କୋଟିବ୍ରହ୍ମାଣ୍ଡର ଠାକୁର ସେ ଶ୍ରୀଜଗନ୍ନାଥ। ଭକ୍ତଙ୍କ ଭାବରେ ସେ ଯୋଡ଼ା। ତାଙ୍କ ଲୀଳା ଅପୂର୍ବ । ମହାପ୍ରଭୁଙ୍କର ବାରମାସରେ ତେର ଯାତ ପାଳନ ହୋଇଥାଏ। କିନ୍ତୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ଅନେକ ଯାତ୍ରା ବା ପର୍ବରେ ତାଙ୍କର ବିଜେପ୍ରତିମା ପ୍ରତିନିଧିତ୍ବ କରିଥିବା ବେଳେ ସ୍ନାନଯାତ୍ରା ଓ ରଥଯାତ୍ରାରେ ଶ୍ରୀଜିଉ ସ୍ବୟଂ ରତ୍ନସିଂହାସନରୁ ଅବତରଣ କରି ଶ୍ରୀମନ୍ଦିର ବାହାରକୁ ଆସିଥାଆନ୍ତି । ଏହି ସ୍ନାନ ଯାତ୍ରା ହେଉଛି ରଥଯାତ୍ରାର ପ୍ରାରମ୍ଭିକ ଉତ୍ସବ। ଏହାର ପନ୍ଦର ଦିନ ପରେ ପଡ଼େ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ହେଲେ ଏହାରି ମଧ୍ୟରେ ଶ୍ରୀବିଗ୍ରହଙ୍କର ଅନେକ ନୀତି ଓ ପରମ୍ପରା ପାଳିତ ହୁଏ, ଯେପରି ଅଣସର ନୀତି, ନବଯୌବନ ଓ ନେତ୍ରୋତ୍ସବ ନୀତି। ଆସନ୍ତୁ ଆଜିର ବ୍ଲଗରେ ଏହି ତିନୋଟି ପରମ୍ପରା ସମ୍ପର୍କରେ ଜାଣିବା।
ଅଣସର ନୀତି
ପ୍ରଥମେ ଜ୍ୟେଷ୍ଠ ପୂର୍ଣ୍ଣିମାର ସ୍ନାନ ଯାତ୍ରାରେ ରତ୍ନସିଂହାସନରୁ ଓହ୍ଲାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ସ୍ନାନବେଦୀକୁ ଆସି କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହାପରେ ଠାକୁର ଜ୍ବରରେ ପୀଡ଼ିତ ହୋଇଥାଆନ୍ତି। ପରମ୍ପରା ଅନୁସାରେ ପନ୍ଦର ଦିନ ଯାଏଁ ଅଣସରରେ ରହନ୍ତି। ଏହି ଅଣସର ବା ଅନବସର ସମୟରେ ଦଇତାପତି ସେବକ ମହାପ୍ରଭୁଙ୍କ ଗୁପ୍ତ ସେବା କରନ୍ତି। ସାଧାରଣ ଲୋକ ଚିକିତ୍ସାଳୟରେ ରହିଲା ପରି ମହାପ୍ରଭୁ ମଧ୍ୟ ଅଣସର ଘରେ ରହି ଜ୍ବର ପାଇଁ ଉପଚାର ହୁଅନ୍ତି । ଏହି ସମୟରେ ମହାପ୍ରଭୁ ଧଳା ସୂତାବସ୍ତ୍ର ପରିଧାନ କରି ଫଳମୂଳ ଖାଆନ୍ତି ଏବଂ ସର, କ୍ଷୀର, ଅଳେଇଚ ଓ କର୍ପୁର ପଡ଼ିଥିବା ପଣା ପିଅନ୍ତି। ଜ୍ବରରେ ପୀଡ଼ିତ ଚତୁର୍ଦ୍ଧା ବିଗ୍ରହଙ୍କ ଏହି ଅଣସର ଘରକୁ ଦଇତା ଓ ପତି ମହାପାତ୍ର ସେବକଙ୍କ ବ୍ୟତୀତ ଅନ୍ୟ ସେବକ କେହି ପ୍ରବେଶ କରିବା ନିଷିଦ୍ଧ ଥାଏ। କେବଳ ସେତିକି ନୁହେଁ ଅଣସର ସମୟରେ ଶ୍ରୀମନ୍ଦିର ଭିତରେ ଘଣ୍ଟ, ଗୀତ ଅବା କୌଣସି ନିର୍ମାଣ କାର୍ଯ୍ୟ କରାଯାଏ ନାହିଁ । ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ବିଜେ ପରେ ଓଦା ଲୁଗା ଉଲାଗି ସହ ପରମ୍ପରା ଅନୁଯାୟୀ ବିଶେଷ ଦିନରେ ଫୁଲୁରି ତେଲ, ଓଷୁଅ ଲାଗି, ଚନ୍ଦନ ଲାଗି ଓ ଘଣା ଲାଗି ନୀତି ହୋଇଥାଏ।
ଅଣସର ସମୟରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ଥାନରେ ପଟ୍ଟିଦିଅଁ ପୂଜା ପାଆନ୍ତି। ଭକ୍ତମାନେ ଅନବସର କାଳରେ ଅଣସର ତାଟିରେ ପଟ୍ଟିଦିଅଁଙ୍କୁ ଦର୍ଶନ କରନ୍ତି।
ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ନୀତି
ମହାପ୍ରଭୁଙ୍କ ଅଣସର ସେବା ପରର ଦୁଇଟି ଗୁରୁତ୍ବପୂର୍ଣ୍ଣ ନୀତି ହେଉଛି- “ନେତ୍ରୋତ୍ସବ” ଓ “ନବଯୌବନ ଦର୍ଶନ”। ପନ୍ଦର ଦିନ ଅଣସର ସେବା ଚାଲିବା ପରେ ଷୋଡ଼ଶ ଦିନ ମହାପ୍ରଭୁଙ୍କ ନେତ୍ରୋତ୍ସବ ନୀତି ଅନୁଷ୍ଠିତ ହୋଇଥାଏ ଏବଂ ସେହି ଦିନ ଭକ୍ତଙ୍କୁ ନବଯୌବନ ଦର୍ଶନର ସୁଯୋଗ ମିଳେ। ନବଯୌବନ ଦର୍ଶନ ପୂର୍ବରୁ ଅଣସର ତାଟିରେ ପୂଜିତ ପଟ୍ଟଦିଅଁଙ୍କୁ ପ୍ରଥମେ ବିସର୍ଜନ କରାଯାଏ। ତାଟି ସମ୍ମୁଖରେ ପୂଜିତ ସାତ ଦେବଦେବୀଙ୍କୁ ସ୍ବସ୍ଥାନକୁ ନିଆଯାଇ ତାଟି ଖୋଲି ଦିଆଯାଏ । ତାପରେ ପୁଣି ଦାରୁ ବିଗ୍ରହଙ୍କ ମଧ୍ୟକୁ ଫେରି ଆସନ୍ତି । ମହାପ୍ରଭୁ ଏହି ବିଜୟା ଅମାବାସ୍ୟାରେ ସୁସ୍ଥ ହୋଇ ନବଯୌବନ ଲାଭ କରି ଭକ୍ତମାନଙ୍କୁ ପୁଣି ଥରେ ଦର୍ଶନ ଦେଇଥିବାରୁ ଏହାକୁ “ନବଯୌବନ ବେଶ” ବୋଲି କୁହାଯାଏ। ବର୍ଷକୁ ଏଗାର ମାସ ରତ୍ନସିଂହାସନରେ ଦର୍ଶନ ଦେଉଥିବା ବେଳେ ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନକୁ ଭକ୍ତମାନେ ସାରା ବର୍ଷ ଅପେକ୍ଷା କରି ରହିଥାନ୍ତି। କାରଣ କୁହାଯାଏ ଯେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କଲେ ଉତ୍ତମ ଗତି ପ୍ରାପ୍ତ ହୁଏ।
ନବଯୌବନ ଦର୍ଶନ ପରେ ଶ୍ରୀଗୁଣ୍ଡିଚା ଦିନ ନେତ୍ରୋତ୍ସବ ନୀତି ପାଳିତ ହୋଇଥାଏ। ଏହାର ବିଧି ସ୍ବତନ୍ତ୍ର। ନବଯୌବନ ଦର୍ଶନ ପୂର୍ବରୁ ବନକଲାଗି ସମୟରେ ଶ୍ରୀମୁଖ-ଶିଙ୍ଗାରୀ ଦତ୍ତ ମହାପାତ୍ର ସେବକ ଶ୍ରୀଜିଉଙ୍କର ନେତ୍ର ଅଙ୍କନ କରିଥାଆନ୍ତି। ସେଥିରେ ନେତ୍ର ପିତୁଳା ବି ଅଙ୍କନ ହୋଇଥାଏ। କିନ୍ତୁ ତାହା ସମ୍ପୂର୍ଣ୍ଣ ହୋଇନଥାଏ। ଏହି ନେତ୍ରୋତ୍ସବ ଦିନ ଦତ୍ତ ମହାପାତ୍ର ସେବକଙ୍କ ଦ୍ବାରା ପ୍ରସ୍ତୁତ କଳାକୁ ପୂଜାପଣ୍ଡା ସେବକ ତିନି ଖଣ୍ଡ ତୁଳସୀ କାଠିରେ ସେହି ନେତ୍ର ପିତୁଳା ଅଙ୍କନକୁ ସମ୍ପୂର୍ଣ୍ଣ କରିଥାଆନ୍ତି, ଯାହାକୁ “ନେତ୍ରୋତ୍ସବ ନୀତି” କୁହାଯାଇଥାଏ। ତେବେ ବିଶ୍ବାସ ରହିଛି ଯେ ପବିତ୍ର ନେତ୍ରୋତ୍ସବ ନୀତିକୁ ଯେଉଁମାନେ ଦର୍ଶନ କରନ୍ତି, ସେମାନଙ୍କୁ ବୈକୁଣ୍ଠପ୍ରାପ୍ତ ହୋଇଥାଏ। ସମସ୍ତ ନୀତି ସରିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ନିଆଯାଇ ରଥଯାତ୍ରା ନିମନ୍ତେ ପ୍ରସ୍ତୁତ ହୋଇଥିବା ତିନି ଗୋଟି ରଥକୁ ରଥ ଖଳାରୁ ସିଂହଦ୍ବାର ସମ୍ମୁଖକୁ ଅଣାଯାଇଥାଏ। ଏହାପରେ ପ୍ରାତଃକାଳୀନ ପୂଜା ଓ ବନ୍ଦାପନା ସମାପନା ପରେ ଭାଇଭଉଣୀଙ୍କ ସହ ମହାପ୍ରଭୁ ଗୁଣ୍ଡିଚା ଯାତ୍ରା କରନ୍ତି ।
ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ହେଉଛି ଶ୍ରୀଜଗନ୍ନାଥଙ୍କ ଆଲୌକିକ ଯାତ୍ରା । ବର୍ଷକୁ ଥରେ ସ୍ବୟଂ ଠାକୁର ଶ୍ରୀମନ୍ଦିରରୁ ବାହାରି ଆସି ସମଗ୍ର ସଂସାରକୁ ଦିବ୍ୟ ଦର୍ଶନ ଦିଅନ୍ତି। ଏହି ଦୃଶ୍ୟ ଅତ୍ୟନ୍ତ ଅପୂର୍ବ ଓ ଅଦ୍ବିତୀୟ। କୁହାଯାଏ ଯେ ଏହି ପବିତ୍ର ରଥଯାତ୍ରାକୁ ଦେଖିବା ପାଇଁ ମର୍ତ୍ତ୍ୟକୁ ଓହ୍ଲାଇ ଆସନ୍ତି ତେତିଶ କୋଟି ଦେବଦେବୀ। ଆଉ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ରଥ, ପଥ ଓ ବଡ଼ଦାଣ୍ଡ ହୋଇଯାଏ ପବିତ୍ର ।