adibasi mela

କୋଳାହଳରୁ ବହୁଦୂରରେ ପ୍ରକୃତି କୋଳରେ ଜୀବନଯାପନ କରିଆସୁଛନ୍ତି ପ୍ରକୃତିର ପ୍ରକୃତ ସନ୍ତାନ ଆଦିବାସୀ । କିନ୍ତୁ ଆଜିର ଚାକଚକ୍ୟ ଆଧୁନିକତା ମଧ୍ୟରେ ଧିରେ ଧିରେ ହଜିଯାଉଛି ସେହି ଆଦିମ ଆଦିବାସୀଙ୍କ ନିଚ୍ଛକ ତଥା ଭିନ୍ନ ଜୀବନଶୈଳୀ । ତେବେ ଏହି ଆଦିମ ଜନଜାତିଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କିମ୍ବା ସେମାନଙ୍କ ନିଆରା ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପ୍ରୟାସରେ ପ୍ରତିବର୍ଷ ରାଜଧାନୀ ଭୁବନେଶ୍ବରରେ ଆୟୋଜିତ ହେଉଛି ‘ଆଦିବାସୀ ମେଳା’ ।  ତେବେ ଦୀର୍ଘ ତିନି ବର୍ଷର କଟକଣା ପରେ ଚଳିତ ବର୍ଷ ଭୁବନେଶ୍ବରର ୟୁନିଟ୍-1 ସ୍ଥିତ ଆଦିବାସୀ ପଡ଼ିଆରେ ‘ଆଦିବାସୀ ମେଳା 2023’ର ବର୍ଦ୍ଧିତ ଆକାର ଦେଖିବାକୁ ମିଳିଛି । 

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଆଦିବାସୀ ମେଳାରେ ଚଳିତ ବର୍ଷ ମୋଟ 121ଟି ଷ୍ଟଲ୍ ସହ 10ଟି ଜନଜାତିଙ୍କ ଘରର ମଡେଲ୍ ପ୍ରଦର୍ଶିତ ହୋଇଛି । ଏହାସହ ଆଦିବାସୀ ହାଟ, ଆଦିବାସୀ କଳାବସ୍ତୁ, ଜନଜାତିଙ୍କ କୁଡ଼ିଆ ଓ ପ୍ରତି ସନ୍ଧ୍ୟାରେ ଅନୁଷ୍ଠିତ ଆଦିବାସୀ ନାଚଗୀତ ସାମଗ୍ରିକ ଭାବରେ ଆଦିବାସୀମାନଙ୍କର ସାମାଜିକ, ଅର୍ଥନୈତିକ ଓ ବାଣିଜ୍ୟିକକୁ ପରିପ୍ରକାଶ କରୁଛି।

ଆଦିବାସୀ ଗ୍ରାମ

ସ୍ମାର୍ଟସିଟି ରାଜଧାନୀରେ କିଛି ନୂଆ ଅନୁଭୂତି ଦେଇଛି ଆଦିବାସୀ ମେଳାରେ ହୋଇଥିବା ସ୍ବତନ୍ତ୍ର ‘ଆଦିବାସୀ ଗ୍ରାମ’ । ବଣ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ଗାଁର ଦୃଶ୍ୟକୁ ମେଳାର ପିଣ୍ଡିମାନଙ୍କରେ କିଛି ଏମିତି ହିଁ ଦର୍ଶାଯାଇଥିଲା । କେଉଁଠି ଝାଟିମାଟିର ଘର ତ କେଉଁଠି ନୂଆଁଣିଆ ଚାଳ, ଆଉ କେଉଁଠି ଇଷ୍ଟ ଦେବୀଙ୍କ ପୂଜାସ୍ଥଳୀ ତ କେଉଁଠି ଘର ଆଗରେ ରହିଛି ଡୁଲି, ମୁଗୁରା ସହ ଛେଳି, କୁକୁଡ଼ା ଘର । 10ଟି ପ୍ରାଚୀନ ଜନଜାତିଙ୍କ ମଧ୍ୟରେ କୁଟିଆ କନ୍ଧ, ବଣ୍ଡା, ପାଉଡ଼ିଭୂୟାଁ, ଲାଞ୍ଜିଆ ସଉରା, ସଉରା ସହ ଭୁଞ୍ଜିଆ ଆଦିବାସୀଙ୍କ ଘରକୁ ଅତି ସୁନ୍ଦର ଭାବେ ତାଙ୍କର ନିତିଦିନିଆ ବ୍ୟବହୃତ ସାମଗ୍ରୀ ସହ କୃଷି ଉପକରଣ, ଅସ୍ତ୍ରଶସ୍ତ୍ର ସହ ପ୍ରଦର୍ଶିତ କରାଯାଇଛି । ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳର ଲାଲ ଓ କଳା ରଙ୍ଗ ସହ ଆଦିବାସୀ ଚିତ୍ରକଳାରେ ତିଆରି କୁଟିଆ କନ୍ଧ ଘର ଏବଂ ସମ୍ମୁଖରେ ଧରଣୀପେନୁଙ୍କ ପୂଜାସ୍ଥଳୀ ଅନ୍ୟ ଜନଜାତି ଘରମାନଙ୍କଠାରୁ ବେଶ ଆକର୍ଷଣୀୟ ହୋଇଛି । ସେହିପରି ଅନ୍ୟ ଘର ଅପେକ୍ଷା ଭୁଞ୍ଜିଆ ଜନଜାତିଙ୍କ ଧଳା ରଙ୍ଗ ସହ ପାରମ୍ପରିକ ଚିତ୍ରକଳାରେ ନିର୍ମିତ କୁଡ଼ିଆ ବେଶ୍ ଭିନ୍ନ ହୋଇଥିବା ଦେଖିବାକୁ ମିଳିଛି ।

ଆଦିବାସୀ ହାଟ

ମେଳାର ଅନ୍ୟତମ ଆକର୍ଷଣ ହେଉଛି ‘ଆଦିବାସୀ ହାଟ’ । ଏଠାରେ ଜନଜାତିଙ୍କ ଦ୍ବାରା ଉତ୍ପାଦିତ ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରିବଟାର ବ୍ୟବସ୍ଥା କରାଯାଇଛି । ହରିଡ଼ା, ବାହାଡ଼ା, ଅଁଳା, ମାଣ୍ଡିଆ, ନାଲି ଚାଉଳ, ବିଭିନ୍ନ ପ୍ରକାର ଡାଲି, ମୁଗ, ବିରି ପ୍ରାୟ ପ୍ରତିଟି ଷ୍ଟଲରେ ବିକ୍ରି ହେଉଥିବା ବେଳେ କଞ୍ଚା ହଳଦୀଠାରୁ ଆରମ୍ଭ କରି ଝୁଣା, ଦେଶୀ ଆଳୁ, ଡାଲଚିନି, ବଡ଼ି, ପାମ୍ପଡ଼, ଆଚାର, ଆମ୍ବୁଲ, ବରକୋଳିକୁ ଲୋକମାନେ ଅତି ଉତ୍ସାହର ସହ କିଣୁଥିବା ଦେଖିବାକୁ ମିଳିଛି । ସେହିପରି ପ୍ରାକୃତିକ ଔଷଧୀୟ ଭାବେ କାମ କରୁଥିବା ବିଭିନ୍ନ ପ୍ରକାର ତେଲ ଯଥା କୁସୁମ ତେଲ, ନିମ୍ବ ତେଲ, ନଡ଼ିଆ ତେଲ, ରାଶି ତେଲ ଅଧିକ ବିକ୍ରି ହେଉଛି । ସହରାଞ୍ଚଳରେ ଏହିସବୁ ସାମଗ୍ରୀ ଉପଲବ୍ଧ ହେବା କଷ୍ଟକର ହୋଇଥିବାରୁ ବର୍ଷକ ଥରେ ଅନୁଷ୍ଠିତ ହେଉଥିବା ଏହି ମେଳାରୁ ତାହା କିଣିବାକୁ ଗୃହିଣୀମାନଙ୍କର ବିଶେଷ ଆଗ୍ରହ ପରିଲକ୍ଷିତ ହେଉଛି। ତେବେ ଚଳିତ ବର୍ଷ ଏହି ମେଳାର ଅନ୍ୟତମ ଆକର୍ଷଣ ସାଜିଛି ସୁନାବେଡାର ସ୍ବାଦିଷ୍ଟ ଷ୍ଟ୍ରବେରୀ ।

ଆଦିବାସୀ କଳାବସ୍ତୁ

ଆଦିବାସୀ ଜନଜାତିଙ୍କ ହସ୍ତଶିଳ୍ପ ଓ ହସ୍ତକଳାର ଯାଦୁ ପ୍ରଦର୍ଶିତ କରିବା ପାଇଁ ମେଳାରେ ଖୋଲିଛି ସ୍ବତନ୍ତ୍ର ‘ଆଦିବାସୀ କଳାବସ୍ତୁ’ର 13ଟି ଷ୍ଟଲ୍। ଏଠାରେ ଆଦିବାସୀ ଅଳଙ୍କାର, ସଉରା ଓ ଗଣ୍ଡା ସମ୍ପ୍ରଦାୟଙ୍କର ସ୍ବତନ୍ତ୍ର ଚିତ୍ରକଳା, କାଗଜ ମଣ୍ଡରେ ତିଆରି ସୌଖନୀ ଜିନିଷ, କାଠଶିଳ୍ପର ସୁନ୍ଦର ସୁନ୍ଦର କୃତି, ସବାଇ ଘାସରେ ନିର୍ମିତ ସପ, ଫୁଲଝୁଡ଼ି, ବ୍ୟାଗ୍‌, ଡାଇନିଂ ମ୍ୟାଟ୍, ମୁଗୁନି ପଥରର ସୁନ୍ଦର ମୂର୍ତ୍ତି  ଲୋକଙ୍କୁ ବେଶ ଆକର୍ଷିତ କରିଥିଲା । ସେହିପରି ଟେରାକୋଟା ସାମଗ୍ରୀ ସହିତ ଲାଖ ଚୁ଼ଡ଼ି ଏବଂ ଢୋକରା ଅଳଙ୍କାର ପ୍ରଦର୍ଶିତ ହେଉଥିବା ଷ୍ଟଲରେ ଯୁବତୀମାନଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଅନ୍ୟପକ୍ଷରେ ଆଦିବାସୀ ଜନଜାତିଙ୍କ ପାରମ୍ପରିକ ବାଦ୍ୟ, ନୃତ୍ୟ ଓ ଗୀତ ପ୍ରକମ୍ପିତ ହୋଇଉଠୁଛି ଆଦିବାସୀ ପଡ଼ିଆ । କିଷାନ ନୃତ୍ୟ, କରମା ନୃତ୍ୟ, ସିଂଘା, ମୁଣ୍ଡା, ଢେମସା, ଚାଙ୍ଗୁ, କୋୟା, ଗଦବା, ଭୂମିଆ, କିନ୍ଦରୀ, ଘୁମୁରା ଓ ବିରଳି ନୃତ୍ୟ ପ୍ରତିଦିନ ଦର୍ଶକମାନଙ୍କୁ ବିମୋହିତ କରୁଛି । ଆଦିବାସୀ ସମାଜର ସାମଗ୍ରିକ ଚିତ୍ର ପ୍ରକାଶିତ କରୁଥିବା ‘ଆଦିବାସୀ ମେଳା’ ପ୍ରଥମେ କଟକରେ (ଓଡ଼ିଶାର ପୁରୁଣା ରାଜଧାନୀ) 1951ମସିହାରେ ଆୟୋଜିତ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ମେଳା 1954 ମସିହାରେ ନୂଆ ରାଜଧାନୀ ଭାବେ ପ୍ରତିଷ୍ଠା ହେବା ପରେ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଥିଲା ।

ରାଜଧାନୀରେ ଆୟୋଜିତ ବିଭିନ୍ନ ପ୍ରକାର ମେଳା ମଧ୍ୟରୁ ଆଦିବାସୀ ମେଳା ସମସ୍ତଙ୍କଠୁ ଭିନ୍ନ ଓ ସ୍ବତନ୍ତ୍ର । କାରଣ ଲୋପ ପାଇଯାଉଥିବା ଆମ ଆଦିମ ଅଧିବାସୀଙ୍କ ସଂସ୍କୃତି, ପରମ୍ପରା ଓ ଜୀବନଶୈଳୀକୁ ସମସ୍ତଙ୍କ ସମ୍ମୁଖକୁ ଆଣେ ଏହି ଏକମାତ୍ର ଆଦିବାସୀ ମେଳା । ତେଣୁ ସ୍ମାର୍ଟସିଟି ବାସୀ ବର୍ଷତମାମ ଏହି ମେଳାକୁ ଅପେକ୍ଷା କରିବସିଥାନ୍ତି ।

ଓଡ଼ିଶାର ରୀତିନୀତି, ପରମ୍ପରା ଓ କଳାସଂସ୍କୃତି ସମ୍ପର୍କରେ ଅଧିକ ତଥ୍ୟ ଜାଣିବାକୁ ଚାହୁଁଥିଲେ, ଆମ ‘ନିୟୁ ଦିଲ୍ଲୀ ଓଡ଼ିଆ ସମାଜ’ ୱେବସାଇଟକୁ ଭିଜିଟ୍ କରନ୍ତୁ ଏବଂ ଏପରି ନୂଆ ନୂଆ ବ୍ଲଗ୍ ପଢ଼ନ୍ତୁ ।  

Spread the love