ପୌରାଣିକ ଯୁଗରୁ ଧାର୍ମିକ ଓ ସାଂସ୍କୃତିକ ଭାବେ ଓଡ଼ିଶାର ଯାଜପୁର ଜିଲ୍ଲା ଗଦାକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି। ଯଜ୍ଞପୁର, ଯାଜନଗ୍ର ଓ ଯାଜପୁର ନାମରେ ନାମିତ ଏହି ପୁରାତନ ନଗରୀର ଐତିହାସିକ ଭିତ୍ତିଭୂମି ଅତି ସୁଦୃଢ଼ ଓ ମହାନ। ମହାଭାରତ ଯୁଗରୁ ହିଁ ପ୍ରମୁଖ ଶକ୍ତିପୀଠ ଭାବେ ଯାଜପୁରର ନାଁ ସର୍ବବିଦିତ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ରୂପେ ବିରାଜିତ ମା’ ବିରଜାଙ୍କ ମହିମା ଅବର୍ଣ୍ଣନୀୟ। ଏକମାତ୍ର ଶକ୍ତିପୀଠ ଭାବେ ମା’ ବିରଜାଙ୍କର ଶାରଦୀୟ ରଥାଯାତ୍ରା ଅନୁଷ୍ଠିତ ହୁଏ । ଆଜିର ଏହି ବ୍ଲଗରେ ଆସନ୍ତୁ ଜାଣିବା ଶାକ୍ତମାନଙ୍କର ଭୂମି ବିରଜାମଣ୍ଡଳର ମା’ ବିରଜା ଏବଂ ତାଙ୍କ ଆଲୌକିକ ନବଦିନାତ୍ମକ ଯାତ୍ରା ସମ୍ପର୍କରେ ।
ଆବିର୍ଭାବର ପୌରାଣିକ କଥା
ଯାଜପୁରାଧୀଶ୍ବରୀ ମା’ ବିରଜା ଭାରତର ଅନ୍ୟତମା ପ୍ରାଚୀନ ଦେବୀମୂର୍ତ୍ତି ଏବଂ 51ଟି ଶକ୍ତିପୀଠରୁ ସ୍ବତନ୍ତ୍ର। ମା’ ବିରଜା ଦ୍ବିଭୂଜା, ଶୂଳଧାରିଣୀ ଓ ସିଂହବାହିନୀ। ତେବେ କେବେ ଓ କିପରି ମା’ ବିରଜାଙ୍କ ଆବିର୍ଭାବ ହେଲା ସେସମ୍ବନ୍ଧରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ । ମହାଭାରତ ଗ୍ରନ୍ଥରେ ବିରଜାଙ୍କ ସମ୍ବନ୍ଧରେ ଉଲ୍ଲେଖ ଥିବାରୁ ଆଜକୁ ସାଢେ ତିନି ହଜାର ବର୍ଷ ତଳୁ ଯାଜପୁରରେ ମା’ଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ଅନୁମାନ କରାଯାଏ। ହେଲେ ଏହା ବ୍ୟତିତ ରହିଛି ଅନେକ ପୌରାଣିକ କିମ୍ବଦନ୍ତୀ ଏବଂ ଅନେକ ଶ୍ରୁତିବଚନ । ପୁରାଣ ଅନୁସାରେ ବ୍ରହ୍ମାଙ୍କ ଯଜ୍ଞ କୁଣ୍ଡରୁ ମା’ ବିରଜାଙ୍କ ଆବିର୍ଭାବ । ବ୍ରହ୍ମାଙ୍କର ଶ୍ରଦ୍ଧା ଓ ଭକ୍ତିରେ ସନ୍ତୁଷ୍ଟା ହୋଇ ମା’ ଏଠାରେ ରହିବା ପାଇଁ ପ୍ରତିଶ୍ରୁତି ଦେଲେ। ସେହିପରି ମାତା ସତୀଙ୍କ ନାଭି ଖଣ୍ଡ ଏଠାରେ ପଡ଼ିଥିବାରୁ ବିରଜା କ୍ଷେତ୍ର ମଧ୍ୟ ନାଭିପୀଠ ରୂପେ ସାରା ଦେଶରେ ବିଖ୍ୟାତ ।
ସ୍ବତନ୍ତ୍ରତା ଓ ରହସ୍ୟ
କାଇଁ କେଉଁ କାଳରୁ ବୈତରଣୀ ନଦୀକୂଳେ ଚମ୍ପକ ବନରେ ମା’ ବିରଜା ଗୌରୀ ରୂପରେ ପୂଜା ପାଇଆସୁଛନ୍ତି। ଆମେ ଦେଖୁଥିବା ଆଜିର ମନ୍ଦିର ରାଜା ଚୋଡଗଙ୍ଗଦେବ ଓ ଅନଙ୍ଗଭୀମଙ୍କ ଅମଳରେ ନିର୍ମାଣ କରାଯାଇଥିବା ଜଣାପଡ଼େ। କୁହାଯାଏ ଯେ ସମଗ୍ର ଭାରତରେ ଥିବା ଦୁର୍ଗାଙ୍କର ବିଗ୍ରହ ମଧ୍ୟରେ ବିରଜାଙ୍କ ବିଗ୍ରହ ବିରଳ ଓ ଅନ୍ୟତମ। କାରଣ ଏଠାରେ ଦେବୀ ବିରଜାଙ୍କ ଗୋଟିଏ ହାତରେ ତ୍ରୀଶୂଳ ଏବଂ ଅନ୍ୟ ହାତରେ ମହିଷାସୁରର ଲାଙ୍ଗୁଳ ଶୋଭା ପାଇଆସୁଛି । ଏପରିକି ମହିଷାସୁର ମଇଁଶି ରୂପେ ଖୋଦିତ, ଯାହା ଭାରତରେ ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳିନଥାଏ । ସେହିପରି ମା’ଙ୍କ ମସ୍ତକରେ ପଞ୍ଚମୁଦ୍ରା ଯୋନି, ଲିଙ୍ଗ, ବାସୁକୀ, ଗଣପତି, ଜହ୍ନ ଶୋଭାପାଉଛନ୍ତି। ମନ୍ଦିର ଭିତରେ ମା’ଙ୍କ ଚାରିପାଖରେ ଶହେଆଠ ଶିବଲିଙ୍ଗ ସହ ଗଣେଷ ଓ କାର୍ତ୍ତିକ ରହିଥିବା ବେଳେ ବାମ ପାର୍ଶ୍ବରେ ପିଣ୍ଡଦାନ ପାଇଁ ରହିଛି ନାଭିଗୟା କୂପ। ଏଥିସହ ଲୋକକଥା ଅନୁସାରେ ମନ୍ଦିରରେ ରହିଛି ଅନେକ ରହସ୍ୟ । ମା’ ବିରଜାଙ୍କ ମନ୍ଦିରରେ ଚାରୋଟି ଦ୍ବାର ରହିଛି, କିନ୍ତୁ ଆଜି ଯାଏଁ କେବେ ବି ପଶ୍ଚିମ ଦ୍ବାରା ଖୋଲାଯାଇ ନାହିଁ କି ଭବିଷ୍ୟତରେ ଖୋଲାଯିବ ନାହିଁ । କାରଣ କିମ୍ବଦନ୍ତୀ ଅନୁସାରେ ମାଳିକାରେ କୁହାଯାଇଛି, କଳିଯୁଗ ଶେଷରେ ଭୈରବୀ ଡାକ ଦେଲେ ଏହି ପଶ୍ଚିମ ଦ୍ବାର ଆପେ ଖୋଲିବ।
ପ୍ରମୁଖ ପର୍ବପର୍ବାଣୀ
ଶକ୍ତିସ୍ବରୂପିଣୀ ଓ କୃପାମୟୀ ମା’ ବିରଜାଙ୍କ ବାରମାସରେ ତେର ପର୍ବ ପାଳିତ ହୋଇଥାଏ। ସେଥିମଧ୍ୟରୁ ନବରାତ୍ର, ରଜ, ମହାଳୟା, ତ୍ରିବେଣୀ ଅମାବାସ୍ୟା ଏବଂ ଶାରଦୀୟ ରଥଯାତ୍ରାକୁ ଅତି ଶ୍ରଦ୍ଧାର ସହ ଯାଜପୁରବାସୀ ପାଳନ କରିଥାନ୍ତି। ମୂଳାଷ୍ଟମୀରୁ ମା’ଙ୍କର ଷୋଡ଼ଣ ଉପଚାର ହେବା ସହ ଦଶହରାରେ ପ୍ରତିଦିନ ଭିନ୍ନ ଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ। ସେହିପରି ନାଭିଗୟା କ୍ଷେତ୍ର ଥିବାରୁ ଏଠାରେ ପିଣ୍ଡଦାନ ଲାଗି ଶାସ୍ତ୍ରରେ ବିଧି ରହିଛି। ବିଶ୍ବାସ ଯେ ଇନ୍ଦୁ ପୂର୍ଣ୍ଣିମାଠାରୁ ଆମାବାସ୍ୟା ଯାଏ ବିରଜା କ୍ଷେତ୍ରର ନାଭିଗୟାରେ ପିଣ୍ଡଦାନ ପାଇବା ପରେ ପୂର୍ବପୁରୁଷମାନେ ମୋକ୍ଷ ପ୍ରାପ୍ତି କରନ୍ତି ଏବଂ ପିଣ୍ଡଦାନ ପରେ ବିରଜାଦେବୀଙ୍କ ମୁଖ ଓ ନେତ ଦର୍ଶନ କଲେ ଜୀବନର ସମସ୍ତ ପାପ, ଦୁଃଖ ବିନାଶ ହୋଇଥାଏ ।
ଶାରଦୀୟ ରଥଯାତ୍ରା
ଶରତ ଋତୁରରେ ମା’ ଦୁର୍ଗା ଧରାପୃଷ୍ଟକୁ ଅବତରଣ କରିଥାନ୍ତି। ଆଉ ଏହି ସମୟରେ ଦ୍ବିଭୂଜାଦୁର୍ଗା ରୂପରେ ମା’ ବିରଜା ପୂଜା ପାଉଥିବାରୁ ଭାରତର ଏକମାତ୍ର ଶକ୍ତିପୀଠ ଗଦାକ୍ଷେତ୍ରରେ ଆୟୋଜିତ ହୁଏ ଦେବୀଙ୍କ ଶାରଦୀୟ ରଥାଯାତ୍ରା। ପ୍ରତିବର୍ଷ ଆଶ୍ବିନ ମାସରେ ନବରାତ୍ରୀ ଦୁର୍ଗାପୂଜାରେ ହେଉଥିବା ଦେବୀଙ୍କ ରଥଯାତ୍ରା ଦକ୍ଷଯଜ୍ଞକାଳର ସତୀଦେବୀଙ୍କର ଦେହାବଶେଷ ଉପରେ ସ୍ମରଣ କରାଇଦଇଥାଏ । ମା’ ରଥାରୁଢ ହୋଇ ନବଦିନ ବ୍ୟାପୀ ଭକ୍ତଙ୍କୁ ଦର୍ଶନ ଦିଅନ୍ତ, ଯାହା ବିରଳ ପରମ୍ପରା।
ସୂର୍ଯ୍ୟଙ୍କ ପ୍ରତୀକ ଥିବା 12 ଚକ ବିଶିଷ୍ଟ 55 ଫୁଟର ବିରଜାଙ୍କ ରଥର ନାମ ସିଂହଧ୍ବଜ । ସୁନିଆ ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ ଏବଂ ମହାଳୟା ଅମାବାସୟା ଦିନ ସିଂହଧ୍ବଜ ବା ବିଜୟାରଥ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ମାଆଙ୍କର ସିଂହ ଦୁଆରକୁ ଆସେ। ସେହିଦିନ ବିଧିବିଧାନ ସହିତ ରଥ ଅଧିବାସ ସରିବା ପରେ ସାରଥି ବ୍ରହ୍ମା ରଥକୁ ବିଜେ କରନ୍ତି । ପ୍ରତିପଦ ଦିନ ସିଂହ ଦ୍ବାର ସାମ୍ନାସ୍ଥିତ ବେଦୀ ଉପରେ ପୂଜାପାଠ ଓ ହୋମ ସରିବା ପରେ ରଥ ପ୍ରତିଷ୍ଠା ହୁଏ। ତାପରେ ମାଆଙ୍କର ରୂପା ନିର୍ମିତ ଆରସା ବାଡିକୁ ପୂଜା କରି ସିଂହାସନ ପାଖରୁ ଘଣ୍ଟଘଣ୍ଟା ବଜାଇ ରଥ ଉପରକୁ ଆଣନ୍ତି। ନଅଦିନ ପର୍ଯ୍ୟନ୍ତ ଏହି ବାଡ଼ି ପ୍ରତିଦିନ ମଧ୍ୟାହ୍ନ ପରେ ରଥ ଉପରକୁ ଆସେ ଓ ରାତିରେ ପୁଣି ମନ୍ଦିରକୁ ଫେରିଯାଏ। ଆରସାବାଡ଼ି ବିଜେ ପରେ ମାଆଙ୍କର ପିତଳ ନିର୍ମିତ ପ୍ରତିମା ରଥ ଉପରକୁ ବିଜେ କରନ୍ତି। ଏହାପରେ ପୂଜାର୍ଚ୍ଚନା ପରେ ମାଆଙ୍କ ରଥ ଚାଲିବା ଆରମ୍ଭ ହୁଏ । ଜଗନ୍ନାଥଙ୍କ ରଥର ଡାହୁକଙ୍କ ପରି ଏଠି ମଧ୍ୟ ଡାହୁକ ଡାକନ୍ତି । ଏହାକୁ ପାର୍ବଣୀ ଡାକ କୁହାଯାଏ। ମନ୍ଦିର ପରିକ୍ରମା ଶେଷ ପରେ ପୁଣି ମନ୍ଦିରକୁ ଫେରିଯାଏ ଆରସା ବାଡ଼ି । ଏହିପରି ନଅ ଦିନ ପର୍ଯ୍ୟନ୍ତ ମାଆ ରଥ ଉପରେ ବିରାଜି ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଶେଷଦିନ ଅର୍ଥାତ୍ ଆଶ୍ବିନ ଶୁକ୍ଳ ନବମୀ ତଥା ଦଶହରାର ପୂର୍ବ ରାତିରେ ମାଆଙ୍କର ବିଜେ ପ୍ରତିମା ରଥ ଉପରୁ ଓହ୍ଲାଇ ଅର୍ଦ୍ଧ ରାତିରେ ଲାଖବିନ୍ଧା ପର୍ବ ସାରି ମନ୍ଦିର ଫେରିଯାଆନ୍ତି। ଯାଜପୁରର ଚକ୍ରବର୍ତ୍ତୀ ସମ୍ରାଟ ଦ୍ବିତୀୟ ଯଯାତି ହିଁ ନବଦିନ ବ୍ୟାପୀ ରଥଯାତ୍ରାର ପରମ୍ପରା ସୃଷ୍ଟି କରିଥିଲେ।
ଯେତିକି ପୁରୁଣା ଆମ ସଭ୍ୟତା, ସେତିକି ପୁରୁଣା ଆମ ଉତ୍କଳର ଶକ୍ତି ଉପାସନା। ଓଡ଼ିଶାର ଲୋକେ ଆଦି ଶକ୍ତି ଉପାସନାରେ ପ୍ରଗାଢ଼ ବିଶ୍ୱାସ ରଖିଥିବାରୁ କାହିଁ କେଉଁକାଳରୁ ଏହାର ଉପାସନା କରାଯାଉଥିବା ବହୁ କିମ୍ବଦନ୍ତୀ ତଥା ପୌରାଣିକ କଥା ରହିଛି । ଏଥିପାଇଁ ଆମ ରାଜ୍ୟର ପୁରପଲ୍ଲୀରେ ମାତୃଶକ୍ତିକୁ ଅଷ୍ଟଚଣ୍ଡୀ ରୂପେ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଇଆସୁଛି । ତନ୍ମଧ୍ୟରୁ ବିରଜା ପୀଠ ସ୍ବତନ୍ତ୍ର ଓ ଅନନ୍ୟ। ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ରୂପେ ପରିଚିତ ଏହି ସ୍ଥାନକୁ ଆହୁରି ପ୍ରଚାରପ୍ରସାର କରିବା ନିହାତି ଜରୁରୀ।