ଘର ଅଗଣାରେ, ବାରି ବଗିଚାରେ, ମନ୍ଦିର ପ୍ରାଙ୍ଗଣରେ ଏପରିକି ଆଜିକାଲି କିଚେନ ଗାର୍ଡେÿନ ତଥା ସାଜସଜ୍ଜା ଆଦି ପାଇଁ ମଧ୍ୟ ବିଭିନ୍ନ ଅନୁଷ୍ଠାନ ଓ ସମାରୋହରେ ବ୍ୟବହାର ହେଉଛି ତୁଳସୀ । ଏହି ଗୁଳ୍ମ ଜାତୀୟ ଗଛର ଉପକାରିତା ଅନେକ । ମନ ଆତ୍ମା ତଥା ପରିବେଶକୁ ଶୁଦ୍ଧ କରୁଥିବା ତୁଳସୀ ବୃକ୍ଷ, ପ୍ରତିଟି ଓଡ଼ିଆଙ୍କ ଘରେ ନିଶ୍ଚିତ ଦେଖିବାକୁ ମିଳିଥାଏ । ଏହି ଗୁଳ୍ମର ପ୍ରତ୍ୟୋକ ଭାଗ ସହ ଆଧ୍ୟାତ୍ମିକ ଭାବନା ଯୋଡ଼ି ହୋଇ ରହିଥିବା ବେଳେ ସମସ୍ତ ଅଂଶର ଉପକାରୀ ଗୁଣ ରହିଛି ।
ସତେଜ, ସମୃଦ୍ଧି ଓ ଶୁଦ୍ଧିକରେ ତୁଳସୀ
ତୁଳସୀ ଚାରା ରୋପଣ ଘର ପରିବେଶରେ ଥିବା ନକାରାତ୍ମକ ଭାବନାକୁ ଦୂର କରିବା ସହ ସକାରାତ୍ମକ ବାତାବରଣ ସୃଷ୍ଟି କରିଥାଏ । ବାସ୍ତୁ ଅନୁଯାୟୀ ଘରର ସୁଖ ସମୃଦ୍ଧି ପାଇଁ ପୂର୍ବ ଦିଗରେ ତୁଳସୀ ରଖାଯାଏ । ସୁଫଳ ପାଇଁ ଏହାକୁ ଉତ୍ତର ବା ଉତ୍ତର ପୂର୍ବ ଦିିଗରେ ମଧ୍ୟ ରଖାଯାଏ । ବ୍ୟବହୃତ ସମସ୍ତ ଜଡ଼ିବୁଟି ମଧ୍ୟରେ ତୁଳସୀ ହେଉଛି ସବୁଠାରୁ ପବିତ୍ର । ଗୃହ ପରିସରରେ ତୁଳସୀ ରୋପଣ କଲେ ଆଖ ପାଖରେ କ୍ଷତିକାରୀ କୀଟ ଆସନ୍ତି ନାହିଁ ।
ରହିଛି ଅନନ୍ୟ ଆଧ୍ୟାତ୍ମିକ ମାହାତ୍ମ୍ୟ
ଆମ ହିନ୍ଦୁ ଶାସ୍ତ୍ରରେ ଆଧ୍ୟାତ୍ମିକତାର ପ୍ରତୀକ ଭାବେ ତୁଳସୀ ଗଛ ପୂଜା ଅର୍ଚ୍ଚନାରେ ସ୍ଥାନ ପାଇଥାଏ । ତୁଳସୀରେ ବାସ କରିଥାନ୍ତି ସାକ୍ଷାତ ମାଁ ଲକ୍ଷ୍ମୀ । ଏଣୁ ବିଷ୍ଣୁଙ୍କ ପୂଜାରେ ତୁଳସୀର ବ୍ୟବହାର ନିଶ୍ଚିତ । ବେଦ ପୁରାଣରେ ଏହାଦ୍ୱାରା ମୋକ୍ଷ ପ୍ରାପ୍ତି ହେବାର ବିଶ୍ୱାସ ରହିଛି । ତୁଳସୀ ଜଟା ଓ ପତ୍ର ପୂଜାରେ ବ୍ୟବହାର କରାଯାଏ, ଏହାର ମୂଳରେ ସ୍ୱୟଂ ଗଙ୍ଗା ପ୍ରବାହିତ ହେଉଥିବା ବେଳେ ଶାଖାରେ ବାସ କରନ୍ତି ସୃଷ୍ଟିକର୍ତ୍ତା ବ୍ରହ୍ମା । ତୁଳସୀ କାଠିକୁ ବିିଷ୍ଣୁଙ୍କୁ ଅର୍ପଣ କରଯାଉଥିବା ଦୀପରେ ବ୍ୟବହାର କରାଯାଏ । ଏପରିିକି ଏହାର ମୂଳ ସଂଲଗ୍ନ ମାଟି ମଧ୍ୟ ପବିତ୍ର ଓ ଶୁଦ୍ଧ ହୋଇଥାଏ ।
ଔଷଧୀୟ ଗୁଣରେ ଭରପୁର
ଆୟୁର୍ବେଦ ଅନୁସାରେ ତୁଳସୀ ଗଛର ପ୍ରତିଟି ଅଂଶରେ ଭରି ରହିଛି ବିଭିନ୍ନ ଔଷଧୀୟ ତତ୍ତ୍ୱ । ଏଥିରେ ରହିଛି ଆଣ୍ଟି ଅକ୍ସିଡ଼ାଣ୍ଟ୍ ଓ ରୋଗ ପ୍ରତିରୋଧକାରୀ ଉପାଦାନ ଯାହା ସାଧାରଣ ଘରୋଇ ଉପଚାରରେ ବ୍ୟବହାର କରାଯାଏ । ଏହାକୁ ଏସେନ୍ସିଆଲ୍ ଅଏଲ୍ ତିଆରିରେ ବ୍ୟବହାର କରାଯାଏ । ଏହା ଛଡ଼ା ମାନସିକ ଚାପ ଓ ଅସ୍ଥିରତା କମ୍ କରିବାରେ ସହାୟକ ହୋଇଥାଏ ତୁଳସୀ ।
ରୋଗ ଉପଶମକାରୀ ରାମବାଣ
ଥଣ୍ଡା କାଶ ଦୂର କରିବା ସହ ତୁଳସୀର ସେବନ ଚର୍ମ ସୁସ୍ଥ ଓ ମୁହଁର ଦାଗ ବ୍ରଣ ଚିହ୍ନ ଦୂର କରିଥାଏ । ତୁଳସୀ ପତ୍ର ପ୍ରତିଦିନ ଖାଇବା ଦ୍ୱାରା ରକ୍ତ ଶୁଦ୍ଧ ଓ ମୁଖ ଦୁର୍ଗନ୍ଧ କମ ହୋଇଥାଏ ରକ୍ତରେ ଶର୍କରା ମାତ୍ରାର ସନ୍ତୁଳନ ରକ୍ଷା କରିଥାଏ । ଶ୍ୱାସ, ରକ୍ତ ଚାପ, ମେଦବହୁଳତା ଓ ହୃଦ୍ରୋଗ ପାଇଁ ତୁଳସୀ ଖୁବ୍ ଉପକାରୀ । ଏଥିରେ ଭିଟାମିନ ଏ, ସି, କେ ଏବଂ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଫସ୍ଫରସ୍, ଆଇରନ, ଜିଙ୍କ୍ ଓ ପୋଟାସିୟମ୍ ଭଳି ଖଣିଜ ତତ୍ତ୍ୱ ରହିଛି । ଏଣୁ ପ୍ରତିଦିନ କିଛି ତୁଳସୀ ପତ୍ର ଖାଇବା ସ୍ୱାସ୍ଥ୍ୟପକ୍ଷେ ଖୁବ୍ ହିତକର ।
ବିଭିନ୍ନ ପ୍ରକାରର ତୁଳସୀ
ତୁଳସୀର ଉପକାରିତା ଓ ଗୁଣ ଅନୁଯାୟୀ ବିଭିନ୍ନ ପ୍ରକାର ରହିଛି । ରାମ ତୁଳସୀ, କୃଷ୍ଣ ତୁଳସୀ, ବଣ ତୁଳସୀ, ଅମ୍ରିତା ତୁଳସୀ, ଶ୍ରୀ ତୁଳସୀ ଓ କର୍ପୂର ତୁଳସୀ ଆଦି ପ୍ରମୁଖ । ସବୁ ପ୍ରକାରରେ ଭିନ୍ନ ଗୁଣବତ୍ତା ଓ ଉପାଦେୟତା ରହିଛି । କର୍ପୁର ଭଳି ବାସ୍ନା ହେଉଥିବା ତୁଳସୀର ଆଘ୍ରାଣ ମନକୁ ଖୁବ୍ ଶାନ୍ତି ଦିଏ, ଏଥିରେ ଅଧିକ ଫୁଲ ମଧ୍ୟ ଆସିଥାଏ । ବଣ ତୁଳସୀର ବାସ୍ନା ତୀବ୍ର ଏବଂ ଗାଢ଼ ବାଇଗଣୀ ଓ କଳା ରଙ୍ଗର ପତ୍ର ଓ କାଣ୍ଡ ଥିବାରୁ ସେହି ତୁଳସୀକୁ କୃଷ୍ଣ ତୁଳସୀରେ ନାମିତ କରା ଯାଇଛି । ତୁଳସୀ ଭାରତରେ ପ୍ରାୟ ସବୁ ଅଞ୍ଚଳରେ ଦେଖାଯାଏ । ହେଲେ କୃଷ୍ଣ ତୁଳସୀ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଓ ଦକ୍ଷିଣ ଭାରତୀୟ ରାଜ୍ୟ ଗୁଡ଼ିକରେ ଅଧିକ ମିଳିଥାଏ । ବଣ ତୁଳସୀ ହିମାଳୟ ଅଞ୍ଚଳରେ ପ୍ରାୟ ଦେଖିବାକୁ ମିଳେ । ଘରେ ଘରେ ପ୍ରତିଦିନ ପୂଜା ପାଉଥିବା ତୁଳସୀ ପରମ୍ପରା ଓ ସଂସ୍କୃତି ସହ ଆମକୁ ଯୋଡ଼ିବା ସହ ବୈଜ୍ଞାନିକ ତଥା ଔଷଧୀୟ ଦୃଷ୍ଟିକୋଣରୁ ବିଭିନ୍ନ କ୍ଷେତ୍ରରେ ଉପାଦେୟତାର ଅଧୀକାରୀ ।