Dhokra Village

ପ୍ରାୟ ଚାରି ହଜାର ବର୍ଷ ପୂର୍ବରୁ ପିତ୍ତଳର ବ୍ୟବହାର ଆରମ୍ଭ ହୋଇଥିଲା, ଯାହାକୁ ବ୍ରୋଞ୍ଜ୍ ଏଜ୍ ବା ପିତ୍ତଳ ଯୁଗ କୁହାଯାଏ । ସେହି ଯୁଗର ଅତୁଳନୀୟ କଳାକୁ ଜୀବିତ କରି ରଖିଛି ଓଡ଼ିଶା । ଖ୍ରୀଷ୍ଟପୂର୍ବ 3300 ମସିହାରୁ ଆରମ୍ଭ ହୋଇଥିବା ଏହି ପିତ୍ତଳ ଯୁଗ ତଥା ମହେଞ୍ଜୋଦାରୋ, ହରପ୍ପା ଏବଂ ସିନ୍ଧୁ ସଭ୍ୟତା ସହ ସାମଞ୍ଜସ୍ୟ ରଖି ଆଜି ବି ଓଡ଼ିଶାର କେତେକ ପୁରପଲ୍ଲୀରେ ନିର୍ମିତ ହେଉଛି ପିତ୍ତଳ ଧାତୁରୁ ଅଦ୍ଭୁତ କୃତି, ଯାହା “ଢୋକ୍ରା ହସ୍ତଶିଳ୍ପ” ରୂପେ ସାରା ବିଶ୍ବରେ ଜଣା । ଢୋକ୍ରା ହସ୍ତଶିଳ୍ପ ହେଉଛି ଭାରତରେ ଧାତବ ବିଦ୍ୟାର ହଜିଯାଇଥିବା ମହମ କୌଶଳର ପୁରାତନ ପ୍ରମାଣ । ଏଥିରୁ ଜଣାପଡ଼ୁଛି ଢୋକ୍ରା ହସ୍ତଶିଳ୍ପ ହେଉଛି ଓଡ଼ିଶାର ସର୍ବପୁରାତନ ହସ୍ତକଳା ।

ଢୋକ୍ରା କଳାକୃତି ଗ୍ରାମ  ସଦେଇବେରେଣୀ

ଓଡ଼ିଶାର ଢେଙ୍କାନାଳ, ମୟୂରଭଞ୍ଜ, କଟକ ଓ ରାୟଗଡ଼ା ଜିଲ୍ଲାର ହାତ ଗଣିତ ଗାଁରେ ଢୋକ୍ରା କାରିଗର ବସବାସ କରୁଛନ୍ତି ଏବଂ ତାଙ୍କରି ମାଧ୍ୟମରେ ଜୀବିତ ରହିଛି ଏହି ଅଦ୍ଭୁତ ଓ ଅତୁଳନୀୟ ହସ୍ତଶିଳ୍ପ । ପ୍ରତିଷ୍ଠିତ ଟାଇମ୍ ମାଗାଜିନ ମଧ୍ୟ ମୟୂରଭଞ୍ଜର ଢୋକ୍ରା ହସ୍ତଶିଳ୍ପ କାରିଗରୀକୁ ପ୍ରଶଂସା କରିଛି । କିନ୍ତୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଢେଙ୍କାନାଳ ଜିଲ୍ଲାର ସଦେଇବେରେଣୀ ଏବଂ ନବଜୀବନପୁର ଗାଁର ଢୋକ୍ରା ହସ୍ତଶିଳ୍ପର ରହିଛି ସ୍ବତନ୍ତ୍ର ଚାହିଦା । ରାଜ୍ୟଠାରୁ ଆରମ୍ଭ କରି ଦେଶ ବିଦେଶର ଶିଳ୍ପ ବଜାର ଏବଂ ପ୍ରଦର୍ଶନୀରେ ଏହି ଢୋକ୍ରା ହସ୍ତକଳା ସାମଗ୍ରୀ ପ୍ରଦର୍ଶିତ ହେବା ସହ ସମସ୍ତେ ଏହାର ଉତ୍କୃଷ୍ଟ କାରିଗରୀଙ୍କୁ ପ୍ରଶଂସା କରିଥାନ୍ତି ।

ଏକମାତ୍ର ଜୀବିକାଢୋକ୍ରା

ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ୍ ଅନ୍ତର୍ଗତ ସପ୍ତଶଯ୍ୟା ଗ୍ରାମପଞ୍ଚାୟତର ନବଜୀବନପୁରଠାରେ ରହିଛି ସଦେଇବେରଣୀ କଳାକୃତି ଗ୍ରାମ । ନବଜୀବନପୁରରୁ ମାତ୍ର ଏକ କିମି ଦୂରରେ ଅବସ୍ଥିତ ସଦେଇବେରେଣୀ ଗାଁରେ ପ୍ରାୟ ଚାଳିଶିରୁ ଅଧିକ ଢୋକ୍ରା କାରିଗର ପରିବାର ବସବାସ କରନ୍ତି । ଶିତୋଳିଆ ଆଦିବାସୀ ଜାତିର ପ୍ରତିଟି ପରିବାର ଆଜି ଯାଏଁ ପାରମ୍ପରିକ କଳାକୌଶଳରେ ଢୋକ୍ରା କାମ କରିଆସୁଛନ୍ତି । ଏହା ହେଉଛି ସେମାନଙ୍କ କୂଳ ବେଉଷା । ଭୂମିହୀନ ହୋଇଥିବାରୁ ପୂର୍ବପୂରୁଷରୁ ହିଁ ଏହି କାମ କରି ସେମାନେ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ତେବେ ପରିବାରର କେବଳ ପୁରୁଷମାନେ ଏହି ଢୋକ୍ରା କାମ କରିନଥାନ୍ତି, ବରଂ ଝିଅ ବୋହୂ ସମସ୍ତେ ନିଜ ବେଉଷାକୁ ଆପଣାଇ ଦିନରାତି କଠିନ ପରିଶ୍ରମ କରିଥାନ୍ତି ।  ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତିଙ୍କଠାରୁ ଆରମ୍ଭ କରି ଜୀବଜନ୍ତୁ, ଆଦିବାସୀ ମୂର୍ତ୍ତି, ପେନ୍ ଷ୍ଟାଣ୍ଡ୍, ଗ୍ଲାସ୍ ଷ୍ଟାଣ୍ଡ୍‌, ବେଡ୍ ଲାଇଟ୍, ଜିଲାପି ଛାଞ୍ଚ, ଦୀପ, ଖଟୁଲୀ, ବାକ୍ସ ପରି ଅନେକ ଭଳି କି ଭଳି ସୁନ୍ଦର ସୁନ୍ଦର ସାମଗ୍ରୀ ତିଆରି କରିଥାନ୍ତି ।  ପୂର୍ବରୁ କେବଳ ସେମାନେ ଜୀବଜନ୍ତୁକୁ ନେଇ ମୂର୍ତ୍ତି ତିଆରି କରୁଥିବା ବେଳେ ଆଜିକାଲି ଯୁବପିଢିଙ୍କ ପସନ୍ଦକୁ ଦେଖି ସେମାନେ ମୂର୍ତ୍ତି ଗଢ଼ାରେ ଭିନ୍ନତା ଆଣିଛନ୍ତି, ଯାହା ଆଜିକାଲି ବଜାରରେ ଚାହିଦା ଅଧିକ ରହୁଛି ।

ପରିଶ୍ରମ ଅଧିକ କିନ୍ତୁ ପାରିଶ୍ରମିକ କମ୍

ଢୋକ୍ରା ହସ୍ତଶିଳ୍ପ ଦେଖିବାକୁ ଯେତିକି ସୁନ୍ଦର, ସେତିକି କାମ ମଧ୍ୟ ବହୁତ କଷ୍ଟ । ଏଥିସହ ଏହାର ପ୍ରସ୍ତୁତିରେ କୌଣସି ପ୍ରକାର ମେସିନ୍ କିମ୍ବାର ଆଜିର ଟେକ୍ନୋଲୋଜିର ବ୍ୟବହାର କରାଯାଏ ନାହିଁ । ଆଜି ବି ଏହି ଆଦିବାସୀ ଶିଳ୍ପୀମାନେ ପୁରୁଣା ବିଲୁପ୍ତ ମହମ କୌଶଳ ବଞ୍ଚାଇ ରଖିଛନ୍ତି । ଗୋଟିଏ ଛୋଟିଆ ଜିନିଷଟିଏ କରିବାକୁ ମଧ୍ୟ ସପ୍ତାହେ ଲାଗିଯାଏ । ତେବେ କୌଣସି ଢୋକ୍ରା କଳାର ପ୍ରସ୍ତୁତି ଆରମ୍ଭ ହୋଇଥାଏ ମାଟି ଛାଞ୍ଚରୁ । ସାଧାରଣତଃ ଏହି ମାଟି ଛାଞ୍ଚ ପାଇଁ ପ୍ରଥମେ ହୁଙ୍କା ମାଟିକୁ ସଂଗ୍ରହ କରାଯାଇଥାଏ। ସେଥିରେ ସରୁ ବାଲି ଏବଂ କୁଣ୍ଡା ମିଶାଯାଇ କାଦୁଅ ପ୍ରସ୍ତୁତ କରାଯାଏ । ସେହି କାଦୁଅ ମାଟିକୁ ବିଭିନ୍ନ ଆକୃତି ଦିଆଯାଏ । ଏହି ମାଟି ଛାଞ୍ଚ ଖରାରେ ଶୁଖିବା ପରେ ଏଥିରେ ବାଘ ଅଠା ମହମର ଲେପ ଦିଆଯାଇଥାଏ । ଏହା ଶୁଖିବା ପରେ ଏହା ଉପରେ ନାଲି ମାଟିରେ ପ୍ରସ୍ତୁତ କାଦୁଅ ଦିଆଯିବା ସହ ଏକ କାହାଳି ତିଆରି କରାଯାଏ । କାହାଳି ଶୁଖିଲା ପରେ ନିଆଁରେ ପୋଡାଯାଏ । ଗୋଟେ ପଟେ ପିତ୍ତଳକୁ କୋଇଲାରେ ତରଳା ଯାଏ ଏବଂ ଆର ପଟେ ଛାଞ୍ଚକୁ ପଚା ଯାଇଥାଏ । ଛାଞ୍ଚ ପାଚିଲା ପରେ ସେଥିରେ ପିତ୍ତଳ ଢଳା ହୁଏ । ଏହା ପୁରା ଥଣ୍ଡା ହେଲା ପରେ ସେଥିରୁ ମାଟି ଛଡ଼ାଯାଇଥାଏ । ଏହାପରେ ବଫିଙ୍ଗ ଓ ପଲିସିଙ୍ଗ କରାଯାଇ ସୁନ୍ଦର ସୁନ୍ଦର ଢୋକ୍ରା ହସ୍ତକଳାକୁ ବଜାରରେ ବିକ୍ରି ପାଇଁ ପଠାଯାଇଥାଏ ।

ଏସମସ୍ତ ପ୍ରକ୍ରିୟାରେ ଘରର ପ୍ରତିଟି ସଦସ୍ୟ ସାମିଲଥାନ୍ତି । କିଏ ମୂର୍ତ୍ତି ତିଆରି କରେ ତ, କିଏ ତା ଉପରେ ମହମ ଦିଏ । ସମସ୍ତ କାମ ଶେଷ ହେବା ପାଇଁ ପ୍ରାୟ ଦଶରୁ ଅଧିକ ଦିନ ଲାଗିଯାଇଥାଏ । କିନ୍ତୁ ପରିଶ୍ରମ ଅଧିକ ଥିବା ବେଳେ ମନ ମୁତାବକ ପାରିଶ୍ରାମିକ ମିଳୁନଥିବା ଶିଳ୍ପୀମାନେ କହୁଛନ୍ତି । ବଜାରରେ ଏହି ସମସ୍ତ ମୂର୍ତ୍ତିର ଦାମ ହଜାରରୁ ଅଧିକ ରହୁଛି । କିନ୍ତୁ ପିତ୍ତଳ ଦର ଦିନକୁ ଦିନ ବଢୁଥିବା ସହ ଅନ୍ୟ କଞ୍ଚାମାଲକୁ ମିଶାଇଲେ ଏହାର ମୂଳ ପଇସା ବି ଉଠୁନି। ତଥାପି ସେମାନେ ନିଜ ପରମ୍ପରାକୁ ପିଢି ପରେ ପିଢି ଜୀବିତ ରଖିବେ ବୋଲି ଅତି ଗର୍ବର ସହ କହିଚାଲିଛନ୍ତି ।

ଲୁପ୍ତପ୍ରାୟ ଢୋକ୍ରା ହସ୍ତଶିଳ୍ପ ବିଶ୍ବସ୍ତରରେ ପ୍ରଶଂସା ସାଉଁଟିଥିବାରୁ ସରକାର ତରଫରୁ ଏମସିଏଲ୍ ଟ୍ରେନିଂ ପ୍ରୋଗ୍ରାମ ଆୟୋଜନ କରାଯାଉଛି । କଳାକୃତି ଗ୍ରାମ ସଦେଇବେରେଣୀର କେତେଜଣ ଶିଳ୍ପୀ ହିଁ ଏହି ଟ୍ରେନିଂ ପ୍ରୋଗ୍ରାମରେ ଯୋଗଦେଇ ପିଲାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଏହାସହ ସରକାରଙ୍କ ପକ୍ଷରୁ ଆୟୋଜିତ ରାଜ୍ୟ ଓ ଜାତୀୟସ୍ତରର ଅନେକ ପ୍ରଦର୍ଶନୀ, ମେଳା ଓ ମହୋତ୍ସବରେ ଢୋକ୍ରା କାରିଗର ସାମିଲ ହୋଇ ନିଜ ସାମଗ୍ରୀକୁ ସିଧାସଳଖ ବିକ୍ରି କରିପାରୁଛନ୍ତି । କିନ୍ତୁ ସଦେଇବେରେଣୀର କାରିଗରଙ୍କ ଦୁଃଖ କମ୍ ହେଉନି । ଆଜି ବି ସେମାନେ ମାଟି ଛପର ଘର ତଳେ ଜୀବନ କାଟୁଛନ୍ତି । ତେବେ ଆମେ ସଚେତନ ନାଗରିକ ହୋଇ ଓଡ଼ିଶାର ଏହି ସର୍ବପୁରାତନ ହସ୍ତଶିଳ୍ପକୁ ଜୀବିତ ରଖିବା ସହ ପ୍ରଚାରପ୍ରସାର ପାଇଁ ଆଗକୁ ଆସିବା ଉଚିତ୍ ଏବଂ ଉପଯୁକ୍ତ ପଦକ୍ଷେପ ନେବାକୁ ପଡ଼ିବ । ଏହାଦ୍ବାରା ଉନ୍ନତ ହେବ ଢୋକ୍ରା କାରିଗରଙ୍କ ଜୀବନ ଏବଂ ଆହୁରି ପ୍ରସିଦ୍ଧ ଲାଭ କରିବ ହସ୍ତକଳା ଓ ହସ୍ତଶିଳ୍ପ ।

Spread the love