ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି) ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ଅଧ୍ୟକ୍ଷ ଭାବେ ଲାର୍ସନ ଆଣ୍ଡ୍ ଟବ୍ରୋ(ଏଲ୍ ଆଣ୍ଡ୍ ଟି)ର ସିଇଓ ତଥା ଏମ୍ଡି ଏସ.ଏନ. ସୁବ୍ରମଣ୍ୟନ ନିଯୁକ୍ତ ହୋଇଛନ୍ତି। ସେ ତିନି ବର୍ଷ ଧରି ଏହି ଦାୟିତ୍ବରେ ରହିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ବିଶ୍ବର ଅନ୍ୟତମ ପ୍ରତିଷ୍ଠିତ ନିର୍ମାଣକାରୀ ସଂସ୍ଥା ଏଲ୍ ଆଣ୍ଡ୍ ଟିରେ ଶ୍ରୀ ସୁବ୍ରମଣ୍ୟନ ବିଭିନ୍ନ ଉଚ୍ଚ ପଦବିରେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ। ନିଜର କୁଶଳ ନେତୃତ୍ବ ଯୋଗୁଁ ୨୦୨୨ରେ ବିଜିନିସ୍ ଟୁଡେ୍ ପକ୍ଷରୁ ଶ୍ରେଷ୍ଠ ସିଇଓ, ୨୦୨୦ରେ ସିଏନ୍ବିସି ଆୱାଜ୍ ପକ୍ଷରୁ ଶ୍ରେଷ୍ଠ ସିଇଓ ପୁରସ୍କାର, ୨୦୨୧ରେ ‘କନଷ୍ଟ୍ରକ୍ସନ ୱାର୍କ ପାୱାର’ ଶ୍ରେଷ୍ଠ ରୢାଙ୍କିଂ ମଧ୍ୟରେ ୧୧ତମ ସ୍ଥାନ, ୨୦୧୨ରେ ‘ଇନ୍ଫ୍ରାଷ୍ଟ୍ରକ୍ଚର ପର୍ସନ୍ ଅଫ୍ ଦ ଇୟର୍’ ଆଦି ଏକାଧିକ ପୁରସ୍କାର ପାଇଥିଲେ।