ଲୋକସଂସ୍କୃତି ଓ ଲୋକକଳାର ଗନ୍ତାଘର ହେଉଛି ଗଞ୍ଜାମ ଜିଲ୍ଲା । ଏଠାରେ କେଉଁ ଆବାହନକାଳରୁ ଦଣ୍ଡନାଟ ତଥା ଦଣ୍ଡଯାତ୍ରା ପ୍ରଚଳିତ ହୋଇ ଆସୁଛି। ଏହି ଦଣ୍ଡଯାତ୍ରା ଗଞ୍ଜାମରେ ଏକ ଲୋକପର୍ବ ଭାବେ ପାଳନ ହୋଇଆସେ। ଚୈତ୍ର ମାସରେ ଜିଲ୍ଲାର ପ୍ରତି ଗାଁ ଗହଳିରେ ଏହା ଆରମ୍ଭ ହୋଇଥାଏ, ଯେଉଁଥିରେ ଥାଏ ଈଶ୍ବର ଭକ୍ତି ସହ ଲୋକକଳାର ଝଲକ । ଆସନ୍ତୁ ଆଜିର ବ୍ଲଗରେ ଗଞ୍ଜାମର ଗଣପର୍ବ ଦଣ୍ଡଯାତ୍ରା ସମ୍ପର୍କରେ ଜାଣିବା।
ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦଣ୍ଡଯାତ୍ରା ପରିବେଷଣ ହୋଇଥାଏ, କିନ୍ତୁ ଗଞ୍ଜାମ ଜିଲ୍ଲାରେ ଦଣ୍ଡନାଚ ଓ ଦଣ୍ଡନାଟର ରହିଛି ବିଶେଷ ଆକର୍ଷଣ। ସାଧାରଣତଃ ବିଷୁବ ସଂକ୍ରାନ୍ତିର କିଛି ଦିନ ପୂର୍ବରୁ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଏ। ଅନେକ ମାନସିକଧାରୀମାନେ ଏହି ଦଣ୍ଡନାଟ କରି ମୋକ୍ଷ ପ୍ରାପ୍ତି ପାଇଁ କାମନା କରିଥାନ୍ତି, ତେଣୁ ଏହାକୁ “କାମନା ଦଣ୍ଡ” ମଧ୍ୟ କୁହାଯାଇଥାଏ । ଏହି ମାନସିକଧାରୀମାନଙ୍କୁ ଦଣ୍ଡବ୍ରତଧାରୀ ବା ଦଣ୍ଡୁଆ ବୋଲି କୁହାଯାଏ । ଗଞ୍ଜାମରେ ବିଷୁବ ସଂକ୍ରାନ୍ତି ମେରୁ ସଂକ୍ରାନ୍ତି ଭାବେ ପରିଚିତ । ତେବେ ମେରୁ ସଂକ୍ରାନ୍ତିର ଏକୋଇଶ ଦିନ, ତେର ଦିନ କିମ୍ବା ଆଠଦିନ ପୂର୍ବରୁ ଦଣ୍ଡନାଚ ଆରମ୍ଭ ହୁଏ । ଏହା ଏକ ନିଷ୍ଠା ଓ ବିଶ୍ବାସର ପର୍ବ । ଏହି ମାନସିକଧାରୀମାନେ ବିଶେଷ କରି ଶାକ୍ତ ଉପାସକ ତଥା ମହାଦେବ ଶିବଙ୍କ ଭକ୍ତ ବୋଲି ନିଜକୁ ପରିଚୟ ଦେଇଥାନ୍ତି ।
ଦଣ୍ଡଯାତ୍ରାରେ ଦୁଇ ପ୍ରକାର ଦଳ ରହିଥାନ୍ତି। ଯଥା: ଭୁକ୍ତାଦଳ ଓ ନାଟୁଆଦଳ । ନିଷ୍ଠା ଓ କଷ୍ଟର ସହିତ ଭୁକ୍ତାଦଳ ଦଣ୍ଡ ପାଳନ କରିଥାନ୍ତି ଏବଂ ନାଟୁଆଦଳ କେବଳ ଧର୍ମୀୟ ଭାବନା ସହ ଦର୍ଶକଙ୍କ ମନୋରଞ୍ଜନ ପାଇଁ ନାଟକ ପରିବେଷଣ କରିଥାନ୍ତି।
ଗୋଟିଏ ଦଳରେ ଶତାଧିକ ଦଣ୍ଡୁଆ ରହିଥାନ୍ତି। ଏମାନେ ମା’ ଦଣ୍ଡକାଳୀ ଓ ମହାଦେବଙ୍କୁ ଧ୍ୟାନ କରି ଚୈତ୍ରମାସ ପୂର୍ଣ୍ଣିମା ପର ଠାରୁ ଦଣ୍ଡଯାତ୍ରାରେ ସାମିଲ ହୋଇଥାନ୍ତି। ସେମାନଙ୍କ ନେତୃତ୍ବ ନେଇ ଶୃଙ୍ଖଳିତ ଓ ନିଷ୍ଠାର ସହ ଯିଏ ଦଳକୁ ପରିଚାଳନା କରୁଥାନ୍ତି, ତାଙ୍କୁ ପାଟଭୁକ୍ତା କୁହାଯାଏ। ଏହି ଭୁକ୍ତାମାନେ ଦଣ୍ଡଯାତ୍ରାର ଉଦଯାପନୀ ଦିବସ ଯାଏଁ ଗୃହ ପରିତ୍ୟାଗ କରି ଆମିଷ, ମାଦକ ଓ ତେଲ ଆଦି ଦ୍ରବ୍ୟ ବର୍ଜନ କରି ଖୋଲା ପଡ଼ିଆ, ଠାକୁର ବେଢା ଆଦିରେ ରାତ୍ରିଯାପନ କରି କଠୋର ନୀତିନିୟମ ପାଳନ କରନ୍ତି । ସମସ୍ତେ ଗେରୁଆ ବସ୍ତ୍ର ପରିଧାନ କରନ୍ତି। ଏହାସହ କେବଳ ଫଳାହାର ଓ ଅନ୍ନଡାଲମା ଗ୍ରହଣ କରିବାର ପରମ୍ପରା ରହିଛି। ଏମାନେ ନିଜ ନିଜସ୍ବ ଯେକୌଣସି ମାନସିକପୂର୍ଣ୍ଣ ଯଥା ରୋଗ ଓ ପାରିବାରିକ କଷ୍ଟରୁ ମୁକ୍ତି ଏବଂ କୃଷିର ଉନ୍ନତି ପାଇଁ ଏହି ଦଣ୍ଡ ପାଳନ କରିଥାନ୍ତି।
ଚାରଟି ପର୍ଯ୍ୟାୟରେ ଦଣ୍ଡଯାତ୍ରା ପରିବେଷଣ ହୋଇଥାଏ । ସକାଳେ କୁମ୍ଭପୂଜା, ମଧ୍ୟାହ୍ନରେ ଧୂଳିଦଣ୍ଡ, ସନ୍ଧ୍ୟାରେ ପାଣିଦଣ୍ଡ ଏବଂ ରାତିରେ ଅଗ୍ନିଦଣ୍ଡ । ପ୍ରତିଦିନ ମାନସିକଧାରୀଙ୍କ ଘର ଆଗରେ କଳସ ପାଣି ଢଳାଯାଇ ପୂଜାର୍ଚ୍ଚନା ପରେ ଦଣ୍ଡନାଚର ପ୍ରକ୍ରିୟା ଆରମ୍ଭ ହୋଇଥାଏ । ମା’ ଦଣ୍ଡକାଳୀଙ୍କ ପ୍ରିୟ ଢୋଲ, ମହୁରୀ ଓ ଗିନିର ବାଜଣା ଭିତରେ ସର୍ବଦା ପୂଜାର୍ଚ୍ଚନା କରାଯାଏ। ମନ୍ଦିରରୁ ବାହାରିବା ବେଳେ ପାଳରେ ନିର୍ମିତ ଦଉଡିରେ ଦୀପରୁ ନିଆଁ ଲଗାଇ ଦଣ୍ଡୁଆ ଦଳ ବାହାରିଥାନ୍ତି । ସାରାଦିନ ମା’ଙ୍କ ପୂଜାର୍ଚ୍ଚନା ସହ ରାତିରେ ଚୁଲି ଲଗାଇବାଠାରୁ ଦୀପ ଜଳାଇବା ପର୍ଯ୍ୟନ୍ତ ସବୁକିଛିରେ ସେହି ଅଗ୍ନି ବ୍ୟବହାର ହୋଇଥାଏ। ପ୍ରଚଣ୍ଡ ଖରାରେ ତତଲା ବାଲି ଉପରେ ଗଡି ଭୁକ୍ତାମାନେ ଦଣ୍ଡନୃତ୍ୟ ପରିବେଷଣ କରନ୍ତି ।
ଧୂଳିଦଣ୍ଡରେ କୃଷି ସମ୍ବନ୍ଧୀୟ ଯଥା ହଳଚାଳନା, ଧାନ ରୋପଣ, ଅମଳ, ଭୂମିପୂଜା ଆଦି ପ୍ରଦର୍ଶିତ ହୋଇଥାଏ । ଧୂଳିଦଣ୍ଡ ପରେ ପୋଖରୀ କିମ୍ବା ନଦୀରେ ପାଣିଦଣ୍ଡ ଆରମ୍ଭ ହୁଏ । ଦଣ୍ଡୁଆମାନେ ତେର ଥର ପାଣିରେ ବୁଡ଼ି ତେର ଆଞ୍ଜୁଳା ପାଣି ଆଣି ଶିବଲିଙ୍ଗ ସ୍ଥାପନ ପରି ପୂଜାର୍ଚ୍ଚନା କରନ୍ତି । ଏହାପରେ ପଣା ଏବଂ ଲିଆଖଇର ପ୍ରସାଦ ପାଇ କିଛି ସମୟ ବିଶ୍ରାମ ନିଅନ୍ତି। ସଂଧ୍ୟାରେ ମା’ଙ୍କ ଆଳତୀ ହୁଏ। ଏଠାରେ ନିଜ ଅପରାଧ ପାଇଁ ସାଧାରଣ ଜନତା କ୍ଷମା ପ୍ରାର୍ଥନା କରିଥାନ୍ତି। ତାପରେ ଦଣ୍ଡୁଆମାନେ ସାତ୍ତ୍ଵିକ ଭୋଜନ ଆହାର କରନ୍ତି । କୁହାଯାଏ ଯଦି ଆହାର ସମୟରେ କୌଣସି ଶବ୍ଦ ଶୁଣନ୍ତି, ସେହି ସମୟରେ ତୁରନ୍ତ ଆହାର ଛାଡ଼ିବାକୁ ପଡ଼େ। ତେଣୁ ଢୋଲ ଓ ଝାଞ୍ଜର ବାଜା ମଧ୍ୟରେ ସେମାନଙ୍କୁ ଭୋଜନ ଗ୍ରହଣ କରିବାକୁ ପଡ଼େ। ଏହାପରେ ଅଗ୍ନି ପିଣ୍ଡୁଳାରେ ଝୁଣା ଖେଳି ଖେଳି ଦଣ୍ଡଦଳ ମାନସିକଧାରୀଙ୍କ ଘରକୁ ଆସନ୍ତି । ଢୋଲ ତାଳେ ତାଳେ ଝୁଣା ନିଆଁର ପ୍ରୟୋଗରେ ଦଣ୍ଡୁଆଙ୍କ ଦେହରେ ମା’ଦଣ୍ଡକାଳୀ ପ୍ରସନ୍ନ ଦୁଅନ୍ତି । ଏହାପରେ ମାନସିକଧାରୀଙ୍କ ଗୃହ ଦାଣ୍ଡରେ ମା’ଙ୍କୁ ସ୍ଥାପନ କରଯାଇ ସକାଳ ପର୍ଯ୍ୟନ୍ତ ଦଣ୍ଡ କଥାମୃତ ନାଚ ପ୍ରଦର୍ଶନ ହୁଏ। ଏଥିରେ ଚଢେଇଚଢେୟାଣୀ, ଦକ୍ଷିଣକାଳୀ, ଡୁବୁଡୁବା, ଗଉଡ଼ଗଉଡୁଣୀ ଆଦି ନାଚ ପରିବେଷଣ ସହ ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇଥାଏ। ଏହି ରାତ୍ରି ନାଟ କାର୍ଯ୍ୟକ୍ରମରେ ନାଟୁଆଦଳ ଭାଗ ନେଇଥାନ୍ତି।
ଦଣ୍ଡନାଟର ଶେଷ ହେଉଛି ବିଷୁବ ସଂକ୍ରାନ୍ତି, ଏହାକୁ ମେରୁ ପୂଜା କୁହାଯାଏ। ଏଥିରେ ପାଟଭୁକ୍ତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥାଏ । ସେହି ଦିନରେ ପାଟଭୁକ୍ତାଙ୍କୁ ଏକୋଇଶି ଗରା ଜଳରେ ଗାଧୋଇ ଦେବାପରେ ଜଳୁଥିବା ଝାମୁ ଦଣ୍ଡ ଉପରେ ଦୋଳି କରି ଓଲଟାଇ ବନ୍ଧାଯାଇ ଝୁଲାଯାଏ। ପାଟଭୁକ୍ତାଙ୍କ ନାକରୁ ଦୁଇବୁନ୍ଦା ରକ୍ତ ଝାମୁ ଅଗ୍ନିଶିଖାରେ ପଡ଼ିଲା ପରେ ମା’ଙ୍କ ସମ୍ମୁଖରେ ଶୁଆଇ ଦିଆଯାଏ ଏବଂ କିଛି ସମୟ ପରେ ପାଟଭୁକ୍ତାଙ୍କ ହୋସ୍ ଆସିଥାଏ। ଏଥିରୁ ଶିବ ଓ ଶକ୍ତିର ମହନୀୟତା ସହ ପାଟଭୁକ୍ତାଙ୍କ ଭକ୍ତିଭାବର ପରିଚୟ ମିଳିଥାଏ। ଏହାପରେ ଦଣ୍ଡନାଚ ସମ୍ପନ୍ନ ହୁଏ ଏବଂ ଶେଷରେ ଭୁକ୍ତା ତଥା ଦଣ୍ଡୁଆମାନେ ନିଜ ସଂସାରକୁ ଫେରିଯାଆନ୍ତି।
ଓଡ଼ିଶାର ପ୍ରତି ଜିଲ୍ଲାରେ ଦଣ୍ଡଯାତ୍ରା ଦେଖିବାକୁ ମିଳେ, କିନ୍ତୁ ଗଞ୍ଜାମରେ “ଦଣ୍ଡନାଟ ଦଳ” ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ଏହାକୁ ଏକ ଲୋକପର୍ବ ଭାବେ ବିବେଚନା କରାଯାଏ। ଦଣ୍ଡନାଟ ତଥା ଦଣ୍ଡଯାତ୍ରା ଲୋକକଳାର ଏକ ଅଦ୍ଭୁତ ସମିଶ୍ରଣ, ଯାହାକୁ ଆମେ ସଂକ୍ଷେପରେ ବର୍ଣ୍ଣନା କରିଛୁ । ତେବେ ଆପଣଙ୍କୁ ଆମର ଏହି ଆଲେଖ୍ୟଟି କେମିତି ଲାଗିଲା, ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।