ନାରୀଠାରୁ କେହି ହେବେନି ସରି

ନାରୀ ଆଜି ବଳିଷ୍ଠ, ସକ୍ଷମ ଓ ପ୍ରତିଟି କ୍ଷେତ୍ରରେ ପାରଙ୍ଗମ । ପୁରୁଣା ସମୟ ଭଳି ପୁରୁଷ ପ୍ରଧାନ ସମାଜ ଋପକ ବୃକ୍ଷରେ କନ୍ୟାଟିଏ ଆଉ ସଂକୁଚିତ ପତ୍ର ହୋଇ ନାହିଁ । ନିଜ କ୍ଷମତା ବଳରେ ଆଜି ସୁଗନ୍ଧିତ ସତେଜ ଫୁଲଟିଏ ଭଳି ସୁଗୁଣ ଓ ଯୋଗ୍ୟତାର ସହ ନାରୀଟିଏ ସବୁସ୍ଥାନରେ ସୃଷ୍ଟି କରିପାରୁଛି ସ୍ୱତନ୍ତ୍ର ପରିଚୟ । କେବଳ ପରିବାର ନୁହେଁ ମହିଳାମାନେ ଦେଶ ଓ ସମାଜ ଉନ୍ନତିରେ ଯୋଗଦାନ କରିବା ସହ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରୁଛନ୍ତି । ଆଗ ସମୟ ପରି ନାରୀ ଆଉ ନିର୍ଭରଶୀଳ ନୁହେଁ । ଅର୍ଥନୈତିକ ଭାବେ, ସାମାଜିକ ଭାବେ ଓ ମାନସିକ ସ୍ତରରେ ମହିଳା ଆଜି ଦୃଢ଼ ଏବଂ ସଶକ୍ତ । ଆଜିକାଲି କାର୍ଯ୍ୟକ୍ଷେତ୍ରରେ ଦେଖିବାକୁ ଗଲେ କୌଣସି କାମ ଆଉ ପୁରୁଷ କିମ୍ବା ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ହୋଇରହିନାହିଁ । ସମୟ ସହ ତାଳ ଦେଇ ଆଜିର ନାରୀ ସବୁ କ୍ଷେତ୍ରରେ ନିଜ ପାରଦର୍ଶିତା ସାବ୍ୟସ୍ତ କରୁଛନ୍ତି ।

ମୋ ବସ୍ ପରିଚାଳନା
ବସ୍ ଭଳି ପବ୍ଲିକ୍ ଟ୍ରାନ୍ସ୍‌ପୋର୍ଟରେ କଣ୍ଡକ୍ଟର୍ ଭବେ ଆମେ ସାଧାରଣତଃ ପୁରୁଷ ଲୋକଙ୍କୁ ଦେଖୁ । ଗହଳି, ଠେଲାଠେଲି ଭିତରେ ଯାତାୟତ କରିବା ବେଳେ ବେଳେ ଭାରି କଷ୍ଟ ହୋଇ ଯାଉଥିବା ସମୟରେ ସିଟି ବସ୍ ଗୁଡ଼ିକରେ କିନ୍ତୁ ଆଜିକାଲି ଦେଖିବାକୁ ମିଳୁଛନ୍ତି ମହିଳା କଣ୍ଡକ୍ଟର୍ । ୟୁନିଫର୍ମ ସହ ପ୍ରସ୍ତୁତ ହୋଇ ପୁରା ଦିନ ନିଜ ସିଫ୍ଟ୍ ଅନୁସାରେ କାମ କରୁଛନ୍ତି ଏବଂ ବସ୍‌ର ଗହଳିକୁ ସୁପରିଚାଳନା କରୁଛନ୍ତି । ସରକାର ମଧ୍ୟ ମହିଳା ମାନଙ୍କୁ ଭାରିଯାନ ଚାଳନା ନେଇ ତାଲିମ ପ୍ରଦାନ କରୁଛନ୍ତି ଏବଂ କୁଶଳୀ ଚାଳିକାମାନଙ୍କୁ ଇଲେକ୍ଟ୍ରିକ୍ ବସ୍‌ଠାରୁ ଆରମ୍ଭ କରି ଇ-ରିକ୍ସା ଆଦିରେ ନିଯୁକ୍ତି ଦେଉଛନ୍ତି । ଏହା ମହିଳା ମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ସହିତ ମହିଳା ଯାତ୍ରୀମାନଙ୍କୁ ଏକ ଅନୁକୂଳ ଓ ସୁରକ୍ଷିତ ପରିବେଶ ଯୋଗାଇବାରେ ସହାୟକ ହେଉଛି ।

ପେଟ୍ରୋଲ୍ ପମ୍ପ୍

କୌଣସି କାର୍ଯ୍ୟକ୍ଷେତ୍ର ଆଉ ନିର୍ଦ୍ଧିଷ୍ଟ ଲିଙ୍ଗ ମଧ୍ୟରେ ସୀମିତ ହୋଇ ରହିନାହିଁ । ମେଟ୍ରୋପଲିଟାନ୍ ସହର ଗୁଡ଼ିକରେ ମହିଳାମାନେ ପେଟ୍ରୋଲ୍ ପମ୍ପ୍‌ଠାରେ କାମ କରିବା ସାଧାରଣ କଥା ହୋଇଗଲାଣି କିନ୍ତୁ ବିକାଶୋନ୍ମୁଖୀ ସହର ଗୁଡ଼ିକରେ ଏହା ସାମାନ୍ୟ କଥା ନୁହେଁ । ହେଲେ ଆଜିକାଲି ଓଡ଼ିଶାର କିଛି ପେଟ୍ରୋଲ୍ ପମ୍ପ୍‌ଠାରେ ମହିଳା କର୍ମଚାରୀମାନେ ନିଯୁକ୍ତ ହେଉଛନ୍ତି । କେବଳ କଟକ ଭୁବନେଶ୍ୱର ଭଳି ଜାଗା ନୁହେଁ କୋରାପୁଟ୍ ଓ ମାଲ୍‌କାନାଗିରି ଭଳି ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ମଧ୍ୟ ଥିବା ମହିଳାମାନେ ପେଟ୍ରୋଲ୍ ପମ୍ପ୍‌ରେ ନିୟୋଜିତ ହେବା ସହ ସୁଚାରୁ ଭାବେ ନିଜ କାମ କରୁଛନ୍ତି ।

ଓଲା ଏବଂ ଉବର୍ ରାଇଡ୍

ବ୍ୟସ୍ତବହୁଳତା ଭିତରେ ବଡ଼ ସହର ଗୁଡ଼ିକରେ ଆଜିକାଲି ଓଲା ଉବର୍ ଆଦିର ବ୍ୟବହାର ବଢିଲାଣି । ସମସ୍ତେ ଗାଡ଼ି ରଖିବାର ସୁବିଧା ପାଉନଥିବାବେଳେ କର୍ମଜୀବିଙ୍କଠାରୁ ଆରମ୍ଭ କରି ଘରୋଇ ଲୋକ ତଥା ସ୍କୁଲ କଲେଜ ପିଲା ଯାଏଁ ସମସ୍ତେ ଏହି ରାଇଡ୍ ସର୍ଭିସ୍ ଉପରେ ନିର୍ଭରଶୀଳ । ତେବେ ଏହି ସର୍ଭିସ୍‌ରେ ଆଜିକାଲି ମହିଳା ମାନେ ମଧ୍ୟ ଯୋଗ ଦେଉଛନ୍ତି । ଏପରି କ୍ଷେତ୍ରରେ ମହିଳା ମାନଙ୍କୁ ମହିଳା ଚଲାଉଥିବା ରାଇଡ୍‌ର ସୁବିଧା ମିଳୁଛି । ଯାହା ଉଭୟ ମହିଳା ଚାଳକ ଓ ଯାତ୍ରୀଙ୍କ ପାଇଁ ଖୁବ୍ ସହାୟକ ହେଉଛି । ମହିଳାମାନେ ମଧ୍ୟ ସଚେତନ ଭାବେ ଭଲ ଗାଡ଼ି ଚଳାଇପାରନ୍ତି ଏଣୁ ସେମାନେ କ୍ୟାବ୍ ସର୍ଭିସ୍ ଯୋଗାଇବା ରୋଜଗାର ପାଇଁ ଏକ ଉତ୍ତମ ମାଧ୍ୟମ ପାଲଟିଛି ।

ଜୋମାଟୋ ସ୍ୱିଗି

କ୍ୟାବ୍ ସର୍ଭିସ୍ ଭଳି ଯୋମାଟୋ ସ୍ୱିଗି ଆଦି ଫୁଡ୍ ଡେଲିଭରି ବ୍ୟବସ୍ଥା ମଧ୍ୟ ଲୋକ ମାନଙ୍କ ପାଇଁ ସେହିଭଳି ଆବଶ୍ୟକ ପାଲଟିଗଲାଣି । ଦିନକୁ ଦିନ ଲୋକମାନେ ଏହି ଡେଲିଭରି ଆପ୍ ଗୁଡ଼ିକୁ ଅଧିକ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି । ଆଗ କେବଳ ଡେଲିଭରି ବଏ ରହୁଥିବା ବେଳେ ଏବେ ମହିଳାମାନେ ଏଥିରେ ଯୋଗ ଦେଉଛନ୍ତି । ସମୟର କୌଣସି କଟକଣା ନଥିବାରୁ ଦିନର କିଛି ଖାଲି ସମୟ ନହେଲେ ପୁରା ଦିନ, ନିଜ ଇଚ୍ଛା ଅନୁସାରେ ମହିଳା ମାନେ ଫୁଡ୍ ଡେଲିଭରି କରୁଛନ୍ତି ।

ଫୁଡ୍ ଟ୍ରକ୍

ରୋଷେଇରୁ ରୋଜଗାର । ଏହି କଳା ଏବେ ସାଜୁଛି ମହିଳାଙ୍କ ଆୟର ମାଧ୍ୟମ । କୌଣସି ହୋଟେଲ୍ କିମ୍ବା ରେଷ୍ଟୁରାଣ୍ଟ୍ ନୁହେଁ ମହିଳାମାନେ ଆଜିକାଲି ନିଜସ୍ୱ ଫୁଡ୍ ଟ୍ରକ୍ ମାଧ୍ୟମରେ ହେଉଛନ୍ତି ସ୍ୱାବଲମ୍ବୀ । ଭିନ୍ନ ଧରଣର ଖାଦ୍ୟ ରାନ୍ଧି ଖୁଆଇବାକୁ ମହିଳା ମାନେ ସାଧାଣତଃ ଭାରି ଭଲପାଆନ୍ତି । ହେଲେ ଏହି ସୁନ୍ଦର କଳାକୁ ନେଇ ଜଣେ ମହିଳା ଆତ୍ମନିର୍ଭର ହୋଇପାରିବା ଏବେକାର ସମୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । କିଛି ମହିଳା ଫୁଡ୍ ଟ୍ରକ୍‌ରେ ଘରୋଇ ଖାଦ୍ୟ ଯୋଗାଉଥିବା ବେଳେ ଆଉ କିଛି ଜଣ ପ୍ରସ୍ତୁତ କରୁଛନ୍ତି ଭିନ୍ନ କିସମର ନୂଆ ଖାଇବା । ବାହାର ରାଜ୍ୟ ତଥା ଦେଶରେ ଏହା ଏକ ସଫଳ ଓ ଟ୍ରେଣ୍ଡିଂ ଉଦ୍ୟୋଗ ସାବ୍ୟସ୍ତ ହେଉଥିବା ବେଳେ ବର୍ତ୍ତମାନ ଛୋଟ ଜାଗା ଗୁଡ଼ିକରେ ମଧ୍ୟ ଏହାର ଲୋକପ୍ରିୟତା ବୃଦ୍ଧିପାଇବାରେ ଲାଗିଛି ।

ଫିମେଲ୍ ବାଉନ୍ସର୍‌

ମହିଳାଙ୍କ ପାଇଁ କେବଳ ଅଫିସ୍ କିମ୍ବା ସରଳ କାମ ସୁରକ୍ଷିତ- ଏହି ସବୁ ସାମାଜିକ ଧାରଣାକୁ ଭୁଲ୍ ପ୍ରମାଣିତ କରି ମହିଳା ମାନେ ଆଜିର ସମୟରେ କିଛି ନୂଆ କରି ଦେଖାଇବାକୁ ଆଗଭର ହେଉଛନ୍ତି । ସମାଜ ବଦଳୁଛି ଏବଂ ବଦଳୁଛି ସମୟ । ମହିଳା କେବଳ ସୁରକ୍ଷା ଲୋଡ଼ନ୍ତି ନାହିଁ ଆବଶ୍ୟକ ପଡ଼ିଲେ ସୁରକ୍ଷା ଯୋଗାଇ ମଧ୍ୟ ପାରିବେ । ଆଗ୍ରହୀ ମହିଳା ତାଲିମ୍ ସହ ଆଜିକାଲି ବାଉନ୍ସର୍ ଭାବେ ନିଜକୁ ଦକ୍ଷ ପ୍ରମାଣିତ କରୁଛନ୍ତି । ବିଭିନ୍ନ ଆଧୁନିକ ରେଷ୍ଟୁରାଣ୍ଟ୍ ତଥା ଅନୁଷ୍ଠାନ ଗୁଡ଼ିକ ଆଜିକାଲି ଫିମେଲ୍ ବାଉନ୍ସର୍ ମାନଙ୍କୁ ନିୟୋଜିତ କରୁଛନ୍ତି । ଛୋଟ ପିଲା ତଥା ମହିଳାମାନେ ଏହି ଜାଗାକୁ ଆସୁଥିବା ବେଳେ ସେମାନଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଅନୁଷ୍ଠାନ ମାନେ ଫିମେଲ୍ ବାଉନ୍ସର୍ ମାନଙ୍କୁ ନିଯୁକ୍ତ କରିବାକୁ ଆଗ୍ରହୀ ।

ସମାଜ ଓ ସମୟ ସହ ତାଳ ଦେଇ ନାରୀ ମାନେ ବର୍ତ୍ତମାନ ସବୁ କାର୍ଯ୍ୟ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଧିରେ ଧିରେ ବିଭିନ୍ନ କାର୍ଯ୍ୟପରିସରରେ ନାରୀମାନଙ୍କ ଯୋଗଦାନ ବଢିବାରେ ଲାଗିଛି । ଦିନକୁ ଦିନ ରୋଜଗାରର ବିଭିନ୍ନ ମାଧ୍ୟମ ଉପଲବ୍ଧ ହେଉଛି । ଏହି ଅବସରର ସଦୁପଯୋଗ କରି ମହିଳା ଆଜି ନିଜକୁ ସ୍ୱାବଲମ୍ବୀ କରିବା ସହ ସ୍ୱାଧୀନ ଜୀବନ ବଞ୍ଚୁଛନ୍ତି । ମହିଳାମାନେ ଯଦି ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ନିଜପାଇଁ ଏକ ଶାନ୍ତ ଓ ସୁରକ୍ଷିତ ପରିବେଶ ବିଶିଷ୍ଟ ଚାକିରି ଖୋଜିବା ଉଚିତ୍‌- ସମାଜର ଏହି ପୁରୁଣା ଓ କୁପ୍ରଥା ସହ ଜଡ଼ିତ ଚିନ୍ତାଧାରାକୁ ଭୁଲ୍ ସାବ୍ୟସ୍ତ କରୁଛନ୍ତି ଆଜିକାଲିର ନାରୀ । ଚେଷ୍ଟା, ଦୃଢ଼଼ ସଂକଳ୍ପ ଓ ପରିଶ୍ରମ କଲେ ନାରୀଟିଏ ସମସ୍ତ କାର୍ଯ୍ୟକୁ ସମ୍ପାଦନ କରିପାରିବ । ଏହା ଆମ ସମାଜକୁ ଏକ ସକାରାତ୍ମକ ଦିଗରେ ଉନ୍ନତି କରିବାରେ ସହାୟକ ହେବ ।

Spread the love