ଭାରତର ମୁକ୍ତି ସଂଗ୍ରାମରେ ମହାପୁରୁଷଙ୍କ ଯୋଗଦାନ ଯେତିକି ରହିଛି, ନାରୀମାନଙ୍କ ଭୂମିକା ବି କିଛି କମ୍ ନଥିଲା । ବିଶେଷ କରି ମହାତ୍ମାଗାନ୍ଧୀଙ୍କ ଭାଷଣରେ ଅନୁପ୍ରାଣିତ ହୋଇଥିଲେ ଶତାଧିକ ନାରୀ । ସେଥିମଧ୍ୟରୁ ଓଡ଼ିଶାର ରମାଦେବୀ ଚୌଧୁରୀ, ସରଳା ଦେବୀ, କୁନ୍ତଳା କୁମାରୀ ସାବତ, ମାଳତୀ ଚୌଧୁରୀ ଓ ନନ୍ଦିନୀ ଶତପଥୀ ସ୍ବାଧୀନତା ସଂଗ୍ରାମର ପ୍ରମୁଖ ପ୍ରତୀକ । ସେମାନଙ୍କୁ ଘରୁ ଗୋଡ଼ କାଢିବାକୁ ବାଧ୍ୟ କରିଥିଲା ନୂତନ ଓଡ଼ିଶାର ସ୍ବପ୍ନ । ସୁସ୍ଥ ମଙ୍ଗଳମୟ ସମାଜ ଗଠନ କରିବା ଥିଲା ଏମାନଙ୍କ ଜୀବନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ।
ରମାଦେବୀ ଚୌଧୁରୀ
ସେବା ଓ ମମତାର ପ୍ରତୀକ ରମାଦେବୀ ଚୌଧୁରୀ ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ଜିଲ୍ଲାର ସତ୍ୟଭାମାପୁରରେ ଜନ୍ମଗ୍ରହଣ କରିଥିଲେ । କମ୍ ବୟସରେ ହିଁ ସ୍ବାଧୀନତା ଆନ୍ଦୋଳନର ପ୍ରମୁଖ ଘଟଣାବଳୀ ତାଙ୍କ ମନକୁ ଆନ୍ଦୋଳିତ କରିଥିଲା । ଏଥିସହ ବାପା ଗୋପାଳ ବଲ୍ଲଭ ଦାସ ଓ ମାତା ବସନ୍ତ ମଞ୍ଜରୀ ଦେବୀଙ୍କ ଦେଶପ୍ରେମ ଗଳ୍ପ ତଥା ମହାପୁରୁଷଙ୍କ ନୀତିବାଣୀ ତାଙ୍କୁ ସ୍ବାଧୀନତା ସଂଗ୍ରାମରେ ଗଦେବାକୁ ଉତ୍ସାହିତ କରିଥିଲା । ଏପରିକି ସ୍ବାମୀ ଗୋପବନ୍ଧୁ ଚୌଧୁରୀଙ୍କ ଦେଶପ୍ରେମ ଆଦର୍ଶର ପଥେ ପଥେ ଦେଶର ମୁକ୍ତି ସଂଗ୍ରାମରେ ଯୋଗ ଦେବାକୁ ମନସ୍ଥ କରିଥିଲେ । ସବୁଠୁ ଅଧିକ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନ ଭାଷଣ ତାଙ୍କୁ ପ୍ରଭାବିତ କରିଥିଲା । ଅସହଯୋଗ ଆନ୍ଦୋଳନରେ ରମାଦେବୀଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ଥିଲା । ୧୯୨୧ ମସିହାରେ କଟକ କାଠଯୋଡ଼ିରେ ଆୟୋଜିତ ଅସହଯୋଗ ଆନ୍ଦୋଳନରେ ରମାଦେବୀଙ୍କ ନେତୃତ୍ବରେ ଶହ ଶହ ମହିଳା ଯୋଗଦେଇଥିଲେ । ୧୯୩୪ ମସିହାରେ ମହାତ୍ମାଗାନ୍ଧୀଙ୍କ କଟକ-ପୁରୀ ପଦଯାତ୍ରାରେ ରମାଦେବୀ ସହଯାତ୍ରୀ ଥିଲେ । କେବଳ ସ୍ବାଧୀନତା ସଂଗ୍ରାମ ନୁହେଁ ଲୋକଙ୍କ ସେବାରେ ନିୟୋଜିତ ହୋଇ ମା’ ନାମରେ ସୁପରିଚିତା ହୋଇଥିଲେ ।
କୁନ୍ତଳା କୁମାରୀ ସାବତ
ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା କୁନ୍ତଳା କୁମାରୀ ସାବତ ନାରୀ ଶକ୍ତିର ଅନନ୍ୟ ଉଦାହରଣ । ସେ ଏକାଧାରରେ ଚିକିତ୍ସାବିତ୍, କବି, ଔପନ୍ୟାସିକା ଓ ପ୍ରଶାସିକା ଥିଲେ । ସେ ୧୯୦୧ ମସିହା ଫେବୃଆରୀ ୮ ତାରିଖରେ ବସ୍ତର ଜିଲ୍ଲାର ଜଗଦଲପୁର ଗାଁରେ ଜନ୍ମଗ୍ରହଣ କରିଥିଲେ । ଦାରିଦ୍ର୍ୟ ରେଖା ତଳେ ଜୀବନ କଟିଥିଲେ ମଧ୍ୟ ପିଲାଟିବେଳୁ ମେଧାବୀ ଥିଲେ । ତେଣୁ ଶିକ୍ଷା ଗ୍ରହଣ ଭିତରେ ସେ ୧୬ ଥର ସ୍ବର୍ଣ୍ଣ ପଦକ ପ୍ରାପ୍ତ କରିଛନ୍ତି । ଏହାପରେ ଅଗଣିତ ଲୋକଙ୍କ ସେବା କରି ଓଡ଼ିଶାର ପ୍ରଥମ ମହିଳା ଡାକ୍ତର ଭାବେ ପରିଚିତ ହୋଇଥିଲେ । ଏଥିସହ ଓଡ଼ିଆ ଭାଷା ପ୍ରତି ପ୍ରଗାଢ ପ୍ରେମ ଓ ଲେଖନୀ ପାଇଁ ସେ “ଓଡ଼ିଶାର ବୁଲବୁଲ”ର ଆଖ୍ୟା ପାଇଥିଲେ । କବିତା ଓ ଉପାନ୍ୟାସରେ ତାଙ୍କ ଲେଖନୀ ମାଧ୍ୟମରେ ସେ ସମାଜର କୁସଂସ୍କାରକୁ ପ୍ରତିବାଦ କରିଥିଲେ । ସେହିପରି ଇଂରେଜ ସରକାରଙ୍କ କଠୋରତା ଓ ଘୃଣ୍ୟ ପ୍ରଥା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ । ମାତ୍ର ୩୮ ବର୍ଷର ସ୍ବଳ୍ପ ଜୀବନୀ ମଧ୍ୟରେ ସେ ଓଡ଼ିଶା ପ୍ରତି ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇରହିଛି ।
ସରଳା ଦେବୀ
ସେତେବେଳର ରକ୍ଷଣଶୀଳ ସମାଜରୁ ବାହାରି କୁସଂସ୍କାର ଓ ଅନ୍ଧବିଶ୍ବାସ ବିରୋଧରେ ଲଢିବା ସହ ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ସମଗ୍ର ନାରୀ ଶକ୍ତିର ପ୍ରତୀକ ହୋଇଥିଲେ ସରଳା ଦେବୀ । ୧୯୦୪ ମସିହା ଅଗଷ୍ଟ ମାସରେ ଜଗତସିଂହପୁର ଜିଲ୍ଲା ନରିଲୋ ଗ୍ରାମରେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମିତା ସରଳା ଦେବୀ କିନ୍ତୁ ମାନୁଥିଲେ ରକ୍ଷଣଶୀଳ ସମାଜର ପରମ୍ପରା ଓ ନୀତି ନିୟମକୁ । ତେଣୁ ନାରୀ ସମାଜର କଲ୍ୟାଣ ଓ ନାରୀ ଶିକ୍ଷାର ପ୍ରଚାରପ୍ରସାରର ଉଦ୍ଦେଶ୍ୟ ରଖି ଗଢିଥିଲେ ଉତ୍କଳ ମହିଳା ସମ୍ମିଳନୀ । ସ୍ବାଧୀନତା ସଂଗ୍ରାମରେ ତାଙ୍କ ଅବଦାନ କିଛି କମ୍ ନଥିଲା । ସ୍ବାମୀ ଭାଗିରଥି ମହାପାତ୍ରଙ୍କ ପ୍ରେରଣାରେ ସଂଗ୍ରାମରେ ଯୋଗ ଦେଇ ଓଡ଼ିଶାର ଜାତୀୟ କଂଗ୍ରେସକୁ ଲୋକମାନଙ୍କ ମଧ୍ୟରେ ଆଦୃତ କରାଇବାରେ ତାଙ୍କର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ତାଙ୍କ ଲେଖା ମାଧ୍ୟମରେ ଜନସଚେତନତା ସୃଷ୍ଟି କରିଥିଲେ । ପ୍ରଥମ ଓଡ଼ିଆ ମହିଳା ଭାବେ ସେ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗଦେଇଥିଲେ । ୧୯୨୧ ମସିହାରେ ସରଳା ଦେବୀଙ୍କ ଉଦ୍ୟମରେ ଉତ୍କଳ ମହିଳା ସମାବେଶ ଆୟୋଜିତ ହୋଇଥିଲା । ଏଥିରେ ବହୁ ମହିଳା ଯୋଗ ଦେଇଥିଲେ ।
ମାଳତୀ ଚୌଧୁରୀ
ରାଜ୍ୟର ବହୁ ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ବିପ୍ଲବୀ ବହ୍ନି କନ୍ୟା ମାଳତୀ ଚୌଧୁରୀଙ୍କ ଯୋଗଦାନ ବେଶ୍ ମହନୀୟ । ୧୯୦୪ ମସିହା ଜୁଲାଇ ୨୬ ତାରିଖରେ ପୂର୍ବ ବେଙ୍ଗଲରେ ଏକ ରାଜନୀତି ପରିବାରରେ ମାଳତୀ ଚୌଧୁରୀ ଜନ୍ମଗ୍ରହଣ କରିଥିଲେ ମଧ୍ୟ ରାଜନୀତିରେ ମନୋନିବେଶ ନକରି ସମାଜ ସେବାରେ ବ୍ରତୀ ହୋଇଥିଲେ । ବିବାହ ପରେ ଓଡ଼ିଶାକୁ ଆସି ନିଜର କର୍ମଭୂମୀ ରୂପେ ବାଛି ନେଇଥିଲେ । ସ୍ବାଧୀନତା ସଂଗ୍ରାମ ବାର୍ତ୍ତା ପ୍ରଚାରରେ ନିଜକୁ ମଗ୍ନ କରିଦେଇଥିଲେ । ନାରୀନେତ୍ରୀ ମାଳତୀ ଦେବୀ ତାଙ୍କ ସ୍ବାମୀ ନବକୃଷ୍ଣ ଚୌଧୁରୀଙ୍କ ସହ ମିଶି ଜଗତସିଂହପୁରର ନିଜସ୍ବ କୃଷି ଫାର୍ମରେ ହାତବୁଣା ଲୁଗା ବିକ୍ରି କରିଥିଲେ । ଏପରିକି ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗଦେଇ ଜେଲ ଯାଇଥିଲେ । ସରଳା ଦେବୀ ଓ ରମାଦେବୀଙ୍କ ସହ ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ଅନେକ ଥର ସେ କାରାବରଣ କରିଛନ୍ତି ।
ନନ୍ଦିନୀ ଶତପଥୀ
ଛାତ୍ର ଜୀବନରୁ ଭାରତର ସ୍ବାଧୀନତା ଆନ୍ଦୋଳନରେ ଯୋଗଦେଇ ସମଗ୍ର ନାରୀ ଜାତିର ପ୍ରେରଣା ସାଜିଥିଲେ ଓଡ଼ିଶାର ଲୌହମାନବୀ ନନ୍ଦିନୀ ଶତପଥୀ । ୧୯୪୨ ମସିହାରେ ଯେତେବେଳେ ସମଗ୍ର ଦେଶରେ ଭାରତ ଛାଡ଼ ଆନ୍ଦୋଳନ ମୁଣ୍ଡ ଟେକିଥିଲା, ଠିକ୍ ସେତିକି ବେଳେ ମାତ୍ର ସପ୍ତମଶ୍ରେଣୀରେ ପଢୁଥିବା କୁନି ଛାତ୍ରୀ ନନ୍ଦିନୀ ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ସମସ୍ତଙ୍କୁ ଚକିତ କରିଥିଲେ । ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଇଂରେଜ ଶାସନ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ । ଏଥିପାଇଁ ସେ ଲଢେଇ କରି ବାରମ୍ବାର ଜେଲ ମଧ୍ୟ ଯାଇଛନ୍ତି ଏବଂ ଲାଠିମାଡ଼ ଖାଇ ବି ପଛଘୁଞ୍ଚା ଦେଇନାହାନ୍ତି । ଏହାବ୍ୟତୀତ ଭୂ-ସଂସ୍କାର ଆଇନ, ଯୌତୁକ ବିରୋଧରେ ଅଭିଯାନ, ଆଦିବାସୀ ହରିଜନଙ୍କ ସହ ମହିଳାଙ୍କ ହିତ ପାଇଁ ବହୁ କାର୍ଯ୍ୟ କରିଛନ୍ତି । ଏହାସହ ଜଣେ ସୁସାହିତ୍ୟିକ ଭାବେ ସମାଜସଂସ୍କାର ପ୍ରତି ତାଙ୍କର ଅବଦାନ ଚିରସ୍ମରଣୀୟ । ସେହିପରି ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇ କେବଳ ରାଜ୍ୟ ନୁହେଁ ଭାରତୀୟ ରାଜନୀତିରେ ନନ୍ଦିନୀ ଶତପଥୀ ଥିଲେ ଜଣେ ସୁଶାସିକା ।
ପୁରୁଷମାନଙ୍କ ସମକକ୍ଷ ହୋଇ ଓଡ଼ିଆ ମହିଳାମାନେ ମୁକ୍ତିଯୁଦ୍ଧରେ ଯେଉଁ ଦୃଷ୍ଟାନ୍ତ ରଖିଥିଲେ, ତାହା ଥିଲା ବିରଳ ଘଟଣା । ଶିକ୍ଷାର ପ୍ରସାର ହୋଇନଥିବା ରାଜ୍ୟରେ ସ୍ବାଧୀନତା ସଂଗ୍ରାମରେ ଓଡ଼ିଆ ନାରୀମାନଙ୍କ ପ୍ରଦର୍ଶନ ବେଶ ଉଲ୍ଲେଖନୀୟ ସାହାସ ଥିଲା, ଯାହା ଆଜି ବି ନାରୀଜାତିକୁ ପ୍ରେରଣା ଦେଇଚାଲିଛି ।