କଟକର ପ୍ରସିଦ୍ଧ ଦୁର୍ଗାପୂଜା

ଆସିଛି ପାର୍ବଣ । କାଶତଣ୍ଡୀର ସମ୍ଭାରରେ ହସୁଛି ଧରିଣୀ । ମା’ ଦୁର୍ଗାଙ୍କ ଆବାହନ ପାଇଁ ସଜେଇ ହେଉଛି ପୂଜା ମଣ୍ଡପ । ଶକ୍ତିପୀଠରେ ଚାଲିଛି ମା’ ଙ୍କ ଷୋଡ଼ଶ ଦିନାତ୍ମକ ପୂଜା  ଓ ଗୁଞ୍ଜରିତ ହେଉଛି ଚଣ୍ଡୀପାଠ । ଏପଟେ ଆରମ୍ଭ ବି ହୋଇଯାଇଛି ଶାରଦୀୟ ନବରାତ୍ରି । ଆଉ ଦୁଇ ଦିନ ପରେ ପୂଜାମଣ୍ଡପରେ ବିରାଜିବେ ମା’ ଦୁର୍ଗତିନାଶିନୀ । ଶକ୍ତିସ୍ବରୂପିଣୀ ମା’ଙ୍କ ଆଗମନ ପାଇଁ ଚଳଚଞ୍ଚଳ ଓ ଉତ୍ସବମୁଖରିତ ସାରା ରାଜ୍ୟ ସମେତ ହଜାର ବର୍ଷର ଐତିହାସିକ ସହର କଟକ । କାରଣ କଟକର ପାର୍ବଣର ପରମ୍ପରା ନିଆରା ଏବଂ ଶାରଦୀୟ ଦଶହରା ପୂଜାର ରହିଛି ସ୍ବତନ୍ତ୍ର ମହକ ।

ଓଡ଼ିଶାରେ ଦୁର୍ଗାପୂଜାର ପରମ୍ପରା ବହୁ ପ୍ରାଚୀନ । ଏଠାରେ ବର୍ଷରେ ଦୁଇଥର ଦେବୀ ଦୁର୍ଗାଙ୍କର ମହାପୂଜା ଅନୁଷ୍ଠିତ ହୋଇଥାଏ । ଥରେ ବସନ୍ତ କାଳରେ ବାସନ୍ତୀ ଦୁର୍ଗାପୂଜା ଓ ଅନ୍ୟଟି ଶରତକାଳରେ ଶାରଦୀୟ ଦୁର୍ଗାପୂଜା । ଆଶ୍ବିନ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଦେବୀପୀଠମାନଙ୍କରେ ଏହି ଶାରଦୀୟ ଦୁର୍ଗାପୂଜା ହୋଇଥାଏ ।  ବିଶେଷକରି ଓଡ଼ିଶାର ପ୍ରତିଟି ଅଞ୍ଚଳରେ ଅତି ଧୁମଧାମରେ ଦୁର୍ଗାପୂଜା କରୁଥିବା ବେଳେ ବିଶେଷ କରି କଟକର ଧର୍ମ, ସଂସ୍କୃତି ଓ ପରମ୍ପରାରେ ନୀତିନିୟମ ଓ ଭକ୍ତିର ସହିତ ମା’ ଦୁର୍ଗାଙ୍କୁ ସମସ୍ତେ ଆବାହନ କରିଥାନ୍ତି । ଏଠାରେ କଟକର ପ୍ରତ୍ୟେକ ବାସିନ୍ଦା ପୂଜା ସହିତ ଜଡ଼ିତ ହୋଇଥାନ୍ତି ।

କଟକର ଦଶହରା

ସହସ୍ରାଧିକର ସହର କଟକର ଗଣପର୍ବ ହେଉଛି ଦଶହରା । ଦଶହରା ଆସିଗଲେ କଟକର ଗଳିକନ୍ଦି ଚମକି ଉଠେ । ସୁଉଚ୍ଚ ତୋରଣ ସାଙ୍ଗକୁ ସୁନ୍ଦର ମୂର୍ତ୍ତି ଓ ଆଖି ଖୋସି ହୋଇଗଲା ପରି ସାଜସଜ୍ଜା ସମସ୍ତଙ୍କୁ ଆକର୍ଷିତ କରିଥାଏ । ଆଉ ଏଠାରେ ସବୁ ଜାତି ଓ ଧର୍ମର ଲୋକ ଦୁର୍ଗାପୂଜାକୁ ମିଳିମିଶି ପାଳନ କରୁଥିବା ଦେଖିବାକୁ ମିଳେ । ମା’ଙ୍କ ଆଗମନରେ ଭାଇଚାରାର ସହରରେ ଆନନ୍ଦ ଉଲ୍ଲାସ ଖେଳିଯାଏ ।

କଟକ ଦୁର୍ଗାପୂଜାର ଇତିହାସ

୧୫୦୮ ମସିହାରେ ଶ୍ରୀକ୍ଷେତ୍ର ଆଗମନ ସମୟରେ ଚୈତନ୍ୟ ମହାପ୍ରଭୁ କଟକ ବାଲୁବଜାରରେ କିଛି ଦିନ ବିତାଇଥିଲେ । କୁହାଯାଏ ସେହି ସମୟରେ ଶରତ ଋତୁର ଆଗମନ ହୋଇସାରିଥିଲା । ଏହି ସମୟରେ ଚୈତନ୍ୟ ମହାପ୍ରଭୁ ନିଜେ ଏହି ବିନୋଦ-ବିହାରୀ ବାଲୁବଜାରରେ ମା’ ମୃଣ୍ମୟୀ ଘଟ ସ୍ଥାପନ କରି ଦୁର୍ଗାପୂଜା ଆରମ୍ଭ କରିଥିଲେ । ଏହା ପରେ ଚୈତନ୍ୟ ପୁରୀ ଚାଲିଯାଇଥିବା ବେଳେ ତାଙ୍କ ସହିତ ଆସିଥିବା ବଙ୍ଗର ବାନାର୍ଜୀ ପରିବାରକୁ ଏହିଠାରେ ପ୍ରତିବର୍ଷ ଶରତ ଋତୁରେ ମା’ଙ୍କ ପୂଜା କରିବା ପାଇଁ କହିଥିଲେ । ସେବେଠାରୁ ବିନୋଦ ବିହାରୀ ମଠ ମନ୍ଦିର ପରିସରରେ ଥିବା ପୂଜା ମଣ୍ଡପରେ ଘଟ ପୂଜା ଆରମ୍ଭ ହୋଇ ପରେ ପରେ ଏଠାରେ ମା’ଙ୍କ ଦଶଭୂଜା ମୂର୍ତ୍ତିକୁ ଏହି ମଣ୍ଡପରେ ପୂଜା କରାଯିବା ଆରମ୍ଭ ହୋଇଥିଲା । ତେବେ ବିନୋଦବିହାରୀ ମଣ୍ଡପକୁ କଟକର ସର୍ବପୁରାତନ ଦେବୀ ମଣ୍ଡପ ସହ ଏଠାକାର ଦୁର୍ଗାଙ୍କୁ ବଡ଼ ଭଉଣୀ ରୂପେ ବିବେଚନା କରାଯାଏ । ଏହିଠାରୁ ଆରମ୍ଭ ହୋଇଥିବା ମା’ ଙ୍କର ପୂଜାର୍ଚ୍ଚନା ଦୀର୍ଘ ପାଞ୍ଚ ସହ ବର୍ଷରୁ କଟକର ବିଭିନ୍ନ ସ୍ଥାନରେ ବିଧିବଦ୍ଧ ଭାବେ ପାଳିତ ହୋଇଆସୁଛି । ଇତିହାସରୁ ଜଣାପଡ଼େ ଯେ 1900 ମସିହା ପୂର୍ବରୁ କଟକ ସହରରେ 5-6ଟି ଦୁର୍ଗାମେଢ ସହ ଅନ୍ୟ 10ଟି ମେଢ କରାଯାଇଥିଲା । ଏବେ ଏହା ବୃଦ୍ଧି ପାଇ ଶହେ ଟପିଲାଣି । ଏଣିକି କଟକର ବାଉନ ବଜାର ତେପନ ଗଳିରେ ଶହ ଶହ ମା ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଆସୁଛି।

ସ୍ବତନ୍ତ୍ର ଚାନ୍ଦି ଓ ସୁନା ମେଢ଼

ଶହ ଶହ ବର୍ଷରୁ କଟକରେ ହେଉଥିବା ମା’ ଙ୍କ ମେଢ ଏବଂ ପୁରୁଣା ପରମ୍ପରା ଆଜି ବି ଚର୍ଚ୍ଚାରେ ।  କଟକ ଦଶହରାର ବିଶେଷତା ହେଉଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ।  ପ୍ରଥମେ ରଙ୍ଗୀନ କାଗଜ ଓ ସୋଲରେ ମା’ଙ୍କ ମୂର୍ତ୍ତି ତିଆରି ହେଉଥିଲା । ଏହାପରେ ଜରିରେ ନିର୍ମିତ ହେଲା ମେଢ, ଯାହା ମା’ଙ୍କ ମୂର୍ତ୍ତିକୁ ଆହୁରି ଆକର୍ଷଣୀୟ କରିଥିଲା । ହେଲେ ପରବର୍ତ୍ତୀ ସମୟରେ ଚାନ୍ଦି ତାରକସିର ସହରରେ ଜରିର ସ୍ଥାନ ନେଲା ରୁପା ଓ ସୁନା । ତାରକସୀ ଶିଳ୍ପୀମାନେ ମା’ ଙ୍କ ମୁକୁଟ ସହ ଅଳଙ୍କାର ପ୍ରସ୍ତୁତ କଲେ, ଯାହା କଟକର ସ୍ବତନ୍ତ୍ର ପରିଚୟ ପାଲଟିଲା ।

ଇତିହାସ କହେ, 1956 ମସିହା ଦୁର୍ଗାପୂଜାରେ ଓଡ଼ିଶାର ପ୍ରଥମ ଚାନ୍ଦି ମେଢ଼ କଟକର ଚୌଧୁରୀ ବଜାରରେ ଶୋଭା ପାଇଥିଲା । ଏହାପରେ 1999 ମସିହାରେ ପ୍ରଥମ କରି ଏଠାରେ ମାଙ୍କ ପାଇଁ ସୁନା ମୁକୁଟ ତିଆରି ହୋଇଥିଲା । ତେଣୁ ଚୌଧୁରୀ ବଜାରର ମା’ ଦୁର୍ଗାଙ୍କ ମୂର୍ତ୍ତିରେ ପ୍ରଥମେ ରୁପା ଓ ପରେ ସୁନା ଲଗାଇ ସାରା ରାଜ୍ୟରେ ସୁନାମ ଅର୍ଜନ କରିଥିଲା । ଏହାପରେ ପରେ ଅନେକ ଦୁର୍ଗାପୂଜା ସମିତି ଚାନ୍ଦି ଓ ସୁନା ମେଢ଼ ନିର୍ମାଣ କରିବାକୁ ଲାଗିଲେ । କିନ୍ତୁ ଏବେ ବି କେତେକ ସ୍ଥାନରେ ଜରି ମେଢ଼ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି।

ସାରା ରାଜ୍ୟଠାରୁ କଟକରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଅତି ସୁନ୍ଦର ଓ ଆକର୍ଷଣୀୟ । କାରଣ ଏଠାରେ ସୁନା ଓ ରୁପାରେ ମା ସଜ୍ଜିତ ହୋଇ ଶୋଭା ପାଆନ୍ତି । ଆଜିକାଲି 30ରୁ ଅଧିକ ସମ୍ପୂର୍ଣ୍ଣ ଚାନ୍ଦି ମେଢ, 10ଟି ମେଢରେ ସୁନାରେ ସାଜସଜ୍ଜା ହେଉଛନ୍ତି । ଏପରିକି ପିତ୍ତଳ ମେଢରେ ବି ମା’ ପୂଜା ପାଉଛନ୍ତି ।  ତଥ୍ୟ ଅନୁଯାୟୀ ବର୍ତ୍ତମାନ ବିଭିନ୍ନ ମଣ୍ଡପରେ ପ୍ରାୟ 110 କ୍ବିଣ୍ଟାଲରୁ ଅଧିକ ଓଜନର ରୁପା ଓ 57 କିଲୋରୁ ଅଧିକ ସୁନା ଏବେ ମା’ଙ୍କ ମୂର୍ତ୍ତିରେ ବ୍ୟବହାର କରାଯାଉଛି ।

ପୁରୁଣା ପରମ୍ପରା ଓ ପୂଜାବିଧି

କଟକର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ କଟକଚଣ୍ଡୀ । ଶାରଦୀୟ ଦଶହରାରେ ମା’ କଟକଚଣ୍ଡୀ ଭକ୍ତଙ୍କୁ ଷୋଡ଼ଶ ବେଶରେ ଦର୍ଶନ ଦିଅନ୍ତି। ଏହି ବେଶ ଭିତରେ ରହିଛି ସିଂହବାହିନୀ, ରାଜରାଜେଶ୍ବରୀ, ଭୁବନେଶ୍ବରୀ, ତ୍ରିପୁର ଗୌରବୀ, ମାତଙ୍ଗୀ, ଉଗ୍ରତାରା, ଜୟଦୁର୍ଗା, ସିଦ୍ଧେଶ୍ବରୀ, ଗାୟତ୍ରୀ, ହଂସବାହିନା, ହରଚଣ୍ଡୀ, ବଗଳାମୁଖୀ, ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ବତୀ ଓ ମହିଷାମର୍ଦ୍ଦିନୀ । ମାଙ୍କର ଏହି ବେଶ ଦେଖିବା ପାଇଁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଭିଡ଼ ଜମେ।  

    ସେହିପରି ପୂଜାମଣ୍ଡପରେ ମଧ୍ୟ ମା’ ଦୁର୍ଗାଙ୍କର ବିଶେଷ ପୂଜାର୍ଚ୍ଚନା ଓ ରୀତିନୀତି କରାଯାଏ ।  ପୂଜାରେ ମା’ଙ୍କ ନିକଟରେ ବିଲ୍ଵବରଣୀ ପୂଜା, ସିନ୍ଦୁର ଖେଳ ଓ କନ୍ୟା ପୂଜା ହେଉଥିବା ବେଳେ ମାଛ ଭୋଗ ଆଦି ଦୃଶ୍ୟମାନ ହୋଇଥାଏ। ସେହିପରି କେତେକ ସ୍ଥାନରେ ପୂଜାରେ ସ୍ବତନ୍ତ୍ରତା ପରିଲକ୍ଷିତ ହୋଇଥାଏ । ଯେପରି ଶେଖ ବଜାର ପୂଜା ମଣ୍ଡପରେ ଦଶମୀ ଦିନ ମା’ଙ୍କ ପାଖରେ ଦହି ପଖାଳ ଓ ଶାଗ ଭୋଗ କରାଯାଇ ହଜାର ହଜାର ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ । କେତେକ ସ୍ଥାନରେ ଦୁର୍ଗାପୂଜାରେ ବଙ୍ଗୀୟ ପରମ୍ପରା ପରିଲକ୍ଷିତ ହୋଇଥାଏ । ଖାସ୍ କରି କୋଲକତାରୁ ଆସିଥିବା ସିନ୍ଦୁର ଖେଳ ପରମ୍ପରା ।  ଏଥିରେ ବିବାହିତ ମହିଳାମାନେ ପରସ୍ପରକୁ ସିନ୍ଦୁର ଲଗାଇ ମା’ଙ୍କୁ ବିଦାୟ ଦେଇଥାନ୍ତି । 

ଦୁର୍ଗାପୂଜାର ସ୍ଵତନ୍ତ୍ରତା ଏକ ଅନୁଭବର ବିଷୟ । ଷଷ୍ଠୀଠୁ ଦଶମୀ ଏବଂ ଭସାଣି ଉତ୍ସବ ପର୍ଯ୍ୟନ୍ତ କଟକରେ ଭିଡ଼ରୁ ଜଣା ପଡ଼ିଯାଏ ଏଠାକାର ଦୁର୍ଗାପୂଜାର ମହତ୍ତ୍ବ ।  କେବଳ ଓଡ଼ିଶା ନୁହଁ ବରଂ ଅନ୍ୟ ରାଜ୍ୟର ଭକ୍ତ ଓ ଶ୍ରଦ୍ଧାଳୁ ପୂଜା ସମୟରେ କଟକ ମୁହାଁ ହୁଅନ୍ତି। ଦିନ ରାତି ପ୍ରତି ମଣ୍ଡପରେ ଲାଗେ ଲୋକଙ୍କ ଗହଳି । ଚଳିତବର୍ଷ 170ରୁ ଉର୍ଦ୍ଧ୍ବ ମଣ୍ଡପରେ ପୂଜା ପାଇବେ ମା’ ଦୁର୍ଗା। ସେଥିମଧ୍ୟରୁ 34ଟି ଚାନ୍ଦି ଓ ଏକାଧିକ ମଣ୍ଡପରେ ସୁନା ଆଭୂଷଣରେ ପୂଜା ପାଇବେ ।  

ଶାରଦୀୟ ଦୁର୍ଗୋତ୍ସବ ଓ ଦଶହରା ବାସ୍ତବିକ ହେଉଛି ଭାଇଚାରାର ବନ୍ଧନ, ଏକତାର ପ୍ରତୀକ, ମିଳନର ପର୍ବ ଏବଂ ମହାନନ୍ଦର ମହୋତ୍ସବ । ଯୁଗେ ଯୁଗେ ଏହି ଉତ୍ସବ ପ୍ରତ୍ୟେକ ମନୁଷ୍ୟକୁ ଆଗକୁ ହେବାକୁ ପ୍ରେରଣା ଯୋଗାଇବା ସହ ସମସ୍ତଙ୍କ ଉପରେ ରହିଥାଏ ମା’ଙ୍କ ଆଶିଷ ଓ କରୁଣାର କୃପା ।

Spread the love