ମନ୍ଦିର ଗାତ୍ରରେ ରହିଛି ୪ଶହ ବର୍ଷ ତଳର ପ୍ରାଚୀନ ଓଡ଼ିଆ ଶିଳାଲେଖ। ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ଡେଣୁଅଁ ଗ୍ରାମଦେବୀ ପିଙ୍ଗଳାକ୍ଷୀ ମନ୍ଦିର ଦ୍ବାରବନ୍ଧରେ ଖୋଦିତ ପ୍ରାଚୀନ ଓଡ଼ିଆ ଶିଳାଲେଖରେ ତିନି ଧାଡ଼ିଆ ବାକ୍ୟର ପାଠୋଦ୍ଧାର କରିଛନ୍ତି ଗବେଷକ। ରିଡିସ୍କଭର ଲଷ୍ଟ ହେରିଟେଜ୍ ଗ୍ରୁପର ଐତିହ୍ୟ ଗବେଷକଙ୍କ ଉଦ୍ୟମରେ ଏହି ପ୍ରାଚୀନ ମନ୍ଦିରର ଶିଳାଲେଖର ଭାବାର୍ଥକୁ ଉଦ୍ଧାର କରି ଡକ୍ୟୁମେଣ୍ଟେସନ କରାଯାଇଛି। ପିଙ୍ଗଳାକ୍ଷୀ ମନ୍ଦିର ଓ ଏହା ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଅନ୍ୟ ଦୁଇ ମନ୍ଦିର ନୀଳକଣ୍ଠେଶ୍ବର ଓ ଜାଗୁଳେଇ ମନ୍ଦିରରେ କିଛି କିଛି ବୈଷ୍ଣବ ମୂର୍ତ୍ତି ରହିଛି। ତେଣୁ ଏଠାରେ ପ୍ରାଚୀନ କାଳରେ ବିଷ୍ଣୁ ମନ୍ଦିର ଥିବା ଅନୁମାନ କରାଯାଉଥିବା ହେରିଟେଜ୍ ଗ୍ରୁପର ଗବେଷକମାନେ କହିଛନ୍ତି। ମନ୍ଦିରରେ ଥିବା ଶିଳାଲେଖରେ ପିଙ୍ଗଳାକ୍ଷୀ ମନ୍ଦିରର ନିର୍ମାଣ ସମ୍ପର୍କରେ କିଛି ତଥ୍ୟ ଉଲ୍ଲେଖ ରହିଛି। ପିଙ୍ଗଳ ଶବ୍ଦରୁ ଏହି ମନ୍ଦିରରେ ବିରାଜିତ ଗ୍ରାମଦେବୀଙ୍କ ନାମ ପିଙ୍ଗଳାକ୍ଷୀ ହୋଇଥିବା ବେଳେ ଡେଣୁଅଁ ନିକଟବର୍ତ୍ତୀ ଗାଁ’ର ନାମ ରହିଛି ଆଳି ପିଙ୍ଗଳ। ଏହି ଶିଳାଲେଖରେ ପ୍ରଥମ ଧାଡ଼ିରେ ‘ଘୁମୁସରୁ ଆସି’, ଦ୍ବିତୀୟ ଧାଡ଼ିରେ ‘ପିଙ୍ଗଃଳ ଗଢ଼ିଥିଲେ’ ଓ ତୃତୀୟ ଧାଡ଼ିରେ ‘ଶ୍ରୀଗୋପାଳ ରଥ’ ଉଲ୍ଲେଖ ରହିଛି। ଏହି ଲିପି ବ୍ୟତୀତ ଆଉ କିଛି ଲିପି ରହିଥିଲେ ହେଁ ତାହା ପାଠୋଦ୍ଧାର ସମ୍ଭବ ହୋଇନାହିଁ।
ଐତିହ୍ୟ ଗବେଷକ ଦୀପକ କୁମାର ନାୟକ କହିଛନ୍ତି, ପୀଠ ଦେବୀ ପିଙ୍ଗଳାକ୍ଷୀଙ୍କ ଗର୍ଭଗୃହକୁ ଯାଇଥିବା ବାମ ପାର୍ଶ୍ବ ଦ୍ବାରରେ ତିନି ଧାଡ଼ି ବିଶିଷ୍ଟ ଏକ ପ୍ରାଚୀନ ଓଡ଼ିଆ ଶିଳାଲେଖ ଦେଖିବାକୁ ପାଇଥିଲୁ। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଏହାର ସଂରକ୍ଷଣ ପାଇଁ ଆଗେଇ ଆସିବା ଉଚିତ ବୋଲି ସେ କହିଛନ୍ତି। ଐତିହ୍ୟ ଗବେଷକ ବିଷ୍ଣୁମୋହନ ଅଧିକାରୀ ଲିପିଗୁଡ଼ିକର ଭାବାର୍ଥକୁ ବ୍ୟକ୍ତ କରି କହିଛନ୍ତି, ଘୁମୁସର ଅଞ୍ଚଳରୁ ଆସିଥିବା ରଥ ସାଙ୍ଗିଆଧାରୀ ଶାସ୍ତ୍ରକାର ଶୋତ୍ରୀୟ ବ୍ରାହ୍ମଣମାନେ ଏହି ପିଙ୍ଗଳାକ୍ଷୀ ମନ୍ଦିରର ଯଜ୍ଞ ପ୍ରତିଷ୍ଠା କର୍ମରେ ନିୟୋଜିତ ଥିବା ଅନୁମାନ କରାଯାଏ। ଓଡ଼ିଆରେ ପିଙ୍ଗଳାକ୍ଷୀ ଦେବୀଙ୍କ ନାମ ଦେବୀ ପାର୍ବତୀଙ୍କ ସହ ଜଡ଼ିତ। ଏହା ସହ ପିଙ୍ଗଳ ଶବ୍ଦ ପ୍ରାଚୀନ କଳିଙ୍ଗର ନାଗ ତନ୍ତ୍ର ଓ ଯୋଗ ସହ ସମ୍ବନ୍ଧିତ। ଲିପିର କାଳଖଣ୍ଡ ସମ୍ଭବତଃ ଷୋଡ଼ଶ ଶତାବ୍ଦୀର ବୋଲି ଅନୁମାନ କରାଯାଉଥିବା ସେ କହିଛନ୍ତି।