କାର୍ତ୍ତିକ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ପ୍ରକୃତିମାତା ଏବଂ ଭଗବାନ କୃଷ୍ଣଙ୍କ ପ୍ରତି ଭକ୍ତି ଓ କୃତଜ୍ଞତା ଅର୍ପଣର ପର୍ବ ‘ଗୋବର୍ଦ୍ଧନ ପୂଜା’ । ଏହି ଦିନ ଗୋମାତାଙ୍କୁ ଯଥା ରୀତିନୀତିରେ ପୂଜା କରାଯାଏ। କିନ୍ତୁ ନବରଙ୍ଗପୁର ଜିଲ୍ଲାରେ ଏହି ଗୋପୂଜନର ପର୍ବକୁ ଦିଆଲି ବା ଦିଆରି ପର୍ବ ଭାବେ ପାଳନ କରାଯାଏ। ଏହି ପର୍ବ ଚରିଆ ବା ଗାଈ ଗଉଡିଆମାନଙ୍କ ପାଇଁ ବିଶେଷ ମହତ୍ତ୍ବ ରଖେ। ଗାଁରେ ଦିଆଲି ପାଳନ ପାଇଁ ଏକ ବୈଠକ ବସି ଦିନ ଧାର୍ଯ୍ୟ କରାଯାଏ। ଏହି ପର୍ବ ତିନିଦିନ ଧରି ପାଳନ କରାଯାଉଥିବା ବେଳେ ପ୍ରଥମ ଦୁଇ ଦିନ ମୁଖ୍ୟ। ପ୍ରଥମ ଦିନକୁ ଗେଟା ଓ ଦ୍ବିତୀୟ ଦିନକୁ ଖୁଚୁଡ଼ି ପର୍ବ କୁହାଯାଏ। ଦିନ ଧାର୍ଯ୍ୟ ପରେ ପ୍ରସ୍ତୁତି ଆରମ୍ଭ ହୋଇଯାଏ ଏବଂ ନୂଆ ଧାନ ଖେଡ଼ାରେ ତୋରଣ ପ୍ରସ୍ତୁତ କରାଯାଏ। ଦିଆଲିର ପ୍ରଥମ ଦିନରେ ଗଉଡ଼ିଆ ଇଷ୍ଟଦେବା ଦେବୀଙ୍କୁ ପୂଜା କରାଯାଏ। ଏଥିସହ ଦିଆଲି ପର୍ବରେ ଚୁକ୍ତି ମୁତାବକ ଗଉଡ଼ିଆ ତାର ବର୍ଷକ ପ୍ରାପ୍ୟ ମାଗିବାକୁ ନାଚ, ଗୀତ, ବାଜା, ବଜାଣା ସହ ସାହୁକାର ଘରକୁ ଯାଏ। ସାଙ୍ଗରେ ଭାରତରରେ ଚୁଡ଼ା, ଗୁଡ଼, କୁକୁଡ଼ା ଆଦି ନେଇକି ଯାଏ ଏବଂ ସାହୁକାର ମଧ୍ୟ ଧାନ କିମ୍ବା ଟଙ୍କା ଏବଂ ଧୋତି ଗାମୁଛା ଦେବାର ପରମ୍ପରା ରହିଛି। ଦ୍ବିତୀୟ ଦିନ ଗାଈ ଓ ବଳଦକୁ ସଜବାଜ କରାଯାଇ ପୂଜାର୍ଚ୍ଚନା କରାଯିବା ସହ ସ୍ବତନ୍ତ୍ର ଖେଚୁଡ଼ି ଖୁଆଯାଏ। ଏଇ ଖେଚୁଡ଼ିକୁ ଘରର ଇଷ୍ଟଦେବୀଙ୍କ ମଧ୍ୟ ଭୋଗ ଲଗାଯାଏ। ଏହାର ଅପରାହ୍ନରେ ଗୋବର୍ଦ୍ଧନ ପୂଜା କରାଯାଏ। ମାଟି ପୂଜାରୀ ଏହି ପୂଜା କରିଥାନ୍ତି। ଶେଷରେ ରାତିରେ ମଧ୍ୟ ପରମ୍ପରା ମୁତାବକ ଅନେକ ରୀତିନୀତି ପାଳିତ ହୋଇଥାଏ।