ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ମିଳିଲା ‘ଯୁନୁନ୍’ ପୁରସ୍କାର। ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ ଏଡୁକେଶନ ଆଣ୍ଡ କେୟାର ‘ (ଆଇଆଇଇସି) କୁ ଜାତୀୟ ସ୍ତରରେ’ ଗୁଞ୍ଜ ଦ୍ୱାରା ସ୍ଥାପିତ ‘ଯୁନୁନ୍’ ପୁରସ୍କାର ଦିଲ୍ଲୀ ଠାରେ ପ୍ରଦାନ କରାଯାଇଛି। ବିଗତ ୨୮ ବର୍ଷ ନିରନ୍ତର ଭାବେ ଏହି ଅନୁଷ୍ଠାନ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସମାଜର ଗରୀବ, ଅବହେଳିତ, ଭିନ୍ନକ୍ଷମ, ବସ୍ତି ବାସିନ୍ଦା, ଆଦିବାସୀମାନଙ୍କ ନିମନ୍ତେ ଜନହିତକର ଓ ସଶକ୍ତୀକରଣ କାର୍ଯ୍ୟକ୍ରମ କରିଆସୁଛି। କରୋନାର ଭୟଙ୍କର ସଙ୍କଟ ସମୟରେ ଅନୁଷ୍ଠାନ ଦ୍ଵାରା ପରିଚାଳିତ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ସୁରଭି ର ‘ଶିକ୍ଷା ସୁରଭି ‘ କାର୍ଯ୍ୟକ୍ରମ ଦ୍ଵାରା ପ୍ରାୟ ଦୁଇ ଲକ୍ଷ୍ୟ ପ୍ରାଥମିକ ଛାତ୍ର ଛାତ୍ରୀଙ୍କୁ ପ୍ରତିଦିନ ପାଠ୍ୟ ବିଷୟକୁ ଅଭିନବ ଢ଼ଙ୍ଗରେ ପହଞ୍ଚାଇ ପାରିଥିଲା। ସେହିପରି କଲେଜ୍ ବିଦ୍ୟାର୍ଥୀ ଓ ଅନ୍ୟାନ୍ୟ ଚାକିରି ପ୍ରତିଯୋଗୀ ମାନଙ୍କପାଇଁ ‘ଚାଲନ୍ତୁ ଜାଣିବା ଇତିହାସ ‘ କାର୍ଯ୍ୟକ୍ରମ ଏକ ଆଶୀର୍ବାଦ ସ୍ୱରୂପ ପ୍ରମାଣିତ ହେଉଥିଲା। ଆଇଆଇଇସି ଏହାର କାର୍ଯକ୍ରମ ମାଧ୍ୟମରେ ଚାଷୀ ଆତ୍ମହତ୍ୟାକୁ ରୋକିବା, ସହରାଞ୍ଚଳ ରାସ୍ତାକଡ ବ୍ୟବସାୟୀମାନଙ୍କୁ ଜୀବିକା ସାହାଯ୍ୟ ଯୋଗାଇଦେବା, କରୋନା ସମ୍ପର୍କରେ ଅନ୍ଧବିଶ୍ୱାସ ଦୂର କରିବା, ଜନସାଧାରଣଙ୍କୁ କରୋନା ସେଫ୍ଟୀ କୀଟ ଓ ଅନ୍ୟାନ୍ୟ ମାର୍ଗଦର୍ଶିକା ଯୋଗାଇଦେବା ଇତ୍ୟାଦି ଅନେକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇଥିଲେ।