ବିଶ୍ବନୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ, ତାଙ୍କ ଲୀଳା ଅପ୍ରମେୟ । ବର୍ଷକୁ ଥରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ନିଜେ ଭାଇ ଭଉଣୀକୁ ଧରି ବଡ଼ଦାଣ୍ଡକୁ ଓହ୍ଲାଇ ଘୋଷଯାତ୍ରାରେ ଯାଇଥାନ୍ତି ଜନ୍ମବେଦୀକୁ । ସେଠାରେ ସାତ ଦିନ ରହି ଫେରନ୍ତି ପୁଣି ଶ୍ରୀମନ୍ଦିରକୁ । ଆଷାଢ଼ା ଶୁକ୍ଳ ଦଶମୀ ଦିନ ତଥା ବାହୁଡ଼ା ଦଶମୀରେ ରଥରେ ବସି ଦକ୍ଷିଣାୟନ ଯାତ୍ରା କରିଥାନ୍ତି । ସେଦିନ ଶ୍ରୀବିଗ୍ରହଙ୍କ ଦିବ୍ୟ ତିନି ରଥ ଅଟକିଥାଏ ଶ୍ରୀମନ୍ଦିର ସମ୍ମୁଖରେ। ହେଲେ ରତ୍ନବେଦୀକୁ ଯିବା ପୂର୍ବରୁ ପ୍ରିୟ କାଳିଆ ଠାକୁର ନିଜ ଅଗଣିତ ଭକ୍ତଙ୍କ ପାଇଁ ରଥାରୁଢ ହୋଇ ରହିଥାନ୍ତି ଆହୁରି ତିନି ଦିନ । ରଥାରୁଢ଼ ଠାକୁରଙ୍କ ପାଇଁ ଏହି ତିନି ଦିନରେ ଅନୁଷ୍ଠିତ ହୋଇଥାଏ ଅନେକ ନୀତିକାନ୍ତି । ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ସୁନାବେଶ, ଦ୍ବାଦଶୀରେ ଅଧରପଣା ନୀତି ଓ ଶେଷରେ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରି ନୀଳାଦ୍ରିବିଜେ କରନ୍ତି ଚତୁର୍ଦ୍ଧାମୂର୍ତ୍ତି ।
ସୁନାବେଶ
ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କର ହେଉଥିବା ବର୍ଷକର ଉତ୍ସବ ଯାନିଯାତ୍ରା ଅବସରରେ ଶ୍ରୀଜୀଉ ଭିନ୍ନ ଭିନ୍ନ ବେଶଭୂଷାରେ ଭୂଷିତ ହୋଇଥାନ୍ତି । ସେଥିମଧ୍ୟରୁ ସୁନାବେଶରେ ଶ୍ରୀବିଗ୍ରହ ବର୍ଷକୁ ମାତ୍ର ପାଞ୍ଚ ଥର ଶୋଭିତ ହୋଇଥାନ୍ତି । ରତ୍ନସିଂହାସନରେ ଚାରି ଥର ହେଉଥିବା ବେଳେ ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସମ୍ମୁଖରେ ରଥାରୁଢ଼ ମହାପ୍ରଭୁ ସୁନାବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଏହି ଦୁର୍ଲ୍ଲଭ ସୁନାବେଶ ହରିଶୟନ ଏକାଦଶୀ ନାମରେ ମଧ୍ୟ ଜଣାଶୁଣା । ସୁନାବେଶରେ ପ୍ରାୟ ୧୩୮ ପ୍ରକାର ଅଳଙ୍କାରରେ ବିଭୂଷିତ ହୁଅନ୍ତି ଶ୍ରୀଜିଉ। ବଡ଼ଠାକୁର ବଳଭଦ୍ର ପରିଧାନ କରୁଥିବା ଅଳଙ୍କାର ଗୁଡ଼ିକ ହେଲା- ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣି, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ବାହାଡ଼ା ମାଳି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ବାଘନଖି ମାଳି, ସେବତି ମାଳି ଓ ତ୍ରିଖଣ୍ଡିକା କମରପଟି ଭଳି ୧୭ ପ୍ରକାର ଅଳଙ୍କାର ସହ ଆୟୁଧ- ହଳ ଓ ମୂଷଳ। ସେହିପରି ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗ ଶୋଭାମଣ୍ଡନ କରୁଥିବା ଆଭୂଷଣ ଗୁଡ଼ିକ ହେଲା- କିରୀଟ, ଓଡ଼ିଆଣି, କାନ ଚନ୍ଦ୍ର-ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ତଗଡ଼ି ଓ ସେବତି ମାଳି। ତେବେ କାଳିଆ ସାଆନ୍ତଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଦିବ୍ୟ ଅଳଙ୍କାର ସବୁ ହେଲା କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ହରିଡ଼ା ମାଳି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ତାବିଜ ମାଳି, ସେବତି ମାଳି ଓ ତ୍ରିଖଣ୍ଡିକା କମରପଟି ଭଳି ୧୬ ପ୍ରକାର ଅଳଙ୍କାର ସହ ଆୟୁଧ ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ। ଏହି ମହାନ ବେଶକୁ ଦର୍ଶନ କରି ଲକ୍ଷ ଲକ୍ଷ ଭକ୍ତଗଣ ପରମାନନ୍ଦ ଓ ପରମ ଶାନ୍ତିଲାଭ କରିଥାନ୍ତି ।
ଅଧରପଣା
ଆଷାଢ଼ ଶୁକ୍ଳ ଦ୍ବାଦଶୀ ତିଥି ତଥା ସୁନାବେଶ ପରଦିନ ଶ୍ରୀଜିଉଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁମାନଙ୍କୁ ଯେଉଁ ବିଶେଷ ପ୍ରଣାଳୀରେ ପ୍ରସ୍ତୁତ ପଣା ରଥ ଉପରେ ଭୋଗ କରାଯାଏ, ତାହା ଅଧରପଣା ନାମରେ ଖ୍ୟାତ । ତେବେ ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ତୁମ୍ବାକୃତିର ସ୍ବତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ଲାଗି ହେଉଥିବାରୁ ଏହାକୁ ଅଧରପଣା କୁହାଯାଇଥାଏ । ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ତିନୋଟି ଲେଖାଏଁ ନଅଟି ହାଣ୍ଡିରେ ପଣା ଭୋଗ କରାଯାଏ । ପୂର୍ବରୁ ବାରଗୋଟି ହାଣ୍ଡି ପଣା ଲାଗି ହେଉଥିଲା । କ୍ଷୀର, ସର, ଛେନା, ଶାଚି, ପାଚିଲା କଦଳୀ, ଗୋଲମରିଚ ଗୁଣ୍ଡ, ଜାଇଫଳ ଘୋରା, କର୍ପୂର ଓ ଜଳ ଆଦି ନଅଟି ଦ୍ରବ୍ୟକୁ ମିଶାଇ ଏହି ଅଧରପଣା ପ୍ରସ୍ତୁତ କରାଯାଏ । ଏହାପରେ ପତ୍ରିବଡୁ, ସୁଆରବଡ଼ୁ ଓ ଗରାବଡ଼ୁ ପାଳିଆ ସେବକ ତିନି ରଥରେ ପୂଜା ପାଠ କରନ୍ତି । ତାପରେ ପାଳିଆ ପୂଜା ପଣ୍ଡା ପଞ୍ଚୋପଚାରରେ ପୂଜା କରିଥାନ୍ତି । ଏହି ଅଧରପଣା ହାଣ୍ଡିକୁ ଭୋଗ ସରିବା ପରେ ସେହି ରଥ ଉପରେ ଭାଙ୍ଗି ଦିଆଯାଏ । ପୌରାଣିକ ବର୍ଣ୍ଣନାନୁଯାୟୀ, ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ସହ ରଥରେ ଅନେକ ଅଶରୀରମାନେ ଯାତ୍ରା କରିଥାନ୍ତି । ଏସମସ୍ତ ଆତ୍ମାର ଶାନ୍ତି ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପଣା ଭୋଗ ଲାଗି କରାଯାଏ, ଯାହାଦ୍ବାରା ଅତୃପ୍ତ ଆତ୍ମା ମୁକ୍ତି ଲାଭ କରିଥାନ୍ତି । ଲୋକକଥା ଅନୁଯାୟୀ, ବର୍ଷକୁ ଥରେ ସାଧାରଣ ମନୁଷ୍ୟଙ୍କ ପରି ପ୍ରେତାତ୍ମାମାନେ ମଧ୍ୟ ଘୋଷଯାତ୍ରାକୁ ଅପେକ୍ଷା କରିଥାନ୍ତି ଆତ୍ମାତୃପ୍ତି ନିମନ୍ତେ ।
ନୀଳାଦ୍ରିବିଜେ
ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ହେଉଛି ତୟୋଦଶୀ ତିଥିରେ ଅନୁଷ୍ଠିତ ନୀଳାଦ୍ରିବିଜେ । ଏହି ଦିନ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ । ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ଶ୍ରୀମନ୍ଦିରରେ ବିଜେ କରିବା ପରେ ଗୋଟି ପହଣ୍ଡି କ୍ରମରେ ପ୍ରଥମେ ସୁଦର୍ଶନ, ପରେ ବଳଭ୍ରଦ ଓ ସୁଭଦ୍ରାଙ୍କୁ ବିଜେ କରାଯାଏ । ଏହାପରେ ମହାପ୍ରଭୁଙ୍କ ମାନବୀୟ ଲୀଳାର ଚାଲେ ଅନନ୍ୟ ପର୍ବ ତଥା ମାନ ଅଭିମାନର ପର୍ବ ଲକ୍ଷ୍ମୀ-ନାରାୟଣ କଳି । ଦେବୀ ଲକ୍ଷ୍ମୀଙ୍କୁ ସାଙ୍ଗରେ ନନେଇ ବଡ଼ଭାଇ ଓ ସାନଭଉଣୀଙ୍କୁ ନେଇ ଶ୍ରୀଗୁଣ୍ଡିଚା ଯାତ୍ରାରେ ଚାଲି ଯାଇଥିବାରୁ ଦେବୀ ଲକ୍ଷ୍ମୀ ଜଗନ୍ନାଥଙ୍କ ପ୍ରତି ଅଭିମାନ କରିଥାନ୍ତି । ଗୋଟି ପହଣ୍ଡିରେ ଆସିବା ପରେ ଭେଟମଣ୍ଡପଠାରେ ମହାପ୍ରଭୁ ଜଗନ୍ନାଥ ଓ ଦେବୀ ଲକ୍ଷ୍ମୀଙ୍କୁ ବନ୍ଦାପନା କରାଯାଏ ଏବଂ ସେହିଠାରେ ଭିତରଛ ମହାପାତ୍ରଙ୍କ ଘରୁ ଆସିଥିବା ରସଗୋଲା ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଦେବୀ ଲକ୍ଷ୍ମୀଙ୍କୁ ନିବେଦିତ କରି ମାନ ଭଞ୍ଜନ କରନ୍ତି । ତେବେ କୋଟି ବ୍ରହ୍ମାଣ୍ଡର ଠାକୁର କାଳିଆଙ୍କ ମାନବୀୟ ଲୀଳା ସମସ୍ତଙ୍କୁ ଚକିତ କରିଥାଏ ।
ବିଶ୍ବର ସବୁଠୁ ବଡ଼ ଯାତ୍ରା ହେଉଛି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା । ବିଶ୍ବାସ ଯେ ଭକ୍ତଙ୍କ ଭାବକୁ ଦେଖିବା ଓ ଜାଣିବା ପାଇଁ କାଳିଆ ଠାକୁର ନିଜେ ଶ୍ରୀମନ୍ଦିର ବାହାରକୁ ଆସନ୍ତି । ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟର ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେଇ ସଂସାରର ସମସ୍ତ ଦୁଃଖ କଷ୍ଟକୁ ଲାଘବ କରନ୍ତି ଜଗତର ନାଥ ଜଗନ୍ନାଥ । ସେଥିପାଇଁ ପ୍ରତିବର୍ଷ ଏହି ପବିତ୍ର ଘୋଷଯାତ୍ରାକୁ ଅପେକ୍ଷା କରିଥାନ୍ତି ଲକ୍ଷ ଲକ୍ଷ ଲୋକ । ଆଗକୁ ବି ଆମେ ଏପରି ଓଡ଼ିଶାର ପର୍ବପର୍ବାଣୀକୁ ନେଇ ଆସିବୁ ଅନେକ ବ୍ଲଗ । ତେବେ ଆମର ଏହି ବ୍ଲଗଟି କେମିତି ଲାଗିଲା, ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆପଣଙ୍କ ମତାମତ ଆମକୁ ଆଗକୁ ନେବାରେ ସାହାଯ୍ୟ କରିବ ।