ଆଜି ପଖାଳ ଦିବସ: ସବୁଠି ଓଡ଼ିଆ ଖାଦ୍ୟର ମହକ

ପ୍ରତି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ଯାହା ଉଦ୍ଦେଶ୍ୟରେ ଆଜି ପାଳନ ହେଉଛି ପଖାଳ ଦିବସ। ୨୦୧୫ରୁ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଇଆସୁଛି। ଗାଁଠୁ ସହର, ରାସ୍ତାକଡ ହୋଟେଲ ଠୁ ପଞ୍ଚତାରକା ହୋଟେଲ ସବୁଠି ଆଜି ପଖାଳର ଚାହିଦା। ନେତା ହୁଅନ୍ତୁ ଅବା ମନ୍ତ୍ରୀ, ସାନ-ବଡ଼, ଧନୀ ଗରିବ, ସବୁ ଭେଦଭାବକୁ ଭେଦ କରି ସମସ୍ତଙ୍କୁ ଏକ କରିଦେଇଛି ପଖାଳ କଂସା। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଆସାମ ଆଦି ରାଜ୍ୟରେ ପଖାଳ ବେଶ୍ ଲୋକପ୍ରିୟ। କେବଳ ହୋଟେଲ କି ରେଷ୍ଟୁରାଣ୍ଟ ନୁହେଁ, ଓଡ଼ିଶାର ପ୍ରାୟ ସମସ୍ତଙ୍କ ଘରେ ଆଜି ପଖାଳ ସ୍ପେଶାଲ ଦେଖିବାକୁ ମିଳୁଛି। ପଖାଳ ସହ ସାଇଟ ଆଇଟମ ମଧ୍ୟ ବେଶ ପପୁଲାର। ବଡିଚୁରା , ଆଳୁଭଜା, ବାଇଗଣ ଭର୍ତ୍ତା, ମାଛ ଭଜା, ଚିକେନ୍ କଷା, ଆଲୁ ଚିପ୍ସ, କଲରା ଚିପ୍ସ ଭଳି ଆଇଟମ ପଖାଳର ସ୍ବାଦକୁ ଆହୁରି ଦ୍ବିଗୁଣିତ କରିଦେଇଥାଏ। ତେବେ କେବଳ ସାଧାରଣ ଲୋକେ ନୁହେଁ, ସେଲିବ୍ରିଟିଙ୍କ ମଧ୍ୟରେ ମଧ୍ୟ ପଖାଳର କ୍ରେଜ ଦେଖିବାକୁ ମିଳିଥାଏ। ଦିନ ଥିଲା ଗାଁର ଝୁମ୍ପୁଡି ଘର ଏହାର ପରିଚୟ ଥିଲା ଓ କୃଷକର ଏହା ପ୍ରମୁଖ ଆହାର ଥିଲା। କିନ୍ତୁ ସମୟ ବଦଳିବା ସହିତ ପଖାଳ ସମସ୍ତଙ୍କ ଆପଣାର ହୋଇପାରିଛି। ପଖାଳକୁ ସାରା ଦେଶ ଓ ବିଶ୍ବରେ ପରିଚିତ କରାଇବା ପାଇଁ ପ୍ରୟାସ ଜାରି ରହିଛି । ମୁମ୍ବାଇ ଠୁ ଚେନ୍ନାଇ, ଆମେରିକାରୁ ଅଷ୍ଟ୍ରେଲିଆ ଯେଉଁଠି ଓଡ଼ିଆ ସେଇଠି ରହିଛି ପଖାଳ କଂସା। ୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା । ତେବେ ଓଡ଼ିଶାର ପାରମ୍ପରିକ ଏହି ଖାଦ୍ୟକୁ ଲୋକପ୍ରିୟ କରିବାକୁ ପ୍ରତିବର୍ଷ ଆଜିର ଦିନରେ ପ୍ରତିଟି ଓଡ଼ିଆ ପାଳନ କରୁଛନ୍ତି ‘ବିଶ୍ୱ ପଖାଳ ଦିବସ’।

Leave a reply
Your email address will not be published. Required fields are marked *
0 comments
Sort by