କଂକ୍ରିଟ୍ ସହରର ଜଞ୍ଜାଳମୟ ଜୀବନ ଶୈଳୀରୁ ଟିକେ ଫୁରସତ କାଢ଼ି ପ୍ରକୃତି କୋଳରେ ତାଜା ନିଃଶ୍ୱାସ ମାରିବା ପାଇଁ କୋରାପୁଟ ବର୍ତ୍ତମାନ ଏକ ଲୋକପ୍ରିୟ ଗନ୍ତବ୍ୟ ସ୍ଥଳ । ଆଗ ଛୁଟି କଟାଇବା ପାଇଁ ଲୋକ ବାହାର ପର୍ଯ୍ୟଟନସ୍ଥଳୀ ଯିବା ପସନ୍ଦ କରୁଥିଲେ ହେଲେ ଗତ କିିଛି ଦିନ ଧରି ଓଡ଼ିଶାର ବିଭିନ୍ନ ଟ୍ରାଭେଲ ସ୍ପଟ୍ର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଖାସ୍ କରି ଶୀତ ଦିନେ କୋରାପୁଟ, ଲୋକଙ୍କର ପସନ୍ଦ ପାଲଟିଛି । ପାହାଡ଼, ଝରଣା, ପ୍ରପାତ ଓ ମନ୍ଦିର ଆଦି ଅନେକ ଦର୍ଶନୀୟ ସ୍ଥାନ ପ୍ରକୃତିପ୍ରେମୀଙ୍କ ପାଇଁ ସ୍ୱର୍ଗ ଠାରୁ କମ ହେବ ନାହିଁ । ସବୁଜ ବନାନୀରେ ପରିବେଷ୍ଟିତ ସୁଉଚ୍ଚ ପାହାଡ଼ର ମନୋରମ ଦୃଶ୍ୟ ସାଙ୍ଗକୁ ପାହାଡ଼ ପାଦ ଦେଶର ବିସ୍ତୀର୍ଣ୍ଣ ଭୂମି, ଓ ବିଶାଳ ଜଳପ୍ରପାତ, ଶୀତ ଦିନେ ଆପଣଙ୍କ ଟ୍ରିପ୍ର ମଜା ଦୁଇଗୁଣ କରିବ ନିଶ୍ଚିତ ।
ସାତବାହନ, ନଳ, ଗଙ୍ଗ ତଥା ସୂର୍ଯ୍ୟ ବଂଶୀ ରାଜା ମାନଙ୍କ ଦ୍ୱାରା ପ୍ରାଚୀନ କାଳରୁ ଶାସିତ କୋରାପୁଟର ରାଜଧାନୀ ରାଜାଙ୍କ ଅନୁସାରେ ପରିବର୍ତ୍ତନ ହୋଇଆସୁଥିଲା । ଶେଷରେ ସୁର୍ଯ୍ୟ ବଂଶୀ ରାଜା ବିକ୍ରମ ଦେଓଙ୍କ ସମୟରେ ରାଜଧାନୀ ଜୟପୁରରେ ଅବସ୍ଥାପିତ କରାଯାଇଥିଲା । ପୂର୍ବରୁ ମାଡ଼୍ରାସ୍ ପ୍ରେସିଡେନ୍ସିର ଅଂଶ ଥିବା ଅଭିଭକ୍ତ କୋରାପୁଟ ଓଡ଼ିଶାରେ ମିଶିବା ପରେ ମାଲକାନାଗିରି, ରାୟଗଡ଼ା, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ଭାବେ ବିଭାଜିତ ହୋଇଥିଲା ।
ଏଠାରେ ପହଞ୍ଚିବାକୁ ହେଲେ ଉଭୟ ଟ୍ରେନ୍ ଓ ଗାଡ଼ିର ସୁବିଧା ଉପଲବ୍ଧ ଅଛି । ହେଲେ ନିଜ ଗାଡ଼ି ଝରକାରୁ ପ୍ରକୃତିର ସୁନ୍ଦରତାକୁୁ ଉପଭୋଗ କରି କରି ଯିବାର ମଜା ଅଲଗା । ଦେଖିବାକୁ ଗଲେ, ନଭେମ୍ବର ଠାରୁ ଆରମ୍ଭ କରି ଫେବୃଆରୀ ଯାଏଁ କୋରାପୁଟ ବୁଲିବା ପାଇଁ ପ୍ରକୃଷ୍ଟ ସମୟ । ଯଦି ଆପଣ ନିକଟ ଭବିଷ୍ୟତରେ ବୁଲିବା ଯୋଜନା କରୁଛନ୍ତି ତେବେ ଆସନ୍ତୁ କୋରାପୁଟର କିଛି ବିଶେଷ ଆକର୍ଷଣ ବିଷୟରେ ଆଲୋଚନା କରିବା ।
ଦେଓମାଳି
କୋରାପୁଟ ଠାରୁ ପ୍ରାୟ ୬୨ କିଲୋମିଟର ଦୂରରେ ରହିଛି ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳି। ସମୁଦ୍ର ପତ୍ତନ ଠାରୁ ପ୍ରାୟ ୧୬୭୨ ମିଟର ଉଚ୍ଚତାରେ ଥିବ ଏହି ପାହାଡ଼ରେ ବିଭିନ୍ନ ଔଷଧୀୟ ଗୁଳ୍ମ ଓ ବିରଳ ପ୍ରଜାତିର ଗଛ ରହିଛି । ଭୋର ସମୟରେ ମେଘ ବଳୟରେ ଅଚ୍ଛାଦିତ ପାହାଡ଼ମାଳା ମଝିରୁ ସୂର୍ଯ୍ୟୋଦୟ ଦେଖିବାର ଅନୁଭୁତି ନେଇ ଆପଣ ଏକ ସୁନ୍ଦର ଶାନ୍ତ ସକାଳ ଆରମ୍ଭ କରିପାରିବେ । ଖାସ ଏଥି ପାଇଁ କିଛି ଘରୋଇ ସଂସ୍ଥା ତଥା ସରକାରଙ୍କ ତରଫରୁ ପାହାଡ଼ ଉପରେ ଓ ତଳ ଅଞ୍ଚଳରେ ରାତ୍ରି ଟ୍ରେକିଂ ଓ କ୍ୟାମ୍ପିଂର ବ୍ୟବସ୍ଥା ରହିଛି । କେବଳ ଏତିକି ନୁହେଁ ନିଜ ଟ୍ରିପ୍କୁ ଆହୁରି ରୋମାଞ୍ଚକ କରିବା ପାଇଁ ପର୍ଯ୍ୟଟକ ମାନେ ପାରାସୈଲିଂ, ପାରାଗ୍ଲାଇଡ଼ିଂ ମଧ୍ୟ କରିପାରିବେ । ସବୁ ସମୟରେ ଏ ସୁବିଧା ନଥାଏ ତେଣୁ ପ୍ରାକ୍ ପ୍ରସ୍ତୁତି ସହ ଯିବାକୁ ପଡ଼େ । କିନ୍ତୁ ଏହି ରୋମାଞ୍ଚକର ଅନୁଭୁତି ଯୋଗାଇବାରେ କୋରାପୁଟ ଓଡ଼ିଶାରେ ପ୍ରଥମ ଜିଲ୍ଲା ଏଣୁ ଥରେ ନିଶ୍ଚିତ ଏହାର ମଜା ଉଠାନ୍ତୁ ।
ସାବର ଶ୍ରୀକ୍ଷେତ୍ର
କୋରାପୁଟ ଜିଲ୍ଲାର ଅନ୍ୟତମ ଲୋକପ୍ରିୟ ଦର୍ଶନୀୟ ସ୍ଥାନ ହେଉଛି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ମନ୍ଦିର ସାବର ଶ୍ରୀକ୍ଷେତ୍ର । ୧୯୭୨ ମସିହାରୁ ଆଞ୍ଚଳିକ ଆଦିବାସୀ ସଉରା ମାନଙ୍କ ଦ୍ୱାରା ଜଗନ୍ନାଥ ପ୍ରମୁଖ ଦେବତା ଭାବେ ପୂଜା ପାଇଆସୁଛନ୍ତି । ଜଗନ୍ନାଥ ସଂସ୍କୃତିର ଏକ ଆଧ୍ୟାତ୍ମିକ ପେଣ୍ଠସ୍ଥଳୀ ଭାବେ ଏହି ମନ୍ଦିର କୋରାପୁଟର ମୁଖ୍ୟ ଆକର୍ଷଣ ପାଲଟିଛି । ପୁରୀ ରଥଯାତ୍ରା ଭଳି ସାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା ଖୁବ ଧୁମ୍ଧାମ୍ରେ ପାଳିତ ହୁଏ ।
ଆଦିବାସୀ ସଂଗ୍ରହାଳୟ
ମନ୍ଦିରର ଅନତି ଦୂରରେ ଆଦିବାସୀ ସମ୍ପ୍ରଦାୟର ଜୀବନ ଶୈଳୀ ଉପରେ ଆଧାରିତ ଏକ ସଂଗ୍ରହାଳୟ ରହିଛି । ଏଠାରେ ଆଦିବାସୀ କଳା, ସଂସ୍କୃତି ସମ୍ପର୍କିତ ବିଭିନ୍ନ ସାମଗ୍ରୀର ସଂଗ୍ରହ ରହିଛି । ସେମାନଙ୍କ ପରିପାଟୀ, ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ, ବ୍ୟବହାର କରୁଥିବା ଅସ୍ତ୍ର, ଶସ୍ତ୍ର, ସାଜସଜ୍ଜା ସାମଗ୍ରୀ, ବାଦ୍ୟ ଯନ୍ତ୍ର ଓ ଗୃହ ଆସବାବପତ୍ର ଆଦି କୋରାପୁଟ ଜନଜାତିଙ୍କର ଅର୍ଥନୈତିକ, ସାଂସ୍କୃତିକ ତଥା ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ତଥ୍ୟ ଦେଇଥାଏ ।
ମାଛକୁଣ୍ଡ-ଡୁଡ଼ୁମା ଜଳପ୍ରପାତ
ଜୟପୁରଠାରୁ ପ୍ରାୟ ୭୦ କିଲୋମିଟର ଦୂରତାରେ ନନ୍ଦପୁର ପାହାଡ଼ ଉପରେ ରହିଛି ଡୁଡ଼ୁମା ଜଳପ୍ରପାତ । ଆଞ୍ଚଳିକ ପର୍ଯ୍ୟଟକ ମାନଙ୍କ ଦ୍ୱାରା ମତ୍ସ୍ୟ କ୍ଷେତ୍ର ଭାବେ ସୁପରିଚିତ ଏହି ଏହି ସୁଉଚ୍ଚ ଝରଣା ଉପରେ ରହିଛି ଜଳ ବିଦ୍ୟୁତ୍ ଉତ୍ପାଦନ ବ୍ୟବସ୍ଥା । ସ୍ଥାନୀୟ ବିକାଶ ପାଇଁ ଏହାର ଅନେକ ଯୋଗଦାନ ରହିଛି । ମାଛକୁଣ୍ଡ ନଦୀରୁ ସୃଷ୍ଟି ହୋଇଥିବା ଡୁଡ଼ୁମା ଜଳପ୍ରପାତ ପାଖରେ ଶୀତ ଦିନେ ପିକ୍ନିକ୍ ପାଇଁ ବହୁତ ଭିଡ଼ ଜମିଥାଏ । ଝରଣା ପାଖରେ ପହଞ୍ଚିବାକୁ ହେଲେ ପାଖାପାଖି ଏକ କିଲୋମିଟର ଚାଲିବାକୁ ହୁଏ କିନ୍ତୁ ଘଞ୍ଚ ବନାନୀ ଘେରା ଏହି ପ୍ରପାତ ପାଖରେ ପହଞ୍ଚିଲା ପରେ ଏହାର ମନୋରମ ଦୃଶ୍ୟ ଆପଣଙ୍କ ଯାତ୍ରା ପୀଡ଼ା ନିଶ୍ଚିିତ ଲାଘବ କରିବ ।
କୋଲାବ ଡ୍ୟାମ୍
୩୦୦୦ ଫୁଟ୍ ଉଚ୍ଚତାରେ ଅବସ୍ଥାପିତ ଜଳ ବିଦ୍ୟୁତ୍ ଉତ୍ପାଦନକାରୀ ବିଶାଳ କୋଲାବ୍ ଡ୍ୟାମ୍ର ଖୁବ ନାମ ରହିଛି । ଏହା କେବଳ ବାହାରୁ ଆସୁଥିବା ଲୋକ ନୁହେଁ ସ୍ଥାନୀୟ ପର୍ଯ୍ୟଟକ ମାନଙ୍କର ମଧ୍ୟ ପ୍ରିୟ ସ୍ଥାନ । କୋଲାବ୍କୁ ଲାଗି ରହିଛି ଏକ ସୁସଜ୍ଜିତ ବୋଟାନିକାଲ ଗାର୍ଡ଼େନ, ଯାହା ଭିତରେ ପ୍ରାୟ ୨୦୦ରୁ ଅଧିକ ପ୍ରଜାତିର ଫୁଲ ଗଛ ରହିଛି । ଏଠାରେ ଖାଦ୍ୟପେୟ, ବୁଲାବୁଲି, ନୌକା ବିହାର ତଥା ବିଶ୍ରାମର ସବୁ ସୁବିଧା ଉପଲବ୍ଧ । ଡ୍ୟାମର ଗେଟ୍ ଖୋଲା ଥିବା ସମୟରେ ଏହା ଯେତେ ସୁନ୍ଦର ସେତେ ଭୟଙ୍କର ମଧ୍ୟ ଦେଖାଯାଏ ।
ଗୁପ୍ତେଶ୍ୱର ମନ୍ଦିର
କୋରାପୁଟର ପ୍ରଖ୍ୟାତ ମନ୍ଦିର ମାନଙ୍କ ମଧ୍ୟରେ ପ୍ରସ୍ତର ଗୁମ୍ପା ଭିତରେ ପୂଜା ପାଉଥିବା ଶିବଲିଙ୍ଗର ମାହାତ୍ମ୍ୟ ସୁଦୂର ପ୍ରସାରୀ । ସହରଠାରୁ ୮୦ କିଲୋମିଟର ଦୂରତାରେ ଥିବା ଏହି ପ୍ରସିଦ୍ଧ ମନ୍ଦିର ପରିଦର୍ଶନ ପାଇଁ କେବଳ ଓଡ଼ିଶା ନୁହେଁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ଆଦି ପଡ଼ୋଶୀ ରାଜ୍ୟରୁ ପର୍ଯଟକଙ୍କ ଭିଡ଼ ଲାଗେ । ଗୁପ୍ତେଶ୍ୱର ମନ୍ଦିର ଓଡ଼ିଶାର ପ୍ରାଚୀନ ମନ୍ଦିର ମାନଙ୍କ ମଧ୍ୟରେ ଗୋଟିଏ । ଏଠାରେ ଠାକୁରଙ୍କୁ ଦର୍ଶନ କରିବାକୁ ହେଲେ ପଥର ଗୁମ୍ଫା ଭିତରକୁ ନଇଁକରି ପଶିବାକୁ ହୁଏ । ଭିତରେ ଥିବା ଶିବଲିଙ୍ଗର ଆକାର କ୍ରମଶଃ ବଢୁଥିବାର ବିଶ୍ୱାସ ରହିଥିବା ବେଳେ ଗୁମ୍ଫା ଭିତରେ ଲୁକାୟିତ ଭାବେ ପୂଜା ପାଉଥିବାରୁ ଗୁପ୍ତେଶ୍ୱର ନାମରେ ନାମିତ ଏହି ସ୍ଥାନକୁ କେହି କେହି “ଗୁପ୍ତ କେଦାର’ ମଧ୍ୟ କୁହନ୍ତି । ସ୍ଥାନୀୟ ଆଦିବାସୀ ମାନଙ୍କ ଦ୍ୱାରା ଶିବଲିଙ୍ଗ ଠାବ ହେଇଥିବାର ଜଣାଯାଏ, ଯାହା ପରଠାରୁ ଆଦିବାସୀ ସମ୍ପ୍ରଦାୟ ଏଠାରେ ପୂଜା ଅର୍ଚ୍ଚନା କରିଆସୁଥିଲେ । ଏଠାରେ ଶ୍ରାବଣ ମେଳା ଓ ମହା ଶିବରାତ୍ରୀ ମହା ଆଡ଼ମ୍ବରରେ ପାଳନ କରାଯାଏ ।
କୋରାପୁଟ ବୁଲିବା ପାଇଁ ଆପଣ ବର୍ଷ ତମାମ ଆସିପାରିବେ କିନ୍ତୁ ଶୀତ ଋତୁ ସବୁଠାରୁ ଉପଯୁକ୍ତ ସମୟ ରହିବ । ଉପରଲିଖିତ ସ୍ଥାନ ଗୁଡ଼ିକ ବ୍ୟତୀତ ମାଲିଗୁଡ଼ା ଟନେଲ ବ୍ରିଜ୍ ଓ ରାସ୍ତା ପାଶ୍ୱର ବିସ୍ତୀର୍ଣ୍ଣ ଅଳସୀ ଫୁଲର ସମ୍ଭାର ଇଣ୍ଟରନେଟରେ ସଭିଙ୍କ ହୃଦୟ ଜିଣୁଛି । ଜୟପୁର ସହରରେ ରାଜାଙ୍କ ଉଆସ, ପ୍ରାଚୀନ ଐତିହାସିକ ସୂର୍ଯ୍ୟ ମହଲ ଓ ମୋତି ମହଲ ଜିଲ୍ଲାର ଇତିହାସ ବହନ କରେ ଏବଂ ସୁନାବେଡ଼ାର ମିଗ୍ ବିମାନ କାରଖାନା ଓ ଦାମନଯୋଡ଼ିର ପ୍ରତିଷ୍ଠିତ ଶିଳ୍ପ କାହାକୁ ବା ଅଜଣା । ପ୍ରାଚୀନ ପ୍ରତ୍ୟକ୍ଷ ମନ୍ଦିର ଛଡ଼ା ପର୍ଯ୍ୟଟକଙ୍କ ମନ ମୋହିବା ପାଇଁ ପ୍ରକୃତି ପ୍ରସ୍ତର ଖଣ୍ଡ ମଝିରେ ଛୋଟ ବଡ଼ ଝରଣା ଖଞ୍ଜି ଦେଇଥିବା ପ୍ରତୀତ ହୁଏ । କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅତି ନିକଟରୁ ଉପଭୋଗ କରିବା ପାଇଁ ଚାହୁଁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ବିଳାସମୟୀ ହୋଟେଲ, ପାନ୍ଥନିବାସ ଓ ଅତିଥି ଭବନ ଠାରୁ ଆରମ୍ଭ କରି ମଧ୍ୟମ ବଜେଟର ନେଚର କ୍ୟାମ୍ପ ଓ ହୋଟେଲ ଯାଏଁ ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ରହିଛି । ଏଣୁ ନିଜ ପରିବାର, ବନ୍ଧୁ ଓ ପ୍ରିୟଜନଙ୍କ ସହ ନିଶ୍ଚିତ ବୁଲି ଆସନ୍ତୁ ଏବଂ କୋରାପୁଟର ସୁପ୍ତ ସୌନ୍ଦର୍ଯ୍ୟକୁ ହୃଦୟଭରି ଉପଭୋଗ କରନ୍ତୁ ।