Welcome To Odia Samaj
Odia Samaj is a leading not-for-profit, socio-cultural organisation, emerging as an effective and neutral think tank, primarily concerned about Odisha’s developmental priorities. It is also a platform for the Odia diaspora of the world, to interact and exchange ideas and ethos pertaining to the welfare of Odia people worldwide.
ABOUT ODIA SAMAJ
Odia Samaj is a leading not-for-profit, socio-cultural organisation, emerging as an effective and neutral think tank, primarily concerned about Odisha’s developmental priorities. It is also a platform for the Odia diaspora of the world, to interact and exchange ideas and ethos pertaining to the welfare of Odia people worldwide.
Latest News
Our Activities
Covid Care
In a nobel effort to combat the Covid-19 Odia Samaj brings to you Covidcare, an initiative to connect doctors and patients .
Odisha Parba
The grand festivity of mega ‘Odisha Parba’ was celebrated in a spectacular and unique manner, with lots of enthusiasm.
Webinar
On the occasion Odia Samaj organised a webinar titled 'Financial Packages and Opportunities for MSME in Odisha.11
Social Activities
Odia Samaj , New Delhi helped by distributing more than 10,000 food packets to the distressed Odias of Delhi -NCR.
Gold Standard: Visually Impaired Chess Player Soundarya Does Odisha Proud Again
By Editorial Team / July 9 2022
The visually impaired chess player struck gold for India on the second board at the 9th IBCA World Team Championship for the Blind & Visually Impaired in North Macedonia’s Ohrid. The 22-year-old from Nuapada won the National chess championship for visually challenged two months ago in Pune, dethroning six-time champion Kishan Gangolli. That gave Soundarya a berth in the Indian team for the World Teams. He had won the World junior silver medal in Poland in 2018 Soundarya, who did his B.Tech from NIT Jamshedpur and has secured a job placement, had won silver in the World Junior meet at Poland in 2018, but the National title had eluded him. His inspiration is elder brother Prachurya, who is also totally visually impaired and an international chess player. A CA Final student, Prachurya is a silver-medallist in the Asian Para championship.
ଷ୍ଟାର୍ଟଅପ୍ ରାକିଙ୍ଗ୍ ରିପୋର୍ଟରେ ଶୀର୍ଷ ପ୍ରଦର୍ଶନକାରୀ ‘ଓଡ଼ିଶା’
By Editorial Team / July 9 2022
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ୩ୟ ରାଜ୍ୟ ଷ୍ଟାର୍ଟଅପ୍ ରାକିଙ୍ଗ ପ୍ରକାଶ ପାଇଛି । ଏହି ତାଲିକା ଅନୁସାରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି । ପ୍ରଥମ ବର୍ଗରେ ବୃହତ ରାଜ୍ୟମାନେ ଥିବାବେଳେ ୨ୟ ବର୍ଗରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ରହିଛନ୍ତି । ଶୀର୍ଷ ପ୍ରଦର୍ଶନକାରୀ ରାଜ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶା, ମହାରାଷ୍ଟ୍ର, କେରଳ ଓ ତେଲେଙ୍ଗାନା । ସଂସ୍ଥାଗତ ବା ଆନୁଷ୍ଠାନିକ ସୁବିଧା ଯୋଗାଇବାରେ ଓଡ଼ିଶା, ଗୁଜୁରାଟ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଆଦି ୯ଟି ରାଜ୍ୟ ରହିଛନ୍ତି । ଷ୍ଟାର୍ଟଅପ୍ ସଂସ୍ଥା ସାମଗ୍ରୀ ଖରିଦ ଓ କାପାସିଟି ବିଲଡିଂ କ୍ଷେତ୍ରରେ ବି ଓଡ଼ିଶା ଆଗୁଆ ରହିଛି । କେନ୍ଦ୍ର ଶାସିତ ପ୍ରଦେଶ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ଯମାନଙ୍କ ମଧ୍ଯରେ ଜମ୍ମୁ ଓ କଶ୍ମୀର ଶୀର୍ଷ ପ୍ରଦର୍ଶନକାରୀ କେନ୍ଦ୍ର ଶାସିତ ପ୍ରଦେଶ ମାନ୍ୟତା ପାଇଛି । ସେହିପରି ଅଗ୍ରଣୀ ବର୍ଗରେ ଆସାମ, ପଞ୍ଜାବ, ତାମିଲନାଡୁ, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ ବିଜେତା ହୋଇଛନ୍ତି । ଏହି ବର୍ଗରେ ଉତ୍ତର ପୂର୍ବାଞ୍ଚଳ ରାଜ୍ଯ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କ ମଧ୍ଯରେ ଆଣ୍ଡାମାନ ଓ ନିକୋବର ଦ୍ବୀପସମୂହ, ଅରୁଣାଚଳ ପ୍ରଦେଶ ଓ ଗୋଆ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ।
ବାଜିଲା ବିଗୁଲ୍: ଆରମ୍ଭ ହେଲା ଜୁନିୟର ବିଶ୍ୱକପ୍ ହକି
By Editorial Team / November 24 2021
ବୁଧବାର ୨୪ ନଭେମ୍ବରରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମରେ ଆରମ୍ଭ ହୋଇଛି ଜୁନିୟର ବିଶ୍ୱକପ୍ ହକି ମହାକୁମ୍ଭ । ଜୁନିଅର ପୁରୁଷ ହକି ବିଶ୍ୱକପର ପ୍ରଥମ ଦିନରେ ମୋଟ ପାଞ୍ଚଟି ମ୍ୟାଚ୍ ଥିବାବେଳେ ସକାଳ ୯ଟା ୩୦ରେ ଉଦଘାଟନ ମ୍ୟାଚରେ ମୁହାଁ ମୁହିଁ ହୋଇଥିଲେ ବେଲଜିୟମ୍ ଏବଂ ସାଉଥ୍ ଆଫ୍ରିକା। ମଧ୍ୟାହ୍ନ ୧୨ଟାରେ ଜର୍ମାନୀ ଓ ପାକିସ୍ତାନ, ଅପରାହ୍ଣ ୨ଟା ୩୦ରେ କାନ୍ନାଡା ଓ ପୋଲାଣ୍ଡ, ସଂଧ୍ୟା ୫ଟାରେ ମ୍ୟାଲେସିଆ ଓ ଚିଲ୍ଲି, ସଂଧ୍ୟା ୫ଟାରେ ମ୍ୟାଲେସିଆ ଓ ଚିଲ୍ଲି ଏବଂ ରାତି ୮ଟାରେ ରହିଛି ଭାରତ-ଫ୍ରାନ୍ସ ମଧ୍ୟରେ କଡା ଟକ୍କର ରହିଛି। ଜୁନିଅର ପୁରୁଷ ହକି ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଟିମ୍ ଅଂଶଗ୍ରହଣ କରୁଥିବାବେଳେ ପୁଲ୍ Bରେ ସ୍ଥାନ ପାଇଛି ଟିମ୍ ଇଣ୍ଡିଆ । କୋଭିଡ ଗାଇଡଲାଇନ ଅଧୀନରେ ବିନା ଦର୍ଶକରେ ମ୍ୟାଚର ଆୟୋଜନ କରାଯାଇଛି। ପୁଲ୍ ଏ' ରେ ବେଲଜିୟମ୍, ଚିଲି, ମାଲେସିଆ ଏବଂ ଦକ୍ଷିଣ ଆଫ୍ରିକା ରହିଥିଵାବେଳେ ପୁଲ୍ ବି'ରେ କାନ୍ନାଡା, ଫ୍ରାନ୍ସ, ଭାରତ, ପୋଲାଣ୍ଡ ରହିଛି । ସେହିପରି ପୁଲ୍ ସି' ରେ ସାଉଥ କୋରିଆ, ନେଦର ଲ୍ୟାଣ୍ଡସ, ସ୍ପେନ୍ ଓ ଆମେରିକା ରହିଥିବାବେଳେ ପୁଲ୍ ଡି' ରେ ଆର୍ଜେଣ୍ଟିନା, ଇଜିପ୍ଟ, ଜର୍ମାନ ଏବଂ ପାକିସ୍ତାନ ରହିଛି । ବିଶ୍ୱକପ ରେକର୍ଡ଼ କହୁଛି ଜର୍ମାନୀ ୬ ଥର ଚାମ୍ପିଆନ୍ ହୋଇଥିବାବେଳେ ଭାରତ ୨ ଥର ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା ଏବଂ ପାକିସ୍ତାନ ଥରେ ଲେଖାଏଁ ଟାଇଟଲ ଜିତିଛି । ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଦିନକୁ ୫ଟି ଲେଖାଏଁ ଗ୍ରୁପ୍ ବା ଲିଗ୍ ମ୍ୟାଚ୍ ଖେଳାଯିବ । ଡିସେମ୍ବର ୧ରେ ୪ଟି କ୍ୱାର୍ଟର ଫାଇନାଲ ଏବଂ ୩ ତାରିଖରେ ୨ଟି ସେମିଫାଇନାଲ ଖେଳାଯିବାକୁ ଥିବାବେଳେ ୫ରେ ରହିଛି ଗ୍ରାଣ୍ଡ ଫାଇନାଲ ।
ସମ୍ପର୍କ-ସରସ୍ୱତୀଙ୍କୁ ସ୍ୱର୍ଣ୍ଣ, ଦୀପ୍ତିଙ୍କୁ କାଂସ୍ୟ
By Editorial Team / November 23 2021
ଭରଚୁଆଲ ଯୋଗ ସ୍ପୋର୍ଟ୍ସ ଚାମ୍ପିଆନ୍ସସିପ-୨୦୧୧ ପ୍ରତିଯୋଗିତାରେ ଓଡିଶା ୨ଟି ସ୍ଵର୍ଣ ଓ ଗୋଟିଏ କାଂସ୍ୟ ପଦକ ହାତେଇଛି । ବୟସ୍କ ଶ୍ରେଣୀରେ ସମ୍ପର୍କ ଦେ ସ୍ଵର୍ଣ ପଦକ ଜିତିଥିବାବେଳେ ୧୨ରୁ ୧୪ ବାଳିକା ଶ୍ରେଣୀରେ ସରସ୍ଵତୀ ସାମଲ ଓ ଦିପ୍ତିମୟୀ ସେଠୀ ଯଥାକ୍ରମେ ସ୍ଵର୍ଣ ଓ କାଂସ୍ୟ ପଦକ ହାସଲ କରିଛନ୍ତି । ଚଳିତ ମାସ ୨୧ ଓ ୨୨ ତାରିଖରେ ଇଣ୍ଟରନାସନାଲ ଯୋଗାସନ ସ୍ପୋର୍ଟ୍ସ ଫେଡେରେସନ ପକ୍ଷରୁ ଭରଚୁଆଲ ଯୋଗ ସ୍ପୋର୍ଟ୍ସ ଚମ୍ପିଆନସିପ-୨୦୧୧ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।
ବିଦେଶ ମାଟିରେ ଚମକିଲେ ଓଡ଼ିଆ ବୋହୂ ସାଇପ୍ରସନ୍ନା
By Editorial Team / November 22 2021
ମିସେସ୍ ଇଣ୍ଡିଆ ୱାର୍ଲ୍ଡ ୱାଇଡ୍-୨୦୨୧ରେ ପ୍ରଥମ ରନର୍ସ ଅପ୍ ଓ ମିସେସ୍ ମ୍ୟାଗ୍ନିଫିସେଣ୍ଟ-୨୦୨୧ର ଟାଇଟଲ ହାସଲ କରିଛନ୍ତି ଓଡ଼ିଶା ବୋହୂ ସାଇପ୍ରସନ୍ନା ବେହେରା। ଇଣ୍ଡିଆ ୱାର୍ଲ୍ଡ ୱାଇଡ୍ ପ୍ରତିଯୋଗିତାରେ ଭୁବନେଶ୍ୱରରେ ହୋଇଥିବା ଅଡିସନ୍ ରାଉଣ୍ଡରେ ଓଡିଶାରୁ ମାତ୍ର ୫ ଜଣ ମନୋନୀତ ହୋଇଥିଲେ। ତେବେ ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ବୋହୂ ସାଇପ୍ରସନ୍ନା ଓଡିଶାର ଏକମାତ୍ର ତଥା ପ୍ରଥମ ମହିଳା ଭାବେ ଦୁବାଇ ମାଟିରେ ନିଜ ରାଜ୍ୟର ମାନ ରଖି ପ୍ରଥମ ରନର୍ସ ଅପ୍ ଭାବେ ବିଜୟୀ ହୋଇଛନ୍ତି। ପେସାରେ ସେ ଜଣେ ଫାର୍ମାକୋଲୋଜିଷ୍ଟ ସହ ସଫଳ ଉଦ୍ୟୋଗୀ ମଧ୍ୟ ଅଟନ୍ତି।
ଶର୍ମିଷ୍ଠାଙ୍କ ସଫଳତା
By Editorial Team / November 18 2021
ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ନୂଆଁ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ୧୧ ବର୍ଷର ଓଡ଼ିଆ ଝିଅ ଶର୍ମିଷ୍ଠା ସୁପ୍ରାଜ ଭୂୟାଁ। ମାତ୍ର ୧୮.୫୫ ସେକେଣ୍ଡରେ ପିରିୟଡିକ ଟେବୁଲରେ ଥିବା ୧୧୮ଟି ମୌଳିକକୁ କହି ସେ ଏହି ରେକର୍ଡ ସ୍ଥାପନ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗାଁର ଶତ୍ରୁଘ୍ନ ଭୂୟାଁ ଓ ସୁପ୍ରଭା ଭୂୟାଁଙ୍କ ବଡ଼ ଝିଅ ହେଉଛନ୍ତି ଶର୍ମିଷ୍ଠା । ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ଶର୍ମିଷ୍ଠା ନବମ ଶ୍ରେଣୀରେ ଥିବା ପିରିୟଡିକ ଟେବୁଲ ବା ପର୍ଯ୍ୟାୟ ସାରଣୀର ୧୧୮ ଗୋଟି ମୌଳିକର ନାଁକୁ ମାତ୍ର ୧୮ ସେକେଣ୍ଡର କହି ସେ ଏହି ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ଉତ୍ତରପ୍ରଦେଶ ନୋଏଡାର ୧୪ ବର୍ଷର ଛାତ୍ରୀ ଜିଆ କୁମାରଙ୍କ ନାମରେ ରହିଥିଲା । ୨୦୨୦ ମସିହା ସେପ୍ଟେମ୍ବର ୨୪ ତାରିଖରେ ୨୫.୨୦ ସେକେଣ୍ଡରେ ଜିଆ ଇଣ୍ଡିଆ ବୁକ୍ ଅଫ ରେକର୍ଡ ନିଜ ନାମରେ କରିଥିଲେ । ଜିଆଙ୍କ ଏହି ରେକର୍ଡକୁ ଶର୍ମିଷ୍ଠା ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।
ବଲିଉଡ୍ରେ ରାଜ୍ କରୁଛନ୍ତି ରୋଜା
By Editorial Team / November 16 2021
ବଲିଉଡ୍ରେ ରାଜ୍ କରୁଛନ୍ତି ରାଉରକେଲାର ଝିଅ ରୋଜା ରାଣା । ମୁମ୍ବାଇ ମାୟାନଗରୀରେ ତାଙ୍କ ଯାଦୁ ସମସ୍ତଙ୍କୁ କିମିଆ କରୁଛି । ଡ୍ୟାନ୍ସରରୁ କୋରିଓଗ୍ରାଫର ପାଲଟିଥିବା ରୋଜା ବଲିଉଡ଼ର ଆଗ ଧାଡ଼ିର ଷ୍ଟାର ମାଧୁରୀ ଦୀକ୍ଷିତ, କ୍ୟାଟ୍ରିନା କୈଫ, ଟାଇଗର ଶ୍ରଫ, କରୀନା କପୁର, ହ୍ରିତିକ ରୋଶନଙ୍କୁ ସହ-କୋରିଓଗ୍ରାଫୀ ମାଧ୍ୟମରେ ନିଜ ଇସାରାରେ ନଚାଉଛନ୍ତି । ଆଗାମୀ ଦିନରେ ସେ ବଲିଉଡ୍ର ଜଣେ ପ୍ରତିଷ୍ଠିତ କୋରିଓଗ୍ରାଫର ହେବା ସ୍ୱପ୍ନକୁ ସାକାର କରିବାକୁ ସଂକଳ୍ପ ନେଇଛନ୍ତି । ମାତ୍ର ଦେଢ଼ ବର୍ଷ ବୟସରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିବା ରୋଜା ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଛନ୍ତି । ଅନେକଗୁଡ଼ିଏ ରିଏଲିଟି ଶୋ’ରେ ନିଜ ଚମକ ଦେଖାଇବା ସହ ସେ ଏବେ ସଞ୍ଜୟ ଶେଟ୍ଟୀ, ଏମ.ଖାନ, ତୁଷାର କାଲିଆ, ଗୀତା କପୁରଙ୍କ ଭଳି ଅନେକ ଲୋକପ୍ରିୟ କୋରିଓଗ୍ରାଫରଙ୍କ ସହ କାମ କରୁଛନ୍ତି । ରୋଜା ଭାରତନାଟ୍ୟମ ଓ ଓଡ଼ିଶୀ ନୃତ୍ୟ ଶିଖିଛନ୍ତି । ସେ ପରିଣିତି ଚୋପ୍ରା, ବାଣୀ କପୁର, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜ, ନୋରା ଫତେହୀ, ସୋନାକ୍ଷୀ ସିହ୍ନାଙ୍କ ଭଳି ଷ୍ଟାର୍ଙ୍କ ସହ କାମ କରିସାରିଛନ୍ତି ।
ପ୍ରମୋଦଙ୍କୁ ଖେଳରତ୍ନ, ବୀରେନ୍ଦ୍ର-ଅମିତଙ୍କୁ ଅର୍ଜୁନ ପୁରସ୍କାର
By Editorial Team / November 15 2021
ଟୋକିଓ ପାରା ଅଲିମ୍ପିକ୍ସରେ ସ୍ଵର୍ଣ ପଦକ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ସମ୍ମାନଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ତାଙ୍କ ସହ ଦୁଇ ଓଡ଼ିଆ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ସମ୍ମାନ ଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି ।ଏହି ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର-୨୦୨୧ ବିତରଣ ସମାରୋହରେ ମୋଟ ୧୨ ଜଣଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଓ ୩୫ ଜଣଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି ।
BWF ଆଓ୍ୱାର୍ଡ ପାଇଁ ପ୍ରମୋଦ ମନୋନୀତ
By Editorial Team / November 13 2021
୨୦୨୦-୨୧ ବର୍ଷର ସମ୍ମାନଜନକ ବ୍ୟାଡମିଣ୍ଟନ ଓ୍ୱାର୍ଲଡ ଫେଡେରେସନ୍-BWF ଆଓ୍ୱାର୍ଡ ପାଇଁ ମନୋନୀତ ହୋଇଛନ୍ତି ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତ । ଶ୍ରେଷ୍ଠ ପୁରୁଷ ପାରା ବ୍ୟାଡମିଣ୍ଟନ ବର୍ଗରେ ୩୩ ବର୍ଷୀୟ ପ୍ରମୋଦଙ୍କୁ ମନୋନୀତ କରାଯାଇଛିି । ଏହି ବର୍ଗରେ ତାଙ୍କ ସହ ଅନ୍ୟ ୫ ଜଣ ଖେଳାଳି ରହିଛନ୍ତି । ସେହିପରି ଶ୍ରେଷ୍ଠ ପାରା ବ୍ୟାଡମିଣ୍ଟନ ଯୋଡି ବର୍ଗରେ ମଧ୍ୟ ଓଡ଼ିଆ ପୁଅ ପ୍ରମୋଦ ଏବଂ ତାଙ୍କ ଡବଲସ୍ ପାର୍ଟନର ମନୋଜ ସରକାର ମନୋନୀତ ହୋଇଛନ୍ତି । ବରଗଡ ଜିଲ୍ଲାର ବାସିନ୍ଦା ପ୍ରମୋଦ ଚଳିତବର୍ଷର ଖେଳ ରତ୍ନ ସମ୍ମାନ ପାଇବେ ବୋଲି ମଧ୍ୟ ଘୋଷଣା ହୋଇଛି ।
ଭାରତର ଶିକ୍ଷା ବ୍ୟବସ୍ଥାକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ଆମେ ବଦ୍ଧପରିକର : ଧର୍ମେନ୍ଦ୍ର ପ୍ରଧାନ
By Editorial Team / November 13 2021
ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ ସମେତ ବିଭିନ୍ନ ପଦକ୍ଷେପ ଦ୍ୱାରା ଭାରତର ଶିକ୍ଷା ବ୍ୟବସ୍ଥାକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ଭାରତ ସରକାର ବଦ୍ଧପରିକର। ଆଜି ନୂଆଦିଲ୍ଲୀଠାରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଡିପ୍ଲୋମାଟିକ୍ କନକ୍ଲେଭରେ ଯୋଗଦେଇ ଏଭଳି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କନକ୍ଲେଭରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଭାରତର ଶିକ୍ଷା ବ୍ୟବସ୍ଥା ନେଇ ଭାରତ ସରକାରଙ୍କ ଥିବା କଳ୍ପନା ଉପରେ ଅଭିଭାଷଣ ପ୍ରଦାନ କରିଛନ୍ତି । ଭାରତର ଶିକ୍ଷା ବ୍ୟବସ୍ଥାକୁ ନୂତନ ଶିଖରରେ ପହଞ୍ଚିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଜାତୀୟ ଶିକ୍ଷା ନୀତି ୨୦୨୦ (ଏନଇପି) ଆଧାରରେ ଥିବା ନୀତି ସରଂଚନାକୁ ସକ୍ରିୟ କରାଗଲେ ଶିକ୍ଷା ବ୍ୟବସ୍ଥାରେ ସକରାତ୍ମକ ପରିବର୍ତ୍ତନ ଆସିବ । ସେହିପରି ଗୁଣାତ୍ମକ ଶିକ୍ଷାନୁଷ୍ଠାନ, ବିବିଧ ସଂସ୍କୃତି ସହିତ ସାମାଜିକ ଅନ୍ତର୍ଭୂକ୍ତିକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଏହାସହ ଶିକ୍ଷା କ୍ଷେତ୍ରରେ ନବସୃଜନ, ଉଦ୍ୟୋଗୀ ଏବଂ ଆନ୍ତର୍ଜାତୀୟକରଣ ଉପରେ ଫୋକସ୍ ଦେବାକୁ ମଧ୍ୟ ସରକାରଙ୍କ କଳ୍ପନା ରହିଛି । ଏହା ଦ୍ୱାରା ଦେଶର ଶିକ୍ଷା ବ୍ୟବସ୍ଥା ନୂତନ ଶିଖରରେ ପହଁଚିପାରିବ ।
ଜୁନିୟର ହକି ବିଶ୍ୱକପ୍ ମ୍ୟାଚ୍: ଭାରତୀୟ ଦଳରେ ସ୍ଥାନ ପାଇଲେ ୩ ଓଡ଼ିଆ
By Editorial Team / November 12 2021
ଜୁନିଅର ହକି ବିଶ୍ୱକପ ମ୍ୟାଚ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଏଥିରେ ଓଡ଼ିଶାର ୩ ଜଣ ସ୍ଥାନ ପାଇଛନ୍ତି। ବିବେକ ସାଗର ପ୍ରସାଦଙ୍କ ନେତୃତ୍ୱରେ ଏହି ୧୮ ଜଣିଆ ଟିମରେ ଓଡ଼ିଶାର ଅଭିଷେକ ଲାକ୍ରା, ସୁନୀଲ ଜୋଜୋ, ସୁଦୀପ ଚିର୍ମାକୋ ସ୍ଥାନ ପାଇଛନ୍ତି। ବିନା ଦର୍ଶକରେ ହେବ ପୁରୁଷ ଜୁନିୟର ହକି ବିଶ୍ୱକପ | ନଭେମ୍ବର ୨୪ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଥିବା ଏହି ବିଶ୍ୱକପ୍ ବିନା ଦର୍ଶକରେ ଖେଳା ଯିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ହକି ଇଣ୍ଡିଆ ଓ ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫଆଇଏଚ୍) ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି। ଖେଳାଳିଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ହକିପ୍ରେମୀ ଟେଲିଭିଜନ ଜରିଆରେ ମ୍ୟାଚର ସିଧା ପ୍ରସାରଣ ଦେଖିପାରିବେ। ନଭେମ୍ବର ୨୪ରୁ ଆରମ୍ଭ ହେବାକୁ ଥିବା ପୁରୁଷ ଜୁନିୟର ହକି ବିଶ୍ୱକପ୍ ଡିସେମ୍ବର ୫ରେ ସରିବ। ଏଥର ଜୁନିୟର ହକି ବିଶ୍ୱକପରେ ମୋଟ ୧୬ଟି ଟିମ ଭାଗ ନେବେ। ଭାଗ ନେଉଥିବା ଟିମ୍ ଗୁଡ଼ିକ ହେଲେ- ଆୟୋଜକ ଭାରତ, ଆର୍ଜେଣ୍ଟିନା, ବେଲଜିୟମ, କାନାଡା, ଚିଲି, ଇଜିପ୍ଟ, ଫ୍ରାନ୍ସ, ଜର୍ମାନୀ, କୋରିଆ, ମାଲେସିଆ, ପାକିସ୍ତାନ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ସ୍ପେନ୍, ନେଦରଲ୍ୟାଣ୍ଡ ଓ ଆମେରିକା।
ଆନ୍ତର୍ଜାତିକ କୋଣାର୍କ ଉତ୍ସବ ୧ରୁ
By Editorial Team / November 12 2021
କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ସବୁ ବର୍ଷ ପରି ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ଚଳିତବର୍ଷ ମଧ୍ୟ ଡିସେମ୍ବର ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଆନ୍ତର୍ଜାତିକ କୋଣାର୍କ ଉତ୍ସବ। ଏଥିସହିତ ଚନ୍ଦ୍ରଭାଗାର ସ୍ବର୍ଣ୍ଣାଭ ବେଳାଭୂମିରେ ମଧ୍ୟ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ। ବିଭିନ୍ନ ଦିବସରେ ଗଣଦୌଡ଼, ସାଇକ୍ଳୋଥନ୍ ଓ ସାହିତ୍ୟ ଆସର ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଶ୍ରୀରାଧା ପାଦ ଦର୍ଶନ
By Editorial Team / November 12 2021
କାର୍ତ୍ତିକମାସ ଶୁକ୍ଳପକ୍ଷ ନବମୀତିଥି ପବିତ୍ର ଅଁଳା ନବମୀ ବା ଧାତ୍ରୀ ନବମୀ ତଥା ଶ୍ରୀରାଧା ପାଦଦର୍ଶନ ଯାତ୍ରା ରୂପେ ସୁପରିଚିତ । ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇଥିବା ମାନବୀ ରାଧାଙ୍କର ପାଦପଦ୍ମଦ୍ୱୟକୁ ବର୍ଷକେ ଥରେ ନବମୀଦିନ ଭକ୍ତମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି । ଏଥିପାଇଁ ଏହି ଦିବସ ରାଧାପାଦ ଦର୍ଶନ ନାମରେ ବିଦିତ । ଆଜି ପୁରୀ ସାକ୍ଷୀଗୋପାଳରେ ଅନୁଷ୍ଠିତ ହେଉଛି ଶ୍ରୀ ରାଧା ପାଦଦର୍ଶନ । ପାରମ୍ପରିକ ବେଶଭୂଷା ଓ ଗହଣାରେ ଲାଗି ହୋଇ ମା ରାଧାରାଣୀ ଓଡିଆଣୀ ବେଶରେ ସଜ୍ଜିତ ହେବେ। ରତ୍ନ ସିଂହାସନରେ ସାକ୍ଷୀଗୋପାଳ ଠାକୁର ନଟବର ବେଶରେ ଶୋଭା ପାଇବେ। ସାକ୍ଷୀଗୋପାଳର ଏହି ଯାତ୍ରା ପୁରୀ ରଥଯାତ୍ରା ପରେ ଦ୍ୱିତୀୟ ବଡ଼ ଯାତ୍ରା।କାର୍ତ୍ତିକମାସ ଶୁକ୍ଳପକ୍ଷ ଏକାଦଶୀ ପର୍ଯ୍ୟନ୍ତ ଏହି ଯାତ୍ରା ପାଳିତ ହୁଏ।
ଆଜି ପବିତ୍ର ଅଁଳା ନବମୀ
By Editorial Team / November 12 2021
ଆଜି ଅଁଳା ନବମୀ । ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଁଳା ଗଛକୁ ପୂଜା କରିବାର ବିଧି ରହିଛି। ପୁରାଣ ବର୍ଣ୍ଣିତ କଥା ଅନୁସାରେ ଏକଦା ମାତା ଲଷ୍ମୀ କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ପୃଥିବୀ ଭ୍ରମଣରେ ଆସିଥିଲେ। ପୃଥିବୀ ପୃଷ୍ଠରେ ଅବତରଣ କଲାପରେ ମାତା ଲକ୍ଷ୍ମୀଙ୍କର ଭଗବାନ ବିଷ୍ଣୁ ଓ ଶିବଙ୍କର ପୂଜା ଏକାଠି କରିବାକୁ ଚାହିଁଲେ । ଭଗବାନ ବିଷ୍ଣୁଙ୍କର ତୁଳସୀ ପତ୍ର ପ୍ରିୟ ଏବଂ ଭଗବାନ ଶିବଙ୍କର ବେଳ ପତ୍ର ପ୍ରିୟ। ମାତା ଲକ୍ଷ୍ମୀ ଚିନ୍ତାରେ ପଡ଼ିଲେ। ପୁନଶ୍ଚ ମାତାଙ୍କୁ ଜଣା ପଡ଼ିଲା କି ଅଁଳା ଗଛରେ ବେଲପତ୍ର ଓ ତୁଳସୀ ପତ୍ରର ସବୁ ଔଷଧୀୟ ଗୁଣ ଏକାଠି ଥାଏ। ଅତଏବ ମାତା ଅଁଳା ବୃକ୍ଷ ମୂଳରେ ବିଷ୍ଣୁ ଓ ଶିବଙ୍କର ଆରାଧନା କରିବା ଆରମ୍ଭ କଲେ। ମାତା ଲଷ୍ମୀଙ୍କର ପୂଜାର୍ଚ୍ଚନାରେ ସନ୍ତୁଷ୍ଟ ହୋଇ ପାଳନ କର୍ତ୍ତା ଓ ସଂହାର କର୍ତ୍ତା ଏକାଠି ମାତାଙ୍କୁ ଦର୍ଶନ ଦେଲେ। ତତପଶ୍ଚାତ ମାତା ସେଇ ଅଁଳା ଗଛର ମୂଳରେ ଭୋଜନ ପ୍ରସ୍ତୁତ କରି ଭଗବାନ ବିଷ୍ଣୁ ଏବଂ ଶିବଙ୍କୁ ଅର୍ପଣ କଲେ। ସେହି ଦିବ୍ୟ ଦିବସଟି ସବୁଦିନ ପାଇଁ ଅଁଳା ନବମୀ ନାମରେ ବିଦିତ ହେଲା। କଥିତ ଅଛି ଯେ ଅଁଳା ନବମୀ ତିଥିରେ ଅଁଳା ବୃକ୍ଷକୁ ପୂଜା କରି ତାରି ମୂଳରେ ଭୋଜନ ପ୍ରସ୍ତୁତ କରି ବିଷ୍ଣୁ ଓ ଶଙ୍କରଙ୍କୁ ଭୋଗ ଲଗେଇଲେ ସମଗ୍ର କାର୍ତ୍ତିକ ମାସର ପୁଣ୍ୟ ଗୋଟିଏ ଦିନରେ ପ୍ରାପ୍ତି ହୋଇଥାଏ।
ପଦ୍ମ ପୁରସ୍କାର ସମାରୋହରେ ନନ୍ଦ ମାଷ୍ଟ୍ରେଙ୍କ ଆଶୀର୍ବାଦ
By Editorial Team / November 11 2021
ସାରାଦେଶରେ ଶତାୟୁ ଗୁରୁ ନନ୍ଦକିଶୋର ପୃଷ୍ଟିଙ୍କୁ ନେଇ ଚର୍ଚ୍ଚା । ରାଷ୍ଟ୍ରପତି ଭବନରେ ମଙ୍ଗଳବାର ଦିନ ଆୟୋଜିତ ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶତାୟୁ ଗୁରୁଙ୍କ ଆଶୀର୍ବାଦ ସ୍ୱତନ୍ତ୍ର ଆକର୍ଷଣ ଥିଲା । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଯାଜପୁର ସୁକିନ୍ଦା କନ୍ତିରା ଗାଁର ଚାଟଶାଳୀ ମାଷ୍ଟ୍ରେ ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ ଅବସରରେ ସେ ରାଷ୍ଟ୍ରପତିଙ୍କୁ ଆର୍ଶୀବାଦ ଦେବା ସହ ଶୁଭକାମନା ଜଣାଇବାକୁ ନିଜର ଦୁଇ ହାତ ଟେକି ଦେଇଥିଲେ । ଶତାୟୁ ଗୁରୁଙ୍କ ଆଶୀର୍ବାଦ ଲାଗି ରାଷ୍ଟ୍ରପତି ମଧ୍ୟ ନିଜର ମସ୍ତକ ତଳକୁ ନୁଆଁଇ ଶ୍ରୀ ନନ୍ଦଙ୍କୁ ପ୍ରଣାମ ଜଣାଇଥିଲେ । ସେ ଆଶୀର୍ବାଦ ଦେଉଥିବା ସମୟରେ ସମାରୋହରେ ଉପସ୍ଥିତ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରତାଳି ଦେଇଥିଲେ । ଉପସ୍ଥିତ ଥିବା ମାନ୍ୟଗଣ୍ୟ ଅତିଥି ମାନେ ତାଳି ମାରିଥିଲେ । ପୁରସ୍କାର ଗ୍ରହଣ କରିବା ସମୟରେ ଶତାୟୁ ଗୁରୁ କିଛି କହୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ରାଷ୍ଟ୍ରପତି କୋବିନ୍ଦ ଆଗ୍ରହର ସହ ଶୁଣିଥିଲେ । ୧୦୩ ବର୍ଷର ନନ୍ଦ ମାଷ୍ଟ୍ରେ ସାଦ୍ୱିନତା ପୂର୍ବରୁ ଚାଟଶାଳୀ ଖୋଲି ଛାତ୍ରଛାତ୍ରୀଙ୍କୁ ବିନା ମୂଲ୍ୟରେ ଶିକ୍ଷାଦାନ କରି ଆସୁଛନ୍ତି । ତାଙ୍କ ଚାଟଶାଳୀରେ ପିଢ଼ି ପରେ ପିଢ଼ି ଛାତ୍ରଛାତ୍ରୀ ପାଠ ପଢ଼ୁଥିଲେ ମଧ୍ୟ ସେ କାହାଠାରୁ ଟଙ୍କାଟିଏ ଗୁରୁ ଦକ୍ଷିଣା ନିଅନ୍ତି ନାହିଁ ।
Language & Cultural promotion
Essay Competition in Odia
Essays are commonly used as literary criticism, political manifestos, learned arguments, observations, recollections, and reflections of the author
Join Now
Story Writing in Odia
A short story is a piece of prose fiction that typically can be read in one sitting and focuses on a self-contained incident or series of linked incidents.
JOIN NOW
Photo Competition in Odia
Photography is the art and practice of creating durable images by recording light, either electronically by means of an image sensor such as photographic film
JOIN NOW
Current Events
Covid Care
With high risks associated with venturing out amidst a crisis and the saturation of medical facilities at hospitals, the need to make medical provisions online is urgent.
Hence, Covidcare has been planned as a fully voluntary and philanthropic initiative that allows patients to consult doctors through a virtual platform of 24×7 tele-consultations.
Webinar on Odisha ra Krushi O Atmanirvarata
On 6th November 2020, Odia Samaj, New Delhi organised a webinar with focus on agriculture, under the topic – ” Odisha ra Krushi O Atmanirbharata “
The webinar was graced by Shri Dharmendra Pradhan, Hon’ble Minister for Petroleum and Natural Gas & Steel, Govt. of India as the Chief Guest of the occasion and Shri Sidhartha Pradhan, IRS ( Retd. ) President, Odia Samaj-New Delhi.
Best Moments
Testimonials
Moving with
Kindness
Helping poors brings peace in your life. lets feel free to help the people who are not having anything except your help
Dedication
A feeling of very strong support for or loyalty to someone or something. the quality or state of being dedicated to a person, group, cause
Contribution
Giving or supplying of something as a part or share They're collecting donations for contribution to the scholarship fund.
Nurture
Nurturing is the act of encouraging, nourishing and caring for someone or something.
Wonderful Day
We aware good education will change everything from hell to heaven. To get that divine education for the people, we educate people who all are living in remote vilages. donate now and brings the light and brightness into the uneducated children.