ଦେଶର ଦ୍ୱିତୀୟ ଏବଂ ଆଦିବାସୀ ସମ୍ପ୍ରଦାୟର ପ୍ରଥମ ମହିଳା । ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଛନ୍ତି ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ, ଯାହାକୁ ନେଇ ଗର୍ବିତ ଓଡ଼ିଶା ଓ ଓଡ଼ିଆ । ଓଡ଼ିଶାରୁ ପ୍ରଥମ ମହିଳା ଭାବେ ଦେଶର ସର୍ବୋଚ୍ଚ ପଦବୀରେ ବସିବା ସହ ପ୍ରଥମ ନାଗରିକ ହେବାର ସୌଭାଗ୍ୟ ପାଇଛନ୍ତି ମାଟିର ଝିଅ । ତାଙ୍କ ପାଇଁ ଉତ୍ସବମୁଖର ଦିଲ୍ଲୀରୁ ପଲ୍ଲୀ । ରାଇରଙ୍ଗପୁରରୁ ରାଇସିନା ହିଲ୍ର ଏହି ରାଜନୈତିକ ଯାତ୍ରାରେ ଅନେକ ସଫଳତା ସାଉଁଟିଥିବା ଦ୍ରୌପଦୀ ୧୫ତମ ରାଷ୍ଟ୍ରପତି ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ।
ମୟୂରଭଞ୍ଜ ପରି ଏକ ପଛୁଆ ଜିଲ୍ଲାରୁ ଆସିଥିବା ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆଜି ବିଶ୍ୱରେ ପୁଣି ଚମକିଛି ଓଡ଼ିଶା । ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରର ନେତା ନିର୍ବାଚିତ ହୋଇଛନ୍ତି । ଜଙ୍ଗଲ ମାଟିରୁ ରାଇସିନା ହିଲ୍, ଗାଁ ରାଜନୀତିରୁ ଦେଶର ସର୍ବୋଚ୍ଚ ପଦବୀ । ତିନି ସେନାର ସେନାନାୟକ ମହାମହିମ ପଦରେ ଅବସ୍ଥାପିତ ହୋଇ ଦ୍ରୌପଦୀ ମୁର୍ମୁ ରାଜ୍ୟ ପାଇଁ ଆଣିଛନ୍ତି ଖ୍ୟାତି, ସମ୍ମାନ ଓ ଗୌରବ । ତାଙ୍କ ପାଇଁ ଆଜି ସାରା ରାଜ୍ୟ ଉତ୍ସବମୁଖରିତ ଓ ଗର୍ବିତ ତାଙ୍କ ଗାଁ । ପ୍ରତିଭା ଦେବୀ ସିଂ ପାଟିଲଙ୍କ ପରେ ଦେଶର ଦ୍ୱିତୀୟ ମହିଳା ଏବଂ ପ୍ରଥମ ଓଡ଼ିଆ ମହିଳା ଭାବେ ଭାବେ ଏହି ଗୌରବ ହାସଲ କରି ଏତେ ବଡ ସମ୍ମାନର ଅଧିକାରୀ ହୋଇପାରିଛନ୍ତି ମହାମହିମ ମୁର୍ମୁ ।
– ସେ ମାଟିର ଝିଅ, ମାଆ ମାଟିର ବାସ୍ନାରେ ବଢିଛନ୍ତି । ସମସ୍ୟା ଓ ସଂଘର୍ଷର ଜୀବନୀ ଭିତରେ ବି ସେ ଛାତ୍ରଜୀବନରୁ ସମାଜସେବା ପ୍ରତି ବ୍ରତୀ ହୋଇଛନ୍ତି । ଶିକ୍ଷାଦାନ ଭଳି ଗୁରୁଦାୟିତ୍ୱକୁ ବି ନିର୍ବାହ କରିଛନ୍ତି । ରାଜନୀତିରେ ପାଦ ଦେଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଗାଁ ହେଉ କି ନଗର ନିର୍ବାଚନ ରାଜନୀତିର ସଫଳତା ଓ ଅଭିଜ୍ଞତା ସାଉଁଟିଛନ୍ତି ଦ୍ରୌପଦୀ । ମନ୍ତ୍ରୀ ପଦରେ ରହି ଜନତାଙ୍କ ଜନହିତରେ କାମ କରି ଚର୍ଚ୍ଚାକୁ ଆସିଛନ୍ତି । ରାଜ୍ୟପାଳ ଭାବେ ସାମ୍ବିଧାନିକ ପଦରେ ଅଧିଷ୍ଠିତ ହୋଇ ସେବା ଯୋଗାଇଛନ୍ତି । ଆଉ ଏବେ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରଷ୍ଟ୍ରର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ । ହେଲେ ରାଇରଙ୍ଗପୁରରୁ ରାଇସିନାର ଏ ଯାତ୍ରା ତାଙ୍କ ପାଇଁ ନଥିଲା ସହଜ ।
– ୨୦ ଜୁନ ୧୯୫୮ ମସିହାରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଉପରବେଡାର ଏକ ସାଧାରଣ ସାନ୍ତାଳୀ ଘରେ ହୋଇଥିଲା ଏକ ଝିଅର ଜନ୍ମ । କେହି କେବେ ସ୍ୱପ୍ନରେ ବି ଭାବିନଥିଲେ ଯେ ଏହି ସାଧାରଣ ଝିଅଟି ଦିନେ ପ୍ରଥମ ନାଗରିକ ପଦକୁ ଅଳଙ୍କୃତ କରିବ । ଏହି ଅଖ୍ୟାତ ପଲ୍ଲୀର ନାଁକୁ ଦିଲ୍ଲୀରେ ଖ୍ୟାତି କରିବ । ବୋଧ ହୁଏ ଏହି ଅଜ୍ଞାତ ସ୍ୱପ୍ନକୁ ପୂରା କରିବା ପାଇଁ ନାରୀ ଶିକ୍ଷାକୁ ଅଗ୍ରାଧିକାର ଦିଆଯାଉନଥିବା ଜିଲ୍ଲାରେ ଆରମ୍ଭ କରିଥିଲେ ପ୍ରାଥମିକ ପାଠଶାଳା । ଗାଁ ନିକଟସ୍ଥ ଉପରବେଡାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଲା ବେଳେ ହିଁ ନିଜ ପ୍ରତିଭାର ପରିଚୟ ଦେଇଥିଲେ । ବିଚିକ୍ଷଣ ବୁଦ୍ଧି ଓ ପାଠ ପ୍ରତି ଉତ୍ସାହ ଯୋଗୁଁ ଦ୍ରୌପଦୀ ମାଧ୍ୟମିକ ଶିକ୍ଷା ହାସଲ ପାଇଁ ଚାଲିଆସିଥିଲେ ରାଜଧାନୀ ଭୁବନେଶ୍ୱର । ସୁଦୂର ଆଦିବାସୀ ଅଧିଷ୍ୟୁତି ଅଂଚଳରୁ ଆସିଥିବା ସାନ୍ତାଳୀ ଝିଅ ଦ୍ରୌପଦୀ ଟୁଡୁ ୧୯୭୪ରେ ୟୁନିଟ ୨ ଗର୍ଲ୍ସ ହାଇସ୍କୁଲରେ ମାଟ୍ରିକ ପାସ୍ କରିଥିଲେ । ମାଧ୍ୟମିକ ଶିକ୍ଷା ଅଧ୍ୟୟନ ସମୟରେ ସେ ବୁଝିଯାଇଥିଲେ ଜୀବନରେ କିଛି କରିବାକୁ ହେଲେ ଶିକ୍ଷାର ଆଲୋକ ନିହାତି ଜରୁରୀ । ତେଣୁ ଉଚ୍ଚ ଶିକ୍ଷାର ନିଷ୍ପତି ନେଇ ନିଜ ନାଁ ଲେଖାଇଲ ରମାଦେବୀ ମହାବିଦ୍ୟାଳୟରେ । ଏଠାରେ ୧୯୭୫ରୁ ୧୯୭୯ ମଧ୍ୟରେ ଆଇଏ ଓ ବିଏର ସ୍ନାତକ ହାସଲ କଲେ ଓ ଆଗକୁ ବଢିବାର ରାସ୍ତା ପାଇଲେ ।
-ସ୍ନାତକ ପରେ ଦ୍ରୌପଦୀ ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗର କିରାଣୀ ଚାକିରୀ କଲେ । ଏହାରି ମଧ୍ୟରେ ବ୍ୟାଙ୍କ କର୍ମଚାରୀ ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରି ଦୁଇଟି ପୁଅ ଓ ଗୋଟିଏ ଝିଅର ଜନନୀ ହେଲେ । ଏହାପରେ ଘର ଜଞ୍ଜାଳ ତାଙ୍କୁ ଚାକିରୀ ଛାଡିବାକୁ ବାଧ୍ୟ କଲା ଏବଂ ଫେରିଲେ ନିଜ ମାଟିକୁ । ସ୍ୱାମୀଙ୍କ କର୍ମସ୍ଥାନ ରାଇରଙ୍ଗପୁରକୁ ଫେରି ସେଠାରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଶିକ୍ଷୟତ୍ରୀ ଭାବେ ଯୋଗ ଦେଲେ । ସମାଜ ପାଇଁ କିଛି କରିବାର ଇଚ୍ଛା ଏହିଠୁ ହିଁ ତାଙ୍କ ମନକୁ ଆସିଲା । ସେଥିପାଇଁ ବିନା କିଛି ବେତନ ନେଇ ସେ ମାଗଣା ଶିକ୍ଷାଦାନ କରିବାର ନିଷ୍ପତି ନେଲେ । କେବଳ ସେତିକି ନୁହେଁ ଶିକ୍ଷୟତ୍ରୀ ବୃତି ସମୟରେ ଜନସେବାର ଆହ୍ୱାନ ତାଙ୍କୁ ରାଜନୀତିକୁ ଟାଣିଆଣିଲା ।
– ୧୯୯୭ରୁ ଆରମ୍ଭ ହେଲା ରାଜନୀତି କ୍ୟାରିଅର । ରାଇରଙ୍ଗପୁର ଏନଏସି ୨ ନମ୍ବର ଓାର୍ଡରୁ କାଉନସିଲ ନିବାଚନ ଲଢି ଉପାଧ୍ୟାକ୍ଷ ହେଲେ। ସେସମୟରେ ନଗରପାଳିକାରେ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଲୋକପ୍ରିୟତା ହାସଲ କରିଥିଲେ । ଏହାର ଫଳ ସ୍ୱରୂପ ତାଙ୍କୁ ଦ୍ୱାଦଶ ବିଧାନସଭା ନିର୍ବାଚନରେ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଗଲା । ତେଣୁ ଆତ୍ମବିଶ୍ୱାସ ଭରା ଦ୍ରୌପଦୀ ବହୁମତରେ ନିର୍ବାଚନ ଜିତି ଦୁଇ ଦୁଇ ଥର ରାଇରଙ୍ଗପୁରର ବିଧାୟିକା ହେବାର ଗୌରବ ହାସଲ କଲେ । ୨୦୦୦ରେ ନଗରପାଳିକାରୁ ବାହାରି ପହଂଚିଲେ ବିଧାନସଭା । ତତ୍କାଳୀନ ବିଜେପି-ବିଜେଡି ମେଂଟ ସରକାରରେ ବିଭିନ୍ନ ମନ୍ତ୍ରୀ ପଦର ଦାୟିତ୍ୱ ସମ୍ଭାଳି ଥିଲେ । ଦ୍ରୌପଦୀଙ୍କ କାର୍ୟ୍ୟଶୈଳୀ ଏବଂ ଭଲ ପ୍ରଦର୍ଶନ ପାଇଁ ୨୦୦୭ରେ ଶ୍ରେଷ୍ଠ ବିଧାୟିକା ଭାବେ ତାଙ୍କୁ ମିଳିଲା ନୀଳକଣ୍ଠ ପୁରସ୍କାର ।
– ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥିବା ଦ୍ରୌପଦୀ ମୁର୍ମୁଙ୍କ ଜୀବନରେ ଏମିତ ଏକ ସମୟ ଆସିଥିଲା, ଯେତେବେଳେ ସେ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ । ମାତ୍ର ୪ ବର୍ଷ ଭିତରେ ଆରପାରିକୁ ଆଗପଛ ହୋଇଚାଲିଯାଇଥିଲେ ତାଙ୍କ ସ୍ୱାମୀ ଓ ଦୁଇ ପୁଅ । ମାତ୍ର ଅଳ୍ପ ବୟସରେ ସମସ୍ତଙ୍କୁ ହରାଇ ଦ୍ରୌପଦୀ ସାମ୍ନା କରିଥିଲେ ତାଙ୍କ ଜୀବନର ସବୁଠୁ କଷ୍ଟ ଓ ଦୁଃଖ ସମୟ । ସେତେବେଳେ ଅବସାଦରୁ ମୁକୁଳିବା ପାଇଁ ଧାର୍ମିକ ପଥକୁ ଚୟନ କରି ପ୍ରଜାପତି ବ୍ରହ୍ମକୁମାରୀ ସଂସ୍ଥାରେ ଯୋଗ ଦେଲେ । କିନ୍ତୁ ସମାଜ ପରିବର୍ତନର ସକାରାତ୍ମକ ଇଚ୍ଛା ଶକ୍ତି ତାଙ୍କୁ ପୁଣି ଥରେ ଦମ୍ଭ ଦେଲା ଠିଆ ହେବାକୁ । ଏହାପରେ ପୁରାପୁରି ନିଜକୁ ସମାଜ ପ୍ରତି ସମର୍ପିତ କରିଦେଲେ ଏବଂ ପରବର୍ତୀ ସମୟରେ ଶ୍ୱଶୁର ଘର ଗାଁ ପାହାଡପୁରରେ ପ୍ରତିଷ୍ଠା କଲେ ଏସ୍ ଏଲ୍ ଏସ୍ ଆବାସିକ ବିଦ୍ୟାଳୟ । ଦ୍ରୌପଦୀ ମୁର୍ମୁ ଏବେ ରାଇରଙ୍ଗପୁରର ମହୁଲଡିହାରେ ତାଙ୍କ ଏକମାତ୍ର ଝିଅ ଇତିଶ୍ରୀ ସହ ନିଜ ଘରେ ରହୁଛନ୍ତି ।
– ଜୀବନର ଉତ୍ଥାନ ଓ ପତନ ମଧ୍ୟରେ ସେ ଆଧ୍ୟାତ୍ମିକ ପଥ ଓ ସମାଜସେବାରେ ନିଜକୁ ଉତ୍ସର୍ଗିତ କରିଚାଲିଲେ । ଏହାପରେ ୨୦୧୪ରେ ବିଜେପି ଶାସନ କ୍ଷମତାକୁ ଫେରିବା ପରେ ପୁଣି ଥରେ ଦ୍ରୌପଦୀ ମୁର୍ମୁ ରାଜନୀତିରେ ସକ୍ରିୟ ହେଲେ । ୨୦୧୫ରେ ସେ ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବେ ଦାୟିତ୍ୱ ନେଲେ । ହେଲେ ସେ କେବଳ ଏକ ରବର ଷ୍ଟାମ୍ପ ହୋଇ ରହିନଥିଲେ । ବିନମ୍ର ସ୍ୱଭାଗ ସହ ଜଣେ କଡା ଶାସକ ଭାବେ ମଧ୍ୟ ସେ ସାରା ଦେଶରେ ପରିଚିତ ହେଲେ । ତାଙ୍କ ୬ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ସରକାରଙ୍କ ନୀତି, ନିଷ୍ପତ୍ତିକୁ ବଦଳାଇ ବେଶ୍ ଚର୍ଚ୍ଚାକୁ ଆସିଥିଲେ । ଏହାସହ ଝାଡ଼ଖଣ୍ଡ ରାଜଭବନର ରୂପରେଖକୁ ବଦଳାଇଥିଲେ । ଏପରିକି ସାଧାରଣ ଜନତାଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ନେଇ ଦ୍ରୌପଦୀ ମୁର୍ମୁ ରାଜଭବନ ଦ୍ୱାର ସବୁବେଳେ ଖୋଲା ରଖୁଥିଲେ ।
-ତାଙ୍କ ବ୍ୟକ୍ତିତ୍ୱ, ଦୂରଦର୍ଶୀ ନେତୃତ୍ୱ ଓ ସମାଜସେବା ଜରିଆରେ ଦ୍ରୌପଦୀ ମୁର୍ମୁ ଏହା ପ୍ରମାଣ କରିଦେଇଛନ୍ତି ଯେ, ଯେତେ ବି ଜଟିଳ ପରିସ୍ଥିତି ଆସୁ ନା କାଇଁ ଜଣେ ମହିଳାଙ୍କ ଭାଗ୍ୟ କେବଳ ଘରର ଚାରି କାନ୍ଥ ପାଇଁ ଉଦ୍ଦିଷ୍ଟ ନୁହେଁ । ଆଉ ଏବେ ସୁଦୂର ଜିଲ୍ଲାରୁ ଆସି ରାଷ୍ଟ୍ରପତି ଭବନରେ ତାଙ୍କ ପ୍ରବେଶ ସମସ୍ତଙ୍କ ପାଇଁ ସାଜିଛି ପ୍ରେରଣାଦାୟୀ ଉଦାହରଣ ।