ମୁଣ୍ଡରେ ମୟୁର ଚୂଳ ଚିତା, ଦେହରେ ପଡ଼ିଛି ପଇତା । ହଳଦିଆ ବସ୍ତ୍ର ଓ କଠଉ । ହେଲେ ଏଥର କୌଣସି ମନ୍ଦିରରେ ଥିବା ଠାକୁର ମୂର୍ତ୍ତୀ ହୋଇ ନୁହେଁ ଆନିମେଟେଡ଼ କାର୍ଟୁନ କ୍ୟାରେକ୍ଟର୍ ଭାବେ ପ୍ରକଟ ହେଉଛନ୍ତି ଜଗନ୍ନାଥ ଓ ଜଗନ୍ ସାଜି ସମସ୍ତଙ୍କ ଚିନ୍ତା ଓ ଦୁଃଖ ନିବାରଣ କରୁଛନ୍ତି ।
“ଜୟ ଜଗନ୍ନାଥ” ଏଇ ଦୁଇ ପଦ ଶୁଣି ଦେଲେ ସବୁ ଓଡ଼ିଆଙ୍କ ମନ ଭକ୍ତିରେ ଗଦ ଗଦ ହେଇଯାଏ । ସମଗ୍ର ଜଗତର ଦୁଃଖହାରୀ, ପାଳନକାରୀ ହେଉଛନ୍ତି ଜଗତର ନାଥ “ଜଗନ୍ନାଥ”। ଏହା କେବଳ ଶବ୍ଦ ନୁହେଁ, ଇମୋସନ। ଜଗନ୍ନାଥଙ୍କ ଭକ୍ତ କେବଳ ଓଡ଼ିଶାରେ ନୁହେଁ ପୃଥିବୀର କୋଣଅନୁକୋଣରେ ରହିଛନ୍ତି । କାଳିଆ ମାଟିଠୁ ଦୂରରେ ରହିଲେ ମଧ୍ୟ ପ୍ରଭୁଙ୍କ ପାଇଁ ଭକ୍ତଙ୍କ ଆବେଗ ଓ ନିବିଡ଼ତା କେବେ କମ ହୋଇନାହିଁ । ପ୍ରତିଟି ଓଡ଼ିଆଙ୍କ ହୃଦୟକୁ ଯୋଡ଼ୁଥିବା ଜଗନ୍ନାଥଙ୍କ ସଂସ୍କୃତି ଉପରେ ଆଧାରିତ ଏକ କାର୍ଟୁନ୍ ଶୋ’ ଲୋକପ୍ରିୟ କାର୍ଟୁନ୍ ଚ୍ୟାନେଲ “ପୋଗୋ”ରେ ଆପଣ ଦେଖିବାକୁ ପାଇବେ । ଜୟ ଜଗନ୍ନାଥ ନାମରେ ପ୍ରସାରିତ ହେଇଥିବା ଏହି ସିରିଜ୍ରେ ପୌରାଣିକ ଚରିତ୍ର ଗୁଡ଼ିକର ଆନିମେଟେଡ଼ ଫର୍ମ ଦେଖିବାକୁ ଛୁଆ ଠାରୁ ବଡ଼ ଯାଏଁ ସମସ୍ତଙ୍କ ମନ ଛୁଉଁଛି ।
ଏହାର ଟ୍ୟାଗ୍ଲାଇନ୍ ରହିଛି “ମସ୍ତି ଔର ଦୋସ୍ତିକି ଅନୋଖୀ ଯୁଗଲ୍ବନ୍ଦୀ” ।
ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ପ୍ରଚଳିତ ସୁନ୍ଦର ପୌରାଣିକ କାହଣୀକୁ ଟିକିଏ କାଳ୍ପନିକ ଢଙ୍ଗ ଦେଇ ଓଡ଼ିଶାର ଏଲେ ଆନିମେସନ୍, ଏହି ସିରିଜ୍କୁ ପ୍ରସ୍ତୁତ କରିଛନ୍ତି । ଏହା ସହପ୍ରାୟୋଜକ ଭାବେ ଟୁନ୍ଜ୍ ମିଡ଼ିଆ ଗ୍ରୁପ, ୱାର୍ନର ବ୍ରୋ ଅଛନ୍ତି । ଏଥିରେ ସାହସିକତା, ବନ୍ଧୁତା ଓ ଜୀବନର ବିଭିନ୍ନ ମୂଲ୍ୟବୋଧତାକୁ ନେଇ ସୁନ୍ଦର ସୁନ୍ଦର ଏପିସୋଡ଼ । ଯାହାକି ହିନ୍ଦୀ, ତାମିଲ, ତେଲୁଗୁ ଆଦି ୬ଟି ଭାରତୀୟ ଭାଷାରେ ଦେଖିହେବ । ଏହାର ଏପିସୋଡ଼ ଗୁଡ଼ିକ ମଜାଳିଆ ହେବା ସହ ଏଥିରେ ପିଲା ମାନଙ୍କ ପାଇଁ ଅନେକ ଶିକ୍ଷଣୀୟ ବିଷୟବସ୍ତୁ ମଧ୍ୟ ରହିଛି ।
ହେଲେ ଖୁସିର ବିଷୟ ହେଉଛି ପୋଗୋରେ ଇଂରାଜୀ ଭାଷାରେ ଏହି କାର୍ଟୁନ୍ ପ୍ରସାରିତ ହେବା ପରେ ଓଡ଼ିଆ ଭାଷାରେ ଏହାର ଅନୁବାଦ ସିରିଜ୍ ଆଣିବା ପାଇଁ ଅନେକ ଅନୁରୋଧ ଆସୁଥିବାରୁ “ଜୟ ଜଗନ୍ନାଥ” ନାମକ ୟୁଟ୍ୟୁବ୍ ଚ୍ୟାନେଲରେ ଏହାକୁ ପ୍ରସାରଣ କରାଯାଉଛି । ଲୋକପ୍ରିୟତା ଦେଖି ଆଗକୁ ମଧ୍ୟ ଆହୁରି ଆଞ୍ଚଳିକ ଭାଷାରେ ଏହି କାର୍ଟୁନ୍ ଶୋ’କୁ ପ୍ରସାରଣ କରିବାର ଲକ୍ଷ ରଖିଥିବା କୁହନ୍ତି ଏଲେ ଆନିମେସନ୍ର ପ୍ରତିଷ୍ଠାତା ତଥା ପରିଚାଳକ ଦୂର୍ଗା ପ୍ରସାଦ ।
ସାନବେଳୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଓ ମହିମା ଶୁଣିଶୁଣି ବଡ଼ ହୋଇଥିବାରୁ ଜଗନ୍ନାଥଙ୍କ ସଂସ୍କୃତି ପ୍ରତି ଏହି ଆନିମେସନ୍ ନିର୍ମାତାଙ୍କର ଆକର୍ଷଣ ରହି ଆସିଥିଲା । ସେ ଆମ ଐତିହ ଓ ପାରମ୍ପରିକ କାହାଣୀକୁ ଭବିଷ୍ୟ ପିଢ଼ି ପାଇଁ ଏକ ମନୋରଞ୍ଜିତ ମାଧ୍ୟମରେ ଭେଟି ଦେବାକୁ ଚାହିଁଥିଲେ । ଆଗରୁ ପ୍ରସାରିତ ହୋଇଥିବା ଏହିପରି ବାଲ୍ ହନୁମାନ୍ ଓ ବାଲ୍ ଗଣେଷ୍ ଆଦିର ଆନିମେଟେଡ଼ ଫିଲ୍ମ ତଥା ସିରିଜ ଖୁବ୍ ଲୋକପ୍ରିୟତା ହାସଲ କରିଥିଲା । ଏହିସବୁ ଦେଖିବା ପରେ ଜଗନ୍ନାଥଙ୍କ ଅନନ୍ୟ କାହାଣୀକୁ ନେଇ ଏକ ଆନିମେଟେଡ଼ ସିରିଜ୍ ପ୍ରସ୍ତୁତିର ପ୍ରେରଣା ପାଇଥିଲେ ନିର୍ମାତା । ଏହି ସିରିଜ୍ ଦେଖିବା ପରେ ସାରା ଭାରତରେ ଛୋଟ ପିଲା ମାନଙ୍କର ପୁରୀ ଧାମ ବୁଲିବା ତଥା ଅଧିକ ଜାଣିବା ପାଇଁ ପ୍ରତି ଆଗ୍ରହ ବଢ଼ିଥିଲା । ପିଲାଙ୍କ ସହ ସେମାନଙ୍କ ଅଭିଭାବକମାନେ ମଧ୍ୟ ପୁରୀ ଆସିବା ସହ ଏଠିକାର ଦିବ୍ୟ ଅନୁଭୂତି ଜଣାଇଥିଲେ । କାର୍ଟୁନ୍ ଶୋ’ର ପ୍ରଭାବରେ ଓଡ଼ିଶା ତଥା ଜଗନ୍ନାଥଙ୍କ ପ୍ରତି ଲୋକଙ୍କର ବଢ଼ୁଥିବା ଆଗ୍ରହ ଆଗକୁ ଆହୁରି ନୂଆ ଏପିସୋଡ଼ ଆଣିବା ପାଇଁ ପ୍ରେରଣା ଯୋଗାଇବ ।