ଚଳଚ୍ଚିତ୍ର ଓ ଜୀବନର ରଙ୍ଗମଞ୍ଚକୁ ବିଦାୟ ଦେଇଛନ୍ତି ଓଲିଉଡ଼ ଜଗତର ଲୋକପ୍ରିୟ କଳାକାର ଉତ୍ତମ ମହାନ୍ତି। ଦିଲ୍ଲୀ ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ପୂର୍ବରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଛିଦିନ ତଳେ ଅବସ୍ଥା ଗୁରୁତର ହେବାରୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀକୁ ସ୍ଥାନାନ୍ତର ହୋଇଥିଲେ ଉତ୍ତମ । ଲିଭର ଜନିତ ସମସ୍ୟା କାରଣରୁ ସେ ଚିକିତ୍ସାଧୀନ ଥିଲେ ।
ଓଡ଼ିଆ ସିନେମା ଜଗତର ଜଣେ ଭେଟରାନ ଅଭିନେତା ଉତ୍ତମ ମହାନ୍ତି ୨୩ ଡିସେମ୍ବର ୧୯୫୮ ମସିହାରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ସର୍ବମୋଟ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି । ୧୯୭୭ ମସିହାରେ ସେ ଅଭିମାନ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ସିନେ ଜଗତରେ ପାଦ ଥାପି ଥିଲେ। ତାଙ୍କ ଅଭିନୀତ ସିନେମା ଗୁଡ଼ିକ ହେଉଛି:- ୧୯୯୯ରେ କଳ୍କୀ ଅବତାର, ୧୯୯୮ରେ ରୂପା ଗାଁର ସୁନାକନିଆଁ, ୧୯୯୬ରେ ପୁଅ ମୋର ଭୋଳାଶଙ୍କର, ସୁହାଗ ସିନ୍ଦୂର, ଲକ୍ଷ୍ମଣ ରେଖା, ଯଶୋଦା, ୧୯୯୨ରେ କପାଳ ଲିଖନ, ଭୀଷ୍ମ ପ୍ରତିଜ୍ଞା, ଏଇ ଆମ ସଂସାର, ୧୯୮୯ରେ ପଞ୍ଚୁ ପାଣ୍ଡବ, ୧୯୮୮ରେ ପାପପୁଣ୍ୟ, ୧୯୮୫ରେ ପୂଜାଫୁଲ, ସତ କେବେ ଲୁଚି ରହେନା, ସମୟ ବଡ଼ ବଳବାନ, ସହରୀ ବାଘ, ୧୯୮୪ରେ ଦଣ୍ଡା ବାଳୁଙ୍ଗା, ୧୯୮୩ରେ ଝିଅଟି ସୀତା ପରି, ୧୯୮୨ରେ ଫୁଲ ଚନ୍ଦନ, ୧୯୮୦ରେ ରାମାୟଣ, ୧୯୭୭ରେ ଅଭିମାନ ।
ସେ ତାଙ୍କ ଅଭିନୟ ଜୀବନ କାଳରେ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ତାଙ୍କୁ ୨୦୧୨ରେ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର, ୨୦୦୮ରେ ଶ୍ରେଷ୍ଠ ଅଭିନେତା, “ଫିଟଫାଟ ବାଇସ୍କୋପ” ପୁରସ୍କାର, ୨୦୦୬ରେ ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର, ୧୯୯୯ରେ ଜୟଦେବ ପୁରସ୍କାର ମିଲିଛି। ସେହିପରି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଭାବେ ୧୯୯୧ରେ ଶ୍ରେଷ୍ଠ ସହ-ଅଭିନେତା (ତୋ ବିନୁ ଅନ୍ୟଗତି ନାହିଁ) ପାଇଁ, ୧୯୮୪ରେ ସିନେମା ଦଣ୍ଡା ବାଳୁଙ୍ଗାରେ ଶ୍ରେଷ୍ଠ ଅଭିନେତା, ୧୯୮୩ରେ ଶ୍ରେଷ୍ଠ ଅଭିନେତା(ଝିଅଟି ସୀତା ପରି)
୧୯୮୨ରେ ଶ୍ରେଷ୍ଠ ଅଭିନେତା, (ଫୁଲ ଚନ୍ଦନ), ଶ୍ରେଷ୍ଠ ଅଭିନେତା, ଚିତ୍ରପୁରୀ ପୁରସ୍କାର ମିଳିଛି ।
ପୁଅ ମୋର ଭୋଳାଶଙ୍କର, ସୁହାଗ ସିନ୍ଦୂର, ଲକ୍ଷ୍ମଣ ରେଖା, ରୂପା ଗାଁର ସୁନାକନିଆଁ, ସମୟ ବଡ଼ ବଳବାନ, ଦଣ୍ଡା ବାଳୁଙ୍ଗା ଆଦି ସିନେମା ଜରିଆରେ ସେ ଓଡିଆଙ୍କ ପ୍ରିୟ ଅଭିନେତା ହୋଇପାରିଥିଲେ। ଯାହା ତାଙ୍କ ଘରେ ଘରେ ପରିଚିତ କରାଇଥିଲା। ତାଙ୍କ ବିୟୋଗ ଓଡ଼ିଆ ଫିଲ୍ମ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଓଡ଼ିଆ ସିନେଜଗତର ଏହି ମହାନ ଅଭିନେତାଙ୍କ ବିୟୋଗରେ ନିୟୁ ଦିଲ୍ଲୀ ଓଡ଼ିଆ ସମାଜ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ସର୍ବଦା ଦର୍ଶକଙ୍କ ହୃଦୟରେ ଅମର କରି ରଖିବ।