ପାରମ୍ପରିକ ଲୋକକଳା ହିଁ ଆମ ଓଡ଼ିଶାର ପରିଚୟ ଏବଂ ପ୍ରତି ଅଞ୍ଚଳରୁ ଅଞ୍ଚଳ ବଦଳିଯାଏ ଲୋକକଳାର ସଜ୍ଞା । ଅର୍ଥାତ୍ ଆମ ଐତିହ୍ୟ ସମ୍ପନ୍ନ ରାଜ୍ୟର କେତେକ ଅଞ୍ଚଳ ନିଜସ୍ବ ନିଆରା ଲୋକକଳା ପାଇଁ ଆଜି ବିଶ୍ବବିଖ୍ୟାତ । ପୁରୀର ରଥଯାତ୍ରା, ସମ୍ବଲପୁରର ଶୀତଳଷଷ୍ଠୀ ଏବଂ ବ୍ରହ୍ମପୁରର ବୁଢୀ ଠାକୁରାଣୀ ଯାତ୍ରା ପରି ବରଗଡ଼ ଜିଲ୍ଲାର ଧନୁଯାତ୍ରା ଲୋକକଳାର ଏକ ନିଚ୍ଛକ ନିଦର୍ଶନ। ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରାର 76ତମ ସଂସ୍କରଣ । ଏ ପରିପ୍ରେକ୍ଷୀରେ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ନେଇ ଆମର ଏହି ସ୍ବତନ୍ତ୍ର ଆଲେଖ୍ୟ।
ଲୋକକଳାର ସମିଶ୍ରଣ ଧନୁଯାତ୍ରା
ନାଚ, ଗୀତ ଓ ବାଦ୍ୟର ଏକ ସମିଶ୍ରଣ ହେଉଛି ଲୋକନାଟକ । ଆଉ ଏହି ଲୋକନାଟକ ହେଉଛି ଲୋକମାନଙ୍କ ପାଇଁ, ଲୋକମାନଙ୍କର ଓ ଲୋକମାନଙ୍କ ଦ୍ବାରା । ଏହାକୁ ଯଥାର୍ଥ କରି ସର୍ବଶ୍ରେଷ୍ଠ ମନୋରଞ୍ଜନର ସାଧକ ହୋଇ ଦୀର୍ଘ ବର୍ଷ ଧରି ଲୋକଙ୍କ ମନକୁ ଛୁଇଁପାରିଛି ବରଗଡ଼ର ଧନୁଯାତ୍ରା। ଅଧିକାଂଶ ସ୍ଥାନରେ ଗୋଟିଏ ମଞ୍ଚ କିମ୍ବା ପେଣ୍ଡାଲରେ ହିଁ ନାଟକ ପରିବେଷଣ ହୋଇଥାଏ, କିନ୍ତୁ ଧନୁଯାତ୍ରାରେ ଦୀର୍ଘ ଏଗାର ଦିନ ଧରି କଳାକାରମାନେ ପେଣ୍ଡାଲରେ ନିଜ ଅଭିନୟକୁ ସୀମିତ ନରଖି ପୁରା ଅଞ୍ଚଳକୁ ମଞ୍ଚ କରିନିଅନ୍ତି ଏବଂ ନିଜସ୍ବ ଶୈଳୀର ପରାକାଷ୍ଠା ପ୍ରଦର୍ଶନ କରିଥାନ୍ତି । ଏଥିସହ ଧନୁଯାତ୍ରାର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଏହାର ମଞ୍ଚ ସାଜସଜ୍ଜା ସହ କୌଶଳ, ବେଶଭୂଷା, ଲୋକଗୀତ, ଲୋକବାଦ୍ୟ, ଲୋକନୃତ୍ୟ ଏବଂ ଚିତ୍ରକଳା।
ଇତିହାସ ଆଇନାରେ
ପୂର୍ବକାଳରେ ଲୋକ ସଂସ୍କୃତି ଓ ପରମ୍ପରା ହିଁ ମନୋରଞ୍ଜନର ପ୍ରମୁଖ ସାଧନ ଥିଲା। ପୌଷମାସ ତଥା ଡିସେମ୍ବର ମାସରେ ଧନୁଯାତ୍ରା ଆୟୋଜନ ପଛରେ ରହିଛି ଏହି କାରଣ। କୃଷି ପ୍ରଧାନ ବରଗଡ଼ ଜିଲ୍ଲାବାସୀ ଧାନ ଅମଳ କରି ପୌଷ ମାସରେ ବିଶ୍ରାମ ନେଇଥାନ୍ତି। ଧାନ ଅମଳ ପରେ ଆର୍ଥିକ ସ୍ବଚ୍ଛଳ ପରିବାରର ସୁଖଶାନ୍ତି ସହ ବିଶ୍ରାମ ସମୟତକ ଆନନ୍ଦରେ କାଟିବା ପାଇଁ ମେଳା ମହୋତ୍ସବ ଓ ଯାନିଯାତ୍ରାକୁ ଲୋକମାନେ ଆଦରି ନେଇଥାନ୍ତି। ସେହିପରି ଚାଷକୁ ବେଉସା କରିଥିବା ପ୍ରତିଟି ଲୋକଙ୍କର ମୁଖ୍ୟ ଦେବତା ହୋଇଥାନ୍ତି ଶ୍ରୀକୃଷ୍ଣ ଓ ବଳରାମ। ତେଣୁ ଲୋକମାନେ କୃଷ୍ଣଲୀଳାକୁ ଶ୍ରେଷ୍ଠ ମନୋରଞ୍ଜନ ବୋଲି ନିଅନ୍ତି ।
ଅତୀତକୁ ଦେଖିଲେ ଜଣାପଡ଼େ ଯେ ବରଗଡ଼ରେ ଦେଶ ସ୍ବାଧୀନ ହେବା ପୂର୍ବରୁ ହିଁ ଧନୁଯାତ୍ରା ପାଳିତ ହୋଇଥିଲା । କିନ୍ତୁ ମାତ୍ର ଦୁଇ ବର୍ଷ ଆୟୋଜନ ପରେ ବନ୍ଦ ହୋଇଯାଇଥିଲା । ଏହାପରେ 1947ରେ ରେ ଦେଶ ସ୍ବାଧୀନ ହେବା ଖୁସିରେ ଉତ୍ସବ ମନାଇବା ପାଇଁ ବରଗଡ଼ରେ ପୁଣି ଥରେ ପୌଷ ଶୁକ୍ଳ ପଞ୍ଚମୀର ମଧ୍ୟରାତ୍ରିରେ ରାମଜୀ ମନ୍ଦିର ଭିତରେ କୃଷ୍ଣଜନ୍ମ ସହିତ ଧନୁଯାତ୍ରା ଆରମ୍ଭ ହୋଇଥିଲା ଏବଂ 1948 ମସିହା ପୌଷମାସ ପୂର୍ଣ୍ଣିମା ତିଥିରେ ଶେଷ ହୋଇଥିଲା । ସେସମୟରେ ଯାତ୍ରା 16 ଦିନ ଧରି ପାଳିତ ହୋଇଥିଲା। ଏହାପରଠୁ ପ୍ରତିବର୍ଷ ଧନୁଯାତ୍ରାକୁ ଅତି ଉତ୍ସାହର ସହ ପାଳନ କରାଯାଉଛି ଏବଂ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ପାଇଁ ଗିନିଜ ବୁକ୍ ରେକର୍ଡରେ ସ୍ଥାନିତ ହୋଇଛି ।
ଜନତା ହିଁ କଳାକାର
ବରଗଡ଼ ପୌରାଞ୍ଚଳ ସାତ କିମି ପରିଧି ମଧ୍ୟରେ ଆୟୋଜିତ ବାର୍ଷିକ ନାଟକ-ଭିତ୍ତିକ ଖୋଲା ରଙ୍ଗମଞ୍ଚ ଯାତ୍ରା ହେଉଛି ଧନୁଯାତ୍ରା । ଏହାର କଥାବସ୍ତୁ ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଦର ଗୋପଲୀଳା, ଅଚ୍ୟୁତାନନ୍ଦଙ୍କ ହରିବଂଶ ପୁରାଣ ଉପରେ ପର୍ଯ୍ୟବେସିତ। ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୂପାନ୍ତର ଆକାରରେ ଏଠାରେ ମଞ୍ଚସ୍ଥ କରାଯାଇଥାଏ। ଯାତ୍ରା ସମୟରେ ବରଗଡ଼ ସହର ପାଲଟେ ମହାରାଜ କଂସଙ୍କ ମଥୁରାନଗରୀ, ଅମ୍ବାପଲ୍ଲୀ ଗାଁ ପାଲଟିଯାଏ ଗୋପପୁର ଏବଂ ଜୀରା ନଦୀ ହୋଇଯାଏ ଯମୁନା ନଦୀ । ବିଶାଳ ମଞ୍ଚ, ଗଳିକନ୍ଦିରେ ସାଜସଜ୍ଜା ଓ ଲୋକରାଣ୍ୟକୁ ଦେଖିଲେ ଲାଗେ ବରଗଡ଼ର ପ୍ରତ୍ୟେକ ବାସିନ୍ଦା ଯେପରି ଯାତ୍ରାର ଜଣେ ଜଣେ କଳାକାର । ଏଠାରେ ଭକ୍ତ ଓ ଭଗବାନଙ୍କର ମିଳନ ହୁଏ ଏବଂ ଘରେ ଘରେ ଖେଳିଯାଏ ଆନନ୍ଦ ଓ ଖୁସିର ଲହରୀ।
ଓଡ଼ିଶା କଳା ଓ ଲୋକ ସଂସ୍କୃତିର ଅନନ୍ୟ ପ୍ରତୀକ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ପାଇଁ ପ୍ରସ୍ତୁତି ବହୁ ପୂର୍ବରୁ ଆରମ୍ଭ ହୋଇଯାଇଥାଏ । କଳାକାର ଚୟନଠାରୁ ଆରମ୍ଭ କରି ଆଖଡ଼ା, ନାଟ୍ୟ ଅଭ୍ୟାସ ଓ ଶୁଭସ୍ତମ୍ଭ ସ୍ଥାପନା ଆଦି କାର୍ଯ୍ୟ କରାଯାଇଥାଏ। ଧାର୍ଯ୍ୟ ଲଗ୍ନ ଅନୁସାରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇ ଦେବୀଙ୍କର ଇନ୍ଦ୍ରଧ୍ବଜ ଧରି ସାଂସ୍କୃତିକ ଶୋଭାଯାତ୍ରା ଆୟୋଜିତ ହୁଏ । ଏହାପରେ ହାଟପଦାସ୍ଥିତ ଧନୁଯାତ୍ରା ସଞ୍ଚାରମଣ୍ଡଳୀ ପଡ଼ିଆରେ ରାଜପୁରୋହିତଙ୍କ ଦ୍ବାରା ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ବଜ ସ୍ଥାପନ କରାଯାଏ। ଏହାର କିଛି ଦିନ ପରେ ଧନୁ ଆଖଡ଼ାର ଶୁଭାରମ୍ଭ କରାଯାଏ । ଏଇ ଧନୁ ଆଖଡ଼଼ାରେ କଂସ ମହାରାଜଙ୍କ ଅଟ୍ଟହାସ୍ୟ ହିଁ ଧନୁଯାତ୍ରା ମହୋତ୍ସବର ଉତ୍ସାହ ଭରିଦିଏ।
ଧନୁଯାତ୍ରାର କାର୍ଯ୍ୟସୂଚୀ
ପୌଷମାସ ଶୁକ୍ଳ ପଞ୍ଚମୀରେ ଧନୁଯାତ୍ରା ମହୋତ୍ସବର ହୁଏ ଶୁଭାରମ୍ଭ। ଚଉଦଟି ରଙ୍ଗମଞ୍ଚରେ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ନାଟକର ବିଭିନ୍ନ ବିଭାଗ ଅଭିନୀତ ହୋଇଥାଏ । ପ୍ରଥମ ଦିନରେ କଂସର ନିର୍ଦ୍ଦେଶରେ ଦେବକୀ-ବସୁଦେବଙ୍କ ବିବାହ, କଂସଙ୍କ ଦ୍ବାରା ପିତା ଉଗ୍ରସେନଙ୍କ ଗାଦିଚ୍ୟୁଚ, କଂସଙ୍କ ରାଜ୍ୟାଭିଷେକ ଅଭିନୀତ ହୁଏ। ସେପଟେ ଗୋପପୁର ତଥା ଅମ୍ବାପାଲିରେ ବଳରାମ ଓ ନନ୍ଦରାଣୀଙ୍କ ଭାଗବତ ପ୍ରାପ୍ତି ସକାଶେ ପୂଜାର୍ଚ୍ଚନା ଏବଂ ସନ୍ଧ୍ୟାରେ ଯମୁନା ଆଳତି ହୋଇଥାଏ । ଦ୍ବିତୀୟ ଦିନରେ କାରାଗାରରେ ଶ୍ରୀକୃଷ୍ଣ ଜନ୍ମ ଏବଂ ପରେ କୃଷ୍ଣଙ୍କୁ ନେଇ ବସୁଦେବଙ୍କ ଗୋପପୁର(ଆମ୍ବପାଲି) ଆଗମନ। ଏହାସହ ନନ୍ଦୋତ୍ସବ, ଶ୍ରୀକୃଷ୍ଣଙ୍କ ଦୋଳି ଝୁଲଣ, ଦଧିଚୋରୀ ଓ ବରଗଡ଼ରେ ବିଜୁଳି କନ୍ୟାଙ୍କ ଶୂନ୍ୟବାଣୀ । ତୃତୀୟ ଦିନରେ ଅମ୍ବାପାଲିରେ ଯଶୋଦାଙ୍କ ଦ୍ବାରା ଶ୍ରୀକୃଷ୍ଣଙ୍କ ହସ୍ତପାଦ ବନ୍ଧନ, ପୂତନା ବଧ, ଯାମଳା ଉଦ୍ଧାରଣ । ଅନ୍ୟପଟରେ ବରଗଡ଼ରେ କଂସର ନଗର ପରିକ୍ରମା। ଚତୁର୍ଥ ଦିନରେ ଅମ୍ବାପାଲିରେ ଶ୍ରୀକୃଷ୍ଣ ଗୋଚାରଣ, ବଣଭୋଜି, ବକାସୁର ବଧ, ବ୍ରହ୍ମାଙ୍କ ବଂଶୀଦାନ, କାଳୀୟ ଦଳନ। ପଞ୍ଚମ ଦିବସରେ ଅମ୍ବାପାଲିରେ ଗୋପୀଙ୍କର ବସ୍ତ୍ରହରଣ, ଅସୁରବଧ, ଅନ୍ଧକୁ ଚକ୍ଷୁଦାନ ଓ ରାସକ୍ରୀଡ଼ା । ଷଷ୍ଠ ଦିନରେ ବରଗଡ଼ରେ ମନାବନ୍ଧଠାରେ ନାବକେଳି ଦୃଶ୍ୟ, କଂସର ନଗର ପରିକ୍ରମା ଓ ମଞ୍ଚ ଉପରେ ଅଭିନୟ ପ୍ରଦର୍ଶନ । ସପ୍ତମ ଦିନରେ ଅମ୍ବାପାଲିରେ ଶବରୁଣୀଠାରୁ କୋଳିଖିଆ, ଗୋପବାଳକଙ୍କ ସହ ଶ୍ରୀକୃଷ୍ମ-ବଳରାମଙ୍କ ଖେଳ । ସେପଟେ ବରଗଡ଼ରୁ ଅମ୍ବାପାଲିରୁ କଂସରଙ୍କ ଦ୍ବାରା ଅକ୍ରୂର ପ୍ରେରଣ । ଅଷ୍ଟମ ଦିନରେ ଶ୍ରୀକୃଷ୍ଣ-ବଳରାମଙ୍କୁ ରଥରେ ବସାଇ ଅକ୍ରୂରଙ୍କ ବରଗଡ଼ ଯାତ୍ରା, ଗୋପପୁରର ବିଦାୟ । ବରଗଡ଼ରେ ଶ୍ରୀକୃଷ୍ଣଙ୍କ ସୁଦାମାଙ୍କଠାରୁ ମାଳା ଗ୍ରହଣ, ବିଦୁରଙ୍କଠାରୁ ଖୁଦଭଜା ଗ୍ରହଣ । ନବମ ଦିନରେ କୁବଳୟା ଉଦ୍ଧାରଣ, ଧନୁଭଗ୍ନ, କଂସ ବଧ ଓ ଶ୍ରୀକୃଷ୍ଣ-ବଳରାମଙ୍କ ନଗର ପରିଭ୍ରଣ ସହିତ ଯାତ୍ରାର ପରିସମାପ୍ତି । ଏହା ବ୍ୟତୀତ ପ୍ରତିଦିନ କଂସ ମହାରାଜାଙ୍କ ଦରବାର ଚାଲେ । ଯାତ୍ରାର ପ୍ରମୁଖ ଆକର୍ଷଣ ସାଜେ ସୁସଜ୍ଜିତ ହାତୀ ପିଠିରେ ବସି କଂସଙ୍କ ନଗର ପରିକ୍ରମା । ଏହି ସମୟରେ ମହାରାଜ କଂସ ଲୋକଙ୍କ ସମସ୍ୟା ବୁଝନ୍ତି ଓ ଦାୟୀ ଲୋକଙ୍କୁ ଜୋରିମାନାର ଦଣ୍ଡ ବିଧାନ ମଧ୍ୟ ଦେଇଥାନ୍ତି ।
ଧନୁଯାତ୍ରା ମହୋତ୍ସବରେ ବରଗଡ଼ ସହର ପାଲଟିଯାଏ ଏକ ରଙ୍ଗମଞ୍ଚ । ସମସ୍ତ ଜନତା ଯାତ୍ରାର ଜଣେ ଜଣେ ଚରିତ୍ର ରୂପେ ଅବତୀର୍ଣ୍ଣ ହୋଇଥାନ୍ତି। ଦୀର୍ଘ ଏଗାର ଦିନ ଧରି ଚାଲିଥିବା ଯାତ୍ରା ସମସ୍ତଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥାଏ । ଏପରି ନିଆରା ମଞ୍ଚ ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ବରଗଡ଼ର ଏହି ଲୋକନାଟକ ଧନୁଯାତ୍ରା, ଓଡ଼ିଶା କଳା ଓ ସଂସ୍କୃତିର ଏକ ଶ୍ରେଷ୍ଠ ନିଦର୍ଶନ। ଏପରି ଅନନ୍ୟ କଳାକୁ ବଞ୍ଚେଇ ରଖିବା ଆମ ସମସ୍ତଙ୍କର ଉତ୍ତରଦାୟିତ୍ବ। ଯଦି ଆପଣ କେବେ ବି ଧନୁଯାତ୍ରା ଦେଖିନାହାନ୍ତି, ତାହେଲେ ଚଳିତ ବର୍ଷ ବରଗଡ଼କୁ ନିଶ୍ଚିତ ଯାଆନ୍ତୁ ଏବଂ କେମିତି ଲାଗିଲା ଆମକୁ କମେଣ୍ଟ ବକ୍ସରେ ଜଣାନ୍ତୁ।