ଜଗନ୍ନାଥ ଦର୍ଶନ ସାଙ୍ଗକୁ ପୁରୀ ବେଳା ଭୂମି ଦେଶୀୟ ପର୍ଯ୍ୟଟକଙ୍କ ତାଲିକାରେ ପ୍ରିୟ ସ୍ଥାନ ଭାବେ ସ୍ଥାନ ପାଇଲାଣି। ଜଗନ୍ନାଥ ଧାମର କଳେବର ବଦଳୁଥିବା ସାଙ୍ଗକୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢ଼଼ିବାରେ ଲାଗିଛି। କୋଭିଡ୍ ଓ ଫନୀ ପାଇଁ ପୁରୀର ପର୍ଯ୍ୟଟନ ଶିଳ୍ପ ସଂକଟରେ ପଡ଼ିଥିବା ବେଳେ ୨୦୨୨ରେ ସେ ଅବସ୍ଥାରୁ ଉଧୁରି ସାରିଛି। ଏବେ ଦିନକୁ ୭୦ରୁ ୮୦ ହଜାର ପର୍ଯ୍ୟଟକ ପୁରୀ ବୁଲିବାକୁ ଆସୁଥିବା ବେଳେ ଏଇ ବର୍ଷରେ ୩ କୋଟିରୁ ଅଧିକ ଭାରତୀୟ ପର୍ଯ୍ୟଟକ ବୁଲିବାକୁ ଆସିଛନ୍ତି। ଗତ ୬ବର୍ଷ ମଧ୍ୟରେ ପୁରୀକୁ ୫କୋଟି ୯୪ଲକ୍ଷ ୭୯ହଜାର ୨୪୩ଜଣ ଦେଶୀୟ ପର୍ଯ୍ୟଟକ ଆସିଛନ୍ତି। ସେହିପରି ୧ଲକ୍ଷ ୪୮ହଜାର ୬୦୨ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବା ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି। ୨୦୧୬ ମସିହାରେ ପୁରୀକୁ ୧କୋଟି ୧୬ଲକ୍ଷ ୯୧ହଜାର ୧୭୭ଜଣ ଦେଶୀୟ ପର୍ଯ୍ୟଟକ ଆସିଥିଲେ। ୨୦୧୭ ମସିହାରେ ୧କୋଟି ୨୬ଲକ୍ଷ ୯ହଜାର ୧୦୦ଜଣ, ୨୦୧୮ମସିହାରେ ୧କୋଟି ୩୧ଲକ୍ଷ ୩୯ହଜାର ୬୦୮ଜଣ, ୨୦୧୯ମସିହାରେ୧କୋଟି ୩୪ଲକ୍ଷ ୪୧ହଜାର ୯୯୬ଜଣ ପର୍ଯ୍ୟଟକ ଆସିଥିଲେ।୨୦୨୦ମସିହାରେ ୩୩ଲକ୍ଷ ୨୪ହଜାର ୭୬୨ଜଣ ଆସିଥିବାବେଳେ ୨୦୨୧ମସିହାରେ ୫୨ଲକ୍ଷ ୭୨ହଜାର ୬୦୦ଜଣ ପୁରୀକୁ ଆସିଥିଲେ। ଚଳିତବର୍ଷ କରୋନା ମହାମାରୀ ସଂକ୍ରମଣ କମିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଜାନୁଆରୀ ମାସରୁ ଏପର୍ଯ୍ୟନ୍ତ ୩କୋଟିରୁ ଊର୍ଦ୍ଧ୍ବ ଦେଶୀୟ ପର୍ଯ୍ୟଟକ ଆସିଥିବା ପର୍ଯ୍ୟଟନ ବିଭାଗ ଆକଳନ କରିଛି। ସେହିପରି ୨୦୧୬ ମସିହାରେ ୨୯ହଜାର ୨୦୯ଜଣ ବିଦେଶୀ ପର୍ଯ୍ୟଟକ ପୁରୀ ଆସିଥିଲେ। ୨୦୧୭ ମସିହାରେ ୩୮ହଜାର ୪୯ଜଣ, ୨୦୧୮ମସିହାରେ ୪୦ହଜାର ୩୩୯ଜଣ, ୨୦୧୯ମସିହାରେ ୩୭ହଜାର ୫୩୪ଜଣ ବିଦେଶୀ ପୁରୀକୁ ଆସିଥିଲେ। ୨୦୨୦ ଏବଂ ୨୦୨୧ମସିହାରେ କୋଭିଡ଼ର ସଂକ୍ରମଣ ଯୋଗୁଁ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ହୋଇଥିଲା। ୨୦୨୦ମସିହାରେ ୩୦୭୧ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ୨୦୨୧ମସିହାରେ ମାତ୍ର ୪୦୦ଜଣ ଆସିଥିଲେ। ତେବେ ୨୦୨୨ର ସଖ୍ୟା ହସ୍ତଗତ ହୋଇନଥିବାବେଳେ ଏହା ୨୦ହଜାରରୁ ଊର୍ଦ୍ଧ୍ବ ହେବ ବୋଲି ପର୍ଯ୍ୟଟନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ପୁରୀର ବ୍ଲୁଫ୍ଲାଗ୍ ବିଚ୍ ମଧ୍ୟ ପର୍ଯ୍ୟଟକଙ୍କ ପ୍ରମୁଖ ପସନ୍ଦ ପାଲଟିଛି। ସୁରକ୍ଷିତ ସ୍ନାନ ସାଙ୍ଗକୁ ଆଧୁନିକ ଶୌଚାଳୟ ଲୋକଙ୍କୁ ଆକୃଷ୍ଟ କରୁଛି। ଏଠାରେ ଫୁଡ଼କୋର୍ଟ ଏବଂ ବିଶ୍ରାମସ୍ଥଳୀ ମଧ୍ୟ ରହିଛି। ସେହିପରି ସମୁଦ୍ରକୂଳରେ ୱାଟର ପାରାସେଲିଂ ସାଙ୍ଗକୁ ବୋଟ୍ ଚଳାଇବାର ମଜା ବିଦେଶରେ ଥିବାର ଭ୍ରମ ସୃଷ୍ଟି କରୁଛି। ଏଥିସହ ଚନ୍ଦ୍ରଭାଗାରେ ଆୟୋଜନ ହେଉଥିବା ଇକୋ-ରିଟ୍ରିଟ୍ ପର୍ଯ୍ୟଟନ ଶିଳ୍ପ ପାଇଁ ଆଉ ଏକ ମାଇଲ୍ଖୁଣ୍ଟ। ପୁରୀ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଇକୋ-ରିଟ୍ରିଟ୍ ଯାଇ ବେଳାଭୂମୀରେ ନାଇଟ୍ କ୍ୟାମ୍ପର ମଜା ଉଠାଉଛନ୍ତି। ଏହାସହ ପୁରୀରେ ଦୁଇଟି ପ୍ରମୁଖ ୱାଟରପାର୍କ ରହିଛି। ଗୋଟିଏ ମାଳତୀପାଟପୁରଠାରେ ଥିବାବେଳେ ଅନ୍ୟଟି ପୁରୀ-କୋଣାର୍କ ରାସ୍ତାରେ ପ୍ରତିଷ୍ଠା ହୋଇଛି। ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ୱାଟରପାର୍କ ଭିନ୍ନ ଅନୁଭୂତି ସାଉଁଟିବାର ମାଧ୍ୟମ ପାଲଟିଛି ।