ଧର୍ମ ମାସ କାର୍ତ୍ତିକରେ ପଡ଼ୁଥିବା ସମସ୍ତ ପର୍ବ, ଓଷା ଏବଂ ବ୍ରତ ମଧ୍ୟରୁ ଅଁଳା ନବମୀ ସ୍ବତନ୍ତ୍ରତା ବହନ କରେ। ଏହି ଦିବସଟି କାର୍ତ୍ତିକ ଶୁକ୍ଳ ନବମୀରେ ପାଳିତ ହୁଏ। ହବିଷ୍ୟାଳୀମାନେ ଏହି ଦିନ ଅଁଳାଗଛ ମୂଳେ ବସି ଭୋଜନ କରନ୍ତି। ମାନ୍ୟତା ରହିଛି କି, ଅଁଳା ନବମୀ ଦିନ ଦାନ, ଧର୍ମ କରିବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତ ହୋଇଥାଏ।
ଅଁଳା ବୃକ୍ଷର ଉତ୍ପତ୍ତିକୁ ନେଇ ବିଭିନ୍ନ ପୁରାଣରେ ଭିନ୍ନ ଭିନ୍ନ ବର୍ଣ୍ଣନା ମିଳେ। ଏକଦା ଲକ୍ଷ୍ମୀ ଓ ପାର୍ବତୀ ଭଗବାନଙ୍କ ଉପାସନା ପାଇଁ ନୂତନ ଦ୍ରବ୍ୟର ସନ୍ଧାନ କରୁ କରୁ ଉଭୟଙ୍କ ଚକ୍ଷୁରୁ ଲୋତକ ବହି ପଡ଼ିଲା। ଏହି ଅଶ୍ରୁରୁ ଅଁଳା ବୃକ୍ଷର ଉତ୍ପତ୍ତି ବୋଲି କୁହାଯାଏ ଏବଂ ଏହି ଦିନଟି ଥିଲା କାର୍ତ୍ତିକ ଶୁକ୍ଳ ନବମୀ। ପୁରାଣ ବର୍ଣ୍ଣିତ ଅନ୍ୟ ଏକ କଥା ଅନୁସାରେ ଏକଦା ମାତା ଲକ୍ଷ୍ମୀ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପୃଥିବୀ ଭ୍ରମଣରେ ଆସିଥିଲେ। ପୃଥିବୀରେ ମାତା ଲକ୍ଷ୍ମୀଙ୍କର ଭଗବାନ ବିଷ୍ଣୁ ଓ ଶିବଙ୍କର ପୂଜା ଏକାଠି କରିବାକୁ ଚାହିଁଲେ ।