ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ)ର ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣମେରୁରେ ସଫଳତାର ସହ ଅବତରଣ କରି ଇତିହାସ ରଚିଛି । ଚନ୍ଦ୍ର ଅନୁସନ୍ଧାନ ମିଶନ୍ ର ଏହି ସଫଳତା ଦେଶକୁ ଗୌରବାନ୍ୱିତ କରିଥିବା ବେଳେ ଏହି ସଫଳତା ସହିତ ଓଡିଶା ସଂଯୋଗ ମଧ୍ୟ ରହିଛି । ଏହି ଅଭିଯାନରେ କେନ୍ଦୁଝର ଜିଲ୍ଲାର ଯୁବ ବୈଜ୍ଞାନିକ ଅଟଳକୃଷ୍ଣ ଖଟୁଆଙ୍କ ଭୂମିକା ରହିଛି। ଇସ୍ରୋରେ ୧୦ ବର୍ଷରୁ ଅଧିକ ହେବ ସେ କାର୍ଯ୍ୟ କରୁଛନ୍ତି। ସେ କ୍ରାଏଜୋନିକ ଷ୍ଟେଜ୍ ଓ ଥର୍ମାଲ ସୁରକ୍ଷା ବ୍ୟବସ୍ଥା ବିଭାଗରେ କାର୍ଯ୍ୟକରୁଥିଲେ। କ୍ରାଏଜୋନିକ ଷ୍ଟେଜରେ ସେ ତରଳ ଇନ୍ଧନ ପ୍ରସ୍ତୁତି ଓ ଯୋଗାଣ ବ୍ୟବସ୍ଥା ଦାୟିତ୍ବରେ ଥିଲେ। ଥର୍ମାଲ ପ୍ରୋଟେକ୍ସନ ସିଷ୍ଟମରେ ସ୍ପେସ୍ କ୍ରାଫ୍ଟ କିପରି ବିଭିନ୍ନ ତାପମାତ୍ରାରେ ଠିକ ଭାବେ କାର୍ଯ୍ୟ କରିବ ସେହି ଦାୟିତ୍ବ ତୁଲାଉଥିଲେ। ଅଟଳକୃଷ୍ଣଙ୍କ ଘର କେନ୍ଦୁଝର ସହର ମାଗୁରୁଗାଡ଼ିଆରେ ଏବଂ ସେ ଇଂ ଅମରବର ଖଟୁଆ ଓ ସରୋଜିନୀ ପୃଷ୍ଟିଙ୍କ ପୁତ୍ର। ସେ କେନ୍ଦୁଝରଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଦଶମ ପର୍ଯ୍ୟନ୍ତ ପଢ଼ିଥିଲେ। ଯୁକ୍ତ ଦୁଇ ବିଜ୍ଞାନ ପରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ ଅଫ ସ୍ପେସ୍ ସାଇନ୍ସ ଏଣ୍ଡ ଟେକ୍ନୋଲୋଜିରୁ ବି-ଟେକ୍ ପାସ କରିବା ପରେ ସେ ଇସ୍ରୋରେ ବୈଜ୍ଞାନିକ ଭାବେ ୨୦୧୨ରେ ଯୋଗଦେଇଥିଲେ ।