କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳୀଙ୍କ ଗହଳଚହଳ, ଭଜନକୀର୍ତ୍ତନରେ ମହାପ୍ରଭୁଙ୍କ ପବିତ୍ର ଶ୍ରୀକ୍ଷେତ୍ର ମାଟି ଆଧ୍ୟାତ୍ମିକ ପରିବେଶରେ ଭରି ଉଠିଥିବାବେଳେ ବିଦେଶୀମାନେ ବି ଏଥିପ୍ରତି ଆକୃଷ୍ଟ ହୋଇଛନ୍ତି । ବିଭିନ୍ନ ମଠରେ ରହି ନିଷ୍ଠାର ସହ ମାସେ ଧରି କାର୍ତ୍ତିକ ବ୍ରତ ପାଳନ ସହ ହବିଷ୍ୟାନ୍ନ ସେବନ କରୁଛନ୍ତି । ପ୍ରତିଦିନ ସକାଳେ ଓ ସଂଧ୍ୟାରେ ଚଉରା ମୂଳେ ରାଧାଦାମୋଦରଙ୍କୁ ପୂଜାର୍ଚ୍ଚନା ସହ ଭଜନକୀର୍ତ୍ତନ କରୁଛନ୍ତି । ବିଦେଶୀମାନଙ୍କ ଏଭଳି କାର୍ତ୍ତିକ ବ୍ରତ ପାଳନ ଭକ୍ତିଭାବର ଏକ ନିଆରା ପରିବେଶ ସୃଷ୍ଟି ହେଉଛି । ରୁଷିଆ, ୟୁକ୍ରେନ୍, ଜାପାନ, ଆମେରିକା, ଅଷ୍ଟ୍ରେଲିଆ, ଜର୍ମାନ ଭଳି ବଡ଼ ବଡ଼ ଦେଶରୁ ଆସିଥିବା ଏହି ବିଦେଶୀମାନେ ସ୍ବର୍ଗଦ୍ବାର ଗିରିଧାରୀ ମଠରେ ରହି ମାସ ଆରମ୍ଭରୁ କାର୍ତ୍ତିକ ବ୍ରତ ପାଳନ ସହ ଦୈନିକ ସିଂହଦ୍ବାରରେ ଭଜନକୀର୍ତ୍ତନ ଓ ପତିତପାବନଙ୍କୁ ଦର୍ଶନ କରୁଛନ୍ତି । ପରେ ହବିଷ୍ୟାନ୍ନ ଭାବେ ମଠରେ ମହାପ୍ରସାଦ ସେବନ କରୁଛନ୍ତି । ଏପରିକି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀକୃଷ୍ଣଙ୍କ ନାମରେ ନିଜର ନାମକରଣ କରି ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର କରୁଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀଚୈତନ୍ୟ, ସ୍ବାମୀ ପ୍ରଭୁପାଦଙ୍କ ସଂପର୍କିତ ପୁସ୍ତକ ମାଗଣାରେ ଭକ୍ତମାନଙ୍କୁ ବାଣ୍ଟୁଛନ୍ତି ।