ନୂଆ ଜାତୀୟ ଶିକ୍ଷା ନୀତିର ଅଗ୍ରଗତି ନେଇ ଶିକ୍ଷା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ସ୍ୱୟଂଶାସିତ ସଂସ୍ଥାମାନଙ୍କ ସହିତ ଆଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂଆ ଜାତୀୟ ଶିକ୍ଷା ନୀତି ୨୦୨୦(ଏନଇପି) କାର୍ଯ୍ୟକାରୀର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ଏହି ଆଲୋଚନାରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡା. ସୁବାଷ ସରକାର, ଅନ୍ନପୂର୍ଣ୍ଣା ଦେବୀ, ରାଜକୁମାର ରଞ୍ଜନ ସିଂଙ୍କ ସମେତ ଶିକ୍ଷା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ସାମିଲ୍ ହୋଇଥିଲେ।