Odia Singer Barnali Hota Shines as Second Runner-Up in India's First Folk Music Program 'Bharat Ka Amrit Kalas'"

ଦୂରଦର୍ଶନରେ ପ୍ରସାରିତ ଭାରତର ପ୍ରଥମ ଲୋକ ସଙ୍ଗୀତ ରିଆଲିଟି ଶୋ’ ‘ଭାରତ କା ଅମୃତ କଳସ’ରେ ଚମକିଲେ ଓଡ଼ିଆ ଝିଅ ତଥା କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା । ଏହି ଜାତୀୟ ମଞ୍ଚରେ ଓଡ଼ିଶାରୁ ଏକମାତ୍ର କଣ୍ଠଶିଳ୍ପୀ ଭାବେ ବର୍ଣ୍ଣାଳୀ ଭାଗ ନେଇ ରାଜ୍ୟର ଚର୍ଚ୍ଚିତ ଲୋକଗୀତ ଏବଂ ଭଜନକୁ ନିଆରା ଢଙ୍ଗରେ ପରିବେଷଣ କରି ସାରା ଦେଶର ଅଗଣିତ ଦର୍ଶକଙ୍କ ମନଜିଣିପାରିଛନ୍ତି । ‘ହାଏ କୃଷ୍ଣ’ରୁ ନିଜ ଯାତ୍ରା ଆରମ୍ଭ କରିଥିବା ବର୍ଣ୍ଣାଳୀ ‘ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ’ ଗୀତ ପାଇଁ ସୋସିଆଲ ମିଡିଆରେ ଅଜସ୍ର ପ୍ରଶଂସା ସାଉଁଟିଥିଲେ । ୨୮ଟି ରାଜ୍ୟ ଓ ୭ଟି କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦ୍ୱିତୀୟ ରନର୍ସ ଅପ ହାତେଇଛନ୍ତି ବର୍ଣ୍ଣାଳୀ ।

ଦୀର୍ଘ ୬ ମାସ ଧରି ଚାଲିଥିବା ଏହି ପ୍ରଥମ ଲୋକସଙ୍ଗୀତ କାର୍ଯ୍ୟକ୍ରମ ରବିବାର ଶେଷ ହୋଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବର୍ଣ୍ଣାଳୀ ଫାଇନାଲରେ ପହଞ୍ଚିଥିଲେ । ତେବେ ଫାଇନାଲ ରାଉଣ୍ଡରେ ପ୍ରଥମ ‘ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳ କମଳେ’ ଗୀତ ମାଧ୍ୟମରେ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରିଥିଲେ । ଏହା ପରେ ସେ ସ୍ୱର୍ଗତ ଭିକାରୀ ବଳଙ୍କ ଗୀତ ‘କୋଠ ଭୋଗଖିଆ ମୋ ଚକାଆଖିଆ..ଉଠହେ ପହଡ଼ ଭାଙ୍ଗି..’ ପରିବେଷଣ କରିଥିଲେ । ସେ ଅଳ୍ପକେ ବିଜେତା ଆଖ୍ୟାରୁ ବଞ୍ଚିତ ହୋଇଥିଲେ ହେଁ ଦ୍ୱିତୀୟ ରନର୍ସ ଅପ ଟ୍ରଫି ନିଜ ନାଁରେ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜସ୍ଥାନର ଅନୀତା ଡାଙ୍ଗୀ ବିଜେତା ହୋଇଥିବା ବେଳେ ମହାରାଷ୍ଟ୍ରର ସିଦ୍ଦେଶ ଯାଦବ ପ୍ରଥମ ରନର୍ସଅପ୍‌ ହୋଇଛନ୍ତି ।

ବର୍ତ୍ତମାନ ବର୍ଣ୍ଣାଳୀ ଓଡ଼ିଶା ଫେରିଥିବା ବେଳେ ଓଡ଼ିଆ ଦର୍ଶକ ଏବଂ ଭଗବାନଙ୍କ ଆଶୀର୍ବାଦ ପାଇଁ ଏସବୁ ହୋଇପାରିଛି ବୋଲି କହିଛନ୍ତି । ସେ ଏହି କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁ ଚର୍ଚ୍ଚିତ ଭଜନ, ଜଣାଣ ଓ ଓଡ଼ିଶାର ଅନେକଗୁଡ଼ିଏ ଲୋକପ୍ରିୟ ପାରମ୍ପରିକ ସଙ୍ଗୀତ ସହ ବିଭିନ୍ନ ସ୍ଥାନୀୟ ଭାଷାର ପ୍ରସିଦ୍ଧ ସଙ୍ଗୀତ ଚମତ୍କାର ସ୍ୱରରେ ପରିବେଷଣ କରି ଚର୍ଚ୍ଚାରେ ରହିବା ସହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ବିଚାରକଙ୍କ ହୃଦୟ ଜିତିପାରିଥିଲେ । ବିଶେଷ କରି ଉଠ କଙ୍କାଳ ଫ୍ୟୁଜନ ଗୀତର ଚତୁରତା ତାଙ୍କୁ ନୂଆ ଏକ ପରିଚୟ ଦେଇଥିଲା । ପ୍ରତିଟି ଓଡ଼ିଆ ତାଙ୍କୁ ନେଇ ଗର୍ବ କରିବା ସହ ସେ ବର୍ତ୍ତମାନ କେବଳ ଓଡିଶା ନୁହେଁ ନିଜର ପ୍ରତିଭା ପାଇଁ ସବୁ ଭାରତୀୟଙ୍କ ହୃଦୟରେ ରହିଛନ୍ତି ।

Spread the love