ରାଜ୍ୟରେ ଅନ୍ତର୍ଜାତୀୟ ସୁବିଧା ବିଶିଷ୍ଟ ବେଳାଭୂମି- ବ୍ଲୁ ଫ୍ଲାଗ୍ ବିଚ୍

ବିସ୍ତୀର୍ଣ୍ଣ ବାଲୁକାଭୁମିରେ ଗୋଟିଏ ପରେ ଗୋଟିଏ ମାଡ଼ି ଆସୁଥିବା ଲହରୀମାଳା ଦେଖି ଲାଗେ ସତେ ଯେମିତି ସମୁଦ୍ର ଓ ଭୂମି ପରସ୍ପରକୁ ଦୁହେଁ ଦୁହିଁଙ୍କୁ କୋଳେଇ ଧରିଛନ୍ତି । ସମୁଦ୍ରକୂଳର ମନମତାଣିଆ ପବନ ସାଙ୍ଗକୁ ଦୂର ଦିଗବଳୟରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ଅନେକ କାଳରୁ କବି ତଥା ଔପନ୍ୟାସିକଙ୍କ ଦୃଷ୍ଟି ଆକର୍ଷଣ କରିଆସିଛି ।

ବେଳାଭୂମିର ମଧ୍ୟ ଅନେକ ପ୍ରକାର ରହିଛି । କେଉଁଠି ପଥୁରିଆ ବେଳାଭୂମିରେ ପଥର ଖଣ୍ଡ ଲବଣାକ୍ତ ଢେଉ ସ୍ପର୍ଶରେ ଆସି ମନୋରମ ଦୃଶ୍ୟପଟ ଗଢ଼େ ତ କେଉଁଠି ଖୋଲା ସମୁ୍‌ଦ୍ରତଟ ପର୍ଯଟକଙ୍କ ପାଇଁ ଗୋଟିଏ ସୁନ୍ଦର ଚଲାଭୂମି ସାଜିଥାଏ । ଘୋଡ଼ା, ଓଟର ସବାରୀ, ପଇଡ଼ ପାଣି, ଫେରିବାଲା, ବିଭିନ୍ନ ଜଳଖିଆ ଓ ଘରସଜା ସାମଗ୍ରୀର ଦୋକାନ ସହ କିଛି ବେଳାଭୂମି ଗହଳିପୂର୍ଣ୍ଣ ଓ ଚଳପ୍ରଚଳ ଅନୁଭୁତ ହୁଏ ତ ପୁଣି କିଛି ଶାମୁକା ଭରା ସମୁଦ୍ରକୂଳରେ ନାଲି କଙ୍କଡ଼ାଙ୍କ ଲୁଚକାଳି ଖେଳ ଦେଖିବାକୁ ଜମେ ଭିଡ଼ । କିଛି ବେଳାଭୂମିରେ ଦେଖିବାକୁ ମିଳେ କେଉଟଙ୍କ ଜୀବନଶୈଳୀର ଝଲକ ଏବଂ ଆଧୁନିକ ଜଳକ୍ରୀଡ଼ା (ୱାଟର୍ ସ୍ପୋର୍ଟ୍ସର) ବ୍ୟବସ୍ଥା ଆଜିକାଲି ପର୍ଯ୍ୟଟକଙ୍କୁ ମନୋରଞ୍ଜନର ଯଥେଷ୍ଟ ଖୋରାକ ଯୋଗାଉଛି ।

ସମୁଦ୍ରକୂଳ ବୁଲିବା ପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟ କିମ୍ବା ଋତୁ ଦେଖିବାକୁ ପଡ଼େ ନାହିଁ । ଏଣୁ ପ୍ରମୁଖ ବେଳାଭୂମି ଗୁଡ଼ିକରେ ଦେଖିବାକୁ ଗଲେ ଲୋକପ୍ରିୟତା ଓ ଗହଳି ବଢ଼ିବା ସହ ବଢ଼ୁଛି ପ୍ରଦୂଷଣ ଓ ଆବର୍ଜନାର ମାତ୍ରା । ସରକାର ତଥା ବିଭିନ୍ନ ଅଣଲାଭକାରୀ ଓ ଘରୋଇ ସଂସ୍ଥା ପ୍ରମୁଖ ବେଳାଭୂମି ଗୁଡ଼ିକର ସୁରକ୍ଷା ଓ ପରିଛନ୍ନତା ପାଇଁ ପଦକ୍ଷେପ ନେଉଥିବା ବେଳେ ଆନ୍ତର୍ଜାତିକ ସ୍ତରରେ ରହିଛି ସ୍ୱଚ୍ଛତମ ବେଳାଭୂମିର ଚୟନ ପାଇଁ ରହିଛି ଡେନ୍‌ମାର୍କରେ ଥିବା ଫାଉଣ୍ଡେସନ୍ ଫର ଏନଭାରମେଣ୍ଟାଲ୍ ଏଜୁକେସନ୍ ନାମକ ସଂସ୍ଥା ।

ବ୍ଲୁ ଫ୍ଲାଗ୍ ସାର୍ଟିଫିକେସନ୍ ହେଉଛି ଏକ ଇକୋ-ଲେବେଲ୍ ଯାହାକି ସମସ୍ତ ଆବଶ୍ୟକ ସୁବିଧା ପୂରଣ କରୁଥିବା ପରିଷ୍କାର ଓ ସ୍ୱଚ୍ଛ ବେଳାଭୂମିକୁ ଦିଆଯାଏ । ବ୍ଲୁ ଫ୍ଲାଗ୍‌ର ସାର୍ଟିଫିକେସନ୍ ପାଇବା ପାଇଁ ବିଭିନ୍ନ ଗାଇଡ଼ଲାଇନ୍ ରହିଛି । ଆବଶ୍ୟକ କାଟାଗୋରୀରେ ଯୋଗ୍ୟ ବିବେଚିତ ହୋଇଥିବା ବେଳାଭୂମିକୁ ଏହି ଆନ୍ତର୍ଜାତିକ ସଂସ୍ଥା ବ୍ଲୁ ଫ୍ଲାଗ୍ ବିଚ୍‌ ନାମରେ ଘୋଷଣା କରିଥାଏ । ଏହି ମାନ୍ୟତା ପାଇଁ ପ୍ରକୃତିର ସୁରକ୍ଷା, ସୁପରିଚାଳନା, ଉନ୍ନତ ମାନର ସୁବିଧା, ଗାଧୋଇବା ଜଳର ମାନ ଭଳି ପ୍ରାୟ ୩୩ଟି କାଟାଗୋରୀ ରହିଛି । ପାଚେରୀ, ପ୍ରବେଶ ଦ୍ୱାର, ପାର୍କିଂ ବ୍ୟବସ୍ଥା, ରୋଡ଼ ଫ୍ୟାସିଲିଟି ଆଦିର ଦାୟିତ୍ୱ ପର୍ଯ୍ୟଟନ ବିଭାଗ ନେଇଥିବା ବେଳେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ସୋସାଇଟି ଅଫ୍ ଇଣ୍ଟିଗ୍ରେଟେଡ଼୍ ମ୍ୟାନେଜମେଣ୍ଟ୍ ସମସ୍ତ ନିର୍ମାଣ ଓ ରକ୍ଷଣାବେକ୍ଷଣାର ଦାୟିତ୍ୱ ନେଇଥାନ୍ତି । ବର୍ତ୍ତମାନ ଯାଏଁ ଭାରତରେ ମୋଟ ୧୨ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ର ମାନ୍ୟତା ମିଳଥିବା ବେଳେ, ସେ ଭିତରେ ଆମ ଓଡ଼ିଶାର ଦୁଇଟି ବେଳାଭୂମି ଏହି ମାନ୍ୟତା ପାଇଛି ।

ଗୋଲ୍ଡେନ୍ ବିଚ୍ ନାମରେ ପରିଚିତ ପୁରୀ ବେଳାଭୂମି ୨୦୨୦ ମସିହା ଏହି ତାଲିକାରେ ସାମିଲ ହୋଇଥିଲା । ଭାରତର ପୂର୍ବତଟରେ ଅବସ୍ଥିତ ପୁରୀର ବ୍ଲୁ ଫ୍ଲାଗ୍ ବିଚ୍‌ଟି ପ୍ରାୟ ୮୭୦ ମିଟର ଅଞ୍ଚଳରେ ବ୍ୟାପ୍ତ । ହାଲୁକା ବାଲି ଉପରେ ବାଉଁଶ ଘେରାରେ ବିଭିନ୍ନ ଫୁଲ ଗଛ ଓ ଝାଉଁ ଗଛର ସାଜସଜ୍ଜା ବେଳାଭୂମିର ଶୋଭା ବଢ଼ାଇଥାଏ । ସମୁଦ୍ରତଟରେ ବୁଲିବା ଏବଂ ସମୁଦ୍ର ପାଣିରେ ଗାଧୋଇବା ପାଇଁ ଟିକେଟର ଦାମ ଅଲଗା ରହିଥାଏ । ଜଗନ୍ନାଥ ଧାମରେ ବର୍ଷ ତମାମ ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଯାତାୟତ ଲାଗିରୁହେ । ଏଣୁ ପୁରୀ ବେଳାଭୂମିରେ ଦେଶୀ ତଥା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏହି ବ୍ଲୁ ଫ୍ଲାଗ୍ ବିଚ୍ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ । ଉତ୍ତମ ମାନର ସୁବିଧା ସୁଯୋଗ ଥିବାରୁ ଏକ ସ୍ୱଚ୍ଛ, ସୁରକ୍ଷିତ ଓ ସୁନ୍ଦର ବେଳାଭୂମି ପରିବେଶର ଅନୁଭୂତି ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ ।

୨୦୨୩-୨୪ ବର୍ଷ ପାଇଁ ଗଞ୍ଜାମର ସୁନାପୁର ବେଳାଭୂମି ବ୍ଲୁ ଫ୍ଲାଗ୍ ବିଚ୍‌ର ମାନ୍ୟତା ଲାଭ କରିଛି । ସୁନା ଭଳି ଚମକୁଥିବା ବାଲୁମୟ ତଟରେ ସଫା ନୀଳ ଜଳରାଶି ଖୁବ୍ ସୁନ୍ଦର ଲାଗେ । ବଙ୍ଗୋପ ସାଗରରେ ଓ ବାହୁଡ଼ା ନଦୀର ସଙ୍ଗମ ସ୍ଥଳରେ ରହିଛି ଏହି ବେଳାଭୂମି । ୮୦୦ ମିଟର ଏରିଆରେ ଥିବା ଏହି ସମୁଦ୍ରକୂଳରେ ଦେଖିବାକୁ ମିଳନ୍ତି ଛୋଟ ଛୋଟ ନାଲି କଙ୍କଡ଼ା । ଢ଼େଉ ଢ଼େଉ ଭିଜା ବାଲି ଉପରେ ଏପଟ ସେପଟ ହୋଇ ଦୌଡ଼ୁଥିବା ନାଲି ରଙ୍ଗର କଙ୍କଡ଼ା ଦେଖିବା ପାଇଁ ପ୍ରକୃତି ପ୍ରେମୀଙ୍କ ଭିଡ଼ ଜମେ । କେବଳ ଏତିକି ନୁହେଁ ଏଣ୍ଟ୍ରାନ୍ସ ଏରିଆରେ ଝାଉଁ ବଣ ସହ ଭୋଜିଭାତ କରିବା ପାଇଁ ସୁବିଧା ମଧ୍ୟ ରହିଛି ।

ବ୍ଲୁ ଫ୍ଲାଗ୍ ବିଚ୍ ଗୁଡ଼ିକରେ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସେବା ଓ ସୁବିଧାର ସୁବିଧା ରହିଥାଏ । ବେଳାଭୂମି ସମ୍ପୁର୍ଣ୍ଣ ସଫା ରହିବା ସହ ପର୍ଯ୍ୟଟକଙ୍କ ପାଇଁ ଏଠାରେ ରହିଛି ସ୍ୱତନ୍ତ୍ର ଗାଧୋଇବା ବ୍ୟବସ୍ଥା । ସୁନ୍ଦର ସାଜସଜ୍ଜା ସହ ଶିଶୁଙ୍କ ମନୋରଞ୍ଜନ ପାଇଁ ଉଦ୍ୟାନ କରାଯାଇଛି । ଏହାଛଡ଼ା ୱାଚ୍ ଟାୱର୍ ଓ ବସିବା ପାଇଁ ବଡ଼ ଛତା ସହ ଚେୟାରର ସିଷ୍ଟମ୍ ଅଛି । ବେଳାଭୂମିର ସୁନ୍ଦର ଦୃଶ୍ୟ ଉପଭୋଗ କରିବା ସହ ଖରାରୁ ରକ୍ଷା ପାଇପାରିବେ ପର୍ଯ୍ୟଟକ । ଖାଦ୍ୟର ବ୍ୟବସ୍ଥା ବାହାରେ ରହିଥିବା ବେଳେ ଏଠାରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଲାଇଫ୍ ଗାର୍ଡ ମାନେ ରହିଥାନ୍ତି । ଏହି ସିଷ୍ଟମ୍‌କୁ ଆହୁରି ଇକୋ-ଫ୍ରେଣ୍ଡଲି କରିବା ପାଇଁ ଡେକୋରେସନ୍ ରେଷ୍ଟ୍ ଏରିଆ ପାଇଁ ପ୍ଲାଷ୍ଟିକ ଜାଗାରେ କାଠ ଓ ବାଉଁଶର ବ୍ୟବହାର କରାଯାଇଛି ଆଉ ସୋଲାର ପ୍ୟାନେଲ୍ ସାହାଯ୍ୟରେ ବିଦ୍ୟୁତ ବ୍ୟବହାର କରାଯାଉଛି ।
ସମୁଦ୍ର ଓ ଭୂମିର ଏହି ଅପୂର୍ବ ସଙ୍ଗମ ସ୍ଥଳ କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟର ନିଦର୍ଶନ ନୁହେଁ ସ୍ଥାନୀୟ ଅଞ୍ଚଳ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବା ସହ ଏହି ଇନିସିଏଟିଭ୍ ଆମ ଅର୍ଥନିତୀକୁ ମଧ୍ୟ ସମୃଦ୍ଧ କରିୁଛି ।

Spread the love