ଭ୍ରାଦବ ଆସେ ପର୍ବପର୍ବାଣୀର ଆସର ନେଇ । ଶ୍ରାବଣ ସରୁ ସରୁ ଭ୍ରାଦବର ପ୍ରାରମ୍ଭରେ ହିଁ ଆରମ୍ଭ ହୋଇଯାଏ ପର୍ବର ମେଳଣ। ଏହାପରଠୁ ଦୀର୍ଘ 3 ମାସ ପର୍ଯ୍ୟନ୍ତ ଚାଲେ ପର୍ବ, ଓଷା, ବ୍ରତ, ମେଳା, ମହୋତ୍ସବ ଓ ଯାନିଯତରାର ଆସର । ଗାଁ ଗଣ୍ଡାରେ ଖେଳିଯାଏ ଉତ୍ସାହର ଲହରୀ । ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଅନେକ ପର୍ବପର୍ବାଣୀ ପାଳିତ ହୋଇଥିବା ବେଳେ ଆଜି ବି ସମସ୍ତଙ୍କୁ ବାନ୍ଧି ରଖିଛି ଆମର ପାରମ୍ପରିକ ଉତ୍କଳୀୟ ପର୍ବପର୍ବାଣୀ। ଗାଁ ଗହଳିରେ ଅତି ନିଷ୍ଠାର ସହ ଘରର ମା’ ଓ ଝିଅମାନେ ପାଳିଆସୁଛନ୍ତି ଅନେକ ପର୍ବ ଓ ଓଷା। ସେଥିମଧ୍ୟରୁ ଭାଦ୍ରବର ଖୁଦୁରୁକୁଣୀ ଓ ବୁଧେଇ ଓଷା ଅନ୍ୟତମ । ଆଜିର ବ୍ଲଗରେ ଏହି ଦୁଇଟି ନିଚ୍ଛକ ଓଡ଼ିଆ ଓଷା ସମ୍ପର୍କରେ ଅବଗତ ହେବା।
ଖୁଦୁରୁକୁଣୀ ଓଷା
ଭାଦ୍ରବର ଆରମ୍ଭରେ ହିଁ କୁମାରୀମାନଙ୍କ ସବୁଠୁ ପ୍ରିୟ ଓଷା ପଡ଼େ ଖୁଦୁରୁକୁଣୀ । ଏହା ହେଉଛି ପ୍ରତି କୁମାରୀମାନଙ୍କର ପ୍ରତିକ୍ଷିତ ଓଷା । ଭାଦ୍ରବ ମାସର ପ୍ରତ୍ୟେକ ରବିବାର ମା’ ମଙ୍ଗଳାଙ୍କୁ ସୁମରଣା କରି ଝିଅମାନେ ପାଳନ୍ତି ଏହି ଓଷା। ଏହା “ତଅପୋଇ ଓଷା”ରେ ନାଁ ମଧ୍ୟରେ ଜଣାଶୁଣା। ମୁଖ୍ୟତଃ ଉପକୂଳବର୍ତ୍ତୀ ଓଡ଼ିଶାରେ ଘରର ଝିଅଟିଏ ପରିବାରର ଶୁଭମନାସୀ ଏବଂ ଭାଇର ଉଜ୍ଜ୍ବଳ ଭବିଷ୍ୟତ ଓ ଦୀର୍ଘଜୀବନ କାମନା କରି ଏହି ଓଷା କରିଥାନ୍ତି।
ଗୋପୀନାଥ ଦାସଙ୍କ ରଚିତ “ଖୁଦୁରୁକୁଣୀ ଓଷା’ ପଦ୍ୟ ଓଡ଼ିଶାର ଏକ ଜନପ୍ରିୟ ଲୋକକଥା ଉପରେ ଆଧାରିତ । ଅଲିଅଳି ସାଧବ ଝିଅ ତଅପୋଇର କରୁଣ କାହାଣୀ ଏଥିରେ ଅତି ସୁନ୍ଦର ଭାବେ ଖାଣ୍ଟି ଓଡ଼ିଆ ଭାଷାରେ ଉପସ୍ଥାପିତ ହୋଇଛି। ସାଧବମାନେ ବୋଇତରେ ବାଣିଜ୍ୟ ପାଇଁ ଯିବା ସମୟରେ ମା’ ମଙ୍ଗଳାକୁ ସ୍ମରଣ କରିବାର ପରମ୍ପରା ଥିଲା । ସେହିପରି ଛେଳି ଘରମଣୀକୁ ପାଇବା ପାଇଁ ତଅପୋଇ ମା’ ମଙ୍ଗଳାଙ୍କୁ ସୁମରଣା କରିଥିଲେ । ସେଥିପାଇଁ ଏ ଓଷାର ଆରାଧ୍ୟ ଦେବୀ ହେଉଛନ୍ତି ମା’ ମଙ୍ଗଳା। ଏହି ଓଷାରେ ଯେଉଁ ମୂର୍ତ୍ତି ପୂଜା ପାଆନ୍ତି, ସେଥିରେ ମା’ ମଙ୍ଗଳା ତଅପୋଇକୁ କୋଳରେ ଧରିଥାନ୍ତି । ତେଣୁ ଏ ଓଷାର ନାମ “ତଅପୋଇ” ବୋଲି ଅନେକ ଆଜି ବି କୁହନ୍ତି । ସେହିପରି ଉଙ୍କୁଣୀ ସାଲୁବାଲୁ କେଶରେ ତଅପୋଇକୁ ନିଜ ସାଧବ ଭାଇମାନେ ଜଙ୍ଗଲରେ ପାଇଥିବାରୁ ଏ ଓଷାର ଅନ୍ୟନାମ “ଭାଲୁକୁଣୀ”। ଏପିରିକି ଖୁଦୁରୁକୁଣୀ ନାମ ପଛରେ ମଧ୍ୟ ତାପର୍ଯ୍ୟ ରହିଛି । ଏହି ଓଷାର ପ୍ରମୁଖ ଭୋଗ ହେଉଛି ଖୁଦ ଭଜା । ତେଣୁ କୁହାଯାଏ ମା’ ହେଉଛନ୍ତି ଖୁଦ ରଙ୍କୁଣୀ ।
ଅନେକ ନାମରେ ଜଣାଶୁଣା ଏହି ଓଷା କୁମାରୀଝିଅ ଓ ନବବିବାହିତାଙ୍କ ପ୍ରିୟ ଓଷା । କେଉଁ ବର୍ଷ ଏହା ଚାରି ପାଳି ପଡ଼େ ତ କେଉଁ ବର୍ଷ ପାଞ୍ଚ ପାଳି । ପରମ୍ପରା ଅନୁଯାୟୀ ଝିଅମାନେ ସକାଳୁ ଉଠି ସ୍ନାନ ସାରି ନଦୀ, ନଇ କିମ୍ବା ପୋଖରୀ ତୁଟରେ ଫୁଲ, ପତ୍ର, କଦଳୀ ବାହୁଗାଁ ଦ୍ବାରା ବାଲୁଙ୍କା ସ୍ଥାପନା କରିଥାନ୍ତି ଓ ବଜ୍ରମୂଳି ଦାନ୍ତକାଠି ଆଦି ପୋତି ଫୁଲରେ ସୁସଜ୍ଜିତ କରନ୍ତି । ଏହାପରେ ଦୁବ, ବରକୋଳି ପତ୍ର, ଦୀପ, ନଡ଼ିଆ ଓ କଦଳୀ ଦେଇ ପୂଜା କରନ୍ତି। ଏ ଓଷାର ମୁଖ୍ୟ ପୂଜା ରାତ୍ରରେ ଅନୁଷ୍ଠିତ ହୋଇଥାଏ। ପୂର୍ବେ ଢିଙ୍କି ଘରେ ଏହି ପୂଜା ହେଉଥିଲା, କିନ୍ତୁ ଏବେ ସେହି ପୁରୁଣା ପ୍ରଚଳନ ଆଉ ନାହିଁ । ହେଲେ ପରମ୍ପରା ଅନୁସାରେ ପୂଜାସ୍ଥଳୀରେ ଝୋଟି ଚିତା ଦିଆଯାଏ । ବୋଇତର ଚିତ୍ର ମଧ୍ୟ ଅଙ୍କନ କରାଯାଇଥାଏ । ଏହାପରେ ମା’ଙ୍କ ମୂର୍ତ୍ତି ସ୍ଥାପନ କରି ନାନାଦି ଫୁଲ, ଖୁଦ ଭଜା, ପିଠା, ମିଠା, ନଡ଼ିଆ ଓ କଦଳୀ ଦେଇ ପୂଜା କରନ୍ତି ଏବଂ ଖୁଦୁରୁକୁଣୀ ଓଷା ବହିକୁ ଝିଅମାନେ ଆବୃତ୍ତି କରିଥାନ୍ତି । ଏହା ଶୁଣିବାକୁ ଅତି ଶ୍ରୁତିମଧୁର ଲାଗିବା ସହ ଗାଁ ପରିବେଶ ଏକ ମଧୁର ବାତାବରଣରେ ପରିବର୍ତ୍ତିତ ହୋଇଯାଏ। ଶେଷ ପାଳିରେ ଏହି ଓଷାକୁ ଅତି ଆଡମ୍ବର ସହକାରେ ପାଳନ କରାଯାଏ। ପୂଜାସ୍ଥଳରେ ଆମ୍ବପତ୍ରର ତୋରଣ ସହ ଆଲୋକମାଳରେ ସଜ୍ଜିତ କରାଯାଏ। ଏହି ଦିନ ପୂଜା ସମାପ୍ତ ପରେ ଦିହୁଡି ଜାଳି ଝୁଣା ମରାଯାଏ। ତେବେ ଦିହୁଡ଼ି ଜାଳିବାର ବିଜ୍ଞାନସମ୍ମତ କାରଣ ହେଉଛି ଏଥିରେ ପୋକ ପତଙ୍ଗ ଇତ୍ୟାଦି ପୋଡ଼ି ମରନ୍ତି ଓ ପୋକମାନଙ୍କ ଦାଉରୁ ଫସଲକୁ ସୁରକ୍ଷା ମିଳେ। ଆଜି ବି ଗାଁଠାରୁ ଆରମ୍ଭ କରି ସହର ସବୁଠି ଖୁଦୁରୁକୁଣୀ ଓଷାକୁ ଅତି ଆନନ୍ଦର ସହ ପାଳନ କରାଯାଉଥିବା ଦେଖିବାକୁ ମିଳିଛି।
ଫିଲ୍ମ “ତଅପୋଇ”
ଖୁଦୁରୁକୁଣୀ ଓଷାକୁ ନେଇ 1978 ମସିହାରେ ନିର୍ମିତ ହୋଇଛି ଫିଲ୍ମ “ତଅପୋଇ” । ଏଥିରେ ତଅପୋଇର କରୁଣ କାହାଣୀ, ଭାଇଭଉଣୀର ନିବିଡ଼ ସମ୍ପର୍କ ଏବଂ ଉତ୍କଳର ନୌବାଣିଜ୍ୟ ପରମ୍ପରା ଅତି ନିଖୁଣ ଭାବେ ଦର୍ଶାଯାଇଛି । ଶରତ ପୁଜାରୀଙ୍କ ନିର୍ଦ୍ଦେଶନା ଓ ସୁବୋଘ ସାମଲଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଏହି ଫିଲ୍ମରେ ମୁଖ୍ୟ ଚରିତ୍ର ତଅପୋଇ ଭାବେ ଅଭିନୟ କରିଥିଲେ କ୍ଷଣପ୍ରଭା ।
ବୁଧେଇ ଓଷା
ଭାଦ୍ରବ ମାସର ଅନ୍ୟତମ ପ୍ରମୁଖ ଓଷା ହେଉଛି ‘ବୁଧେଇ’ ବା ‘ବୁଧିବାମନ ଓଷା’ । ପ୍ରତି ବୁଧବାରରେ ରାତ୍ରିରେ ଏହି ଓଷା କରାଯାଏ। ଏହି ଓଷାକୁ ଘରର ମା’ମାନେ ବା ବିବାହିତ ନାରୀମାନେ ଅତି ନିଷ୍ଠାର ସହ ପାଳିଥାନ୍ତି। ବିଶେଷ କରି ସନ୍ତାନମାନଙ୍କ ସୁସ୍ଥ ଜୀବନ ଓ ମଙ୍ଗଳ କାମନା କରିବା ଏହି ଓଷାର ଉଦ୍ଦେଶ୍ୟ । ଏହି ଓଷାରେ ବୁଦ୍ଧିବାମନଙ୍କୁ ପୂଜା କରାଯାଏ। ଏଠାରେ ବୁଦ୍ଧ ବା ବୁଧେଇ ହେଉଛନ୍ତି ଭୈରବୀ ବା ବିମଳା ଏବଂ ବାମନ ହେଉଛନ୍ତି ଭୈରବ ଯିଏ ସ୍ବୟଂ ଜଗନ୍ନାଥ । ଅର୍ଥାତ୍ ବୁଧେଇ ହେଉଛନ୍ତି ବିମଳାଙ୍କ ଶକ୍ତି-ସମ୍ଭୁତାର ଏକ ଉପଦେବୀ।
ଗହ୍ମାପୂର୍ଣ୍ଣିମାଠାରୁ ଇନ୍ଦୁପୂର୍ଣ୍ଣିମା କିମ୍ବା ଭାଦ୍ରବ ସଂକ୍ରାନ୍ତିରୁ ଆଶ୍ବିନ ସଂକ୍ରାନ୍ତିକୁ ଧରି ପାଞ୍ଚପାଳି ବୁଧେଇ ଓଷାକୁ କରିଥାନ୍ତି ସଧବା ମହିଳା। ଏହାକୁ ଅତି ନିଷ୍ଠାର ସହ ନିର୍ଜଳ ଭାବେ ପାଳନ କରାଯାଏ । ଏହି ପୂଜା ସାଧାରଣତଃ ଅନ୍ୟ ପୂଜାଠାରୁ ସ୍ବତନ୍ତ୍ର ଓ ଭିନ୍ନ । କାରଣ ଏଥିରେ ନା କୌଣସି ମୂର୍ତ୍ତି ନା କୌଣସି ଭଗବାନଙ୍କ ଫଟୋ ପୂଜା କରାଯାଏ । ଏଥିରେ ଲୋଡ଼ା ପଡ଼େ ଶିଳ ଓ ଶିଳପୁଆ । ପ୍ରଥମେ ଏହି ଦୁଇଟିକୁ ଶୁଦ୍ଧ କରାଯାଏ। ଏକ ପିଢ଼ାର ଆସ୍ଥାନ ଉପରେ ସ୍ଥାପନ କରାଯାଏ। ଏହାପରେ ହଳଦୀ ଓ ମେଥି ବଟାକୁ ଶିଳ ଓ ଶିଳପୂଆ ଉପରେ ଲଗାଇ ଦୁଇଟି ମୂର୍ତ୍ତି ତିଆରି କରାଯାଏ। ଏହି ଦୁଇ ମୂର୍ତ୍ତିଙ୍କର ନାମ ‘ବୁଧେଇ ଓ ‘ସୁଧେଇ’। କଉଡ଼ି ଓ ଗୁଆରେ ସେହି ମୂର୍ତ୍ତିଙ୍କର ଆଖି, ନାକ, କାନ ଓ ପାଟି ତିଆରି କରି, ଆଖିରେ କଜ୍ଜ୍ୱଳ ଓ ମଥାରେ ସିନ୍ଦୂର ଲଗାଯାଏ। ହଳଦିଆ ଫୁଲ ଓ ବେଲପତ୍ରରେ ମୂର୍ତ୍ତିଙ୍କୁ ସଜାଇ, ନାଲିଶାଢ଼ି ପିନ୍ଧାଇ ଓଢ଼ଣା ଦିଆଯାଏ। କେତେକ ସ୍ଥାନରେ ଫୁଲମାଳ ସହିତ ଖଇମାଳ ମଧ୍ୟ ପିନ୍ଧାଯାଏ। ପାଞ୍ଚ ରଙ୍ଗର ଫୁଲ, ପାଞ୍ଚ ପ୍ରକାରର ଫଳ, ପାଞ୍ଚଟି ଧୂପ ଓ ପାଞ୍ଚଟି ଦୁବ ଦେଇ ପୂଜା କରାଯାଏ ଏବଂ ବୁଧେଇଙ୍କର ମହିମା ବର୍ଣ୍ଣିତ ବ୍ରତକଥା ବହି ପଢ଼ାହୁଏ। ବିଶେଷତଃ ସଧବା ନାରୀମାନେ ପୁତ୍ର କାମନା ଏବଂ ସନ୍ତାନଙ୍କ ମଙ୍ଗଳ କାମନା କରି ଏହି ଓଷା କରିଥାଆନ୍ତି ।
ଆଧୁନିକତାର ଆଦବକାଇଦା ମଧ୍ୟରେ ଆଜି ବି ଖୁଦୁରୁକୁଣୀ ଓ ବୁଧେଇ ଓଷାକୁ ଅତି ଆଡମ୍ବରରେ ଘରେ ଘରେ ପାଳନ କରାଯାଉଛି । ସମସ୍ତଙ୍କୁ ଏକାଠି କରିବା ଏହି ଓଷାର ଅନ୍ୟତମ ଲକ୍ଷ୍ୟ। ଭାଦ୍ରବରେ ବର୍ଷା ତାହାର ଉପସ୍ଥିତ ଜାହିର କରୁଥିବା ବେଳେ ଏହି ଓଷା ଓ ପର୍ବପର୍ବାଣୀର ଆଗମନ ଆଣେ ଖୁସିର ପସରା । ଭଲ ଫସଲ ଓ ସମସ୍ତଙ୍କ ମଙ୍ଗଳ କାମନା କରିବା ପ୍ରତି ପର୍ବ ଓ ଉତ୍ସବର ଆଭିମୁଖ୍ୟ। କାରଣ ଏହା ହିଁ ହେଉଛି ପ୍ରତି ଓଡ଼ିଆଙ୍କ ପରମ୍ପରା, ସଂସ୍କୃତି ଓ ବିଚାରଧାରା।