ନୂଆଁଖାଇ ପର୍ବ ଅତି ନିଆରା ଓ ସ୍ବତନ୍ତ୍ରତା । ଆଜି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏନେଇ ଚଳଚଞ୍ଚଳ ପୁରା ପଶ୍ଚିମ ଓଡିଶା । ବିଶେଷ କରି ସମଗ୍ର ପଶ୍ଚିମ ଓଡିଶାର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି । ଅନେକତା ମଧ୍ୟରେ ଏକତା ଓ ଭାଇ ଚାରାର ବର୍ଗ ନୂଆଁଖାଇ । ଆଉ ନୂଆଁଖାଇକୁ ନେଇ ସମଗ୍ର କଳାହାଣ୍ଡି ଜିଲ୍ଲା ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ଆରାଧ୍ୟ ଦେବୀ ମା’ ଲଙ୍କେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହୋଇଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଆରାଧ୍ୟ ଦେବୀ ମା’ ଲଙ୍କେଶ୍ବରୀଙ୍କ ଠାରେ ସକାଳ ୭ ଘଣ୍ଟା ୨୮ ମିନିଟ ସମୟରେ ନବାନ୍ନ ଲାଗି ହୋଇଥିବା ବେଳେ ସାଧାରଣ ଲୋକେ ମା’ଙ୍କ ଠାରେ ଅର୍ପଣ ହୋଇଥିବା ନୂଆ ଚୁଡାକୁ ଖାଇ ନୂଆଁଖାଇ ପାଳିବେ । ଜନସାଧାରଣ ଦିନ ୯ ଘଣ୍ଟାରୁ ୧୧ ମଧ୍ୟରେ ନୂଆଁଖାଇ ପାଳିବା ନେଇ ଲଗ୍ନ ଧାର୍ଯ୍ୟ ମଧ୍ୟ ହୋଇଛି ।
ସୂଚନା ଥାଉକି, ନୂଆଁଖାଇ ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପାରିକ ପର୍ବ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି । ବର୍ଷା ଶେଷ ହେବା ପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ପୂର୍ବରୁ “ଲଗନ” ବା “ତିଥି” ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ ।