ଖରା ଦିନ ଆସିଲାଣି କିଛି ନା କିଛି ଥଣ୍ଡା ଟିକିଏ ପିଇବାକୁ ନିହାତି ଇଚ୍ଛା ହେବ । ଠିକ୍ ଏମିତି ସମୟରେ ପିଇବା ପାଇଁ ଯଦି ସୁସ୍ୱାଦୁ ପାନୀୟ କିଛି ମିଳିଯାଏ ସେଥିରେ ପିଲା ଠାରୁ ବଡ଼ ସମସ୍ତଙ୍କ ମନ ଓ ଆତ୍ମା ତୃପ୍ତ ହୋଇଯାଏ । ବଜାରରେ ତ ଏବେ ବିଭିନ୍ନ ବ୍ରାଣ୍ଡ ତରଫରୁ ବିଭିନ୍ନ କିସମର ପାନୀୟ ମିଳୁଛି । ସେସବୁ ପାଟିକୁ ଭାରି ଭଲ ଲାଗେ । ହେଲେ ଏଥିରେ ରହିଥିବା ପ୍ରିଜର୍ଭେଟିଭ୍, କୃତ୍ରିମ ରଙ୍ଗ, କ୍ୟାମିକଲ୍ ଆଦି ନାନା ରୋଗ ବ୍ୟାଧୀର କାରଣ ସାଜୁଛି । ହେଲେ ସମୟ ସହ ସମସ୍ତେ ମୃଦୁ ପାନୀୟକୁ ଆଉ ଏତେଟା ପସନ୍ଦ କରୁନାହାନ୍ତି । ଏହି ଛୋଟ ଛୋଟ ଅଭ୍ୟାସରେ ପରିବର୍ତ୍ତନ ଆଣିବା ସ୍ୱାସ୍ଥ୍ୟ ପାଇଁ କେତେ ଆବଶ୍ୟକ ଏ ନେଇ ସଚେତନ ହେଲେଣି ଆଜିକାଲିର ଲୋକମାନେ । ଏଣୁ ବର୍ତ୍ତମାନ ଏହାର ଘରୋଇ ବିକଳ୍ପ ଗୁଡ଼ିକ ଖୁବ୍ ଲୋକପ୍ରିୟ ହେବାରେ ଲାଗିଛି ।
ଘୋଳ ଦହି ବା ଚହ୍ଲା
ଦହି ଜାତୀୟ ପାନୀୟ ପ୍ରାୟ ସମସ୍ତଙ୍କୁ ପସନ୍ଦ । ଖାସ୍ କରି ଯେତେବେଳେ ଖରା ଅସହ୍ୟ ହୋଇପଡ଼େ, ହଠାତ୍ ତୃପ୍ତି ଦେବା ଭଳି କିଛି ପାନୀୟ ଦରକାର ହେଲେ ଖୋଜା ପଡ଼େ ଘୋଳ ଦହି । ପ୍ରାୟ ଓଡ଼ିଆଙ୍କ ଘର ମାନଙ୍କରେ ଖରା ଦିନ ଆସିଲେ ଅତିଥିଙ୍କୁ ସାଧାରଣତଃ ଲେମ୍ବୁପାଣି ନହେଲେ ଘୋଳ ଦହି ଦେଇ ସ୍ୱାଗତ କରାଯାଏ । ମୋଟା ଦହିରେ ପାଣି ମିଶାଇ ସ୍ୱାଦ ଅନୁଯାୟୀ ରାଗ ଓ ଲୁଣ ଧନିଆ ଓ ପୋଦିନା ପତ୍ର ସହ ପିଇବାକୁ ଖୁବ୍ ଭଲ ଲାଗିଥାଏ ।
-ଘୋଳ ଦହିରେ ଥିବା ପ୍ରୋବାୟୋଟିକସ୍ ଓ ଲାକ୍ଟିକ୍ ଏସିଡ଼ ହଜମ ଶକ୍ତି ବଢ଼ାଏ । ଏହା କ୍ୟାଲ୍ସିୟମ, ଫସ୍ଫରସ୍ ଓ ପୋଟାସିୟମ୍ ହାଡ଼ ଓ ଦାନ୍ତ ମଜବୁତ୍ କରିବା ସହ ରକ୍ତଚାପ ଓ ମେଦବହୁଳତାକୁ କମାଇବାରେ ସାହାଯ୍ୟ କରେ ।
ପାଳୁଅ ପଣା
ପ୍ରଭୁ ଜଗନ୍ନାଥଙ୍କୁ ଅର୍ପଣ କରାଯାଉଥିବା ବିଭିନ୍ନ ପଣା ମଧ୍ୟରେ ପାଳୁଅ ପଣା ବଡ଼ ସ୍ୱାସ୍ଥ୍ୟକାରୀ । ଖରାଦିନିଆ ପାନୀୟ ମଧ୍ୟରେ ଏହାର ବହୁତ ଲୋକପ୍ରିୟତା ରହିଛି । ମିଶ୍ରି ବା ଗୁଡ଼ ସହ କଦଳୀ ନଡ଼ିଆ କୋରା, ଛେନା, ଘିଅ ଓ ଶେଷରେ ଟିକିଏ ପାନମହୁରୀ ଗୁଣ୍ଡ ମିଶାଇଲେ ପ୍ରସ୍ତୁତ ହୋଇଯାଏ ଖରାଦିନେ ଶରୀରକୁ ଥଣ୍ଡା ରଖୁଥିବା ପାଳୁଅ ସରବତ । ମୁଖ୍ୟତଃ ଆଦିବାସୀ ସଂମ୍ପ୍ରଦାୟର ଲୋକମାନେ ଏହାର ଚାଷ କରିଥାନ୍ତି । କେବଳ ସରବତ ନୁହେଁ ଏଥିରେ ପିଠା, ଖିରୀ, ହାଲୁଆ, ବର୍ଫି ଓ କେକ୍ ମଧ୍ୟ ତିଆରି କରିହେବ । ଓଡ଼ିଶା ତିଆରି ପାଳୁଅ ଲଡ଼ୁ ରାଜ୍ୟରେ ଥିବା ଲୋକପ୍ରିୟ ମିଠା ମାନଙ୍କ ମଧ୍ୟରେ ଜଣାଶୁଣା ।ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ୍ ଭରପୁର ମାତ୍ରାରେ ରହିଛି । ଡାଇରିଆ, ପେଟରୋଗ ସହ ଶିଶୁ ମାନଙ୍କର ଦୁର୍ବଳତା ଓ କୁପୋଷଣ ଦୂର କରିବା ପାଇଁ ପାଳୁଅ ଦିଆଯାଏ ।
ମାଣ୍ଡିଆ ପେଜ
ମାଣ୍ଡିଆ ନିଜ ଉପକାରିତା ଓ ଗୁଣବତ୍ତା ପାଇଁ ବର୍ତ୍ତମାନ କେବଳ ରାଜ୍ୟ ନୁହେଁ ସାରା ଦେଶ ଓ ବିଶ୍ୱରେ ଖ୍ୟାତି ଲାଭ କରୁଛି । ଆଗ ସମୟରେ ଗ୍ରାମାଞ୍ଚଳରେ ମାଣ୍ଡିଆ ପେଜକୁ ମୁଖ୍ୟ ଖାଦ୍ୟ ଭାବେ ଗ୍ରହଣ କରୁଥିଲେ । ଖରା ଦିନେ ଦେହକୁ ଥଣ୍ଡା ରଖିବା ସହ ସ୍ୱାସ୍ଥ୍ୟ ପକ୍ଷେ ଭଲ ହୋଇଥିବାରୁ ସମୟ ସହ ଏହାର ପ୍ରସିଦ୍ଧି ବଢ଼ିଛି । ମାଣ୍ଡିଆ ତିଆରି ରୁଟି, ବିସ୍କୁଟ୍, କେକ୍, ମିଠା ଖାଇବାକୁ ଲୋକମାନେ ବହୁତ ଆଗ୍ରହୀ । ମଇଦାର ଏକ ସ୍ୱାଦିଷ୍ଟ ବିକଳ୍ପ ଭାବେ ବରା, ସିଙ୍ଗଡ଼ା, ପିଠା ଓ ବିଭିନ୍ନ ପ୍ରକାରର ଜଳଖିଆ ପ୍ରସ୍ତୁତିରେ ମାଣ୍ଡିଆ ବ୍ୟବହାର କରାଯାଉଛି । ଆଇରନ୍, କ୍ୟାଲ୍ସିୟମ୍, ପ୍ରୋଟିନ୍ ଏବଂ ଫାଇବର୍ରେ ଭରପୁର ମାଣ୍ଡିଆ ଶାକାହାରୀ ବ୍ୟକ୍ତିମାନଙ୍କ ପାଇଁ ହେଉଛି ଏକ ସମ୍ପୁର୍ଣ୍ଣ ଖାଦ୍ୟ । ଏହା ଗ୍ଲୁଟନ୍-ଫ୍ରି ତେଣୁ ଶିଶୁମାନଙ୍କ ପାଇଁ ଉତ୍ତମ ଖାଦ୍ୟ ହୋଇଥିବା ବେଳେ କ୍ୟାନ୍ସର୍, ମଧୁମେହ ଓ ହୃଦ୍ରୋଗ ଆଦିର ପ୍ରତୋରୋଧକାରୀ ଉପାଦାନ ମଧ୍ୟ ଏଥିରେ ରହିଛି ।
ଟଙ୍କ ତୋରାଣୀ
ଟଙ୍କ ତୋରାଣୀର ସମ୍ପର୍କ ଜଗନ୍ନାଥଙ୍କ ପବିତ୍ର ଭୂମି ପୁରୀ ସହ କାହିଁ କେତେ ପୁରୁଣା । ଘରେ ଥିବା ସାଧାରଣ ସାମଗ୍ରୀକୁ ନେଇ କେତେ ସ୍ୱାଦିଷ୍ଟ ପାନୀୟ ତିଆରି କରାଯାଇପାରେ ଏହା ଆପଣ ଚାଖିଲେ ନିଶ୍ଚିତ ଜାଣିପାରିବେ । ଆଗ ସମୟରେ ଲମ୍ବା ଧାଡ଼ିରେ ଅପେକ୍ଷାରତ ତୃଷାର୍ତ୍ତ ଭକ୍ତମାନଙ୍କ ପାଇଁ ବଡ଼ ମାଟି ପାତ୍ରରେ ଟଙ୍କ ତୋରାଣୀ ରଖି ଲୋକମାନଙ୍କୁ ଦିଆଯାଉଥିଲା । ତୋରାଣୀରେ ଦହି ମିଶାଇବା ପରେ କଞ୍ଚା ଲଙ୍କା, ଲେମ୍ବୁ, ଜିରା ଗୁଣ୍ଡ ସହ ସେଥିରେ ଭୁର୍ଷୁଙ୍ଗା, ଧନିଆ ଓ ଲେମ୍ବୁ ପତ୍ର ମନ୍ଥା ଯାଇଥାଏ । ଆଉ ତା’ପରେ ଆବଶ୍ୟକ ଅନୁସାରେ ଲୁଣ ପକାଇଦେଲେ ପ୍ରସ୍ତୁତ ହୋଇଯାଏ ସମସ୍ତଙ୍କ ପ୍ରିୟ ଟଙ୍କ ତୋରାଣୀ ।
ବେଲ ପଣା
ମକର ସଂକ୍ରାନ୍ତିର ପ୍ରମୁଖ ଭୋଗ ଭିତରେ ବେଲ ପଣା ଅନ୍ୟତମ । ବେଲ ହଜମ ଶକ୍ତି ବୃଦ୍ଧି କରିଥାଏ । କ୍ଷୀର, ଦହି, ଗୁଡ଼, ଛେନା ଆଉ ଗୋଲମରିଚ, ଅଳେଇଚ, ଅଦା ଆଦି ମସଲା ସହ ପ୍ରସ୍ତୁତ ପଣାରେ ନଡ଼ିଆ, କଦଳୀ ଓ ସେଉ ଆଦି ଫଳ ମିଶାଇଲେ ଏହାର ସ୍ୱାଦ ବଢ଼ିଯାଏ । ବେଲର ଫଳ ସହ ପତ୍ର ଓ ତେଲର ବିଭିନ୍ନ ଔଷଧୀୟ ଗୁଣ ରହିଛି । ଏହାର ତେଲ ବିଭିନ୍ନ ଚର୍ମ ସଂକ୍ରମଣକାରୀ ରୋଗର ଉପଚାର ପାଇଁ ବ୍ୟବହାର କାରଯାଏ । ଆୟୁର୍ବେଦ ଶାସ୍ତ୍ରରେ ବେଲର ଗୁରୁତ୍ୱ ବିଷୟରେ ଉଲ୍ଲେଖ ରହିଛି । ଏହାର ପତ୍ର ବାତ, ପିତ୍ତ ଓ କଫ ଦୋଷ ଦୂର କରିଥାଏ । ବେଲର ମୂଳ, ଶାଖା, ଚେର, ମଞ୍ଜି ତଥା ବକ୍କଳ ଆଦି ସବୁ ରକ୍ତ ଚାପ, ଜଣ୍ଡିସ୍, ଆଣ୍ଠୁ ଯନ୍ତ୍ରଣା, ଶ୍ୱାସ ଓ ରକ୍ତହୀନତା ଭଳି ବିଭିନ୍ନ ସ୍ୱାସ୍ଥ୍ୟ ରୋଗ ପାଇଁ ପାରମ୍ପରିକ ଔଷଧ ଭାବେ ବ୍ୟବହାର ହୋଇଥାଏ ।
ନିଜ ଘରେ ଥିବା ସାମଗ୍ରୀ ଗୁଡ଼ିକରେ ଆପଣ ଅତି ସହଜରେ ଏହି ସବୁ ପାନୀୟ ପ୍ରସ୍ତୁତ କରିପାରିବେ । ଆମ ଚାରିପଟେ ଏମିତି ଅନେକ ସ୍ୱାସ୍ଥ୍ୟକାରୀ ପ୍ରାକୃତିକ ଉପାଦାନ ଭରି ରହିଛି ଯାହା ଆଜିର ଆଧୁନିକ ଯୁଗରେ ନିଜ ଗୁଣବତ୍ତା ନେଇ ଆଦୃତ ହେଉଛି । ଖରା ଦିନ ଆସିଲାଣି ଏଣୁ ଏହି ସବୁ ପାନୀୟ ନିଜେ ତିଆରି କରନ୍ତୁ, ଆଗାମି ପିଢ଼ିକୁ ଆମ ଓଡ଼ିଶାର ପୁରୁଣା ସଂସ୍କୃତି ଓ ଏହାର ବିଜ୍ଞାନ ସମ୍ମତ ମୂଲ୍ୟ ବିଷୟରେ ନିଶ୍ଚିତ ଜଣାନ୍ତୁ ।