ବିବିଧତାରେ ପରିପୂର୍ଣ୍ଣ ଆମ ଭାରତ । ତାହାରି ମଧ୍ୟରେ ରହିଛି ଉତ୍କୃଷ୍ଟ କଳାର ରାଜ୍ୟ ଓଡ଼ିଶା, ଯାହାର ସଂସ୍କୃତି ଓ ପରମ୍ପରା ବିଶ୍ବବିଖ୍ୟାତ । ଏଥିସହ ଓଡ଼ିଶାରୁ ଉତ୍ପାଦିତ ଦ୍ରବ୍ୟରେ (ମନୁଷ୍ୟକୃତ କିମ୍ବା ପ୍ରାକୃତିକ) ରହିଛି ଅନେକ ସ୍ବତନ୍ତ୍ରତା ଏବଂ ବିଶେଷତା । ଅର୍ଥାତ୍ ଗୋଟିଏ ସ୍ଥାନରୁ ମିଳୁଥିବା ନିର୍ଦ୍ଦିଷ୍ଟ କିଛି ସାମଗ୍ରୀ ଅନ୍ୟ ସ୍ଥାନରେ ମିଳେନି ବା ତାହା ବିରଳ କିମ୍ବା ଦୁର୍ଲଭ ପାଲଟିଯାଏ । ତେବେ ଏସବୁ ଅନନ୍ୟ ସାମଗ୍ରୀ ପାଇଁ ସେହି ଅଞ୍ଚଳ ମଧ୍ୟ ପ୍ରସିଦ୍ଧି ଲାଭ କରିଛି । ତେବେ ଏହାକୁ ଦୃଷ୍ଟିରେ ରଖି ଆମ ରାଜ୍ୟର ଅନେକ ସାମଗ୍ରୀକୁ ସରକାରଙ୍କ ପକ୍ଷରୁ ଜିଆଇ ମାନ୍ୟତା ମିଳିଛି ।
ଜିଆଇ ବା ଜିଓଗ୍ରାଫିକାଲ୍ ଇଣ୍ଡିକେସନ୍ ଅର୍ଥାତ୍ ଭୌଗୋଳିକ ସଙ୍କେତ ହେଉଛି କୌଣସି ଅଞ୍ଚଳ ସହିତ ଜଡ଼ିତ ଥିବା ସାମଗ୍ରୀ ବା ଦ୍ରବ୍ୟ। ଐତିହ୍ୟପୂର୍ଣ୍ଣ ଆମ ରାଜ୍ୟ ଓଡ଼ିଶାର କଳା, ସଂସ୍କୃତି, ହସ୍ତକଳା, ପାରମ୍ପରିକ ଖାଦ୍ୟ ଓ ବସ୍ତ୍ରର ଅନେକ ସାମଗ୍ରୀକୁ ଜିଆଇ ପ୍ରମାଣପତ୍ର ମିଳିଛି । ସେଗୁଡ଼ିକ ହେଲା ରସଗୋଲା, ବ୍ରହ୍ମପୁରର ବୋମକାଇ ଶାଢ଼ି, ରଘୁରାଜପୁରର ପଟ୍ଟଚିତ୍ର, କନ୍ଧମାଳ ହଳଦୀ, ଖୋର୍ଦ୍ଧା ଧଳାପଥର ପରଦା, ଖଣ୍ଡୁଆ ପାଟ, ପିପିଲିର ଚାନ୍ଦୁଆ, ସମ୍ବଲପୁରୀ ବାନ୍ଧ ଶାଢ଼ି, କୋଣାର୍କ ପଥର ଖୋଦେଇ ଏବଂ ଆରବିକା କଫି। ଏହାବ୍ୟତୀତ ଆମ ରାଜ୍ୟର ଆଉ କେତେକ ପାରମ୍ପରିକ ଉତ୍ପାଦନକୁ ଜିଆଇ ମାନ୍ୟତା ପ୍ରଦାନ ପାଇଁ ବହୁ ବର୍ଷ ଧରି ଦାବି ହୋଇଆସୁଛି କିମ୍ବା ତାଲିକା ଦୌଡ଼ରେ ରହିଛି। ଆଜିର ବ୍ଲଗରେ ଜିଆଇ ପ୍ରମାଣପତ୍ର ମିଳିବାକୁ ଯାଉଥିବା କେତେକ ସାମଗ୍ରୀ ସମ୍ପର୍କରେ ଉଲ୍ଲେଖ କରୁଛୁ । ଏହାପୂର୍ବରୁ ଚଳିତ ବର୍ଷ ଜିଆଇ ମାନ୍ୟତାପ୍ରାପ୍ତ କେନ୍ଦ୍ରାପଡ଼ାର ରସାବଳୀ ବିଷୟରେ କିଛି ଜାଣିବା।
କେନ୍ଦ୍ରାପଡ଼ାର ରସାବଳି
ଓଡ଼ିଶାର ପାରମ୍ପରିକ ଛେନାମିଠା ହେଉଛି ରସାବଳି । ପୂର୍ବରୁ ରସାବଳି “ଅମୃତ ରସାବଳି” ନାଁରେ ପରିଚିତ ଥିଲା ଏବଂ ଏହା ମଧ୍ୟ ସାରା ଓଡ଼ିଶାରେ ସୁପ୍ରସିଦ୍ଧ ଥିଲା । ଆମ ଓଡ଼ିଆ ସାହିତ୍ୟରେ ରସାବଳୀକୁ ନେଇ ଅନେକ ଆଲେଖ୍ୟ ରହିଛି ଏବଂ ତ୍ରୟୋଦଶ ଶତାବ୍ଦୀଠାରୁ ଏପର୍ଯ୍ୟନ୍ତ ରସାବଳିର ଆଦର ରହିଆସିଛି ଏଥିରୁ ପ୍ରମାଣିତ ମଧ୍ୟ ହୋଇଆସିଛି। ପ୍ରଭୁ ବଳଦେବଜୀଉଙ୍କ 32 ପ୍ରକାର କୋଠଭୋଗ ମଧ୍ୟରୁ ରସାବଳି ଉଛି ପ୍ରସିଦ୍ଧ ନୈବେଦ୍ୟ । ପୂର୍ବରୁ ଏହା କେବଳ ମନ୍ଦିର ଭିତରେ ତିଆରି କରାଯାଉଥିଲା, ହେଲେ 1942 ମସିହା ପରେ ମନ୍ଦିର ବାହାରେ ରସାବଳି ତିଆରି କରାଯାଇଥିଲା । ଏହାପରେ ଧୀରେଧୀରେ ଏହାର ସ୍ବାଦ ପାଇଁ ଲୋକଙ୍କ ପ୍ରିୟ ମିଠା ପାଲଟିଥିଲା। ଏଥିସହ ମେଳା ମହୋତ୍ସବରେ ରସାବଳିର ଚାହିଦା ଅଧିକ ରହିଥାଏ । ଛେନା, ଘିଅ, କ୍ଷୀର, ଚିନି, ଗୁଜୁରାତି, ଅଳେଇଚ, କେସର ଆଦି ଏହି ମିଠାରେ ବ୍ୟବହାର ହୋଇଥାଏ । ପ୍ରଥମେ ଚିପୁଡ଼ା ହୋଇଥିବା ଛେନାରେ ଗୁଆଘିଅ, ଗୁଜୁରାତି, ଅଳେଇଚ ଗୁଣ୍ଡ ମିଶାଯାଇଥାଏ । ପରେ ଏହାକୁ କାକରା ଆକାରର କରାଯାଇ ଘିଅରେ ଛଣାଯାଇଥାଏ । ଏହା ଲାଲ୍ ରଙ୍ଗର ହୋଇଯିବା ପରେ କେସର ଯୁକ୍ତ ମିଠା କ୍ଷୀରରେ ପକାଯାଇଥାଏ ।
ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ
ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ୍ କଣ୍ଟିଲୋ ଅଞ୍ଚଳରେ ପ୍ରଚୁର ପରିମାଣରେ ଚାଷ ହେଉଥିବା କଣ୍ଟେଇମୁଣ୍ଡି ବାଇଗଣକୁ 2021 ଫେବ୍ରୁଆରୀରେ ଭୌଗୋଳିକ ମାନ୍ୟତା ପାଇଁ ଆବେଦନ କରାଯାଇଛି । ନୟାଗଡ଼ରେ ସ୍ବତନ୍ତ୍ରତା ଲାଭ କରିଥିବା ଏହି କଣ୍ଟେଇମୁଣ୍ଡି ବାଇଗଣ ସବୁଜ କରଣର। ଏହାର ଗଛପତ୍ର ଓ ଫଳରେ ସବୁଆଡ଼େ କଣ୍ଟା ଲାଗି ରହିଥାଏ। ତେବେ ଅନ୍ୟ ବାଇଗଣଠାରୁ ଏହାର ସ୍ବତନ୍ତ୍ରତା ରହିଛି । ଏହା ଉଭୟ ଖରିଫ ଓ ରବି ଋତୁରେ ମିଳିଥାଏ ଏବଂ ଏହା ପ୍ରାୟତଃ ବାଲିଆ ଜମିରେ ଫଳିଥାଏ। ପ୍ରତ୍ୟେକ ବାଇଗଣର ଓଜନ 25ରୁ 50 ଗ୍ରାମ ମଧ୍ୟରେ ରହିଥାଏ । ଏହି ବାଇଗଣରେ ରୋଗ ନିରାକରଣର ଶକ୍ତି ଅଧିକ ପରିମାଣରେ ରହିଛି। କେବଳ ନିର୍ଦ୍ଦିଷ୍ଟ ଅଞ୍ଚଳରେ ମିଳୁଥିବା ଏହି ବିଶେଷ ପ୍ରକାର ବାଇଗଣର ସ୍ବାଦ ମଧ୍ୟ ନିଆରା । ଏହାକୁ ଭଜା କିମ୍ବା ପୋଡ଼ା ଆକାରରେ ଲୋକମାନେ ଖାଇବାକୁ ବେଶ ପସନ୍ଦ କରିଥାନ୍ତି।
ଢେଙ୍କାନାଳର ମଗଜି ଲଡ଼ୁ
ଢେଙ୍କାନାଳର ମଗଜି ଲଡ଼ୁ ଆଉ କେବଳ ଜିଲ୍ଲାରେ ସୀମିତ ହୋଇ ରହିନାହିଁ । ପୂର୍ବରୁ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ଥିବା ବେଳେ ବର୍ତ୍ତମାନ ଏହାର ଚାହିଦା ବଢ଼ିଛି। ଢେଙ୍କାନାଳ ଜିଲ୍ଲା ଗଦିଁଆ ବ୍ଲକ ସଡଙ୍ଗୀ ଗାଁରେ ଶହେ ବର୍ଷ ପୂର୍ବେ ଏହା ଆରମ୍ଭ ହୋଇଥିଲା। ସଡଙ୍ଗୀ ନିକଟସ୍ଥ ମନ୍ଦାର, ବିଧାରପୁର ଓ ଦେଓଗାଁ ଆଦି ସ୍ଥାନରେ ଏହି ମିଠା ମିଳିଥାଏ । ମଗଜୀ ଲଡ଼ୁ ମଇଁଷି କ୍ଷୀର ଛେନାରେ ପ୍ରସ୍ତୁତ ହୋଇଥାଏ । ମଇଁଷି କ୍ଷୀର ଛେନାରେ ଚିନି, ଗୁଜୁରାତି ଗୁଣ୍ଡ ପକାଇ ଏହାକୁ 45 ମିନିଟ ଧରି ଚୁଲିରେ ବସାଯିବା ସହ ଘଣ୍ଟା ଯାଇଥାଏ । ପରେ ଏହା ଥଣ୍ଡା ହୋଇଗଲେ ମିଠା ଭଳି ଆକାର ଦିଆଯାଇ ବିକ୍ରି ପାଇଁ ପ୍ରସ୍ତୁତ କରାଯାଇଥାଏ । ଏହା ପ୍ରାୟ 12ରୁ 15 ଦିନ ପର୍ଯ୍ୟନ୍ତ ରହିପାରେ । ସ୍ଥାନ ନେଇ ଖାଦ୍ୟର ସୃଷ୍ଟି । ଠିକ୍ ମଗଜି ପଛରେ ମଧ୍ୟ ସ୍ଥାନ, ପରିବେଶ ଓ ଭୌଗୋଳିକ ସ୍ଥିତି ଜଡ଼ିତ ହୋଇ ରହିଛି । ବ୍ରାହ୍ମଣୀ ନଦୀକୂଳେ ସ୍ଥିତ ଗଁଦିଆ ବ୍ଲକରେ ପ୍ରଚୁର ପରିମାଣରେ ଘାସ ଏବଂ ଜଙ୍ଗଲ ରହୁଥିବାରୁ ସ୍ଥାନୀୟ ଲୋକ ମଇଁଷି ପାଳନ କରନ୍ତି । ମଇଁଷି କ୍ଷୀରରେ ବିଭିନ୍ନ ପ୍ରକାର ମିଠା ପ୍ରସ୍ତୁତ ହୋଇଥାଏ । ସେଥିମଧ୍ୟରୁ ମଗଜି ଅନ୍ୟତମ । ବହୁ ଦିନ ରହୁଥିବାରୁ ଏବଂ ସ୍ବାଦିଷ୍ଟ ହୋଇଥିବାରୁ ଚାହିଦା ବଢିଥିଲା । ମିଠା ପଠରେ ଭୌଗୋଳିକ କାରଣ ରହିଥିବାରୁ ଏହା ଜିଆଇ ଟ୍ୟାଗ୍ ପାଇବାକୁ ଯାଉଛି ।
ଶିମିଳିପାଳ କାଇଚଟଣି
ମୁଢି ମାଂସ ପରି କାଇଚଟଣି ପାଇଁ ମୟୂରଭଞ୍ଜ ଜିଲ୍ଲା ଏବେ ଚର୍ଚ୍ଚାରେ। ବାରିପଦା ମୁଢିକୁ ଜିଆଇ ମାନ୍ୟତା ଦାବି ନେଇ ବହୁ ଦିନ ହେଲା ଦାବି ହୋଇଥିବା ବେଳେ କାଇ ପିମ୍ପୁଡି ଚଟଣି ମଧ୍ୟ ଜିଆଇ ମାନ୍ୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। କାଇ ପିମ୍ପୁଡ଼ି ମୁଖ୍ୟତଃ ଜଙ୍ଗଲରେ ବଡ଼ ବଡ଼ ଶାଳଗଛ, କୁସୁମ, ମହୁଲ, ଜାମୁ, ଆମ୍ବ ଆଦି ମିଠା ଓ ଫଳନ୍ତି ଗଛରେ ବସା ବାନ୍ଧି ରୁହନ୍ତି। ସ୍ଥାନୀୟ ଅଧିବାସୀମାନେ ଗଛରେ ଥିବା ତାର ବସାକୁ ଭାଙ୍ଗି ସଂଗ୍ରହ କରିଥାଆନ୍ତି । କୁହାଯାଏ ଯେ ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ଅଠର ଦେଉଳରେ ଛଅ ଶହ ଖ୍ରୀଷ୍ଟାବ୍ଦରେ ବାଥୁଡ଼ି ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିବା ବେଳେ ସେହିଦିନଠାରୁ କାଇ ପିମ୍ପୁଡିର ବ୍ୟବହାର ହୋଇ ଆସୁଅଛି । ଏହାକୁ କାଶ, ଥଣ୍ଡା, ଜ୍ବର ପାଇଁ ଔଷଧ ଭାବେ ବ୍ୟବହାର କରାଯାଉଛି । କାଇ ପିମ୍ଫୁଡିକୁ ଅଦା, ରସୁଣ, ଲଙ୍କା ଓ ଧନିଆପତ୍ର ସହ ମିଶାଇ ଚଟଣି କରାଯାଇଥାଏ । ଏହାକୁ ଭାତ ସହ ଖାଇଥାନ୍ତି। ଏଥିରେ ଭରୂପର ପ୍ରୋଟିନ୍ ମାତ୍ରା ରହିଛି । ଏହାସହ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରାଇବା ପାଇଁ କାଇ ଖାଇଥାନ୍ତି । ତେବେ ଏହାକୁ ନେଇ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି, ଯାହାର ନାଁ “ବଣ୍ଡିଂ ଗ୍ଲୁ” । ମଣିଷ ଓ କାଇଙ୍କ ସମ୍ପର୍କ ରକ୍ଷା ସହ ଉଭୟ ପ୍ରାଣୀ ସୁରକ୍ଷିତ ବାର୍ତ୍ତା ଦେଇଛି ଏହି ଫିଲ୍ମ । ଏହା ଅନ୍ତର୍ଜାତୀୟ ଫିଲ୍ମ ପୁରସ୍କାର ଲାଭ କରିଛି ।
ଲାଞ୍ଜିଆ ସଉରାଙ୍କ ଇଡିତାଲ
ପ୍ରକୃତିର ବରପୁତ୍ର କୁହାଯାଉଥିବା ଲାଞ୍ଜିଆ ସଉରାଙ୍କ ପାରମ୍ପରିକ ଚିତ୍ରକଳା “ଇଡିତାଲ” ଜିଆଇ ମାନ୍ୟତା ପାଇବାକୁ ନେଇ ଚର୍ଚ୍ଚାରେ ରହିଛି । ସଉରା ଭାଷାରେ ଇଡିର ଅର୍ଥ ଚିତ୍ର ଓ ତାଲର ଅର୍ଥ କାନ୍ଥ । କାନ୍ଥ ଉପରେ ଚିତ୍ର ହୋଇଥିବାରୁ ଏହାର ନାମ ଇଡିତାଲ ରହିଛି । ତେବେ ରାୟଗଡ଼ା ଜିଲ୍ଲାର ଚନ୍ଦ୍ରଗିରି ଅଞ୍ଚଳରେ ରହୁଥିବା ସଉରାମାନେ ଏହାକୁ “ଆନିତାଲ” କହିଥାନ୍ତି । ଏହି ନିଆରା ଚିତ୍ରକଳାରେ ସଉରା ଆଦିବାସୀମାନେ ନିଜର ଅନୁଭୂତି ଓ ଦୈନନ୍ଦିନ ଜୀବନ ପ୍ରଣାଳୀ ସହ ଗଛଲତା, ମନୁଷ୍ୟ, ଜୀବଜନ୍ତୁ ଆଦି ଚିତ୍ର ଆଙ୍କିଥାନ୍ତି । ତେବେ ଇଡିତାଲ ଚିତ୍ର ଆଙ୍କିବାର ନିର୍ଦ୍ଦିଷ୍ଟ ସମୟ ରହିଛି । ନୂଆଘର, ବିବାହ, ପର୍ବପର୍ବାଣୀ ପୂର୍ବରୁ ଘରକୁ ଚିତ୍ରିତ କରାଯାଇଥାଏ। ନୂଆଘର କାନ୍ଥରେ ଚିତ୍ର କରିବା ପରେ ହିଁ ଘର ପ୍ରତିଷ୍ଠା ହୋଇଥାଏ। ଏପିରିକି ବର୍ଷର ବିଭିନ୍ନ ସମୟରେ ଅମଳ ହେଉଥିବା ପନିପରିବା ଓ ଫଳମୂଳକୁ ପ୍ରଥମେ ଚିତ୍ର ପାଖରେ ଅର୍ପଣ କରାଯାଏ ଏବଂ ତାପରେ ସମସ୍ତେ ଖାଇଥାନ୍ତି।
ଡଙ୍ଗରିଆ କନ୍ଧଙ୍କ ହାତବୁଣା ଚଦର
ଓଡ଼ିଶାରେ ଅନେକ ଆଦିମ ଜନଜାତି ବସବାସ କରିଥାନ୍ତି। ସେଥିମଧ୍ୟରୁ ଡଙ୍ଗରିଆ କନ୍ଧଙ୍କ ସଂଖ୍ୟା ଅଧିକ । ଏମାନେ ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ଅଧିକାଂଶ ବସବାସ କରିଥାନ୍ତି । ତେବେ ଏମାନଙ୍କ ଜୀବନଶୈଳୀ ଅନ୍ୟ ଜନଜାତିଙ୍କଠାରୁ ଭିନ୍ନ ଓ ସ୍ବତନ୍ତ୍ର । ସେହି ଜୀବନଶୈଳୀର ଏକ ଅଭିନ୍ନ ପରମ୍ପରା ହେଉଛି ଶାଲ୍, ଯାହାକୁ ଅବିବାହିତ ଡଙ୍ଗରିଆ କନ୍ଧର ମହିଳାମାନେ ନିଜର ସାଥୀକୁ ଉପହାର ଦେବା ପାଇଁ ତିଆରି କରିଥାନ୍ତି । ଏହାକୁ “କପଡ଼ାଗଣ୍ଡା ଶାଲ୍” ମଧ୍ୟ କୁହାଯାଏ । ଧଳା କପଡ଼ା ଉପରେ ନାଲି, ହଳଦିଆ, ସବୁଜ ଓ କମଳା ରଙ୍ଗର ସରୁ ସରୁ ସୂତାରେ ଏହାକୁ ତିଆରି କରିଥାନ୍ତି । ଏହି କାରିଗରୀ ସ୍ବତନ୍ତ୍ର ହୋଇଥିବାରୁ ଏହି ହାତବୁଣା ଚଦର ଏବେ ଜିଆଇ ମାନ୍ୟତା ପାଇବାକୁ ଯାଉଛି । ପ୍ରେମର ପ୍ରତୀକ ଭାବେ ଜଣାଶୁଣା ଏହି ଶାଲର ଚାହିଦା ଧୀରେଧୀରେ ବୃଦ୍ଧି ପାଉଥିବାରୁ ଏହା ଜରିଆରେ ରୋଜଗାରର ପନ୍ଥା ପାଇଛନ୍ତି ଅନେକ ଡଙ୍ଗରିଆ କନ୍ଧ ମହିଳା।
କୋରାପୁଟର କଳାଜିରା ଚାଉଳ
କଫି ହେଉ କି ପର୍ଯ୍ୟଟନ, ପ୍ରକୃତିର ରାଣୀ କୋରାପୁଟ ସବୁବେଳେ ଚର୍ଚ୍ଚାରେ। ଆଉ ଏବେ ଏହାର ମାଟିରେ ସୁନା ପରି ଫଳୁଥିବା ବିରଳ କଳାଜିରା ଚାଉଳ ପାଇବାକୁ ଯାଉଛି ଜିଆଇ ପ୍ରମାଣପତ୍ର । ଔଷଧୀୟ ଗୁଣ ସହ ମଧୁମେହ ରୋଗୀଙ୍କ ପାଇଁ ବିଶେଷ ଲାଭପ୍ରଦ ଏହି କଳାଜିରା ଚାଉଳ ଖିରି ଓ ବିରିୟାନୀ ପାଇଁ ବେଶ ଆଦୃତ ହୋଇଛି । କୋରାପୁଟରେ ଥିବା ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଜୈବ ବିବିଧତା ବିଭାଗର ଅଧ୍ୟୟନରୁ ଜଣାପଡ଼ିଛି ଯେ ଏହି ଧାନରେ ପ୍ରାକୃତିକ ଦୁର୍ବିପାକକୁ ସହ୍ୟ କରିବାର ଦକ୍ଷତା ରହିଛି । ତେବେ କୋରାପୁଟରେ ବହୁଳ ମାତ୍ରାରେ ଚାଷ ହେଉଥିବା ଏହି ଧାନ ଜିଲ୍ଲା ସହ ଜାତୀୟ ବଜାରରେ ମଧ୍ୟ ଧୀରେଧୀରେ ଚାହିଦା ବଢ଼ିବାରେ ଲାଗିଛି।
ଏହି ଆଲେଖ୍ୟରେ ଆମେ ଅଳ୍ପ କେତୋଟି ସାମଗ୍ରୀ ସମ୍ପର୍କରେ ପ୍ରକାଶ କରିଅଛୁ । ଏହିପରି ଭାବେ ଆହୁରି ଅନେକ ସାମଗ୍ରୀ ଜିଆଇ ମାନ୍ୟତାର ଯୋଗ୍ୟ ବୋଲି ଦାବି ହେଉଥିବା ବେଳେ ଆଉ କେତେକ ଜିଆଇ ପ୍ରକ୍ରିୟାରେ ତାଲିକାଭୁକ୍ତ ହୋଇରହିଛି । ତେବେ ଯେକୌଣସି ସାମଗ୍ରୀକୁ ଜିଆଇ ମାନ୍ୟତା ମିଳିବା ପରେ ଏହାର କେବଳ ଚାହିଦା ବଢ଼ିନଥାଏ, ବରଂ ଆର୍ଥିକ ସମ୍ବଳର ଏକ ମାର୍ଗ ଦେଖାଇବା ସହ ଆମ ରାଜ୍ୟକୁ ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ପ୍ରଦାନ କରିଥାଏ।