ଭାରତର ଚତୁର୍ଥ ବେସାମରିକ ସର୍ବୋଚ୍ଚ ସମ୍ମାନ ହେଉଛି ପଦ୍ମଶ୍ରୀ । କଳା, ସାହିତ୍ୟ, କ୍ରୀଡ଼ା ହେଉକି ଅନ୍ୟାନ୍ୟ କ୍ଷେତ୍ରରେ ଅସାଧାରଣ ଏବଂ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ପଦ୍ମଶ୍ରୀ ପୁରସ୍କାର ମିଳିଥାଏ । ଚଳିତ ବର୍ଷ ୨୦୨୪ ପାଇଁ ମଧ୍ୟ ସର୍ବଭାରତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ୧୩୨ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ସେଥିମଧ୍ୟରୁ ଅଛନ୍ତି କଳାକ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଆମ ଓଡ଼ିଶାର ଚାରି ଜଣ ବ୍ୟକ୍ତିବିଶେଷ । ସେମାନେ ହେଉଛନ୍ତି କୃଷ୍ଣଲୀଳା ଗାୟକ ଗୁରୁ ଗୋପୀନାଥ ସ୍ବାଇଁ, ଲୋକନୃତ୍ୟ ଶିଳ୍ପୀ ଗୁରୁ ଭାଗବତ ପ୍ରଧାନ, ଗୀତିକାର ତଥା ନାଟ୍ୟକାର ବିନୋଦ ପଶାୟତ ଏବଂ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା ।
କୃଷ୍ଣଲୀଳା ଗାୟକ ଗୁରୁ ଗୋପୀନାଥ ସ୍ବାଇଁ
ବୟସ ୧୦୬, କିନ୍ତୁ ସେ ଜୀବନର ୯୫ ବର୍ଷକୁ କଳା ପ୍ରତି ସମର୍ପଣ କରିଦେଇଛନ୍ତି। ସେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ସେରଗଡ଼ ବ୍ଲକ ଗୋବିନ୍ଦପୁର ଗ୍ରାମର ପ୍ରଖ୍ୟାତ କୃଷ୍ଣଲୀଳା ଗାୟକ ଗୁରୁ ଗୋପୀନାଥ ସ୍ବାଇଁ। ୧୯୧୮ ମସିହା ଫେବୃଆରୀ ୧୫ରେ ଜନ୍ମଗ୍ରହଣ କରିଥିବା ଗୋପୀନାଥଙ୍କ ଗାଁରେ ସେତେବେଳେ କୌଣସି ସ୍କୁଲ କି ଗୁରୁକୁଳ ନଥିଲା। ଗାଁକୁ ଆସୁଥିବା ଜଣେ ପଣ୍ଡିତଙ୍କଠାରୁ ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବା ପରେ ସେ କୃଷ୍ଣଲୀଳା ଶିକ୍ଷା ଗ୍ରହଣ କରିଥିଲେ । ଦାଦା କ୍ଷେତ୍ରବାସୀ ଜଣେ କୃଷ୍ଣଲୀଳା ଗାୟକ ଥିଲେ ଏବଂ ସେହି ହିଁ ଥିଲେ ତାଙ୍କର ପ୍ରଥମ ଗୁରୁ । ତେଣୁ ପିଲାଟିବେଳୁ ହିଁ ଗୋପୀନାଥଙ୍କ କଳା ପ୍ରତି ଦୁର୍ବଳତା ଥିଲା । ଦାଦାଙ୍କଠାରୁ କୃଷ୍ଣଲୀଳା ଶିକ୍ଷାଗ୍ରହଣ ଏବଂ ବାପା ମାଗିତି ସ୍ବାଇଁଙ୍କ ପ୍ରୋତ୍ସାହନ ପାଇଁ ଗୋପୀନାଥଙ୍କ କୃଷ୍ଣଲୀଳା ପ୍ରତି ଆଗ୍ରହ ଦିନକୁ ଦିନ ବଢ଼ିବାରେ ଲାଗିଲା ଏବଂ ଅଧିକରୁ ଅଧିକ ଶିକ୍ଷା ଲାଭ କଲେ। ମାତ୍ର ୧୫ ବର୍ଷ ବୟସରେ ପ୍ରଥମ କୃଷ୍ଣଲୀଳା ନାଟକ ପରିବେଷଣ କରି ଚର୍ଚ୍ଚିତ ହେବା ପରେ ଆଖପାଖ ଗାଁର ବିଭିନ୍ନ କାର୍ଯ୍ୟକ୍ରମରେ ନିଜ କଳାକୁ ପ୍ରଦର୍ଶିତ କରିବାକୁ ଲାଗିଲେ ଏବଂ ଧୀରେ ଧୀରେ ଗଞ୍ଜାମ ଜିଲ୍ଲା ସମତେ ଅନ୍ୟ ରାଜ୍ୟରେ କୃଷ୍ଣଲୀଳା ପରିବେଷଣ କରି ବହୁ ପ୍ରଂଶସା ସାଉଁଟିଲେ। ଶତାୟୁ ଗୋପୀନାଥ ସ୍ବାଇଁ ଆଜି ମଧ୍ୟ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଗୀତ ଗାଇପାରୁଛନ୍ତି ଏବଂ ଅନେକ ବିଦ୍ୟାର୍ଥୀଙ୍କୁ କୃଷ୍ଣଲୀଳା କଳାର ପ୍ରଶିକ୍ଷଣ ଦେଇପାରୁଛନ୍ତି।
ଶବ୍ଦନୃତ୍ୟ ଗୁରୁ ଭାଗବତ ପ୍ରଧାନ
ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଲୋକନୃତ୍ୟ କଳାକୁ ବିଶ୍ବ ଦରବାରରେ ପରିଚିତ କରାଇବାର ନିରନ୍ତର ପ୍ରୟାସ ଜାରି ରଖିଥିବା ବରଗଡ଼ ଜିଲ୍ଲା ବରପାଲି ବ୍ଲକର କୁମ୍ଭାରୀ ଗାଁର ଗୁରୁ ଭାଗବତ ପ୍ରଧାନଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇବା ପାଇଁ ମନୋନୀତ କରାଯାଇଛି। ୮୫ ବର୍ଷୀୟ କଳାକାର ଭାଗବତ ୧୯୩୮ ମସିହା ଜୁନ୍ ୬ରେ ଜନ୍ମଗ୍ରହଣ କରିଥିଲେ । ୫ ବର୍ଷ ବୟସରୁ ହିଁ ଭାଗବତଙ୍କ ନୃତ୍ୟ ପ୍ରତିଭା ବାରି ହୋଇପଡ଼ିଥିଲା । ବାପାମାଆଙ୍କ କଥାରେ ଲୋକନୃତ୍ୟରେ ପ୍ରଶିକ୍ଷଣ ଲାଭ କରି ଖୁବ କମ୍ ଦିନରେ ବିଭିନ୍ନ ମଞ୍ଚରେ ନିଜ କଳା ପ୍ରଦର୍ଶିତ କରିଥିଲେ । ତାଙ୍କ ଚମତ୍କାର ନୃତ୍ୟ ଓ ଅଭିନୟ ଦେଖିବା ପାଇଁ ସେତେବେଳେ ବେଶ୍ ଭିଡ଼ ଜମୁଥିଲା । ଶ୍ରୀରାମ, ପ୍ରହଲ୍ଲାଦ, ସୁଦାମା ଓ ରାଜା ହରିଶ୍ଚନ୍ଦ୍ରଙ୍କ ଆଦି ଅନେକ ପୌରାଣିକ ନାଟକରେ ତାଙ୍କର ଅଭିନୟ ବେଶ୍ ମନଛୁଆଁ ହେଉଥିଲା । ମାତ୍ର ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଭାଗବତ କିନ୍ତୁ ଓଡ଼ିଶୀ ନୃତ୍ୟରେ ରିଫ୍ରେସର କୋର୍ସ କରି ଅଳ୍ପ ବୟସରେ ନୃତ୍ୟଗୁରୁ ଭାବରେ ନିଯୁକ୍ତି ପାଇଥିଲେ । ଏହାପରେ କଳାକୁ ପେଷା ଭାବେ ଗ୍ରହଣ କରି ନିଜ କଳା ନୈପୁଣତାକୁ କେବଳ ଜିଲ୍ଲା ନୁହେଁ ରାଜ୍ୟ ଏବଂ ଦେଶର ବିଭିନ୍ନ ବଡ଼ ବଡ଼ ମଞ୍ଚରେ ପ୍ରଦର୍ଶିତ କରି ସମ୍ମାନ ପରେ ସମ୍ମାନ ପାଇଥିଲେ । ବର୍ତ୍ତମାନ ସୁଦ୍ଧା ପ୍ରାୟ ପାଞ୍ଚଟି ଶିକ୍ଷାନୁଷ୍ଠାନ ଗଢ଼ି ତୋଳିଛନ୍ତି ଏବଂ ୬୦୦ରୁ ଅଧିକ ଛାତ୍ରଙ୍କୁ ନୃତ୍ୟ ଶିକ୍ଷା ପ୍ରଦାନ କରି ବିଲୁପ୍ତ ଲୋକନୃତ୍ୟ କଳାକୁ ବଞ୍ଚାଇବାର ପ୍ରୟାସ କରୁଛନ୍ତି।
ଗୀତିକାର ତଥା ନାଟ୍ୟକାର ବିନୋଦ ପଶାୟତ
ସମ୍ବଲପୁର ଜିଲ୍ଲାର ବିଶିଷ୍ଟ ନାଟ୍ୟକାର, କବି ତଥା ଲେଖକ ବିନୋଦ କୁମାର ପଶାୟତ ଦୀର୍ଘ ସାତ ଦଶନ୍ଧି ଧରି ସମ୍ବଲପୁରୀ ଲୋକନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ବଳିଷ୍ଠ ଯୋଗଦାନ ରଖି ଆମ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି, ଯେଉଁଥିପାଇଁ ସେ ପଦ୍ମଶ୍ରୀ ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ୧୯୩୫ ମସିହାରେ ବଲାଙ୍ଗୀରର ଚିକରାପଡ଼ାରେ ଜନ୍ମ ନେଇଥିଲେ ମଧ୍ୟ ଜୀବନଜୀବିକା ପାଇଁ ସମ୍ବଲପୁର ଚାଲି ଆସି ଏକ ସେଲୁନ୍ ଆରମ୍ଭ କରିଥିଲେ । ସେହି ସେଲୁନ ଧୀରେଧୀରେ ସାହିତ୍ୟ ଓ ସଂସ୍କୃତିପ୍ରେମୀଙ୍କ କେନ୍ଦ୍ର ପାଲଟିଥିଲା । ସେଠାରେ ଗୁରୁ ଅରୁଣ ସେଠଙ୍କ ଭେଟ ହୋଇ ତାଙ୍କ ପ୍ରୋତ୍ସାହନରେ ଲେଖିବା ଆରମ୍ଭ କରିଥିଲେ । ଗୀତିକାର ବିନୋଦ ଛିନା ଛିନା ଲାଗୁଛେ କୂଳ ଯମୁନା, ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋ ଜୀବନ, ଏନାନୀ ସୁଲୋଚନା, ଗଲା ରାତି ଝୁମୁରାର ସୁରେ, ରଥର ଚକା ଚାଲେ ପରି ଶତାଧିକ ଲୋକପ୍ରିୟ ସମ୍ବଲପୁରୀ ଗୀତର ସେ ହେଉଛନ୍ତି ରଚୟିତା। ଅନେକ କଣ୍ଠଶିଳ୍ପୀ ତାଙ୍କ ଗୀତ ମାଧ୍ୟମରେ ଲୋକପ୍ରିୟ ହୋଇପାରିଛନ୍ତି । ସେ କେବଳ ଗୀତ ନୁହେଁ ଭଜନ, ଜଣାଣ, ନାଟ ଓ ନାଟିକା ରଚନା କରି ମଧ୍ୟ ଦର୍ଶକଙ୍କ ମନଜିଣି ପାରିଛନ୍ତି । ତାଙ୍କର ରଚିତ ପୂର୍ଣ୍ଣାଙ୍ଗ ସମ୍ବଲପୁରୀ ନାଟକ “ଉଖୀ” ସେସମୟରେ ସମଗ୍ର ରାଜ୍ୟରେ ଚହଳ ପକାଇଥିଲା ଆଜି ସେ ୮୯ବର୍ଷ ବୟସରେ ଉପନୀତ ହୋଇ ମଧ୍ୟ ତାଙ୍କର କୌଳିକ ବୃତ୍ତିକୁ ଛାଡ଼ିନାହାନ୍ତି ଏବଂ ନିଜ କଳା ସାଧନା ପାଇଁ ଅନେକ ପ୍ରଂଶସା ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି।
ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା
ଓଡ଼ିଶା ପଟ୍ଟଚିତ୍ରର ମହାନ ଚିତ୍ରକର ହରିହର ମହାପାତ୍ରଙ୍କ ସୁପୁତ୍ର ହେଉଛନ୍ତି ବିନୋଦ ମହାରଣା। ସେ ନିଖୁଣ ଭାବେ ଓଡ଼ିଶାର କଳା, ସଂସ୍କୃତି ଏବଂ ପରମ୍ପରାକୁ ଚିତ୍ରଣ କରି କଳା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ୧୯୪୫ରେ ପୁରୀର ଚିତ୍ରକର ସାହିରେ ଜନ୍ମଗ୍ରହଣ କରିଥିବା ବିନୋଦ ମହାରଣା ଅଜା ମକରନ୍ଦ ମହାରଣାଙ୍କ ଚିତ୍ରକଳାକୁ ଦେଖି ପ୍ରଭାବିତ ହୋଇଥିଲେ ଏବଂ ତାଙ୍କଠାରୁ ପାରମ୍ପରିକ ପଟ୍ଟଚିତ୍ର ତିଆରି ଶିଖିବା ଆରମ୍ଭ କରିଥିଲେ। ପୋଥିଚିତ୍ର ପ୍ରତି ତାଙ୍କର ଆକର୍ଷଣ ଅଧିକ ଥିଲା। ୧୯୭୪ ମସିହାରେ ତାଙ୍କର “ରାମାପଟ୍ଟାଭିଷେକ” ଚିତ୍ର ସମସ୍ତଙ୍କ ହୃଦୟକୁ ଛୁଇଁପାରିଥିଲା, ଯେଉଁଥିପାଇଁ ସେହି ବର୍ଷ ତାଙ୍କୁ ରାଜ୍ୟ ପୁରସ୍କାର ସହ ଜାତୀୟ ପୁରସ୍କାର ମଧ୍ୟ ମିଳିଥିଲା । ସପ୍ତମ ଶ୍ରେଣୀରୁ ସେ ପଟ୍ଟଚିତ୍ର କରୁଥିବା ବେଳେ ପଚାଶ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଶାର କଳା, ସଂସ୍କୃତି ଓ ଇତିହାସକୁ ନିଜ ପଟ୍ଟଚିତ୍ରରେ ଆଙ୍କି ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ପ୍ରଂଶସିତ ହୋଇଛନ୍ତି । ଆଜି ବି ତାଙ୍କର କେତେକ କୃତିକୁ ବିଭିନ୍ନ ସ୍ଥାନରେ ସଂଗୃହୀତ କରି ରଖାଯାଇଛି। ବର୍ତ୍ତମାନ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା ଅନେକ ପିଲାଙ୍କୁ ପଟ୍ଟଚିତ୍ର ଓ ତାଳପତ୍ର କଳା ସମ୍ପର୍କରେ ତାଲିମ ଦେଇ ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି।
ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ପାଇଁ ନିଜର ଜୀବନକୁ ସମର୍ପି ଦେଇଥିବା ଏହି ବିଶିଷ୍ଟ ବ୍ୟକ୍ତିବିଶେଷମାନଙ୍କୁ ମିଳିବାକୁ ଯାଉଛି ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ । ତାଙ୍କର ଅନନ୍ୟ ପ୍ରତିଭା ଓ ସାଧନା ପାଇଁ ଓଡ଼ିଆ ସମାଜ ପକ୍ଷରୁ ଅନେକ ଶୁଭେଚ୍ଛା। ତେବେ ଆମର ଏହି ବ୍ଲଗଟି କେମିତି ଲାଗିଲା, ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆପଣଙ୍କ ମତାମତ ଆମକୁ ଆଗକୁ ନେବାରେ ସାହାଯ୍ୟ କରିବ ।