ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବନଖଣ୍ଡ ରାୟଗଡ଼ା ବ୍ଲକରେ ରହିଛି ଓଡ଼ିଶାର ଦ୍ବିତୀୟ ଉଚ୍ଚତମ ଗିରିଶୃଙ୍ଗ ତଥା ସବୁଜବନାନୀ ଘେରା ମହେନ୍ଦ୍ରଗିରି ପର୍ବତ । ପୌରାଣିକ ଓ ପରିବେଶର ଗୁରୁତ୍ବ ବହନ କରୁଥିବା ଏହି ପର୍ବତମାଳାର ସୌନ୍ଦର୍ଯ୍ୟ ଅତ୍ୟନ୍ତ ଅପରୂପ । ନୈସର୍ଗିକ ସୁନ୍ଦରତାରେ ପରିପୂର୍ଣ୍ଣ ମହେନ୍ଦ୍ରଗିରି ରାଜ୍ୟର ଅନ୍ୟତମ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ । ଶୀତ ହେଉ କି ବର୍ଷା ସର୍ବଦା ମହେନ୍ଦ୍ରଗିରିର ଶୋଭା ଲୋକଙ୍କୁ ଆକର୍ଷିତ କରିଥାଏ। ମହେନ୍ଦ୍ରଗିରି ପର୍ବତକୁ ନେଇ ଆମର ସ୍ବତନ୍ତ୍ର ଆଲେଖ୍ୟ ।
ପୌରାଣିକ ଆଖ୍ୟାନ
ଦକ୍ଷିଣ ଓଡ଼ିଶାର ପୁରାଣ ପ୍ରସିଦ୍ଧ ତଥା ଦେବଭୂମି ହେଉଛି ମହେନ୍ଦ୍ରଗିରି ପର୍ବତ । ଭାରତୀୟ ପୁରାଣମାନଙ୍କର ବର୍ଣ୍ଣନା ଅନୁସାରେ ଭାରତରେ ସାତଟି କୁଳପର୍ବତ ରହିଛି । ଏହି ସାତ କୁଳପର୍ବତ ମଧ୍ୟରେ ପୂର୍ବଘାଟ ପର୍ବତମାଳାରେ ଥିବା ମହେନ୍ଦ୍ରପର୍ବତ ବିଶେଷ ମର୍ଯ୍ୟାଦାର ଅଧିକାରୀ । ଏହାକୁ ହିମାଳୟ ସହ ମଧ୍ୟ ତୁଳନା କରାଯାଏ । କାରଣ ରାମାୟଣ ଓ ମହାଭାରତ ଯୁଗ ସହ ଏହି ପର୍ବତ ଜଡ଼ିତ । ଏହାର ରହିଛି ଅନେକ କିମ୍ବଦନ୍ତୀ ଓ ଲୋକକଥା ।
ପୁରାଣ ଅନୁସାରେ, ହନୁମାନ ମାତା ସୀତାଙ୍କୁ ଖୋଜିବା ସମୟରେ ମହେନ୍ଦ୍ରପର୍ବତର ଦାରୁବ୍ରହ୍ମ ଗୁମ୍ଫାରେ ପାଦ ପକାଇ ଲଙ୍କା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ସେହି ସମୟରୁ ଏଠାରେ ହନୁମାନଙ୍କ ଏକ ବିରାଟ ପାଦ ଚିହ୍ନ ରହିଥିବା ଦେଖିବାକୁ ମିଳେ । ସେହିପରି ଭଗବାନ ପର୍ଶୁରାମ ଏହି ମହେନ୍ଦ୍ରପର୍ବତରେ ବାରବର୍ଷ ତପସ୍ୟା କରିଥିଲେ ବୋଲି ପୁରାଣରେ ଉଲ୍ଲେଖ ରହିଛି । ମହାଭାରତ ଯୁଗରେ ପାଣ୍ଡବମାନେ ବନବାସ କାଳରେ ମହେନ୍ଦ୍ରପର୍ବତକୁ ଆସି ଶିବ ଆରାଧନା କରିଥିଲେ । ତେଣୁ ମାତା କୁନ୍ତୀଙ୍କ ସହିତ ପାଞ୍ଚ ପାଣ୍ଡବଙ୍କ ନାମରେ ଏଠାରେ ଛଅଟି ମନ୍ଦିର ରହିଛି। ଏସବୁ ଦୃଷ୍ଟିରୁ ଭାରତ ସରକାର ମହେନ୍ଦ୍ରଗିରି ପର୍ବତକୁ ରାମାୟଣ ସର୍କିଟରେ ଅନ୍ତର୍ଭୁକ୍ତ କରିଛନ୍ତି । ତେବେ ଏହାର ଶାନ୍ତ ପରିବେଶରେ ଆକୃଷ୍ଟ ହୋଇ ଆଜି ବି ଦେବାଦେବୀ ଓ ଭଗବାନ ପର୍ଶୁରାମ ଏଠାକୁ ଆସନ୍ତି ବୋଲି ଲୋକଙ୍କ ବିଶ୍ବାସ ରହିଛି ।
ଜୈବବିବିଧତାର ମାନ୍ୟତା
୨୦୨୨ ମସିହାରେ ‘ମହେନ୍ଦ୍ରଗିରି’ ପର୍ବତକୁ ରାଜ୍ୟର ଦ୍ବିତୀୟ ଜୈବବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ପ୍ରଦାନ କରାଯାଇଛି । କାରଣ ପୌରାଣିକ ସହ ପାରିବେଶିକ, ଭୌଗଳିକ, ଭୂତାତ୍ତ୍ବିକ, ପ୍ରତ୍ନତାତ୍ତ୍ବିକ ଦୃଷ୍ଟିକୋଣରୁ ଯଥେଷ୍ଟ ଗୁରୁତ୍ବ ବହନ କରୁଛି ୧୫୦୧ ମିଟର ଉଚ୍ଚତା ବିଶିଷ୍ଟ ଏହି ମହେନ୍ଦ୍ରଗିରି ପର୍ବତମାଳା। ପ୍ରକୃତିର ଅନନ୍ୟ ସୃଷ୍ଟି ଭାବେ ବିଶ୍ବରେ ଯେତିକି ପ୍ରଜାତିର ଉଦ୍ଭିଦ ଅଛନ୍ତି, ସେଥିରୁ ପ୍ରାୟ ୪୦ ପ୍ରତିଶତ ପ୍ରଜାତି ଏଠାରେ ଦେଖିବାକୁ ମିଳେ । ଏପରିକି ପ୍ରାୟ ୧୩୪୮ ପ୍ରଜାତିର ଉଦ୍ଭିଦ ମଧ୍ୟରୁ ଏମିତି ୫ଟି ପ୍ରଜାତିର ଗଛ ରହିଛି, ଯାହା ବିଶ୍ବର ଅନ୍ୟ କୌଣସି ସ୍ଥାନରେ ନାହିଁ । ସେହିପରି ୧୨୯ଟି ବଂଶର ୫୪୫ ପ୍ରଜାତିର ବନ୍ୟପ୍ରାଣୀ ଏଠାରେ ବସବାସ କରନ୍ତି । ମହେନ୍ଦ୍ରଗିରି ଓ ଏହାର ଚତୁଃପାର୍ଶ୍ବରେ ବନାଞ୍ଚଳକୁ ଔଷଧୀୟ ଉଦ୍ଭିଦର ଉତ୍ପତ୍ତିସ୍ଥଳ ବୋଲି ବିବେଚନା କରାଯାଏ । ଏହାସହ ଏହାର ପାର୍ବତ୍ୟ ଅଞ୍ଚଳରେ କେଉଁ କାଳରୁ ବିଲୁପ୍ତପ୍ତାୟ ଜନଜାତି ସଉରା ଓ କନ୍ଧ ବାସ କରି ଆସୁଛନ୍ତି ।
ପ୍ରକୃତିର ଗନ୍ତାଘର
ପୌରାଣିକ ଉପାଖ୍ୟାନ ଦୃଷ୍ଟିରୁ ମହେନ୍ଦ୍ରଗିରି ଶୈବକ୍ଷେତ୍ର, ଶାକ୍ତପୀଠ ଏବଂ ବୈଷ୍ଣବପୀଠ ହେବା ସହ ଅପୂର୍ବ ପ୍ରାକୃତିକ ଶୋଭାରାଶିରେ ପରିପୂର୍ଣ୍ଣ । ପର୍ବତର ଶିଖରକୁ ଗଲେ ଏକ ଅପୂର୍ଵ ଆଧ୍ୟାତ୍ମିକ ପରିବେଶ ଅନୁଭୂତ ହୁଏ l ପାରଳାଖେମୁଣ୍ଡିଠାରୁ ୬୦ କିମି ଦୂରରେ ଥିବା ମହେନ୍ଦ୍ରଗିରିର ଶୋଭା ବର୍ଷସାରା ଲୋକଙ୍କୁ ଆକର୍ଷିତ କରିଥାଏ । ସ୍ବଚ୍ଛ ଓ ସୁସ୍ଥ ପ୍ରାକୃତିକ ବାତାବରଣର ଏକ ଅନନ୍ୟ ନିର୍ଦଶନ କହିଲେ ଭୁଲ ହେବ ନାହିଁ । ଏହାସହ ମହେନ୍ଦ୍ରତନୟା ନଦୀର କୁଳୁ କୁଳୁ ନାଦ ମହେନ୍ଦ୍ରଗିରିର ପରିବେଶକୁ ଆହୁରି ମନୋରମ କରିଥାଏ। ବର୍ଷା ଦିନେ ମହେନ୍ଦ୍ରଗିରିର ଶିଖରରେ ବାଦଲ ତଳେ ଓ ମଣିଷ ଉପରେ ଥାନ୍ତି ପରି ଲାଗେ l ଏଥିପାଇଁ ପର୍ଯ୍ୟଟନ ଋତୁ ସହ ଅନ୍ୟ ଦିନଗୁଡ଼ିକରେ ତଥା ପର୍ବପର୍ବାଣୀରେ ମହେନ୍ଦ୍ରଗିରି ପର୍ବତକୁ ପ୍ରକୃତି ପ୍ରେମୀଙ୍କଠାରୁ ଆରମ୍ଭ କରି ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।
ମହେନ୍ଦ୍ରଗିରିରେ ପିକନିକ୍ ଓ ଟ୍ରାକିଂ
ମହେନ୍ଦ୍ରଗିରି ପର୍ବତ ରାମାୟଣ ସର୍କିଟ ଓ ଜୈବବିବିଧତା ଐତିହ୍ୟସ୍ଥଳର ମାନ୍ୟତା ପାଇବା ପରେ ଭ୍ରମଣପ୍ରେମୀଙ୍କ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଧୀରେ ଧୀରେ ପ୍ରସିଦ୍ଧ ହେବାରେ ଲାଗିଛି । ଆଗରୁ କେବଳ ଶୀତ ଋତୁରେ ଲୋକମାନେ ଏଠାକୁ ବୁଲିବାକୁ ଭଲ ପାଉଥିବା ବେଳେ ବର୍ତ୍ତମାନ ବର୍ଷାଋତୁରେ ମଧ୍ୟ ଲୋକଙ୍କ ଭିଡ଼ ଜମୁଛି । କାରଣ ମୌସୁମୀ ଆସିଲେ ମହେନ୍ଦ୍ରଗିରି ଦୃଶ୍ୟ ସବୁଜ ବଳୟରେ ଥିବା ପରି ଅନୁଭୂତ ହୋଇଥାଏ । ଖାସ୍ କରି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟ ଅତ୍ୟନ୍ତ ରମଣୀୟ ହୋଇଥାଏ ।
ପିକନିକ୍ ଏବଂ ଟ୍ରାକିଂ ପାଇଁ ଆଜିକାଲି ଯୁବପିଢି ଏସ୍ଥାନକୁ ଅଧିକ ପସନ୍ଦ କରୁଛନ୍ତି । ନିବିଡ଼ ଅରଣ୍ୟର ଶୋଭା ସହ ଏଠାରେ ରହିଛି ଯୁଧିଷ୍ଠିର, କୁନ୍ତୀ ଏବଂ ଭୀମ ମନ୍ଦିର। ଭୀମ ଦେଉଳର ଗଠନକୁ ଦେଖିଲେ ଏହା ଅତ୍ୟନ୍ତ ପ୍ରାଚୀନ ଲାଗେ, କେବଳ ବଡ଼ ବଡ଼ ପଥର ଉପରକୁ ଉପର ଥୁଆ ହୋଇ ତିଆରି ହୋଇଛି l କୁନ୍ତୀ ଦେଉଳ ଓ ଯୁଧିଷ୍ଠିର ଦେଉଳର ଗଠନ ଶୈଳୀ ପ୍ରାୟ ସମାନ l ମହେନ୍ଦ୍ରଗିରିର ପାଦଦେଶରେ ମଧ୍ୟ ଗୋକେର୍ଣ୍ଣେଶ୍ବର ମନ୍ଦିର ରହିଛି । ଜାଗର ଦିନ ଏଠାରେ ବିରାଟ ମେଳା ହୁଏ । ପର୍ବତ ଉପରେ ଏକ ଗୁମ୍ଫା ଭିତରେ ପଥରର ଜଗନ୍ନାଥ ମୂର୍ତ୍ତି କେଉଁ ଅନାଦି କାଳରୁ ପୂଜା ପାଉଛନ୍ତି l ଏଠାରେ ହନୁମାନ ପାଦ ଚିହ୍ନ ଥିବା ସହ ହନୁମାନ କୁଣ୍ଡ ନାମରେ ଏକ କୁଣ୍ଡ ରହିଛି । ଏହା ହନୁମାନଙ୍କର ପ୍ରିୟ ସ୍ଥାନ ବୋଲି କୁହାଯାଏ । ସେହିପରି ପର୍ଶୁରାମଙ୍କ ଏକ ମୂର୍ତ୍ତି ମଧ୍ୟ ଖୋଲା ଆକାଶ ତଳେ ପୂଜା ପାଉଥିବା ଦେଖିବାକୁ ମିଳେ।
ମହେନ୍ଦ୍ରଗିରି ବୁଲିବାକୁ ଚାହଁଥିଲେ ଗଜପତିର ପାରଳାଖେମୁଣ୍ଡିକୁ ବସ୍ ବା ଟ୍ରେନ୍ ଯୋଗ ପାଇପାରିବେ । ସେଠାରୁ ପର୍ବତର ପାଦଦେଶରେ ପହଞ୍ଚିବା ପାଇଁ ପ୍ରାୟ ୨ ଘଣ୍ଟାର ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ । ଏଥିପାଇଁ ଟ୍ୟାକ୍ସି, କାର୍ କିମ୍ବା ବାଇକରେ ଯାଇପାରିବେ । ତେବେ ଏହି ଦୁଇ ଘଣ୍ଟାରେ ରାସ୍ତାର ଚତୁପାର୍ଶ୍ବରେ ଝରଣା, ଦୁଇ ପଟେ ସବୁଜ ପାହାଡ଼, ମଝିରେ ମଝିରେ ଘର ଏବଂ ଖଜୁରୀ ଓ ମକା ଗଛର ସୁନ୍ଦର ଦୃଶ୍ୟକୁ ଉପଭୋଗ କରିପାରିବେ । ଏହାପରେ ଆସିଥାଏ ପାଦଚଲା ରାସ୍ତା । ଶୀର୍ଷରେ ପହଞ୍ଚିବା ପାଇଁ ପ୍ରାୟ ଘଣ୍ଟେ ସମୟ ଲାଗିଥାଏ । ଟ୍ରାକିଂ ଆରମ୍ଭ କରିବା ପୂର୍ବରୁ ପାଣି ବୋତଲଠାରୁ ଆରମ୍ଭ କରି ଆବଶ୍ୟକୀୟ ସାମଗ୍ରୀ ପାଖରେ ରଖିବା ଜରୁରୀ ।
ମତ୍ସ୍ୟ ପୁରାଣ ଠାରୁ କଳକୀ ପୁରାଣ ଯାଏ ମହେନ୍ଦ୍ରଗିରି ଏକ ପବିତ୍ର କ୍ଷେତ୍ର ଭାବେ ମାନ୍ୟତା ପାଇଛି। କିନ୍ତୁ କେବଳ ଓଡ଼ିଶା ନୁହେଁ ସାରା ଦେଶରୁ ପର୍ଯ୍ୟଟକଙ୍କ ସମାଗମକୁ ଉଦ୍ଦେଶ୍ୟ ରଖି ଏହାର ପ୍ରଚାର ଓ ପ୍ରସାର ସହ ବିକାଶ ମଧ୍ୟ ଜରୁରୀ ଏବଂ ଏହାର ଜୈବବିବିଧତାକୁ ସଂରକ୍ଷିତ କରି ରଖିବା ଆମ ସମସ୍ତଙ୍କ ଦାୟିତ୍ବ ।