ପଦ୍ମଶ୍ରୀ ପ୍ରତିଭା ଶତପଥୀ: ନିଶାରେ ସାହିତ୍ୟିକା ପେଶାରେ ଅଧ୍ୟାପିକା

ଓଡ଼ିଆ ସାହିତ୍ୟ ଜଗତରେ ନାରୀ ମାନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ନାରୀଟିଏ ଯେମିତି ସ୍ନେହ ପ୍ରେମ ଓ ଆଦରରେ ପରିବାର ପାଳନ କରିପାରେ ଠିକ୍ ସେମିତି ଦକ୍ଷତାର ସହ ଗୁରୁଦାୟିତ୍ୱ ବହନ କରିପାରେ । କମନୀୟତାର ଅଳଙ୍କାରରେ ସଜେଇ ହୋଇପାରେ ସେ ପୁଣି କଠିନ ସମୟକୁ ଦୃଢ଼ତାର ସହ ସମ୍ଭାଳିପାରେ । ପ୍ରତିଟି କ୍ଷେତ୍ରରେ ନିଜକୁ ପ୍ରମାଣିତ କରୁଛନ୍ତି ଆଜିର ମହିଳା । ନିକଟରେ ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ୪ ଜଣ ଓଡ଼ିଆଙ୍କ ମଧ୍ୟରେ ପ୍ରତିଭା ଶତପଥୀ ହେଉଛନ୍ତି ଏହାର ଏକ ଜ୍ୱଳନ୍ତ ଉଦାହରଣ ।
କବିତା ହେଉ କି ଗଳ୍ପ, ଉପନ୍ୟାସ ହେଉ ଅବା ଫିଚର୍ ଷ୍ଟୋରୀ, ସାହିତ୍ୟର ପ୍ରତିଟି କ୍ଷେତ୍ରରେ ପ୍ରତିଭାଙ୍କ ଉଲ୍ଲେଖନୀୟ ଅବଦାନ ରହିଛି । ଓଡ଼ିଆ ସାହିତ୍ୟ ଜଗତରେ ଜଣେ ଅଗ୍ରଣୀ ଲେଖିକା ଭାବେ କେବଳ ରାଜ୍ୟ ନୁହେଁ ଜାତୀୟ ସ୍ତରରେ ମଧ୍ୟ ସେ ସୁନାମଧନ୍ୟ । ସରଳ ଓ ଶାଣିତ ଶବ୍ଦ ଗୁଡ଼ିକର ସୁନ୍ଦର ତଥା ମାର୍ମିକ ସଂଯୋଜନା ଲେଖା ଗୁଡ଼ିକୁ ହୃଦୟସ୍ପର୍ଶୀ କରିଥାଏ । ସମାଜର ବିଭିନ୍ନ କ୍ଷେତ୍ର ବିଷୟରେ ଲେଖିବା ସହ ଲେଖା ମଧ୍ୟମରେ ଜନ ଅନ୍ଦୋଳନ ଜାଗୃତ କରି ପାରୁଥିବା ଏହି ନାରୀ କବି, ନିଜ ଶବ୍ଦ ଚାରୁରୀରେ ସାହିତ୍ୟ ଜଗତକୁ ଭେଟି ଦେଇଛନ୍ତି ଅନେକ ସୃଜନାତ୍ମକ ଲେଖା । ଆଉ ଏହି ଲେଖା ପ୍ରତିଭାଙ୍କୁ ଦେଇଛି ଜଣେ କବି ହେବାର ପ୍ରକୃତ ପରିଚୟ । ତାଙ୍କ ପ୍ରତିଭା କେବଳ ଓଡ଼ିଆ ଭାଷାର ଲେଖାରେ ସୀମିତ ନାହିଁ । ସେ ନିଜର ଅନେକ ଲେଖାକୁ ହିନ୍ଦୀ ଭାଷାରେ ଅନୁବାଦ କରିବା ସହ ଅନେକ ଇଂରାଜୀ ସାହିତ୍ୟର ପ୍ରସିଦ୍ଧ ଲେଖାକୁ ଓଡ଼ିଆ ଭାଷାରେ ଅନୁବାଦ କରିଛନ୍ତି । ଏହା ସହ ପ୍ରତିଭାଙ୍କ ଅନେକ ରଚନାକୁ ବିଭିନ୍ନ ବିଦେଶୀ ଭାଷାରେ ମଧ୍ୟ ଅନୁବାଦ କରାଯାଇଛି ।
ସାହିତ୍ୟ କ୍ଷେତ୍ରରେ ପ୍ରତିଭାଙ୍କ ଅନୁଭୂତି ଦୀର୍ଘ ୪୦ ବର୍ଷ ପୁରୁଣା । ମଣିଷ ଜୀବନରେ ସମ୍ପର୍କର ସୁନ୍ଦରତା ଓ ମଧୁରତାକୁ ସବୁବେଳେ ଏକ ନୂତନ ଦୃଷ୍ଟିକୋଣରୁ ଚିନ୍ତାକରି ସେ କରିଥିବା ଶବ୍ଦ ସଂଯୋଜନା କବିତା ମାନଙ୍କୁ ଜୀବନ୍ତ କରିଥାଏ । ଜଣାଶୁଣା ତ୍ରୟମାସିକ ଓଡ଼ିଆ ପତ୍ରିକା ‘ଉଦ୍‌ଭାଷା’ରେ ଦୀର୍ଘ ୨୫ ବର୍ଷ ଧରି ସମ୍ପାଦନା କରିଥିବା ପ୍ରତିଭା ଶତପଥୀ, ଜଣେ ସୁସାହିତ୍ୟିକା ଭାବେ ସେ ନୂଆଦିଲ୍ଲୀରେ ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ସମ୍ମାନିତ ହୋଇସାରିଛନ୍ତି । ସେ କବିତା କ୍ଷେତ୍ରରେ ୨୦୨୩ ବର୍ଷ ପାଇଁ ସମ୍ବଲପୁର ୟୁନିଭର୍ସିଟି ତରଫରୁ ୫୮ତମ ପ୍ରତିଷ୍ଠା ଦିବସରେ ଗଙ୍ଗାଧର ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ପ୍ରାୟ ୨୨ରୁ ଅଧିକ କବିତା ସଂକଳନ ପ୍ରକାଶ ହୋଇସାରିଛି । ୧୯୬୨ ମସିହାରେ ପ୍ରକାଶ ପାଇଥିବା ଶେଷ ଜହ୍ନ ହେଉଛି ପ୍ରତିଭାଙ୍କ ପ୍ରଥମ କବିତା ସଂକଳନ । ଏହା ପାଇଁ ସେ ସମ୍ମାନଜନକ ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ । ଏହା ସହ ଆର.ଜି ନାସ୍‌ନାଲ୍ ସଦ୍‌ଭାବନା ପୁରସ୍କାର, ଅଧା ଅଧା ନକ୍ଷତ୍ର କବିତା ସଂକଳନ ପାଇଁ କର୍ଣ୍ଣାଟକର ଏନ.ଏନ ଥିରୁମାଲାମ୍ବା ପୁରସ୍କାର ଲାଭ କରିଛନ୍ତି । ଓଡ଼ିଶା ମଧ୍ୟରେ ସେ ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର, ଉତ୍କଳ ସୂର୍ଯ୍ୟ ସମ୍ମାନ, ଇମ୍ଫା ପକ୍ଷରୁ ସାରଳା ପୁରସ୍କାର, ଏହା ସହ ପ୍ରଜାତନ୍ତ୍ର ୟଙ୍ଗ୍ ପୋଏଟ୍‌, ଓ ଧରିତ୍ରୀ ସମାଜବାଦୀ ସୋସାଇଟି ପୋଏଟ୍ରି ବିଶୁବ ଆୱାର୍ଡ ଆଦି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ପ୍ରତିଭା ଶତପଥୀ ।
ଲେଖାର ଆରମ୍ଭ ସମୟ କଥା ପଚାରିଲେ ସେ କୁହନ୍ତି, କବିତା ଲେଖା ହେଉଛି ପ୍ରତିଭାଙ୍କର ପ୍ରାଣ ସ୍ପନ୍ଦନ । ଏହି କବିତା ଲେଖିବାର ଅଭ୍ୟାସ ପିଲାଟି ଦିନରୁ ରହିଛି । ୧୨ ବର୍ଷ ବୟସରେ ସ୍କୁଲରେ ପଢ଼ୁଥିବା ସମୟରେ ସେ ପ୍ରଥମ ଥର ପାଇଁ କିବିତା ଲେଖି ସମସ୍ତଙ୍କ ପ୍ରସଂସାର ପାତ୍ର ହୋଇଥିଲେ । ନିଜେ ଲେଖିଥିବା ପ୍ରଥମ କବିତାରେ ସେ ନୃତ୍ୟ ମଧ୍ୟ କରିଥିଲେ । ଏହା ପରଠାରୁ ସେ ଆଉ ପଛକୁ ବୁଲି କେବେ ଚାହିଁ ନାହାନ୍ତି । ପରିବାର ମଧ୍ୟରେ ସାହିତ୍ୟ ପ୍ରତି ସମସ୍ତଙ୍କ ଆଗରୁ ହିଁ ରୁଚି ରହିଥିଲା । ଏଣୁ ଭାଷା ସାହିତ୍ୟ ପ୍ରତି ପ୍ରତିଭାଙ୍କ ଆକର୍ଷଣ ପିଲାଟି ଦିନରୁ ରହି ଆସିଛି । ପରିବାର ତଥା ସନ୍ତାନ ମାନଙ୍କୁ ସମ୍ଭାଳିବା ସହ ସେ ସାହିତ୍ୟ ଓ ଅଧ୍ୟାପନାକୁ କାର୍ଯ୍ୟକୁ କେବେ ହେଳା କରି ନାହାନ୍ତି ।
ନିତ୍ୟ ବସୁଧା, ନିମିଶେ ଅକ୍ଷର, କହି ନ ହେଲେ, ମାଘ ମେଳା, ସାହାଡ଼ା ସୁନ୍ଦରୀ ଆଦି ସେ ରଚନା କରିଥିବା କିଛି କବିତା । ଅଧା ଅଧା ନକ୍ଷତ୍ର, ଶବରୀ, ତନ୍ମୟ ଧୂଳି, ଫର ୟୁ ୱାନ୍ସ ଏଭ୍ରି ଟାଇମ୍‌, ଏ ଟାଇମ୍ ଅଫ ରାଇଜିଂ ଆଦି ଚର୍ଚ୍ଚିତ ଓଡ଼ିଆ ଲେଖାକୁ ଇଂରାଜୀ ଏବଂ ହିନ୍ଦୀରେ ଅନୁବାଦ କରାଯାଇଛି । ଏହାଛଡ଼ା ଅନ୍ୟ ଭାଷାର ବିଭିନ୍ନ ସଂକଳନ ଯଥା ଅରଣ ସପ୍ନର ରାତି, କ୍ରୀତଦାସ, ନଗର ମନ୍ଥନ, ଶହସ୍ର ଶିଖ ଓ କହ୍ଲଣ ଚରିତ ଆଦିକୁ ସେ ଓଡ଼ିଆ ଭାଷାରେ ବହୁତ ସୁନ୍ଦର ଭାବେ ଅନୁବାଦ କରିଛନ୍ତି ।
ପିଲାବେଳୁ ଗାଁ ପରିବେଶରେ ବଢ଼ିଥିବା ପ୍ରତିଭାଙ୍କର କବିତା ଗୁଡ଼ିକ ବିଶେଷକରି ପ୍ରକୃତି, ଗ୍ରାମ୍ୟ ଜୀବନ ଏବଂ ମନର ବିଭିନ୍ନ ଭାବନା ଉପରେ ଆଧାରିତ ଥାଏ । ଏଥିରୁ ପ୍ରତିଭାଙ୍କର ପ୍ରକୃତି ତଥା ଗାଁ ମାଟି ପ୍ରତି ଥିବା ଭଲପାଇବା ଜଣା ପଡ଼େ । ସେ ଯେମିତି ଇଶ୍ୱରଙ୍କ ସ୍ପର୍ଦ୍ଧା କରିବା ପାଇଁ ସମର୍ପଣ ଭାବନା ନେଇ କବିତା ଲେଖନ୍ତି ।
ଚଳିତଥର ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନରେ ଭୁଷିତ ହେବାରେ ମନୋନୀତ ଚାରିଜଣ ସଦସ୍ୟ ମାନଙ୍କ ମଧ୍ୟରେ, ପ୍ରତିଭା ଶତପଥୀ ହେଉଛନ୍ତି ଏକ ମାତ୍ର ଓଡ଼ିଆ ମହିଳା । ଆଧୁନିକ ସମୟରେ ପ୍ରକୃତିର ସୌନ୍ଦର୍ଯ୍ୟ ଓ ସମାଜର ପରମ୍ପରାକୁ ନେଇ ସମାଜକୁ ସଜାଗ କରିବାରେ ଜଣେ ସଫଳ କବି ଭାବେ ସାହିତ୍ୟ ଜଗତକୁ ଅନେକ କୃତି ଭେଟିଦେଇଛନ୍ତି ପଦ୍ମଶ୍ରୀ ପ୍ରତିଭା ଶତପଥୀ । ନାରୀଟିଏ, କିନ୍ତୁ ନାରୀବାଦରେ ସେ ଅଯଥା ବିଶ୍ୱାସ କରନ୍ତି ନାହିଁ । ସରଳ ଶବ୍ଦର ବ୍ୟବହାରରେ ଯେମିତି ପ୍ରତିଭା ପାଠକଙ୍କ ହୃଦୟ ଜିଣିପାରିଛନ୍ତି ସ୍ୱଭାବରେ ମଧ୍ୟ ସେମିତି ସରଳ । ମହିଳା ଭାବେ ସମାଜ ଗଠନରେ ସେ ଯେଉଁ ଗୁରୁଦାୟିତ୍ୱ ବହନ କରିଛନ୍ତି ତାହା ଆଗାମୀ ଅନେକ ପିଢ଼ି ଧରି ସମସ୍ତଙ୍କୁ ଅନୁପ୍ରାଣିତ କରିବ ।

Spread the love