପାକିସ୍ତାନ ରହିଛି । ବିଶ୍ୱକପ ରେକର୍ଡ଼ କହୁଛି ଜର୍ମାନୀ ୬ ଥର ଚାମ୍ପିଆନ୍ ହୋଇଥିବାବେଳେ ଭାରତ ୨ ଥର ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା ଏବଂ ପାକିସ୍ତାନ ଥରେ ଲେଖାଏଁ ଟାଇଟଲ ଜିତିଛି । ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଦିନକୁ ୫ଟି ଲେଖାଏଁ ଗ୍ରୁପ୍ ବା ଲିଗ୍ ମ୍ୟାଚ୍ ଖେଳାଯିବ । ଡିସେମ୍ବର ୧ରେ ୪ଟି କ୍ୱାର୍ଟର ଫାଇନାଲ ଏବଂ ୩ ତାରିଖରେ ୨ଟି ସେମିଫାଇନାଲ ଖେଳାଯିବାକୁ ଥିବାବେଳେ ୫ରେ ରହିଛି ଗ୍ରାଣ୍ଡ ଫାଇନାଲ ।

ସମ୍ପର୍କ-ସରସ୍ୱତୀଙ୍କୁ ସ୍ୱର୍ଣ୍ଣ, ଦୀପ୍ତିଙ୍କୁ କାଂସ୍ୟ

By Editorial Team / November 23 2021

ଭରଚୁଆଲ ଯୋଗ ସ୍ପୋର୍ଟ୍ସ ଚାମ୍ପିଆନ୍ସସିପ-୨୦୧୧ ପ୍ରତିଯୋଗିତାରେ ଓଡିଶା ୨ଟି ସ୍ଵର୍ଣ ଓ ଗୋଟିଏ କାଂସ୍ୟ ପଦକ ହାତେଇଛି । ବୟସ୍କ ଶ୍ରେଣୀରେ ସମ୍ପର୍କ ଦେ ସ୍ଵର୍ଣ ପଦକ ଜିତିଥିବାବେଳେ ୧୨ରୁ ୧୪ ବାଳିକା ଶ୍ରେଣୀରେ ସରସ୍ଵତୀ ସାମଲ ଓ ଦିପ୍ତିମୟୀ ସେଠୀ ଯଥାକ୍ରମେ ସ୍ଵର୍ଣ ଓ କାଂସ୍ୟ ପଦକ ହାସଲ କରିଛନ୍ତି । ଚଳିତ ମାସ ୨୧ ଓ ୨୨ ତାରିଖରେ ଇଣ୍ଟରନାସନାଲ ଯୋଗାସନ ସ୍ପୋର୍ଟ୍ସ ଫେଡେରେସନ ପକ୍ଷରୁ ଭରଚୁଆଲ ଯୋଗ ସ୍ପୋର୍ଟ୍ସ ଚମ୍ପିଆନସିପ-୨୦୧୧ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।

ବିଦେଶ ମାଟିରେ ଚମକିଲେ ଓଡ଼ିଆ ବୋହୂ ସାଇପ୍ରସନ୍ନା

By Editorial Team / November 22 2021

ମିସେସ୍ ଇଣ୍ଡିଆ ୱାର୍ଲ୍ଡ ୱାଇଡ୍‌-୨୦୨୧ରେ ପ୍ରଥମ ରନର୍ସ ଅପ୍ ଓ ମିସେସ୍ ମ୍ୟାଗ୍ନିଫିସେଣ୍ଟ-୨୦୨୧ର ଟାଇଟଲ ହାସଲ କରିଛନ୍ତି ଓଡ଼ିଶା ବୋହୂ ସାଇପ୍ରସନ୍ନା ବେହେରା। ଇଣ୍ଡିଆ ୱାର୍ଲ୍ଡ ୱାଇଡ୍ ପ୍ରତିଯୋଗିତାରେ ଭୁବନେଶ୍ୱରରେ ହୋଇଥିବା ଅଡିସନ୍ ରାଉଣ୍ଡରେ ଓଡିଶାରୁ ମାତ୍ର ୫ ଜଣ ମନୋନୀତ ହୋଇଥିଲେ। ତେବେ ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ବୋହୂ ସାଇପ୍ରସନ୍ନା ଓଡିଶାର ଏକମାତ୍ର ତଥା ପ୍ରଥମ ମହିଳା ଭାବେ ଦୁବାଇ ମାଟିରେ ନିଜ ରାଜ୍ୟର ମାନ ରଖି ପ୍ରଥମ ରନର୍ସ ଅପ୍ ଭାବେ ବିଜୟୀ ହୋଇଛନ୍ତି। ପେସାରେ ସେ ଜଣେ ଫାର୍ମାକୋଲୋଜିଷ୍ଟ ସହ ସଫଳ ଉଦ୍ୟୋଗୀ ମଧ୍ୟ ଅଟନ୍ତି।

ଶର୍ମିଷ୍ଠାଙ୍କ ସଫଳତା

By Editorial Team / November 18 2021

ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ନୂଆଁ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ୧୧ ବର୍ଷର ଓଡ଼ିଆ ଝିଅ ଶର୍ମିଷ୍ଠା ସୁପ୍ରାଜ ଭୂୟାଁ। ମାତ୍ର ୧୮.୫୫ ସେକେଣ୍ଡରେ ପିରିୟଡିକ ଟେବୁଲରେ ଥିବା ୧୧୮ଟି ମୌଳିକକୁ କହି ସେ ଏହି ରେକର୍ଡ ସ୍ଥାପନ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗାଁର ଶତ୍ରୁଘ୍ନ ଭୂୟାଁ ଓ ସୁପ୍ରଭା ଭୂୟାଁଙ୍କ ବଡ଼ ଝିଅ ହେଉଛନ୍ତି ଶର୍ମିଷ୍ଠା । ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ଶର୍ମିଷ୍ଠା ନବମ ଶ୍ରେଣୀରେ ଥିବା ପିରିୟଡିକ ଟେବୁଲ ବା ପର୍ଯ୍ୟାୟ ସାରଣୀର ୧୧୮ ଗୋଟି ମୌଳିକର ନାଁକୁ ମାତ୍ର ୧୮ ସେକେଣ୍ଡର କହି ସେ ଏହି ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ଉତ୍ତରପ୍ରଦେଶ ନୋଏଡାର ୧୪ ବର୍ଷର ଛାତ୍ରୀ ଜିଆ କୁମାରଙ୍କ ନାମରେ ରହିଥିଲା । ୨୦୨୦ ମସିହା ସେପ୍ଟେମ୍ବର ୨୪ ତାରିଖରେ ୨୫.୨୦ ସେକେଣ୍ଡରେ ଜିଆ ଇଣ୍ଡିଆ ବୁକ୍ ଅଫ ରେକର୍ଡ ନିଜ ନାମରେ କରିଥିଲେ । ଜିଆଙ୍କ ଏହି ରେକର୍ଡକୁ ଶର୍ମିଷ୍ଠା ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।

ବଲିଉଡ୍‌ରେ ରାଜ୍ କରୁଛନ୍ତି ରୋଜା

By Editorial Team / November 16 2021

ବଲିଉଡ୍‌ରେ ରାଜ୍ କରୁଛନ୍ତି ରାଉରକେଲାର ଝିଅ ରୋଜା ରାଣା । ମୁମ୍ବାଇ ମାୟାନଗରୀରେ ତାଙ୍କ ଯାଦୁ ସମସ୍ତଙ୍କୁ କିମିଆ କରୁଛି । ଡ୍ୟାନ୍ସରରୁ କୋରିଓଗ୍ରାଫର ପାଲଟିଥିବା ରୋଜା ବଲିଉଡ଼ର ଆଗ ଧାଡ଼ିର ଷ୍ଟାର ମାଧୁରୀ ଦୀକ୍ଷିତ, କ୍ୟାଟ୍ରିନା କୈଫ, ଟାଇଗର ଶ୍ରଫ, କରୀନା କପୁର, ହ୍ରିତିକ ରୋଶନଙ୍କୁ ସହ-କୋରିଓଗ୍ରାଫୀ ମାଧ୍ୟମରେ ନିଜ ଇସାରାରେ ନଚାଉଛନ୍ତି । ଆଗାମୀ ଦିନରେ ସେ ବଲିଉଡ୍‌ର ଜଣେ ପ୍ରତିଷ୍ଠିତ କୋରିଓଗ୍ରାଫର ହେବା ସ୍ୱପ୍ନକୁ ସାକାର କରିବାକୁ ସଂକଳ୍ପ ନେଇଛନ୍ତି । ମାତ୍ର ଦେଢ଼ ବର୍ଷ ବୟସରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିବା ରୋଜା ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଛନ୍ତି । ଅନେକଗୁଡ଼ିଏ ରିଏଲିଟି ଶୋ’ରେ ନିଜ ଚମକ ଦେଖାଇବା ସହ ସେ ଏବେ ସଞ୍ଜୟ ଶେଟ୍ଟୀ, ଏମ.ଖାନ, ତୁଷାର କାଲିଆ, ଗୀତା କପୁରଙ୍କ ଭଳି ଅନେକ ଲୋକପ୍ରିୟ କୋରିଓଗ୍ରାଫରଙ୍କ ସହ କାମ କରୁଛନ୍ତି । ରୋଜା ଭାରତନାଟ୍ୟମ ଓ ଓଡ଼ିଶୀ ନୃତ୍ୟ ଶିଖିଛନ୍ତି । ସେ ପରିଣିତି ଚୋପ୍ରା, ବାଣୀ କପୁର, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜ, ନୋରା ଫତେହୀ, ସୋନାକ୍ଷୀ ସିହ୍ନାଙ୍କ ଭଳି ଷ୍ଟାର୍‌ଙ୍କ ସହ କାମ କରିସାରିଛନ୍ତି ।

ପ୍ରମୋଦଙ୍କୁ ଖେଳରତ୍ନ, ବୀରେନ୍ଦ୍ର-ଅମିତଙ୍କୁ ଅର୍ଜୁନ ପୁରସ୍କାର

By Editorial Team / November 15 2021

ଟୋକିଓ ପାରା ଅଲିମ୍ପିକ୍ସରେ ସ୍ଵର୍ଣ ପଦକ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ସମ୍ମାନଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ତାଙ୍କ ସହ ଦୁଇ ଓଡ଼ିଆ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ସମ୍ମାନ ଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି ।ଏହି ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର-୨୦୨୧ ବିତରଣ ସମାରୋହରେ ମୋଟ ୧୨ ଜଣଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଓ ୩୫ ଜଣଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି ।

BWF ଆଓ୍ୱାର୍ଡ ପାଇଁ ପ୍ରମୋଦ ମନୋନୀତ

By Editorial Team / November 13 2021

୨୦୨୦-୨୧ ବର୍ଷର ସମ୍ମାନଜନକ ବ୍ୟାଡମିଣ୍ଟନ ଓ୍ୱାର୍ଲଡ ଫେଡେରେସନ୍-BWF ଆଓ୍ୱାର୍ଡ ପାଇଁ ମନୋନୀତ ହୋଇଛନ୍ତି ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତ । ଶ୍ରେଷ୍ଠ ପୁରୁଷ ପାରା ବ୍ୟାଡମିଣ୍ଟନ ବର୍ଗରେ ୩୩ ବର୍ଷୀୟ ପ୍ରମୋଦଙ୍କୁ ମନୋନୀତ କରାଯାଇଛିି । ଏହି ବର୍ଗରେ ତାଙ୍କ ସହ ଅନ୍ୟ ୫ ଜଣ ଖେଳାଳି ରହିଛନ୍ତି । ସେହିପରି ଶ୍ରେଷ୍ଠ ପାରା ବ୍ୟାଡମିଣ୍ଟନ ଯୋଡି ବର୍ଗରେ ମଧ୍ୟ ଓଡ଼ିଆ ପୁଅ ପ୍ରମୋଦ ଏବଂ ତାଙ୍କ ଡବଲସ୍ ପାର୍ଟନର ମନୋଜ ସରକାର ମନୋନୀତ ହୋଇଛନ୍ତି । ବରଗଡ ଜିଲ୍ଲାର ବାସିନ୍ଦା ପ୍ରମୋଦ ଚଳିତବର୍ଷର ଖେଳ ରତ୍ନ ସମ୍ମାନ ପାଇବେ ବୋଲି ମଧ୍ୟ ଘୋଷଣା ହୋଇଛି ।

ଭାରତର ଶିକ୍ଷା ବ୍ୟବସ୍ଥାକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ଆମେ ବଦ୍ଧପରିକର : ଧର୍ମେନ୍ଦ୍ର ପ୍ରଧାନ

By Editorial Team / November 13 2021

ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ ସମେତ ବିଭିନ୍ନ ପଦକ୍ଷେପ ଦ୍ୱାରା ଭାରତର ଶିକ୍ଷା ବ୍ୟବସ୍ଥାକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ଭାରତ ସରକାର ବଦ୍ଧପରିକର। ଆଜି ନୂଆଦିଲ୍ଲୀଠାରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଡିପ୍ଲୋମାଟିକ୍ କନକ୍ଲେଭରେ ଯୋଗଦେଇ ଏଭଳି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କନକ୍ଲେଭରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଭାରତର ଶିକ୍ଷା ବ୍ୟବସ୍ଥା ନେଇ ଭାରତ ସରକାରଙ୍କ ଥିବା କଳ୍ପନା ଉପରେ ଅଭିଭାଷଣ ପ୍ରଦାନ କରିଛନ୍ତି । ଭାରତର ଶିକ୍ଷା ବ୍ୟବସ୍ଥାକୁ ନୂତନ ଶିଖରରେ ପହଞ୍ଚିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଜାତୀୟ ଶିକ୍ଷା ନୀତି ୨୦୨୦ (ଏନଇପି) ଆଧାରରେ ଥିବା ନୀତି ସରଂଚନାକୁ ସକ୍ରିୟ କରାଗଲେ ଶିକ୍ଷା ବ୍ୟବସ୍ଥାରେ ସକରାତ୍ମକ ପରିବର୍ତ୍ତନ ଆସିବ । ସେହିପରି ଗୁଣାତ୍ମକ ଶିକ୍ଷାନୁଷ୍ଠାନ, ବିବିଧ ସଂସ୍କୃତି ସହିତ ସାମାଜିକ ଅନ୍ତର୍ଭୂକ୍ତିକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଏହାସହ ଶିକ୍ଷା କ୍ଷେତ୍ରରେ ନବସୃଜନ, ଉଦ୍ୟୋଗୀ ଏବଂ ଆନ୍ତର୍ଜାତୀୟକରଣ ଉପରେ ଫୋକସ୍ ଦେବାକୁ ମଧ୍ୟ ସରକାରଙ୍କ କଳ୍ପନା ରହିଛି । ଏହା ଦ୍ୱାରା ଦେଶର ଶିକ୍ଷା ବ୍ୟବସ୍ଥା ନୂତନ ଶିଖରରେ ପହଁଚିପାରିବ ।

ଜୁନିୟର ହକି ବିଶ୍ୱକପ୍ ମ୍ୟାଚ୍: ଭାରତୀୟ ଦଳରେ ସ୍ଥାନ ପାଇଲେ ୩ ଓଡ଼ିଆ

By Editorial Team / November 12 2021

ଜୁନିଅର ହକି ବିଶ୍ୱକପ ମ୍ୟାଚ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଏଥିରେ ଓଡ଼ିଶାର ୩ ଜଣ ସ୍ଥାନ ପାଇଛନ୍ତି। ବିବେକ ସାଗର ପ୍ରସାଦଙ୍କ ନେତୃତ୍ୱରେ ଏହି ୧୮ ଜଣିଆ ଟିମରେ ଓଡ଼ିଶାର ଅଭିଷେକ ଲାକ୍ରା, ସୁନୀଲ ଜୋଜୋ, ସୁଦୀପ ଚିର୍ମାକୋ ସ୍ଥାନ ପାଇଛନ୍ତି। ବିନା ଦର୍ଶକରେ ହେବ ପୁରୁଷ ଜୁନିୟର ହକି ବିଶ୍ୱକପ | ନଭେମ୍ବର ୨୪ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଥିବା ଏହି ବିଶ୍ୱକପ୍ ବିନା ଦର୍ଶକରେ ଖେଳା ଯିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ହକି ଇଣ୍ଡିଆ ଓ ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫଆଇଏଚ୍) ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି। ଖେଳାଳିଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ହକିପ୍ରେମୀ ଟେଲିଭିଜନ ଜରିଆରେ ମ୍ୟାଚର ସିଧା ପ୍ରସାରଣ ଦେଖିପାରିବେ। ନଭେମ୍ବର ୨୪ରୁ ଆରମ୍ଭ ହେବାକୁ ଥିବା ପୁରୁଷ ଜୁନିୟର ହକି ବିଶ୍ୱକପ୍ ଡିସେମ୍ବର ୫ରେ ସରିବ। ଏଥର ଜୁନିୟର ହକି ବିଶ୍ୱକପରେ ମୋଟ ୧୬ଟି ଟିମ ଭାଗ ନେବେ। ଭାଗ ନେଉଥିବା ଟିମ୍ ଗୁଡ଼ିକ ହେଲେ- ଆୟୋଜକ ଭାରତ, ଆର୍ଜେଣ୍ଟିନା, ବେଲଜିୟମ, କାନାଡା, ଚିଲି, ଇଜିପ୍ଟ, ଫ୍ରାନ୍ସ, ଜର୍ମାନୀ, କୋରିଆ, ମାଲେସିଆ, ପାକିସ୍ତାନ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ସ୍ପେନ୍, ନେଦରଲ୍ୟାଣ୍ଡ ଓ ଆମେରିକା।

ଆନ୍ତର୍ଜାତିକ କୋଣାର୍କ ଉତ୍ସବ ୧ରୁ

By Editorial Team / November 12 2021

କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ସବୁ ବର୍ଷ ପରି ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ଚଳିତବର୍ଷ ମଧ୍ୟ ଡିସେମ୍ବର ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଆନ୍ତର୍ଜାତିକ କୋଣାର୍କ ଉତ୍ସବ। ଏଥିସହିତ ଚନ୍ଦ୍ରଭାଗାର ସ୍ବର୍ଣ୍ଣାଭ ବେଳାଭୂମିରେ ମଧ୍ୟ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ। ବିଭିନ୍ନ ଦିବସରେ ଗଣଦୌଡ଼, ସାଇକ୍ଳୋଥନ୍‌ ଓ ସାହିତ୍ୟ ଆସର ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଶ୍ରୀରାଧା ପାଦ ଦର୍ଶନ

By Editorial Team / November 12 2021

କାର୍ତ୍ତିକମାସ ଶୁକ୍ଳପକ୍ଷ ନବମୀତିଥି ପବିତ୍ର ଅଁଳା ନବମୀ ବା ଧାତ୍ରୀ ନବମୀ ତଥା ଶ୍ରୀରାଧା ପାଦଦର୍ଶନ ଯାତ୍ରା ରୂପେ ସୁପରିଚିତ । ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇଥିବା ମାନବୀ ରାଧାଙ୍କର ପାଦପଦ୍ମଦ୍ୱୟକୁ ବର୍ଷକେ ଥରେ ନବମୀଦିନ ଭକ୍ତମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି । ଏଥିପାଇଁ ଏହି ଦିବସ ରାଧାପାଦ ଦର୍ଶନ ନାମରେ ବିଦିତ । ଆଜି ପୁରୀ ସାକ୍ଷୀଗୋପାଳରେ ଅନୁଷ୍ଠିତ ହେଉଛି ଶ୍ରୀ ରାଧା ପାଦଦର୍ଶନ । ପାରମ୍ପରିକ ବେଶଭୂଷା ଓ ଗହଣାରେ ଲାଗି ହୋଇ ମା ରାଧାରାଣୀ ଓଡିଆଣୀ ବେଶରେ ସଜ୍ଜିତ ହେବେ। ରତ୍ନ ସିଂହାସନରେ ସାକ୍ଷୀଗୋପାଳ ଠାକୁର ନଟବର ବେଶରେ ଶୋଭା ପାଇବେ। ସାକ୍ଷୀଗୋପାଳର ଏହି ଯାତ୍ରା ପୁରୀ ରଥଯାତ୍ରା ପରେ ଦ୍ୱିତୀୟ ବଡ଼ ଯାତ୍ରା।କାର୍ତ୍ତିକମାସ ଶୁକ୍ଳପକ୍ଷ ଏକାଦଶୀ ପର୍ଯ୍ୟନ୍ତ ଏହି ଯାତ୍ରା ପାଳିତ ହୁଏ।

ଆଜି ପବିତ୍ର ଅଁଳା ନବମୀ

By Editorial Team / November 12 2021

ଆଜି ଅଁଳା ନବମୀ । ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଁଳା ଗଛକୁ ପୂଜା କରିବାର ବିଧି ରହିଛି। ପୁରାଣ ବର୍ଣ୍ଣିତ କଥା ଅନୁସାରେ ଏକଦା ମାତା ଲଷ୍ମୀ କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ପୃଥିବୀ ଭ୍ରମଣରେ ଆସିଥିଲେ। ପୃଥିବୀ ପୃଷ୍ଠରେ ଅବତରଣ କଲାପରେ ମାତା ଲକ୍ଷ୍ମୀଙ୍କର ଭଗବାନ ବିଷ୍ଣୁ ଓ ଶିବଙ୍କର ପୂଜା ଏକାଠି କରିବାକୁ ଚାହିଁଲେ । ଭଗବାନ ବିଷ୍ଣୁଙ୍କର ତୁଳସୀ ପତ୍ର ପ୍ରିୟ ଏବଂ ଭଗବାନ ଶିବଙ୍କର ବେଳ ପତ୍ର ପ୍ରିୟ। ମାତା ଲକ୍ଷ୍ମୀ ଚିନ୍ତାରେ ପଡ଼ିଲେ। ପୁନଶ୍ଚ ମାତାଙ୍କୁ ଜଣା ପଡ଼ିଲା କି ଅଁଳା ଗଛରେ ବେଲପତ୍ର ଓ ତୁଳସୀ ପତ୍ରର ସବୁ ଔଷଧୀୟ ଗୁଣ ଏକାଠି ଥାଏ। ଅତଏବ ମାତା ଅଁଳା ବୃକ୍ଷ ମୂଳରେ ବିଷ୍ଣୁ ଓ ଶିବଙ୍କର ଆରାଧନା କରିବା ଆରମ୍ଭ କଲେ। ମାତା ଲଷ୍ମୀଙ୍କର ପୂଜାର୍ଚ୍ଚନାରେ ସନ୍ତୁଷ୍ଟ ହୋଇ ପାଳନ କର୍ତ୍ତା ଓ ସଂହାର କର୍ତ୍ତା ଏକାଠି ମାତାଙ୍କୁ ଦର୍ଶନ ଦେଲେ। ତତପଶ୍ଚାତ ମାତା ସେଇ ଅଁଳା ଗଛର ମୂଳରେ ଭୋଜନ ପ୍ରସ୍ତୁତ କରି ଭଗବାନ ବିଷ୍ଣୁ ଏବଂ ଶିବଙ୍କୁ ଅର୍ପଣ କଲେ। ସେହି ଦିବ୍ୟ ଦିବସଟି ସବୁଦିନ ପାଇଁ ଅଁଳା ନବମୀ ନାମରେ ବିଦିତ ହେଲା। କଥିତ ଅଛି ଯେ ଅଁଳା ନବମୀ ତିଥିରେ ଅଁଳା ବୃକ୍ଷକୁ ପୂଜା କରି ତାରି ମୂଳରେ ଭୋଜନ ପ୍ରସ୍ତୁତ କରି ବିଷ୍ଣୁ ଓ ଶଙ୍କରଙ୍କୁ ଭୋଗ ଲଗେଇଲେ ସମଗ୍ର କାର୍ତ୍ତିକ ମାସର ପୁଣ୍ୟ ଗୋଟିଏ ଦିନରେ ପ୍ରାପ୍ତି ହୋଇଥାଏ।

ପଦ୍ମ ପୁରସ୍କାର ସମାରୋହରେ ନନ୍ଦ ମାଷ୍ଟ୍ରେଙ୍କ ଆଶୀର୍ବାଦ

By Editorial Team / November 11 2021

ସାରାଦେଶରେ ଶତାୟୁ ଗୁରୁ ନନ୍ଦକିଶୋର ପୃଷ୍ଟିଙ୍କୁ ନେଇ ଚର୍ଚ୍ଚା । ରାଷ୍ଟ୍ରପତି ଭବନରେ ମଙ୍ଗଳବାର ଦିନ ଆୟୋଜିତ ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶତାୟୁ ଗୁରୁଙ୍କ ଆଶୀର୍ବାଦ ସ୍ୱତନ୍ତ୍ର ଆକର୍ଷଣ ଥିଲା । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଯାଜପୁର ସୁକିନ୍ଦା କନ୍ତିରା ଗାଁର ଚାଟଶାଳୀ ମାଷ୍ଟ୍ରେ ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ ଅବସରରେ ସେ ରାଷ୍ଟ୍ରପତିଙ୍କୁ ଆର୍ଶୀବାଦ ଦେବା ସହ ଶୁଭକାମନା ଜଣାଇବାକୁ ନିଜର ଦୁଇ ହାତ ଟେକି ଦେଇଥିଲେ । ଶତାୟୁ ଗୁରୁଙ୍କ ଆଶୀର୍ବାଦ ଲାଗି ରାଷ୍ଟ୍ରପତି ମଧ୍ୟ ନିଜର ମସ୍ତକ ତଳକୁ ନୁଆଁଇ ଶ୍ରୀ ନନ୍ଦଙ୍କୁ ପ୍ରଣାମ ଜଣାଇଥିଲେ । ସେ ଆଶୀର୍ବାଦ ଦେଉଥିବା ସମୟରେ ସମାରୋହରେ ଉପସ୍ଥିତ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରତାଳି ଦେଇଥିଲେ । ଉପସ୍ଥିତ ଥିବା ମାନ୍ୟଗଣ୍ୟ ଅତିଥି ମାନେ ତାଳି ମାରିଥିଲେ । ପୁରସ୍କାର ଗ୍ରହଣ କରିବା ସମୟରେ ଶତାୟୁ ଗୁରୁ କିଛି କହୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ରାଷ୍ଟ୍ରପତି କୋବିନ୍ଦ ଆଗ୍ରହର ସହ ଶୁଣିଥିଲେ । ୧୦୩ ବର୍ଷର ନନ୍ଦ ମାଷ୍ଟ୍ରେ ସାଦ୍ୱିନତା ପୂର୍ବରୁ ଚାଟଶାଳୀ ଖୋଲି ଛାତ୍ରଛାତ୍ରୀଙ୍କୁ ବିନା ମୂଲ୍ୟରେ ଶିକ୍ଷାଦାନ କରି ଆସୁଛନ୍ତି । ତାଙ୍କ ଚାଟଶାଳୀରେ ପିଢ଼ି ପରେ ପିଢ଼ି ଛାତ୍ରଛାତ୍ରୀ ପାଠ ପଢ଼ୁଥିଲେ ମଧ୍ୟ ସେ କାହାଠାରୁ ଟଙ୍କାଟିଏ ଗୁରୁ ଦକ୍ଷିଣା ନିଅନ୍ତି ନାହିଁ ।

Our Activities

Covid Care

In a nobel effort to combat the Covid-19 Odia Samaj brings to you Covidcare, an initiative to connect doctors and patients .

Odisha Parba

The grand festivity of mega ‘Odisha Parba’ was celebrated in a spectacular and unique manner, with lots of enthusiasm.

Webinar

On the occasion Odia Samaj organised a webinar titled ‘Financial Packages and Opportunities for MSME in Odisha.11

Social Activities

Odia Samaj , New Delhi helped by distributing more than 10,000 food packets to the distressed Odias of Delhi -NCR.

Initiatives


Read More

Odisha Parba

A renowned name in the Ollywood music industry who has sung in more than 70 Odia movies will grace Odisha Parba with her melodic vocals and enchant you.

Read More

Read More

Extended a Helping Hand to Odias During Lockdown

Odia Samaj , New Delhi helped by distributing more than 10,000 food packets to the distressed Odias .

Read More

Read More

Round Table Conference On Climate Change & Odisha

Odia Samaj organized Round Table Conference on Climate Change & Odisha on 26th September, 2017, at India International Centre in Delhi.

Read More

Read More

Rajaguru Saheed Diwas

A renowned name in the Ollywood music industry who has sung in more than 70 Odia movies will grace Odisha Parba with her melodic vocals and enchant you.

Read More

Current Events

Covid Care

With high risks associated with venturing out amidst a crisis and the saturation of medical facilities at hospitals, the need to make medical provisions online is urgent. 

 Hence, Covidcare has been planned as a fully voluntary and philanthropic initiative that allows patients to consult doctors through a virtual platform of 24×7 tele-consultations.

Webinar on Odisha ra Krushi O Atmanirvarata

On 6th November 2020, Odia Samaj, New Delhi organised a webinar with focus on agriculture, under the topic – ” Odisha ra Krushi O Atmanirbharata “

The webinar was graced by Shri Dharmendra Pradhan, Hon’ble Minister for Petroleum and Natural Gas & Steel, Govt. of India as the Chief Guest of the occasion and Shri Sidhartha Pradhan, IRS ( Retd. ) President, Odia Samaj-New Delhi.

Governing Body

Sidhartha Pradhan

President

Hiranya Mohanty

Trustee

Sandeep Mahapatra

Trustee

governing-body

Jyotirekha Daspattanayak

Executive Director


Read More

Presence in Media

Print Media

Print media is one of the oldest and basic forms of mass communication. It includes newspapers, weeklies, magazines, monthlies and other forms of printed journals. A basic understanding of the print media is essential in the study of mass communication

READ MORE

Digital Media

Digital media is any form of media that uses electronic devices for distribution. This form of media can be created, viewed, modified and distributed via electronic devices. Digital media is commonly used software, video games, videos, websites, social media, and online advertising

READ MORE

Electronic Media

Electronic media are media that use electronics or electromechanical means for the audience to access the content. … The primary electronic media sources familiar to the general public are video recordings, audio recordings, multimedia presentations, slide presentations


READ MORE

Social Timelines




Tweets by NewSamaj

 

Donate Now for Social Cause

Change Their World. Change Yours. This changes everything.


Donate Now

Gallery


















View More

Volunteers

volunteer

Sanjay Dalai

Sanjay Dalai, an IT professional working with IBM in Irving, Texas, started this initiative with a few of his friends in April, 2021. One of Sanjay’s friends requested him to use his contacts to help get his father admitted to a hospital in Bhubaneswar during the peak of the second COVID 19 wave. 


Facebook-f


Twitter


Google-plus-g

Yashoda Pandey

Odia girl Yashoda Pandey from Nuapada district has received praise from Chief Minister Naveen Patnaik’s office for winning the prestigious V-Awards 2020 by United Nations Volunteers (UNV) India on Saturday for her efforts to prevent child marriages in the district.


Facebook-f


Twitter


Google-plus-g

volunteer
volunteer

Shri Gaurav Singh

Gaurav is currently pursuing his Ph.D. from the Department of Biotechnology, National Institute of Technology Durgapur, Durgapur, West Bengal, Bharat. He is a member of the Think India (forum for Students and faculties of Premium Institutes of India) and worked for various NGOs locally.


Facebook-f


Twitter


Google-plus-g

Best Moments

Best-Moments-5
Best-Moments-1
Best-Moments-2
Best-Moments-9
Best-Moments-12
Best-Moments-11
Best-Moments-14
Best-Moments-4
Best-Moments-6
Best-Moments-7
Best-Moments-8
Best-Moments-3

Testimonials

“The work of Odia Samaj is worth praising! This festival would no doubt create a buzz as artists and vendors have been invited from the nooks and corners of Odisha to highlight our rich culture and heritage. I am glad to be a part of this event which would take even the non-odias through a journey of Odisha”.
Dharmendra Pradhan
Dharmendra PradhanMinister Of Education Of India
“I am quite delighted to be a part of Odia Parba yet again for its 2nd Edition. Let’s come and celebrate this event at the national capital which is a platform to bring together Odias and showcase our rich culture and heritage”.
Justice Deepak Misra
Justice Deepak Misra45th Chief Justice of India
“Today at India Gate we saw the glimpses of a Odisha. We all know about Lord Jagannath and now because of this mega event we all have witnessed a mini Odisha at India Gate. I would like to congratulate Odia Samaj for organising such a grand fest successfully at the heart of national capital and make us aware about the rich culture, heritage and tradition of Odisha.”
Sj. Rajnath Singh
Sj. Rajnath SinghDefence Minister of India
“We saw a mini Odisha here. Being in the tourism industry, I got an opportunity to see Odisha through a different light. I am glad through this mega event not only Odia people residing in Delhi but Non-Odia people also got an opportunity to celebrate the culture & cuisine of Odisha.”
Sj. Mahesh Sharma
Sj. Mahesh SharmaUnion minister
Such festivals like Odisha Parba here bring home closer to us.
Tukunu Sahu
Tukunu SahuIT professional
“We got a very good response overall and we have managed to sold a number of our items”.
Sanjeeb Kumar Nayak
Sanjeeb Kumar NayakHandicraft Vendor
“We have sold 2 quintal of our traditional Puri Khaja and Ananda Ladoos in two days and today it has again began in a great note”.
Mr. Narayan
Mr. NarayanOne of the Food Vendor

Moving with

Kindness

Helping poors brings peace in your life. lets feel free to help the people who are not having anything except your help

Dedication

A feeling of very strong support for or loyalty to someone or something.
the quality or state of being dedicated to a person, group, cause

Contribution

Giving or supplying of something as a part or share They’re collecting donations for contribution to the scholarship fund.

Nurture

Nurturing is the act of encouraging, nourishing and caring for someone or something.

 

Wonderful Day

We aware good education will change everything from hell to heaven. To get that divine education for the people, we educate people who all are living in remote vilages. donate now and brings the light and brightness into the uneducated children.


Read More

 

Happiest Moment

We aware good education will change everything from hell to heaven. To get that divine education for the people, we educate people who all are living in remote vilages. donate now and brings the light and brightness into the uneducated children.


Read More

Latest Blogs



Read More

Boita Bandana: The Essence of Kartika Purnima

Kalinga, the erstwhile magnificent kingdom of Odisha, had a rich maritime history with many countries. The Odia merchants were master …

Read More


Read More

Heroes Of Odisha: Let’s Celebrate Our ‘Padmas’!

Talent can never be stolen, nor replaced. Talent when combined with the drive to achieve a new milestone, is always on target. In every field in India …

Read More


Read More

ଓଡିଶାରେ ଦୀପାବଳି: ରୀତିନୀତି, କଥା, କାହାଣୀ, କିମ୍ବଦନ୍ତୀ

କୃଷି ଭିତ୍ତିକ ରାଜ୍ୟ ଓଡ଼ିଶାରେ ବାର ମାସରେ ପାଳନ ହୁଏ ତେର ପର୍ବ । କାମର ଜଞ୍ଜାଳରୁ ଫୁରସତ୍ ନେଇ ଆନନ୍ଦ ଉଲ୍ଲାସ ଭିତରେ ପରିବାର ଓ ବନ୍ଧୁବାନ୍ଧବଙ୍କ ସହ କିଛି କ୍ଷଣ ବିତାଇବା …

Read More


Read More

Odia NRIs Celebrate Diwali

Diwali, the festival of lights, is celebrated all across India with great grandeur. It is a time of reunion, hustle-bustle, fun and frolic, creating interesting memories and enjoying an array of sweets…

Read More


Read More

ଜଗନ୍ନାଥ ଙ୍କୁ ସମର୍ପିତ ଜଗନ୍ନାଥ ବାଟିକା

ବ୍ୟସ୍ତବହୁଳ ଜୀବନରେ ମଣିଷ ଚାହେଁ କିଛି ସମୟ ଶାନ୍ତିରେ ଏକାକୀ ବିତାଇବା ପାଇଁ । ଭିଡ଼ରୁ ଦୂରରେ ନିରୋଳାରେ ସମୟ ବିତାଇବାକୁ ସମସ୍ତେ ଚାହିଁଥାନ୍ତି । ସେଥିପାଇଁ ଭ୍ରମଣ କରିବା ଅଧିକାଂଶଙ୍କୁ ଖୁବ୍ ପସନ୍ଦ ।…

Read More


Read More

The Heart is where the Home is!

It Seems Like Yesterday That I Had This Glint In My Eyes That I Am Moving Abroad. Its Like A Clinch Statement When You Gloat In Front Of Your Friends Saying, and Hey..

Read More


Read More

Celebrations Galore: Kumar Purnima & Gajalaxmi Puja

‘ Baramasa Tera Parba ‘ – This popular Odia saying rightly conveys how deeply the culture of festivals and celebration..

Read More


Read More

Treat yourself to festival delicacies of Odisha

We are in the throes of the Durga puja festival. Who doesn’t love this time of the year?  Children or adults..

Read More


Read More

ମହାଳୟାରେ ପୂର୍ବ ପୁରୁଷଙ୍କୁ ଅର୍ପଣ, ତର୍ପଣ ଓ ସମର୍ପଣ

ସନାତନ ଧର୍ମରେ ପିତୃପକ୍ଷର ଏକ ବଡ଼ ମହତ୍ତ୍ୱ ରହିଛି । ପୂର୍ବଜଙ୍କୁ ଏହି ଦିନ ପ୍ରସନ୍ନ କରିଦେଲେ, ଘର ପରିବାର ଉପରେ ସେମାନଙ୍କ କୃପା ସବୁବେଳେ ରହିଥାଏ ବୋଲି କୁହାଯାଏ ।..

Read More


Read More

Top 5 Scenic Lakes in Odisha

Water is sometimes the best solution to blow off the heat from our mundane lives. If you are visiting Odisha..

Read More


Read More

ଓଡ଼ିଆ ସାହିତ୍ୟର କ୍ରମବିକାଶ ଆଗାମୀ ପିଢିର ପାହାଚ

ଯୁବ ଔପନ୍ୟାସିକଙ୍କୁ ଆକୃଷ୍ଟ କରେ ଆଧୁନିକ ଓଡ଼ିଆ ସାହିତ୍ୟିକଙ୍କ କୃତୀ:
ସାହିତ୍ୟ ହେଉଛି ଏକ ଜାତିର ପରିଚୟ । ଭବିଷ୍ୟତ ପିଢି ପାଇଁ ପ୍ରେରଣାର ଅସରନ୍ତି ଉତ୍ସ ।

Read More


Read More

Nuakhai – The blissful harvest festival uniting people

Nuakhai – The blissful harvest festival uniting people
Nuakhai, the pristine festival of rejoicing and glorifying the newly harvested rice

Read More


Read More

ନୂଆଁଖାଇ ଭେଟ୍‌ଘାଟ୍‌

ନୂଆଁଖାଇ, ପଶ୍ଚିମ ଓଡ଼ିଶାର ଏକ କୃଷିଭିତିକ ପର୍ବ । ଏହା ପଶ୍ଚିମ ଓଡ଼ିଶାର ଗଣପର୍ବ ନାମରେ ମଧ୍ୟ ଖ୍ୟାତ । ନୂତନ ଧାନ(ଫସଲ)କୁ ସ୍ୱାଗତ କରିବାର ଉତ୍ସବ ହେଉଛି ନୂଆଁଖାଇ ।

Read More


Read More

Hirakud Dam: The Upcoming Gateway for Tourism in Western Odisha

Water is sometimes the best solution to blow off the heat from our mundane lives. If you are visiting Odisha, a true vacationer’s paradise

Read More