ବାନ୍ଧକଳା ଓ ପର୍ଯ୍ୟଟନର ସମାହାର "ମାଣିଆବନ୍ଧ"

ଓଡ଼ିଶାର ବୟନ କଳାର କୌଣସି ତୁଳନା ନାହିଁ । ସୂକ୍ଷ୍ମକାରୁକାର୍ଯ୍ୟ ଓ ଶିଳ୍ପୀଙ୍କ ସୃଜନାତ୍ମକ କଳା ପାଇଁ ରାଜ୍ୟର ଅନେକ ଗାଁ ଆଜି ସ୍ବତନ୍ତ୍ର ପରିଚୟ ପାଇଛି । ଏହାର ସଦ୍ୟତମ ଉଦାହରଣ ସାଜିଛି ମାଣିଆବନ୍ଧ ଶାଢ଼ି ପାଇଁ ପ୍ରସିଦ୍ଧି ଲାଭ କରିଥିବା କଟକ ଜିଲ୍ଲାର ମାଣିଆବନ୍ଧ ଗାଁ । ନିକଟରେ ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ହସ୍ତକଳା କ୍ଷେତ୍ରରେ ଏହି ଗାଁ ‘ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ’ ଭାବେ ପୁରସ୍କୃତ ହୋଇଛି । ହସ୍ତତନ୍ତର ଉତ୍କୃଷ୍ଟ କଳା ଓ କୁଶଳୀ କାରିଗରଙ୍କ ନିଖୁଣ କାରିଗରୀ ପାଇଁ ମାଣିଆବନ୍ଧ ଗାଁ ପୁରସ୍କୃତ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛି ।

ସମ୍ବଲପୁରୀ, କୋଟପାଡ଼, ବମକେଇ ପାଟ ପରି ମାଣିଆବନ୍ଧ ଶାଢ଼ିର ମଧ୍ୟ ରାଜ୍ୟ ଏବଂ ଦେଶରେ ସ୍ବତନ୍ତ୍ର ଚାହିଦା ରହିଛି । କଟକ ଜିଲ୍ଲା ବଡମ୍ବା ବ୍ଳକ ଅନ୍ତର୍ଗତ ମାଣିଆବନ୍ଧ ଗ୍ରାମରୁ ଉତ୍ପତ୍ତି ହୋଇଥିବାରୁ ଏହା ମାଣିଆବନ୍ଧ ବସ୍ତ୍ର ନାମରେ ଖ୍ୟାତ । ଉତ୍କଳୀୟ ସଂସ୍କୃତି ଓ ଓଡ଼ିଶାର ଆଦିମ ପରମ୍ପରା ବହନ କରେ ଏହି ମାଣିଆବନ୍ଧ ବୟନ କଳା । ଐତିହାସିକ ତଥ୍ୟ ଅନୁଯାୟୀ, ଚତୁର୍ଥ ଶତାବ୍ଦୀ ବେଳକୁ ମାଣିଆବନ୍ଧ ବୁଣାକାରମାନେ ଦକ୍ଷିଣ-ପୂର୍ବ ଏସିଆ ଦେଶ ସହ ମାଣିଆବନ୍ଧ ଶାଢ଼ି ବ୍ୟବସାୟ କରୁଥିଲେ । ପ୍ରସିଦ୍ଧ ଚାଇନା ପରିବ୍ରାଜକ ହୁଏନସାଂଙ୍କ ମାଣିଆବନ୍ଧ ଗସ୍ତ ସମୟରେ ମାଣିଆବନ୍ଧ ଯୋଡ଼କୁ ବୁଣାକାରମାନେ ଉପହାର ଦେଇଥିଲେ । ସେହିପରି ଫକୀରମୋହନ ସେନାପତିଙ୍କ ‘ଛଅ ମାଣ ଆଠ ଗୁଣ୍ଠ’ ଓ ‘ପେଟେଣ୍ଟ୍ ମେଡିସିନ୍’ ଆଦି ଉପନ୍ୟାସରେ ମାଣିଆବନ୍ଧ ହସ୍ତତନ୍ତ ସମ୍ବନ୍ଧରେ ଉଲ୍ଲେଖ ରହିଛି ।

ପାରମ୍ପରିକ ଶୈଳୀରେ ସୂତା ଓ ସିଲ୍କରେ ଭଳିକି ଭଳି ଡିଜାଇନର ଶାଢ଼ି ଓ ବସ୍ତ୍ର ପ୍ରସ୍ତୁତ କରିବା ମାଣିଆବନ୍ଧ ବୁଣାକାରଙ୍କ ବିଶେଷତ୍ବ । ମାଣିଆବନ୍ଧ ଗାଁର ୮୦ ପ୍ରତିଶତ ଲୋକ ବୁଣାକାର ଅର୍ଥାତ୍ ମାଣିଆବନ୍ଧ ହସ୍ତତନ୍ତ ଉପରେ ଏମାନେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ତେଣୁ ଗାଁ ଭିତରେ ପ୍ରବେଶ ମାତ୍ରେ ହିଁ କେଉଁଠି ତନ୍ତର ଶବ୍ଦ ଶୁଣିବାକୁ ମିଳୁଥିବା ବେଳେ କିଏ କପଡ଼ାରେ ରଙ୍ଗ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳେ । ଆଉ ରଙ୍ଗୀନ ସୂତା ଏବଂ ଭଳିକି ଭଳି ଶାଢ଼ି ଓ ବସ୍ତ୍ରରେ ଗାଁ ପରିବେଶ ଏକଦମ ରଙ୍ଗୀନ ଦେଖାଯାଏ । ତେବେ କାଇଁ କେଉଁ କାଳରୁ କୌଳିକ ବେଉସା ଭାବେ ବୁଣାକାରମାନେ ପିଢି ପରେ ପିଢି ଏହା କରିଚାଲିଛନ୍ତି ଏବଂ ପରିବାରର ସମସ୍ତ ସଦସ୍ୟ ଏଥିରେ ନିୟୋଜିତ ହୋଇଥାନ୍ତି । ପୂର୍ବରୁ ଏଠାରେ ରଙ୍ଗଶାଢ଼ି, ବଉଳ ପାଟ, ଖଣ୍ଡୁଆ ଶାଢ଼ି ଆଦି ନିର୍ମିତ ହେଉଥିବା ବେଳେ ବର୍ତ୍ତମାନ ଦେହବାନ୍ଧ, ରେଖ, ଝରଣା, କାରଗିଲ୍, କୁମ୍ଭ, ରେଖବୁଟି ଆଦି ୫୦ ପ୍ରକାରର ନୂତନ ଶାଢ଼ି ତିଆରି ହେଉଛି । ତେବେ ଏଠାକାର ବୁଣାକାରମାନେ ଶାଢ଼ିରେ ଯୋଡ଼ି ବୁଣା ପଦ୍ଧତିକୁ ଆପଣାଇଥାନ୍ତି, ଯାହା ସେମାନଙ୍କର ସ୍ବତନ୍ତ୍ର କାରିଗରୀ କଳା ।  ଆଉ ଆଜି ବି ସେମାନେ ପ୍ରାକୃତିକ ରଙ୍ଗକୁ ହିଁ ବସ୍ତ୍ର ପ୍ରସ୍ତୁତିରେ ବ୍ୟବହାର କରିଆସୁଛନ୍ତି । ତେଣୁ ମାଣିଆବନ୍ଧ ବସ୍ତ୍ରରୁ ଅତି ସହଜରେ ରଙ୍ଗ ଛାଡ଼େ ନାହିଁ କି ଦୀର୍ଘଦିନ ଧରି ବ୍ୟବହାର ଉପଯୋଗୀ ହୋଇଥାଏ।  ଏପରିକି ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ମାଣିଆବନ୍ଧ ହସ୍ତତନ୍ତ ବସ୍ତ୍ର ସମସ୍ତଙ୍କୁ ସୁହାଇଲା ପରି ଦରରେ ମିଳିଥାଏ।  

ମାଣିଆବନ୍ଧ ଗାଁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ପୁରସ୍କୃତ ହେବାର ଅନ୍ୟ ଏକ କାରଣ ହେଉଛି  ଏଠାରେ ହସ୍ତତନ୍ତ କାରିଗରୀ ସହିତ ଧାର୍ମିକ ଓ ସାଂସ୍କୃତିକ ସମନ୍ବୟ ଦେଖିବାକୁ ମିଳେ । ଗାଁ ପରିବେଶ ଏକ ହସ୍ତତନ୍ତ ଶିଳ୍ପର ଛୋଟ ପ୍ରତିଷ୍ଠାନ ଭାବେ ଅନୁଭବ ହେଉଥିବା ବେଳେ ଗାଁରେ ୧୬ଟି ମନ୍ଦିର ସହ ୧୧ଟି ବୁଦ୍ଧ ମନ୍ଦିର ଅବସ୍ଥିତ । ଗାଁର ପ୍ରାୟ ୫୦ ପ୍ରତିଶତ ଲୋକ ବୌଦ୍ଧ ଧର୍ମାବଲମ୍ବୀ । ଉଭୟ ହିନ୍ଦୁ ଓ ବୌଦ୍ଧର ଅପୂର୍ବ ସମିଶ୍ରଣର ଫଳାଫଳ ହେଉଛି ଏହି ଗାଁର ଉତ୍କୃଷ୍ଚ ବୟନ ଶିଳ୍ପ । ଯେଉଁଥିପାଇଁ ଏହି ଦେଶବିଦେଶରେ ଖ୍ୟାତି ଅର୍ଜନ କରିପାରିଛି ।

ଆଗକୁ ଆସୁଛି ପର୍ଯ୍ୟଟନ ଋତୁ । ତେଣୁ ଆପଣ ବୁଲାବୁଲି ପାଇଁ ଚାହୁଁଥିଲେ ଓଡ଼ିଶାର ବାନ୍ଧକଳା ପାଇଁ ପ୍ରସିଦ୍ଧ ଏହି ମାଣିଆବନ୍ଧ ଗାଁକୁ ଯାଆନ୍ତୁ ଏବଂ ଛୋଟ ଛୋଟ ବ୍ୟବସାୟୀ ଓ ବୁଣାକାରଙ୍କ ହାତ ତିଆରି ସାମଗ୍ରୀ କିଣି ସେମାନଙ୍କୁ ପ୍ରୋତ୍ସାହିତ କରନ୍ତୁ ।

Spread the love