Mountaineer Bibharani Patra from Odisha has brought glory to the state by reaching the highest mountain peak in Europe.

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ମେରାଣ୍ଡଳୀ ଗ୍ରାମର ଦୁଃସାହସିକ କନ୍ୟା ବିଭାରାଣୀ ପାତ୍ର । ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହିଣୀ ଭାବେ ପରିଚୟ ହାସଲ କରିଥିବା ବିଭାରାଣୀ ଚଳିତ ଅଗଷ୍ଟ ମାସ ୧୮ ତାରିଖରେ ୟୁରୋପର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲବ୍ରସ ଶିଖରରେ ପାଦ ଥାପି ରାଷ୍ଟ୍ରୀୟ ପତାକା ତ୍ରିରଙ୍ଗା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପତିତପାବନ ବାନା ଉଡ଼ାଇ ଦେଶ ସହ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ବିଭାରାଣୀ ଅଗଷ୍ଟ ୬ ତାରିଖରେ ଓଡ଼ିଶାରୁ ୟୁରୋପ ଅଭିମୁଖେ ନିଜ ଯାତ୍ରା ଆରମ୍ଭ କରି ମସ୍କୋରେ ପହଞ୍ଚିବା ପରେ ଅଗଷ୍ଟ ୧୩ ତାରିଖରେ ଏଲବ୍ରସ୍ ବେସ୍ କ୍ୟାମ୍ପରେ ପହଞ୍ଚିଥିଲେ । କିନ୍ତୁ ପ୍ରତିକୂଳ ପାଗ ଯୋଗୁଁ ଏଲବ୍ରସ ଶିଖରରେ ପହଞ୍ଚିବା ପୂର୍ବରୁ ନିଜ ଯାତ୍ରାକୁ କିଛି ସମୟ ପାଇଁ ସ୍ଥଗିତ ରଖିଥିଲେ । ଏହାପରେ ଅନୁକୂଳ ପାଗ ଦେଖି ପୁଣି ୧୭ ତାରିଖ ରାତି ସାଢେ ୨ଟାରେ ଏଲବ୍ରସ୍ ଆରୋହଣ ଆରମ୍ଭ କରି ୧୮ ତାରିଖରେ ସକାଳ ୧୦ଟା ୨୦ ମିନିଟ ସମୟରେ ୧୮,୫୧୦ ଫୁଟ୍ ଉଚ୍ଚତା ବିଶିଷ୍ଟ ମାଉଣ୍ଟ ଏଲବ୍ରସ୍ ଶିଖରରେ ପହଞ୍ଚିବାରେ ସଫଳ ହୋଇଥିଲେ। ସେଠାରେ ବିଭାରାଣୀ ତ୍ରିରଙ୍ଗା ସହ ପତିତପାବନ ବାନା ଉଡ଼ାଇ ବିଶ୍ବଶାନ୍ତି ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଥିଲେ । ଏହାସହ ତାଙ୍କର ଏହି ସଫଳ ଯାତ୍ରା ପାଇଁ ସହଯୋଗ କରିଥିବା ଅଣଲାଭକାରୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୂଆଦିଲ୍ଲୀ ଓଡ଼ିଆ ସମାଜକୁ ଧନ୍ୟବାଦ ଜଣାଇଛନ୍ତି । ସାଧାରଣ ଓଡ଼ିଆ ପରିବାରରୁ ଆସିଥିବା ବିଭାରାଣୀ ନିଜ ଦୃଢ଼ ଇଚ୍ଛା ଶକ୍ତି ବଳରେ ୨୦୧୦ ମସିହାରୁ ନିଜର ଦୁଃସାହସିକ ଯାତ୍ରା ଆରମ୍ଭ କରିଥିଲେ । ମାଉଣ୍ଟ ଏଲବ୍ରସ ପୂର୍ବରୁ ବିଭାରାଣୀ ଲେହ୍ ଲଦାଖର ମାଉଣ୍ଟ ଷ୍ଟକ୍ କଙ୍ଗ୍ରି ଓ ଆଫ୍ରିକାର ମାଉଣ୍ଟ କିଲମାନଜାରୋ ଆରୋହଣ କରିବା ସହ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ଓ ସମ୍ମାନର ଅଧିକାରିଣୀ ହୋଇପାରିଛନ୍ତି ।

Spread the love