Happy Birthday to the Honorable President of India and the pride of Odisha, Mrs. Droupadi Murmu.

ଆଜି ଭାରତର ମହାମହିମ ରାଷ୍ଟ୍ରପତି ତଥା ଓଡ଼ିଶାର ଗୌରବ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ଦିନ । ୬୬ ବର୍ଷରେ ପଦାର୍ପଣ କରିଛନ୍ତି ଦେଶର ୧୫ତମ ରାଷ୍ଟ୍ରପତି । ଆଜି ସକାଳ ସମୟରେ ଦିଲ୍ଲୀସ୍ଥିତ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ସେ ଦେଶବାସୀଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ପ୍ରାର୍ଥନା କରିଥିଲେ ଓ ପୂଜାର୍ଚ୍ଚନା କରିଥିଲେ ।

୧୯୫୮ ମସିହା ଜୁନ୍ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଉପରବେଡା ଗ୍ରାମରେ ଏକ ଆଦିବାସୀ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ଶ୍ରେଣୀରେ ମନିଟର ଥିବା ଝିଅଟିଏ ଆଜି ସମ୍ବିଧାନର ସର୍ବୋଚ୍ଚ ପଦବୀରେ ରହିଛନ୍ତି । ୨୦୨୨ ଜୁଲାଇ ୨୫ରେ ମହାମହିମ ମୁକୁଟ ମଣ୍ଡନ କରି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଆଜି ତାଙ୍କ ଜନ୍ମଦିନ ଅବସରରେ ଛୁଟୁଛି ଶୁଭେଚ୍ଛାର ସୁଅ।

୧୯୯୭ରେ ଶିକ୍ଷୟିତ୍ରୀ ଚାକିରି ଛାଡ଼ି ରାଜନୀତି କ୍ୟାରିଅର ଆରମ୍ଭ କରିଥିଲେ ଦ୍ରୌପଦୀ ମୁର୍ମୁ । ରମାଦେବୀ ମହାବିଦ୍ୟାଳୟରୁ ଗ୍ରାଜୁଏସନ ପରେ କର୍ମମୟ ଜୀବନ ଆରମ୍ଭ କରିଥିଲେ । କିଛି ଦିନ ଶିକ୍ଷାଦାନ ପରେ ୧୯୯୭ରେ ପୌର ନିର୍ବାଚନରେ ରାଇରଙ୍ଗପୁର ଏନଏସି ପାଇଁ ୱାର୍ଡମେମ୍ବର ଭାବେ ବିଜୟୀ ହୋଇଥିଲେ । ପରେ ପୌର ଉପାଧକ୍ଷ୍ୟ ଭାବେ ନିର୍ବାଚିତ ହୋଇଥିଲେ । ମୟୂରଭଞ୍ଜ ରାଇରଙ୍ଗପୁରରୁ ପ୍ରଥମେ ୨୦୦୦ ମସିହାରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ପରେ ଦ୍ବିତୀୟ ଥର ପାଇଁ ୨୦୦୪ ମସିହାରେ ବିଜୟୀ ହୋଇ ୨୦୦୯ ମସିହା ପର୍ଯ୍ୟନ୍ତ ଓଡିଶା ବିଧାନସଭାର ସଦସ୍ୟ ଭାବେ କାମ କରିଥିଲେ । ୨୦୦୭ରେ ଶ୍ରେଷ୍ଠ ବିଧାୟିକା ଭାବେ ପୁରସ୍କୃତ ହୋଇଥିଲେ । ରାଜ୍ୟର ପ୍ରଥମ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ମେ’ ୨୦୧୫ରେ ଝାଡଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ବ ନେଇ ସଫଳତାର ସହ ନିଜ କାର୍ଯ୍ୟକାଳ ଶେଷ କରିଥିଲେ ।

ରାଇରଙ୍ଗପୁରରୁ ରାଇସିନା ଯାତ୍ରା ତାଙ୍କ ପାଇଁ ଏତେ ସହଜ ନଥିଲା । ଦାରିଦ୍ର୍ୟ ଆଉ ସଂଘର୍ଷପୂର୍ଣ୍ଣ ଜୀବନ ଦୁଃଖକୁ ଚାପି ପଙ୍କରୁ ପଦ୍ମ ହୋଇ ଫୁଟିଥିଲେ ଦ୍ରୌପଦୀ ମୁର୍ମୁ । ତାଙ୍କ ସଂଘର୍ଷମୟ ଜୀବନ ଆଜି ଅନେକଙ୍କ ପାଇଁ ପ୍ରେରଣା । ଆଦିବାସୀ ଅଧ୍ୟୁଷିତ ରାଇରଙ୍ଗପୁରରୁ ରାଇସିନା ହିଲରେ ପହଞ୍ଚି ମହିଳାଙ୍କ ପାଇଁ ସେ ପାଲଟିଛନ୍ତି ଅନନ୍ୟ ଉଦାହରଣ। ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଭାବେ ଆସନ ଅଳଙ୍କୃତ କରିଛନ୍ତି। ଦ୍ରୌପଦୀ ମୁର୍ମୁ ଜଣେ ଏଭଳି ମଣିଷ ଯିଏକି କଠିନ ପରିଶ୍ରମ ଓ ଅନେକ ବାଧାବିଘ୍ନ ଅତିକ୍ରମ କରି ଆଜି ଦେଶର ରାଷ୍ଟ୍ରପତି ଭାବେ ଉଭା ହୋଇଛନ୍ତି।

Spread the love