କୁଆଡ଼େ ବହି ଯାଉଛି କାଳ
ଗଲାଣି କଟି କେତେଶ’ ସାଲ
ରହିଛି ଏବେ କଥା
ଜଇଆ ପଛେ ଜୀବନ ଦେଲା
ନୁଆଇଁ ନାହିଁ ମଥା
ସ୍ୱାଧୀନ ଦେଶର ସଂଗ୍ରାମ ପଛରେ ରହିଛି ତ୍ୟାଗ ଓ ବଳିଦାନର ଶତ କାହାଣୀ । କିଛି ଆତ୍ମବଳୀର କରୁଣ କଥା ଇତିହାସ ପୃଷ୍ଠାର ଗାଢ଼ ଦୁଆତରେ ଲେଖା ହୋଇ ରହିଥିବା ବେଳେ କିଛି କାହାଣୀ ଏବେବି ଧୂଳି ପରସ୍ତରେ ଆଚ୍ଛାଦିତ । ଆମେ ଆଜି ଗର୍ବର ସହ ବଞ୍ଚୁଥିବା ଜୀବନ ପାଇଁ କେତେ ଯେ ପ୍ରାଣ ଓ ଲହୁଧାର ମାଟିରେ ମିଶିଛି ତାର ହିସାବ ନାହିଁ । ଦେଶ ପାଇଁ ଚରମ ତ୍ୟାଗ କରି ମଧ୍ୟ ଅଜ୍ଞାତର ଅନ୍ଧକାର ଘେରରେ ରହିବା ପରେ ପୂର୍ବ ଘଟଣାବଳୀର ରୋମନ୍ଥନରୁ ପୁଣି ଜନ ମାନସରେ ଉଦ୍ଭାସିତ ହୁଏ କିଛି ବୀର ସଂଗ୍ରାମୀଙ୍କ ଅମର କଥା ।
କେହି ସଂଗ୍ରାମୀ କହିଯାଇଛନ୍ତି- ଆମ ସଂଘର୍ଷର ଲକ୍ଷ କୌଣସି ଇତିହାସର ପୃଷ୍ଠା ମଣ୍ଡନ ବା ପ୍ରସିଦ୍ଧି ଲାଭ ନୁହେଁ, ଲକ୍ଷ କେବଳ ସ୍ୱାଧୀନତା । ନିଜ କଷ୍ଟଲବ୍ଧ ସ୍ୱାଧୀନତାର ସ୍ୱାଦ କେବେ ନିଜେ ଚାଖି ପାରିବେ ନାହିଁ ଜାଣି ସୁଦ୍ଧା ଭବିଷ୍ୟ ପିଢ଼ି ପାଇଁ ନିଜ ଉତ୍ତର ଦାୟିତ୍ୱରୁ କେବେ ଓହରି ଯାଇ ନାହାନ୍ତି ଆମ ଶହୀଦ୍ ।
ନିର୍ଭୀକତା ଓ ବୀରତ୍ୱର ପରିଚୟ ନେଇ ବଳିଦାନର ପ୍ରେରଣା ହେଉଛନ୍ତି, ଓଡ଼ିଶାର ପ୍ରଥମ ଶହୀଦ୍ ଜୟୀ ରାଜଗୁରୁ । ସମ୍ପୂର୍ଣ୍ଣ ନାମ “ଜୟକୃଷ୍ଣ ରାଜଗୁରୁ ମହାପାତ୍ର’ ହୁଏତ ଅନେକ ଜାଣି ନଥିବେ । କାରଣ ବିପ୍ଳବୀ ଭାବେ ଜଣାଶୁଣା ଜୟୀଙ୍କୁ ମନେ ରଖିବା ପାଇଁ ଆଉ ନାମର ଆବଶ୍ୟକତା ନାହିଁ ।
୧୭୩୯ ମସିହା ପୁରୀ ହରେକୃଷ୍ଣପୁରରେ ଜୟୀଙ୍କ ଜନ୍ମ । ସଂସ୍କୃତ ଓ ତନ୍ତ୍ରସାଧନାରେ ଦକ୍ଷ ହେବା ସହ ଖୁବ କମ ବୟସରୁ ବେଦ, ପୁରାଣ ଆଦି ଗ୍ରନ୍ଥରେ ପାରଙ୍ଗମ ଜୟୀ ରାଜଗୁରୁ, ଅନାୟସରେ ଶହ ଶହ ଶ୍ଲୋକ ସ୍ମରଣ କରି ପାରୁଥିବାରୁ ପଣ୍ଡିତଙ୍କ ମଧ୍ୟରେ ଖୁବ କ୍ଷାତି ରହିଥିଲା । ପୋଥି ଠାରୁ ଆରମ୍ଭ କରି ଯୁଦ୍ଧ ବିଦ୍ୟା କୌଶଳ ଆଦି ସବୁକ୍ଷେତ୍ରକୁ ଦକ୍ଷତାର ସହ ଆୟତ୍ତ କରିପାରିଥିଲେ ଜୟୀ ।
ଖୋର୍ଦ୍ଧା ରାଜାଙ୍କ ଆଧ୍ୟାତ୍ମିକ ମାର୍ଗଦର୍ଶକ ତଥା ପରମର୍ଶଦାତା ଭାବେ ଅନେକ ପଢ଼ି ଧରି ରାଜଗୁରୁ ପରିବାର ରହି ଆସିଥିଲେ ଏଣୁ ରାଜାଙ୍କ ପାଖରେ ରାଜଗୁରୁ ପଦରେ ନିଯୁକ୍ତି ପାଇବା ପରେ ଜୟୀ, ରାଜଗୁରୁ ଭାବେ ସର୍ବ ପରିଚିତ ହେଲେ । ୧୭୮୦ ମସିହା ରାଜା ଦିବ୍ୟସିଂହ ଦେବ- ଦ୍ୱିତୀୟଙ୍କ ସମୟରେ ପିତା ଚନ୍ଦ୍ର ରାଜଗୁରୁଙ୍କ ବିୟୋଗ ପରଠାରୁ ରାଜ୍ୟ ପ୍ରଶାସନିକ ବିଭାଗ ତଥା ଖୋର୍ଦ୍ଧା ସାମରିକ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ସହ ରାଜାଙ୍କ ମୃତ୍ୟୁ ପରେ ନାବାଳକ ପୁତ୍ରର ଅଭିଭାବକ ହେବାର ଗୁରୁଦାୟିତ୍ୱ ବହନ କରିଥିଲେ । ମରୁଡ଼ିରେ ପ୍ରପୀଡ଼ିତ ତତ୍କାଳିନ ଓଡ଼ିଶାର ଛୋଟ ରାଜ୍ୟ ମାନେ ନିଜ ଭିତରେ ଗୋଷ୍ଠୀ କନ୍ଦଳରେ ବ୍ୟସ୍ତ ଥିବା ବେଳେ ଜୟୀ ରାଜଗୁରୁ ରାଜ୍ୟର ସାମଗ୍ରିକ ଉନ୍ନତି ନିମିତ୍ତ ରାଜ୍ୟମାନଙ୍କ ଏକତ୍ରୀକରଣ କରି ବ୍ରିଟିଶ ବିପକ୍ଷରେ ସଶକ୍ତିକରଣ ଦିଗରେ ଜାଗୃତ କରୁଥିଲେ ।
ବ୍ରିଟିଶ ଇଷ୍ଟ୍ ଇଣ୍ଡିଆ କମ୍ପାନୀର ଆକସ୍ମିକ ପ୍ରବେଶ ପରେ ପ୍ରଭୁତା, ପ୍ରତିବନ୍ଧକ ଓ ଖଜଣା ବ୍ୟବସ୍ଥାକୁ ସର୍ବଦା ଦୃଢ଼ ପ୍ରତ୍ୟାଖ୍ୟାନ କରିଥିଲେ ଜୟୀ । ଜନ୍ମ ମାଟି ପ୍ରତି ଆସନ୍ନ ବିପତ୍ତିକୁ ଟାଳିବା ନିମିତ୍ତ ପଡ଼ୋଶୀ ରାଜାମାନଙ୍କୁ ଏକତ୍ରିତ କରିବା ସହ ଅନୁପ୍ରେରିତ କରିଥିଲେ । ଜୟୀଙ୍କ ନେତୃତ୍ୱରେ ଓଡ଼ିଆ ସିପାହୀ, ପାଇକ ଯୁଦ୍ଧ ବିଦ୍ୟାର ଶିକ୍ଷା ଦେଉଥିଲେ । ଇଂରେଜଙ୍କ ବିରୋଧରେ କ୍ରମଶଃ ସଂଗ୍ରାମରେ ପରିଣତ ହେଉଥିବା ଏହି ଜନଜାଗରଣକୁ ବ୍ୟାପକ କରିବା ପାଇଁ ଗ୍ରାମ ଯୁବକ ମାନଙ୍କୁ ଅସ୍ତ୍ର ଓ ଶସ୍ତ୍ର ଚାଳନାର ତାଲିମ ଦେଇ ଏକ ବଳିଷ୍ଠ ବାହିନୀ ଗଠନ କରିଥିଲେ । ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ପ୍ରତିଟି ପରିବାରରୁ ଏକ ପାଇକ ସୃଷ୍ଟି ହୋଇଥିଲେ । ଭାରତରେ ଗରିଲା ଯୁଦ୍ଧକୁ ବ୍ୟବହାର କରିବାରେ ଜୟୀରାଜଗୁରୁ ହେଉଛନ୍ତି ପ୍ରଥମ ବ୍ୟକ୍ତି । ଯାହା ସମଗ୍ର ଭାରତବର୍ଷକୁ କବଳିତ କରିରଖିଥିବା ଇଷ୍ଟ୍ ଇଣ୍ଡିଆ କମ୍ପାନୀ ମନରେ ଭୟ ସଂଚାର କରିଥିଲା ।
ମହାନଦୀ କୂଳରେ ଜୟୀ ରାଜଗୁରୁଙ୍କ ପାଇକ ବାହିନୀର ତୀବ୍ର ଆକ୍ରମଣ ଇଂରେଜ ମାନଙ୍କୁ ଭୟଭୀତ କରିଥିଲା । ୭୦୦୦ ସଶସ୍ତ୍ର ବ୍ରିଟିଶ୍ ସୈନ୍ୟଙ୍କ ବିପକ୍ଷରେ ୧୮୦୪ ମସିହା, ହାତଗଣତି ପାଇକ ସେନା ସହ ଜୟୀ ରାଜଗୁରୁଙ୍କ ବଳିଷ୍ଠ ସଂଗ୍ରାମର ମୂକସାକ୍ଷୀ ହେଉଛି ବରୁଣେଇ ଯୁଦ୍ଧ । ଦୃଢ଼ ଯୁଦ୍ଧ ଶୈଳୀ ଓ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ପାଇକ ମାନଙ୍କ ସମର କୌଶଳକୁ ଟକ୍କର ଦେବା ବ୍ରିଟିଶ ପକ୍ଷେ ଏତେ କଷ୍ଟ ସାଧ୍ୟ ହୋଇପଡ଼ିଥିଲା ଯେ, ସେମାନେ ଅନୈତିକ ପନ୍ଥା ଆପଣେଇବାକୁ ବାଧ୍ୟ ହୋଇଥିଲେ । ଇଂରେଜ ମାନେ ଡିଭାଇଡ୍ ଆଣ୍ଡ୍ ରୁଲ୍ ପଲିସି ସ୍ୱରୂପ ଲାଞ୍ଚ ଲାଳସା ଦେଇ ଜୟୀ ରାଜଗୁରୁଙ୍କ ନିକଟସ୍ଥ ଲୋକଙ୍କୁ ହାତର କରିଥିଲେ ।
ଅଣ୍ଟିଛୁରି ତଣ୍ଟି କାଟିଲା ଭଳି କିଛି ବିଶ୍ୱାସଘାତକଙ୍କ ଲୋଭର ଶିକାର ହୋଇ ଜୟୀ ରାଜଗୁରୁ ଶେଷରେ ବ୍ରିଟିଶ ହାତରେ ଧରାପଡ଼ିଲେ । ନିଜ ଶେଷ ସମୟରେ ମଧ୍ୟ ରାଜ୍ୟ ଓ ରାଜାଙ୍କ ପ୍ରତି ବିଶ୍ୱସ୍ତ ଜୟୀ, ରାଜାଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରି ଆତ୍ମ ବଳିଦାନ ହେଇଥିଲେ । କାହଣୀ କେବଳ ଏତିକିରେ ସରି ନାହିଁ ଏଭଳି ସାହସୀ ସଂଗ୍ରାମୀକୁ ଦମନ କରି ଆଗାମୀ ପିଢ଼ି ମନରେ ଭୟ ଜାଗ୍ରତ କରିବା ପାଇଁ ବ୍ରିଟିଶଙ୍କ ନିର୍ମମ ହତ୍ୟା ଦଣ୍ଡ ଶୁଣିଲେ ଏବେ ଆମ ଲୋମ ଟାଙ୍କୁରି ଉଠିବ, କିନ୍ତୁ ଜୟୀଙ୍କ ମୁଖରେ ଦଣ୍ଡକୁ ନେଇ ତିଳେ ମାତ୍ର ଭୟ ନଥିଲା । ୧୮୦୬ ମସିହା ଦୁନିଆ ଦେଖିଥିଲା ବ୍ରିଟିଶ ରାଜର କୃରତାର ଉଦାହରଣ । ବୀରତାର ଗାଥା ପଛରେ ଯେଉଁ ନିର୍ଯାତନା, ଦୁର୍ବିଷହ ଜୀବନ ଓ ବଳିଦାନର ଅବର୍ଣ୍ଣନୀୟ କାହାଣୀ ରହିଛି ତାହାକୁ କୌଣସି ଶବ୍ଦ ବର୍ଣ୍ଣନା କରି ପାରିବ ନାହିଁ ।